ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ ଅଦାଲତ ଦେଇଥିବା ଆଦେଶକୁ ହାଇକୋର୍ଟ ଖାରଜ କରିଛନ୍ତି। ଏଡେନ୍‌ ଇନ୍‌ଫ୍ରା ପ୍ରୋଜେକ୍ଟ୍‌ସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଚିଟ୍‌ଫଣ୍ଡ କମ୍ପାନୀର ମୁଖ୍ୟ ଇନ୍ଦ୍ରଜିତ୍‌ ଦେଙ୍କ ପକ୍ଷରୁ ଆଗତ ଆବେଦନର ଶୁଣାଣି କରି ହାଇକୋର୍ଟ ଏହି ଆଦେଶ ଦେଇଛନ୍ତି।

ମାମଲାର ବିବରଣୀ ଅନୁସାରେ, ବାଲେଶ୍ୱର ଜିଲା ବାଲିଆପାଳରେ ଉପରୋକ୍ତ କମ୍ପାନୀ ମୁଖ୍ୟାଳୟ ଖୋଲି ସ୍ବଳ୍ପ ସମୟରେ ଜମାଟଙ୍କା ଦୁଇଗୁଣା କରାଇଦେବାର ଲୋଭ ଦେଖାଇ ଜମାକାରୀଙ୍କ ନିକଟରୁ ୨ କୋଟି ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ସିବିଆଇ ପ୍ରାଇଜ୍‌ ଚିଟ୍‌ସ ଏଣ୍ଡ୍‌ ମନି ସର୍କ୍ୟୁଲେସନ୍‌ (ସ୍କିମ୍‌) ବ୍ୟାନିଂ ଆକ୍ଟ୍‌ ୧୯୭୮ ଆଧାରରେ କମ୍ପାନୀ ମୁଖ୍ୟ ଦେଙ୍କୁ ଗିରଫ କରିଥିଲା। ସିବିଆଇ ତାଙ୍କ ବିରୋଧରେ କୋର୍ଟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲା। ତେବେ ଏହି ମାମଲାରେ ସେ ଜାମିନରେ ମୁକୁଳିବା ବେଳେ ସିବିଆଇ କୋର୍ଟରେ ନିଜର ପାସ୍‌ପୋର୍ଟ ୨୦୨୩ ଅକ୍ଟୋବର ୯ ତାରିଖ ଦିନ ଦାଖଲ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ପାସ୍‌ପୋର୍ଟ ପ୍ରଦାନ କରିବାକୁ ସେ ସିବିଆଇ କୋର୍ଟରେ ଆବେଦନ କରିଥିଲେ ବି ତାହା ଖାରଜ ହୋଇଥିଲା। ପରବର୍ତ୍ତି ସମୟରେ ଏହାକୁ ନେଇ ଶ୍ରୀ ଦେ ହାଇକୋର୍ଟରେ ଏକ ମାମଲା ରୁଜୁ କରି ଦୁଇମାସ ପର୍ଯ୍ୟନ୍ତ ତାଙ୍କୁ ପାସ୍‌ପୋର୍ଟ ପ୍ରଦାନ କରିବାକୁ ପ୍ରାର୍ଥନା କରିଥିଲେ। ଏଥିରେ ସେ ଦର୍ଶାଇଥିଲେ ଯେ ଆମେରିକାରେ ତାଙ୍କ ଶାଶୁ ଶଯ୍ୟାଶାୟୀ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ତାଙ୍କ ଛୋଟ ଝିଅ ଓ ସ୍ତ୍ରୀ ମଧ୍ୟ ଆମେରିକାରେ ରହୁଛନ୍ତି। ଆମେରିକାରେ ତାଙ୍କୁ ଗ୍ରୀନ୍‌ କାର୍ଡ ମିଳିଥିବା ବେଳେ ସେ ନିମୟିତ ଭାବେ ଆମେରିକା ଯାଇଥାନ୍ତି ବୋଲି କୋର୍ଟଙ୍କୁ ଦର୍ଶାଇଥିଲେ। ହାଇକୋର୍ଟ ମାମଲାର ଶୁଣାଣି ବେଳେ ଦର୍ଶାଇଛନ୍ତି ଯେ ପାସ୍‌ପୋର୍ଟ ମିଳିଗଲେ ସେ ଫ୍ଲାଇଟ୍‌ରେ ଦେଶ ଛାଡ଼ି ପଳାଇବେ ଅନୁମାନ କରାଯାଇପାରେ ମାତ୍ର ଆଇନରୁ ମୁକୁଳିପାରିବେ ନାହିଁି ବୋଲି ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ଉପରେ ବଡ଼ ଆକ୍ରମଣ ଆରମ୍ଭ କଲା ୟୁକ୍ରେନ, ବିଜୟ ଦିବସ ଅବସରରେ ପୁଟିନ କରିଥାନ୍ତେ ଯୁଦ୍ଧବିରତି ଘୋଷଣା

କିଭ୍,୮।୫: ମଧ୍ୟପ୍ରାଚ୍ୟ ବ୍ୟତିତ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ କମିବାର କୌଣସି ସଙ୍କେତ ଦେଖାଯାଉନାହିଁ। ବିଭିନ୍ନ କାରଣକୁ ତୁଳନା କରିବା ପରେ ରୁଷିଆ ରାଷ୍ଟ୍ରପତି ପୁଟିନ…

IPL 2026 ରେ ହନି-ଟ୍ରାପ ସହ ମ୍ୟାଚ ଫିକ୍ସିଂର ବିପଦ: ଆକ୍ସନ ମୋଡରେ BCCI, ଜାରି କଲା ଗାଇଡଲାଇନ

ନୂଆଦିଲ୍ଲୀ,୮।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ସିଜିନର ଅଧାରୁ ଅଧିକ ଶେଷ ହୋଇସାରିଛି। ଏହା ମଧ୍ୟରେ, ଟୁର୍ଣ୍ଣାମେଣ୍ଟ ସମୟରେ କିଛି ଘଟଣା ଘଟିଛି ଯାହା BCCIର ଚିନ୍ତାକୁ…

ବିଧାୟିକାଙ୍କୁ ଆଲିଙ୍ଗନ କରିବାକୁ ଉଦ୍ୟମ କଲେ ବରିଷ୍ଠ କଂଗ୍ରେସ ନେତା: ଆଉ ତା’ପରେ ଘଟିଲା…, ଦେଖନ୍ତୁ VIDEO

ଥିରୁଭାନନ୍ତପୁରମ୍‌,୮ା୫:କେରଳମ୍‌ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟାଳୟରେ ଗୁରୁବାର ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ଜଣେ ବରିଷ୍ଠ ନେତାଙ୍କ ଅସ୍ବାଭାବିକ ଆଚରଣ ଏବେ ଚର୍ଚ୍ଚାକୁ ଆସିଛି। ବୈଠକ ଆରମ୍ଭ…

ମାଟ୍ରିକ ପରୀକ୍ଷାରେ ଅଭିଷେକ ଗୌଡ଼ ଦିଗପହଣ୍ଡି ବ୍ଳକ ଟପ୍ପର, କୃତି ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା

ଦିଗପହଣ୍ଡି,୮।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି  ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଚଳିତ ବର୍ଷ ମାଟ୍ରିକ ବୋର୍ଡ଼ ବାର୍ଷିକ ପରୀକ୍ଷାରେ ଏ- ୧ ଗ୍ରେଡ଼ରେ ସଫଳତା…

୧୧ରୁ କେନାଲ ପାଣି ବନ୍ଦ, ତେଜିଲା ଅସନ୍ତୋଷ: ଗର୍ଭଣୀ ଅବସ୍ଥାରେ…

ବରଗଡ଼,୮।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ମୁଖ୍ୟ କେନାଲରେ ଆଉ ମାତ୍ର ୩ଦିନ କେନାଲ ପାଣି ଆସିବ। ଆସନ୍ତା ୧୧ତାରିଖରୁ ଏହି କେନାଲରେ ପାଣି ଯୋଗାଣ ବନ୍ଦ ରହିବ। ବରଗଡ଼ ଜଳସେଚନ…

ତାମିଲନାଡୁରେ ବଡ଼ ଟୁଇଷ୍ଟ, DMK-AIADMK ଗୋଟିଏ ମୁହୂର୍ତ୍ତରେ ଗଠନ କରିପାରନ୍ତି ସରକାର! କିଏ କିଙ୍ଗମେକର? ଜାଣନ୍ତୁ…

ଚେନ୍ନାଇ,୮।୫: ତାମିଲନାଡୁରେ କ୍ଷମତା ପାଇଁ ଲଢ଼େଇ ଜୋରଦାର ଚାଲିଛି। ରାଜ୍ୟରେ କିଏ ସରକାର ଗଠନ କରିବ ତାହା ଆକଳନ କରିବା କଷ୍ଟକର। ସାମ୍ପ୍ରତିକ ନିର୍ବାଚନରେ, ଥାଲାପତି ବିଜୟଙ୍କ…

Video: ବିମାନ ଭିତରେ ଯାତ୍ରୀଙ୍କ ବ୍ୟବହାର ଦେଖି କାହିଁକି ରାଗିଗଲେ ମହୁଆ? ଜାଣନ୍ତୁ ଏହାର ଅସଲ କାରଣ

କୋଲକାତା,୮।୫: ତୃଣମୂଳ କଂଗ୍ରେସ ଲୋକ ସଭା ଏମପି ମହୁଆ ମୋଇତ୍ରା ଗୁରୁବାର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ନିକଟରେ ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିଛନ୍ତି।…

ପଶ୍ଚିମବଙ୍ଗର ୬୫% ନବନିର୍ବାଚିତ ବିଧାୟକଙ୍କ ନାମରେ ଆପରାଧିକ ମାମଲା, ୬୧% କୋଟିପତି: ADR

ନୂଆଦିଲ୍ଲୀ,୮ା୫(ପି.ଟି.): ପଶ୍ଚିମବଙ୍ଗର ନବନିର୍ବାଚିତ ବିଧାୟକମାନଙ୍କ ମଧ୍ୟରୁ ୬୫%ଙ୍କ ନାମରେ ଆପରାଧିକ ମାମଲା ରହିଥିବା ନାମାଙ୍କନପତ୍ର ଦାଖଲ ବେଳେ ସେମାନେ ସତ୍ୟପାଠରେ ଦେଇଥିବା ଘୋଷଣାରୁ ଜଣାପଡ଼ିଛି। ପୂର୍ବ ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri