ବେପାର ମାନ୍ଦା କରୁଛି ତାତି

କଟକ,୨୧ା୪(ଦିବାକର ସାହୁ)ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ତାପମାତ୍ରା। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଦିନ ୧୦ଟା ପରେ ଘରୁ ବାହାରକୁ ବାହାରି ପାରୁନାହାନ୍ତି ଲୋକେ। ଗତ କିଛିଦିନ ହେବ କଟକ-ଭୁବନେଶ୍ୱରର ତାପମାତ୍ରା ୪୦ ଡିଗ୍ରୀ ପାର କରୁଛି । ସା ୬ଟା ପର୍ଯ୍ୟନ୍ତ ଖରା ସହ ଗୁଳୁଗୁଳି ହେଉଛି ଫଳରେ ତାତିରେ ଦୈତନଗରୀ ବାସିନ୍ଦା ଅତିଷ୍ଠ ହୋଇପଡ଼ିଲେଣି। ଏହାର ପ୍ରଭାବ ବିଶେଷଭାବେ ବ୍ୟବସାୟ ଉପରେ ମଧ୍ୟ ପଡ଼ୁଛି। ଦିନବେଳା ଲୋକେ ଘରୁ ବାହାରକୁ ବାହାରୁ ନ ଥିବାରୁ ରାସ୍ତାରେ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ବେପାର ମାନ୍ଦା ହେଉଛି। ପ୍ରଚଣ୍ଡ ଖରାକୁ ବେପାର ମାନ୍ଦା ଏବେ ବ୍ୟବସାୟୀଙ୍କ ଚିନ୍ତାର କାରଣ ପାଲଟିଛି।

ଆଗରୁ ଯେମିତି ବେପାର ହେଉଥିଲା ଏବେ ସେମିତି ହେଉନି। ପୂର୍ବରୁ ଦିନକୁ ୪ହଜାର ପର୍ଯ୍ୟନ୍ତ ବେପାର ହେଉଥିବାବେଳେ ଏବେ ୩ହଜାର ଛୁଇଁବା ମୁସ୍କିଲ ହୋଇପଡ଼ିଛି। ଖରା କାରଣରୁ ରାତି ୪ଟାରୁ ପ୍ରସ୍ତୁତ ହେଉଥିବା ଦହିବରା ଆଳୁଦମ୍‌ ଦିନ ୨ଟା ବେଳକୁ ନଷ୍ଟ ହୋଇଯାଉଛି। ଫଳରେ ବହୁତ କ୍ଷତି ସହିବାକୁ ପଡ଼ୁଛି।
ରାହୁଲ ପରିଡ଼ା, ଦହିବରା ବ୍ୟବସାୟୀ
ଖରା କାରଣରୁ ଅଧିକାଂଶ ଲୋକ ଦିନବେଳେ ବାହାରକୁ ବାହାରୁ ନାହାନ୍ତି। ରାସ୍ତା ପାର୍ଶ୍ୱରେ ପରିବା ବ୍ୟବସାୟ କରୁଥିବାରୁ ପୂର୍ବାହ୍ନ ୧୦ଟା ପରେ ବ୍ୟବସାୟ ହୋଇପାରୁ ନାହିଁ। ଅତ୍ୟଧିକ ଖରା କାରଣରୁ ପରିବା ପଚି ଶଢ଼ି ଯାଉଛି। ପରିବା ନଷ୍ଟ ହୋଇଯାଉଥିବାରୁ ଦର ମଧ୍ୟ ବୃଦ୍ଧି ପାଉଛି। ତେଣୁ ଲୋକେ କମ୍‌ କିଣୁଛନ୍ତି। ତରଭୁଜ ବେପାର ବି ମଧ୍ୟ ସେତେଟା ହେଉନାହିଁ। କହିବାକୁ ଗଲେ ଖରା ଯୋଗୁ ବେପାର ପୂରା ମାନ୍ଦା ହୋଇଯାଇଛି।
ମିଲୁ ମହାନ୍ତି,ପରିବା ବ୍ୟବସାୟୀ
ତ୍ରିଶୂଳିଆ ବ୍ରିଜ୍‌ ଦେଇ ଦୈନିକ ହଜାର ହଜାର ଲୋକ ଯାତାୟାତ କରନ୍ତି। ହେଲେ ଖରା କାରଣରୁ ଦିନବେଳା ସେତେ ଲୋକ ଯିବା ଆସିବା କରୁନାହାନ୍ତି। ଆଗରୁ ଦିନକୁ ୧୦୦ରୁ ୧୫୦ ପଇଡ଼ ବିକ୍ରି ହେଉଥିବା ବେଳେ ଏବେ ୬୦ଟି ପଇଡ଼ ବି ବିକ୍ରି ହେଉନି। ଲୋକେ ଏବେ ପଇଡ଼ ଅପେକ୍ଷା ଥଣ୍ଡା ପାନୀୟ ଦୋକାନରେ ଭିଡ଼ ଜମାଉଛନ୍ତି। ତେଣୁ ବ୍ୟବସାୟ ପାଖାପାଖି ଅଧା ହୋଇଯାଇଛି।
ପିଣ୍ଟୁ ବାରିକ, ପଇଡ଼ ବ୍ୟବସାୟୀ


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?