ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା କରାଯାଇଥିବା ଦର୍ଶାଇ ହାଇକୋର୍ଟ ଏହାକୁ ବୁଧବାର ଖାରଜ କରିଛନ୍ତି। ଏଥିସହ ଆବେଦନକାରୀ ଭାଗ୍ୟଧର ବେହେରାଙ୍କୁ ୫ ଲକ୍ଷ ଟଙ୍କା ଜରିମାନା ଭାବେ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଭାଗ୍ୟଧର ଆସନ୍ତା ୩ ସପ୍ତାହ ମଧ୍ୟରେ ହାଇକୋର୍ଟ ବାର୍‌ ଆସୋସିଏଶନର ଓକିଲ କଲ୍ୟାଣ ପାଣ୍ଠିରେ ଜରିମାନା ରାଶି ଜମା କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି।
ସୂଚନାନୁସାରେ, ୨୦୧୯ ରାଜ୍ୟ ସଭା ନିର୍ବାଚନରେ ଅଶ୍ୱିନୀ ବୈଷ୍ଣବ ନିଜ ନାମାଙ୍କନପତ୍ରରେ ତଥ୍ୟ ଲୁଚାଇଥିବା ଅଭିଯୋଗ କରି ଭାଗ୍ୟଧର ହାଇକୋର୍ଟରେ ଏହି ମାମଲା ଦାଏର କରିଥିଲେ। ନାମାଙ୍କନ ସମୟରେ ଅଶ୍ୱିନୀ ସରକାରଙ୍କ ଅଧୀନରେ ଚୁକ୍ତି ଭିତ୍ତିରେ କାର୍ଯ୍ୟ କରୁଥିଲେ ବୋଲି ସେ ଅଭିଯୋଗରେ ଦର୍ଶାଇଥିଲେ। ତେବେ ମାମଲାର ଶୁଣାଣି ଚାଲିଥିବା ବେଳେ ଅଶ୍ୱିନୀ ବୈଷ୍ଣବଙ୍କ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ କରାଯାଇଥିଲା। ସରକାରଙ୍କ ଅଧୀନରେ ନୁହେଁ, ବରଂ ଅଶ୍ୱିନୀ ଏକ ଘରୋଇ ସଂସ୍ଥାର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ନାମାଙ୍କନପତ୍ର ଦାଖଲ ବେଳକୁ ସେ ଇସ୍ତଫା ଦେଇସାରିଥିଲେ। ତାଙ୍କ ଇସ୍ତଫା ନେଇ ରେଜିଷ୍ଟ୍ରର ଅଫ କମ୍ପାନୀଜ୍‌କୁ ମଧ୍ୟ ଅବଗତ କରାଯାଇଥିଲା ବୋଲି ଅଶ୍ୱିନୀଙ୍କ ପକ୍ଷରୁ ତାଙ୍କ ଓକିଲ ହାଇକୋର୍ଟଙ୍କୁ ଅବଗତ କରିଥିଲେ। ଏଥିସହ ଏ ସଂକ୍ରାନ୍ତୀୟ ତଥ୍ୟ ମଧ୍ୟ ଉପସ୍ଥାପନ କରାଯାଇଥିଲା। ତେବେ ୨୦୧୯  ରାଜ୍ୟ ସଭା ନିର୍ବାଚନ ଶେଷ ହୋଇ ୨୦୨୪ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେବା ପରେ ଏଭଳି ଅଭିଯୋଗ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କୋର୍ଟ ଅନୁଭବ କରିଥିଲେ। ସେଥିପାଇଁ ଆବେଦନକାରୀ ଭାଗ୍ୟଧରଙ୍କ ଉପରେ ଜରିମାନା ଲାଗୁ କରାଯାଉଛି ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଟ୍ଟଚିତ୍ର ଗାଁ ବୁଲିଲେ ସିଙ୍ଗାପୁର ରାଷ୍ଟ୍ରପତି

ଭୁବନେଶ୍ୱର,୧୮।୧: ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ ଆଜିକାଲି ଓଡ଼ିଶା ଗସ୍ତରେ ଅଛନ୍ତି। ଶନିବାର ସେ ପଟ୍ଟଚିତ୍ର ଗାଁ ଭାବେ ପରିଚିତ ରଘୁରାଜପୁରରେ ପହଞ୍ଚିଛନ୍ତି। ଥର୍ମନ ଗାଁ...

ବିଲରୁ ମିଳିଲା ହାତୀର ମୃତଦେହ: ତଦନ୍ତ ଆରମ୍ଭ

ଖୋର୍ଦ୍ଧା,୧୮।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ରେଞ୍ଜ ଅନ୍ତର୍ଗତ ପରିଛଳ ପଞ୍ଚାୟତ ଅନ୍ତର୍ଗତ ଡାଳତୋଡା କଣିବାରି ଫସଲ କ୍ଷେତରୁ ଏକ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ମୃତ...

ସୁଭଦ୍ରାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ଜାନୁଆରୀ ଶେଷ ସୁଦ୍ଧା…

ଭୁବନେଶ୍ୱର, ୧୮ା୧(ସୁନିତ୍‌ ମିଶ୍ର):ଏ ମାସର ଶେଷ ସପ୍ତାହରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କୁ ମିଳିଯିବ। ହେଲେ ବଡ଼ମ୍ବନା ଏବେ ମଧ୍ୟ...

ପାଣ୍ଡିଆନ ସକ୍ରିୟ ଚର୍ଚ୍ଚା ଭିତରେ ଧର୍ମେନ୍ଦ୍ରଙ୍କୁ ଭେଟିଲେ ବିଜେଡି ନେତା, ରାଜନୀତି ହଲଚଲ

ଭୁବନେଶ୍ୱର,୧୮।୧:ଏବେ ବିଜେଡିକୁ ରାଜ୍ୟ ରାଜନୀତି ଜୋର ଧରିଛି। କେତେବେଳେ କାର୍ତ୍ତିକ ପାଣ୍ଡିଆନ ବିଜେଡିରେ ପୁଣି ସକ୍ରିୟ ହୋଇଥିବା ଶୁଣିବାକୁ ମିଳିଛି। ଏବେ ନବୀନ ନିବାସରେ ନବୀନ...

ମାମୁ-ଭାଣିଜୀଙ୍କୁ ଧକ୍କାଦେଲା ପିକ୍‌ଅପ୍‌ ଭ୍ୟାନ୍‌: ଆଉ ତା’ପରେ…

ଆନନ୍ଦପୁର,୧୮।୧(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜଲା ଆନନ୍ଦପୁର ଥାନା ବିରିଡିହା ଛକ ନିକଟରେ ପିକପଭ୍ୟାନ ଧକ୍କାରେ ମାମୁ ଭାଣିଜୀ ଗୁରୁତର ହୋଇଛନ୍ତି। ଶନିବାର ସକାଳୁ ବିରିଡିହା ରଣାସାହି...

ବଢୁଛି ଶୀତ: ତୁଷାରପାତର ମଜା ନେଉଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡି,୧୮।୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡିରେ ପୁଣି ଅସହ୍ୟ ଶୀତ ହେଉଛି। ଗତ ୩ ଦିନ ହେଲା ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି ଶନିବାର ସର୍ବନିମ୍ନ...

ନବ ଦାସଙ୍କ ହତ୍ୟା ଘଟଣାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ଗୋପାଳ ହତ୍ୟାକାରୀ ନା…

ଭୁବନେଶ୍ୱର,୧୮।୧: ନବ ଦାସ ହତ୍ୟା ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଗୋପାଳ ନବ ଦାସଙ୍କ ହତ୍ୟାକାରୀ ନା ଆଉ କିଏ ସେନେଇ ପ୍ରଶ୍ନ ଉଠିଛି।...

ଚିଲିକାରେ ପକ୍ଷୀ ଗଣନା ଆରମ୍ଭ

ଖୋର୍ଦ୍ଧା,୧୮।୧(ପ୍ରଭାତ ପାଣିଗ୍ରାହୀ/କୈଳାଶ ଚନ୍ଦ୍ର ପଟ୍ଟନାୟକ): ସମଗ୍ର ଚିଲିକାରେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଚିଲିକାକୁ ଆଗମନ କରିଥିବା ବିଦେଶାଗତ ଏବଂ ଦେଶୀୟ ପକ୍ଷୀଙ୍କ ଗଣନା ଚାଲିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri