କଟକରୁ ପୁରୀ ଗଡ଼ିବ ୨୦୦ ବସ୍‌

କଟକ,୭ା୭ (କାର୍ତ୍ତିକ ସାହୁ)ପୁରୀ ରଥଯାତ୍ରାକୁ ଯାତ୍ରୀ ପରିବହନ ପାଇଁ କଟକରୁ ପ୍ରାୟ ୨୦୦ ବସ୍‌ ଗଡ଼ିବ। କଟକ ନେତାଜୀ ବସ୍‌ ଟର୍ମିନାଲ(ସିଏନ୍‌ବିଟି)ରୁ ବସ୍‌ଗୁଡ଼ିକ ଯାତ୍ରୀ ନେଇ ପୁରୀ ଅଭିମୁଖେ ଯାତ୍ରା କରିବେ। ରଥଯାତ୍ରାରେ ପୁରୀକୁ ଯାତ୍ରୀ ପରିବହନ ପାଇଁ ସିଏନ୍‌ବିଟିରେ ସ୍ବତନ୍ତ୍ର ଭାବେ ୧୩ଟି ବେ’ ରିଜର୍ଭ ରଖାଯାଇଥିବା ଜଣାଯାଇଛି।
କଟକ ବସ୍‌ ମାଲିକ ସଂଘ ସଭାପତି ପ୍ରିୟବ୍ରତ ତ୍ରିପାଠୀଙ୍କ ସୂଚନା ଅନୁଯାୟୀ, ସିଏନ୍‌ବିଟିର ୪ ନମ୍ବର ବେ’ରୁ ପୁରୀକୁ ନିୟମିତ ବସ୍‌ଗୁଡ଼ିକ ଯାଉଛି। ମାତ୍ର ରଥଯାତ୍ରା ପାଇଁ ୧୩ଟା ବେ’ ସ୍ବତନ୍ତ୍ର ଭାବେ ରିଜର୍ଭ ରଖାଯାଇଛି। ସେଥିମଧ୍ୟରୁ ୬ଟି ବେ’ରେ ସ୍ବତନ୍ତ୍ର ବସ୍‌ ଓ ୭ଟି ବେ’ରେ ନିୟମିତ ବସ୍‌ଗୁଡ଼ିକ ଯାତ୍ରୀ ଉଠାଇବେ। ସକାଳ ୭ଟାରୁ ସ୍ବତନ୍ତ୍ର ବସ୍‌ଗୁଡ଼ିକ ଚାଲିବ। କଟକରୁ ପୁରୀକୁ ନିୟମିତ ୮୫ଟି ବସ୍‌ ଚାଲୁଛି। ସନ୍ଧ୍ୟା ସୁଦ୍ଧା ୭୩ଟି ବସ୍‌ ପୁରୀ ପାଇଁ ସ୍ବତନ୍ତ୍ର ପରମିଟ୍‌ ଆଣିଥିବାବେଳେ ପରବର୍ତ୍ତୀ ସମୟରେ ଏହା ଅଧିକ ହେବାର ଆଶା ରହିଛି। ଏହାବାଦ୍‌ ପାର୍ଶ୍ୱବର୍ତ୍ତୀ ଜିଲାରୁ ବସ୍‌ଗୁଡିକ କଟକ ଦେଇ ପୁରୀ ଯାତାୟାତ କରିପାରିବ। ତେବେ ଏସବୁକୁ ମିଶାଇ ପ୍ରାୟ ୨୦୦ ବସ୍‌ ରଥଯାତ୍ରା ଅବସରରେ କଟକରୁ ପୁରୀ ଯାତ୍ରୀ ପରିବହନରେ ନିୟୋଜିତ କରାଯାଇଛି। ପ୍ରାୟ ୫୦ଟି ବସ୍‌ ଏସି ଥିବାବେଳେ ଅବଶିଷ୍ଟ ବସ୍‌ଗୁଡ଼ିକ ନନ୍‌ଏସି। ଓଡ଼ିଶା ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ) ପକ୍ଷରୁ ନିର୍ଦ୍ଧାରିତ ଭଡ଼ାଠାରୁ କେହି ଟଙ୍କାଏ ବି ଅଧିକ ନେବେ ନାହିଁ ବୋଲି ସ୍ପଷ୍ଟ ହୋଇଛି। ଏସ୍‌ଟିଏ ପକ୍ଷରୁ ପ୍ରଚଳିତ ବସ୍‌ ଭଡ଼ା ଅନୁସାରେ କଟକରୁ ପୁରୀକୁ ଏସି ବସ୍‌ ଭଡ଼ା ୧୦୦ ଟଙ୍କା ଓ ନନ୍‌ଏସି ବସ୍‌ ଭଡ଼ା ୮୦ ଟଙ୍କା ଧାର୍ଯ୍ୟ ହୋଇଛି। ଏହାଠାରୁ କୌଣସି ବସ୍‌ ଅଧିକ ଭଡ଼ା ନେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୃଥକ୍‌ ଭାବେ ଏସ୍‌ଟିଏ କମିଶନର, ଆର୍‌ଟିଓ ବୈଠକରେ ବସ୍‌ ମାଲିକଙ୍କୁ ସଂଘ ମାଧ୍ୟମରେ ଅବଗତ କରାଯାଇଛି। ନିୟମିତ ବସ୍‌ଗୁଡ଼ିକ ରଥଯାତ୍ରାରେ ୨ ଥର ଯିବେ ଓ ୨ ଥର ଆସିବେ। ଅପରପକ୍ଷରେ ସ୍ବତନ୍ତ୍ର ଭାବେ ପରମିଟ୍‌ ପାଇଥିବା ବସ୍‌ଗୁଡ଼ିକ କଟକରୁ ପୁରୀ ଥରେ ଲେଖାଏ ଯିବାଆସିବା କରିବେ। ତେବେ ଯାତ୍ରୀଙ୍କ ସମାଗମକୁ ଦୃଷ୍ଟିରେ ରଖି ଆବଶ୍ୟକ ହେଲେ ଅଧିକ ବସ୍‌ ବି ନିୟୋଜିତ କରାଯିବ। ଯାତ୍ରୀଙ୍କ ସୁବିଧା ପାଇଁ ବସ୍‌ ମାଲିକ ସଂଘ ପକ୍ଷରୁ ପାଣି ବୋତଲ ଏବଂ ଓଆର୍‌ଏସ୍‌ ପାଣି ଯୋଗାଇ ଦିଆଯିବ। ଏହାବାଦ୍‌ କଟକ ନେତାଜୀ ବସ୍‌ ଟର୍ମିନାଲରେ ନିରବଚ୍ଛିନ୍ନ ଫିଲ୍‌ଟର ପାଣି ଯୋଗାଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?