ବାହାଘର ପ୍ରୋସେଶନ ଚାଲିଥିବା ବେଳେ ବରପିତାଙ୍କୁ ଚାପିଦେଲା ବରଯାତ୍ରୀ ବସ୍
ନରସିଂହପୁର,୧୦ା୭: ମୃତ୍ୟୁ କାହାକୁ କେମିତି କେତେବେଳେ ନେବ କେହି କହିପାରିବେ ନାହିଁ। ପୁଅ ବାହାଘର ପାଇଁ ଖୁସିରେ ଘରୁ ବାହାରି ଯାଇଥିବା ବେଳେ ପ୍ରୋସେଶନ ବେଳେ ଘଟିଛି ଅଘଟଣ। ବରଯାତ୍ରୀ ବସ୍ ବରପିତାଙ୍କ ଉପରେ ମାଡ଼ି ଯିବାରୁ ତାଙ୍କର ମୃତ୍ୟୁ ଘଟିଛି।…
ଜବରଦଖଲ ଉଚ୍ଛେଦରୁ ଉତ୍ତେଜନା : ରାସ୍ତାରେ ଶୋଇଗଲେ
ବଡ଼ମ୍ବା,୧୦।୭(ମାୟାଧର ମଲ୍ଲିକ) : ବଡ଼ମ୍ବା ବ୍ଲକ ପ୍ରଶାସନ ତରଫରୁ ମଙ୍ଗଳବାର ଜବରଦଖଲ ଉଚ୍ଛେଦ କରାଯାଇଛି। ବିଶେଷ କରି ବଡ଼ମ୍ବା ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ମୁଖ୍ୟ ରାସ୍ତାପାର୍ଶ୍ୱକୁ ଦୀର୍ଘ ବର୍ଷ ଧରି ଜବରଦଖଲ କରିଥିବା ବ୍ୟବସାୟୀ ଓ ଦୋକାନଘରଗୁଡ଼ିକୁ ଭଙ୍ଗାଯାଇଛି। ବଡ଼ମ୍ବା ଅତିରିକ୍ତ…
କଟକରୁ ପୁରୀ ଗଡ଼ିବ ୨୦୦ ବସ୍
କଟକ,୭ା୭ (କାର୍ତ୍ତିକ ସାହୁ)ପୁରୀ ରଥଯାତ୍ରାକୁ ଯାତ୍ରୀ ପରିବହନ ପାଇଁ କଟକରୁ ପ୍ରାୟ ୨୦୦ ବସ୍ ଗଡ଼ିବ। କଟକ ନେତାଜୀ ବସ୍ ଟର୍ମିନାଲ(ସିଏନ୍ବିଟି)ରୁ ବସ୍ଗୁଡ଼ିକ ଯାତ୍ରୀ ନେଇ ପୁରୀ ଅଭିମୁଖେ ଯାତ୍ରା କରିବେ। ରଥଯାତ୍ରାରେ ପୁରୀକୁ ଯାତ୍ରୀ ପରିବହନ ପାଇଁ ସିଏନ୍ବିଟିରେ ସ୍ବତନ୍ତ୍ର…
ଚାଣକ୍ୟ ହସ୍ପିଟାଲ ସିଲ୍
କଟକ,୭ା୭(ଶିଳ୍ପା ପ୍ରିୟଦର୍ଶିନୀ)କଟକ ରାଣୀହାଟ ଅଞ୍ଚଳରେ ଥିବା ଚାଣକ୍ୟ ହସ୍ପିଟାଲକୁ ଶନିବାର ସିଲ୍ କରାଯାଇଛି। ଜାତୀୟ ମାନବାଧିକାର କମିଶନ୍(ଏନ୍ଏଚ୍ଆର୍ସି)ଙ୍କ ନିର୍ଦ୍ଦେଶକ୍ରମେ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନ ପକ୍ଷରୁ ଉକ୍ତ ହସ୍ପିଟାଲରେ ଚଢ଼ାଉ କରି ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଇଥିଲା। ଯାଞ୍ଚ…
ଷ୍ଟ୍ରେଚରରେ ୨ କି.ମି. ବୁହାହେଲେ ରୋଗୀ
ସାଲେପୁର,୫।୭(ଅରବିନ୍ଦ ଭୂୟାଁ): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗାଁ ରାସ୍ତାଗୁଡିକୁ ପକ୍କା କରିବା ଉପରେ ଗୁରୁତ୍ୱାରୋପ କରୁଥିବାବେଳେ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଲୋକପ୍ରତିନିଧିଙ୍କ ଅବହେଳା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କଟକ ଜିଲା ସାଲେପୁର ବ୍ଲକ ଅଞ୍ଚଳରେ…
ଲାଞ୍ଚ ନେଇ ସହକାରୀ ଆର୍ଆଇ ଗିରଫ
କଟକ,୪ା୭(କାର୍ତ୍ତିକ ସାହୁ): ପୁରୀ ତହସିଲ ଅଧୀନ ଚନ୍ଦନପୁର ଆର୍ଆଇ ସର୍କଲର ସହକାରୀ ଆର୍ଆଇ ପବିତ୍ର କୁମାର କାଣ୍ଡି ଲାଞ୍ଚ ନେବା ମାମଲାରେ ଗୁରୁବାର ଗିରଫ ହୋଇଛନ୍ତି। ଜଣେ ବ୍ୟକ୍ତିଙ୍କଠାରୁ ୫୧୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଧରିଥିଲେ।…
ହାଇକୋର୍ଟ ଗଲେ ଏଲିନା
କଟକ,୪।୭: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ। ଧର୍ମଶାଳାର ‘ବଲେ ବଲେ ଢାବା’ ତାଙ୍କ ନାଁରେ ନ ଥିବା ସେ କହିଛନ୍ତି। ମିଡିଆ ଓ ସୋସିଆଲ ମିଡିଆ ଖବର ଉପରେ ରୋକ ପାଇଁ ଏଲିନା ଆବେଦନ କରିବା ସହ…
ଗାଁ ମୁଣ୍ଡରୁ ମିଳିଲା ଭିଏଲ୍ଡବ୍ଲ୍ୟୁଙ୍କ ମୃତଦେହ
ଚୌଦ୍ୱାର,୪ା୭: କଟଜ ଜିଲା ଚୌଦ୍ବାର ଥାନା ଆଗ୍ରାହାଟ ପଞ୍ଚାୟତର ଏକ ଗାଁ ମୁଣ୍ଡରୁ ଜଣେ ଭିଏଲ୍ଡବ୍ଲ୍ୟୁଙ୍କ ମୃତଦେହ ଜବତ ହୋଇଛି। ମୃତକ ଜଣକ ଗଦାଧର ଗୁରୁ ବୋଲି ଜଣାପଡ଼ିଛି। ସେ ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।…
ପ୍ରଥମ ସ୍ତ୍ରୀ ଫେରି ଅଦିନରେ ପାଳିଲେ ସାବିତ୍ରୀ ବ୍ରତ, ଚିନ୍ତାରେ ଦ୍ୱିତୀୟ ସ୍ତ୍ରୀ
ସାଲେପୁର,୪।୭(ଅରବିନ୍ଦ ଭୂୟଁା)ପ୍ରଥମ ସ୍ତ୍ରୀ ନିଜ ସ୍ବାମୀଙ୍କୁ ଛାଡପତ୍ର ଦେଇ ଅନ୍ୟତ୍ର ପଳାଇ ଯିବାର ୧୫ ବର୍ଷ ପରେ ସ୍ବାମୀ ପାଖକୁ ଫେରି ଅଦିନରେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି। ଏହାକୁ ନେଇ ଏବେ ଦ୍ୱିତୀୟ ସ୍ତ୍ରୀ ଚିନ୍ତାରେ ପଡିଯାଇଛନ୍ତି। ଏଭଳି ଦେଖିବାକୁ…
କୌଳିକ ବୃତ୍ତିରେ ବାପାଙ୍କ ସହ ଉଚ୍ଚଶିକ୍ଷିତା କନ୍ୟା
କଟକ,୪ା୭ (କାର୍ତ୍ତିକ ସାହୁ)ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ଚତୁର୍ଦ୍ଧାମୂର୍ତ୍ତି ଜ୍ୱରରୁ ଆରୋଗ୍ୟ ଲାଭ କରିଛନ୍ତି। ଆଉ ୨ ଦିନ ପରେ ନବଯୌବନ ଦର୍ଶନ। ଭକ୍ତମାନେ ଅତ୍ୟନ୍ତ ଆଗ୍ରହରେ ଅପେକ୍ଷା କରିଛନ୍ତି ଏହି ଦିନକୁ। ହେଲେ ଦେବସ୍ନାନ ପୂର୍ଣ୍ଣିମା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଣସର ବା…
ଓଏସ୍ଏସ୍ସି ପରୀକ୍ଷାର୍ଥୀଙ୍କୁ ଅପହରଣ ପରେ ଲୁଟ୍: ଦୁଇ ଗିରଫ
କଟକ,୩ା୭(କାର୍ତ୍ତିକ ସାହୁ): ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ(ଓଏସଏସସି) ପରୀକ୍ଷା ଦେବାକୁ ଆସିଥିବା ଜଣେ ପରୀକ୍ଷାର୍ଥୀ ଅପହରଣ ପରେ ଲୁଟ୍ର ଶିକାର ହୋଇଛନ୍ତି। ପରୀକ୍ଷାର୍ଥୀଙ୍କ ଘର କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଜାମୁଦା ଅଞ୍ଚଳରେ। ଏନେଇ ସିଡିଏ ଫେଜ ୨ ଥାନାରେ…
ବଡ଼ଶଙ୍ଖଠାରୁ ଗୁଣ୍ଡିଚା ମନ୍ଦିର ଯାଏ ହେବନି ସ୍ଥାୟୀ ନିର୍ମାଣ: ହାଇକୋର୍ଟ
କଟକ,୩ା୭ (କାର୍ତ୍ତିକ ସାହୁ): ପୁରୀ ବଡ଼ଶଙ୍ଖଠାରୁ ଗୁଣ୍ଡିଚା ମନ୍ଦିର ଯାଏ ମୁଖ୍ୟ ରାସ୍ତା ପାର୍ଶ୍ୱରେ କୌଣସି ସ୍ଥାୟୀ ନିର୍ମାଣ ହେବ ନାହିଁ। ଏପରିକି ବ୍ୟବସାୟିକ ଉଦ୍ଦେଶ୍ୟରେ କୌଣସି ଅସ୍ଥାୟୀ ନିର୍ମାଣ ପାଇଁ ମଧ୍ୟ ଅନୁମତି ମିଳିବ ନାହିଁ। ହାଇକୋର୍ଟର ମୁଖ୍ୟ ବିଚାରପତି…
Archives


