ଷ୍ଟ୍ରେଚରରେ ୨ କି.ମି. ବୁହାହେଲେ ରୋଗୀ

ସାଲେପୁର,୫।୭(ଅରବିନ୍ଦ ଭୂୟାଁ): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗାଁ ରାସ୍ତାଗୁଡିକୁ ପକ୍କା କରିବା ଉପରେ ଗୁରୁତ୍ୱାରୋପ କରୁଥିବାବେଳେ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଲୋକପ୍ରତିନିଧିଙ୍କ ଅବହେଳା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କଟକ ଜିଲା ସାଲେପୁର ବ୍ଲକ ଅଞ୍ଚଳରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି। ବର୍ଷା ପରେ ରାସ୍ତା କାଦୁଅ ହୋଇଥିବାରୁ ଗୁରୁବାର ଗାଁକୁ ଆମ୍ବୁଲାନ୍ସ ଆସିପାରିନାହିଁ। ଶେଷରେ ର୍ରେଚରରେ ଜଣେ ରୋଗୀଙ୍କୁ ୨ କିଲୋମିଟରରୁ ଊର୍ଦ୍ଧ୍ୱ ବାଟ ବୋହିଛନ୍ତି। ସାଲେପୁର ବ୍ଲକ ରାମେଶ୍ୱର ପଞ୍ଚାୟତ ଅନ୍ତର୍ଗତ ରେବା ଗାଁର ବିମ୍ବାଧର କାଣ୍ତି (୪୦) ରୋଗରେ ପଡ଼ି ଗୁରୁବାର ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଡାକ୍ତରଖାନାକୁ ନେବାପାଇଁ ୧୦୮ ଆମ୍ବୁଲାନ୍ସ ଡକାଯାଇଥିଲା। ମାତ୍ର ଗାଁ ରାସ୍ତାଟି ପାଣି କାଦୁଅରେ ଭରି ରହିଥିବାରୁ ସେଠାକୁ ଆମ୍ବୁଲାନ୍ସ ଯାଇ ପାରି ନ ଥିଲା। ବାଧ୍ୟ ହୋଇ ଗ୍ରାମବାସୀ ଷ୍ଟ୍ରେଚର ଯୋଗେ ତାଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବା ପରେ ସେଠାରୁ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।
ରାମେଶ୍ୱର ପଞ୍ଚାୟତ ଉଚ୍ଚଢିଅଠାରୁ ରେବା ହାଇସ୍କୁଲ ପର୍ଯ୍ୟନ୍ତ ପ୍ରାୟ ୨କିମି ଦୂର । ପଞ୍ଚାୟତରୁ ଗାଁକୁ ସଂଯୋଗ ହୋଇଥିବା ରାସ୍ତା ଉପରେ ଏହି ଗ୍ରାମର ୧୫ ନମ୍ବର ୱାର୍ଡର ୮୦୦ରୁ ଊର୍ଦ୍ଧ୍ୱ ଜନସାଧାରଣ ନିର୍ଭରଶୀଳ। ଆଖ ପାଖ ପଞ୍ଚାୟତର ସ୍କୁଲ ପିଲାଙ୍କଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକେ ଏହି ରାସ୍ତାଦେଇ ଯାତାୟାତ କରନ୍ତି। ଏହି ରାସ୍ତାରେ ବର୍ଷା ଦିନେ ଜରୁରିକାଳୀନ ଗାଡି ଆସିବା ତ ଦୂରର କଥା, ଯାତାୟାତ ଏକ ପ୍ରକାର ଠପ୍‌ ହୋଇଯାଏ। ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ପ୍ରଶାସନ ନେତା ମନ୍ତ୍ରୀଙ୍କୁ ଗୁହାରି କଲେ ମଧ୍ୟ କୌଣସି ସୁଫଳତା ମିଳି ପାରିଲା ନାହଁ । ପ୍ରଶାସନ ଏଥିପ୍ରତି ତୁରନ୍ତ ପ୍ରତି ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଖାଇବାକୁ ଯାଉଥିବା ବେଳେ ପିକଅପ୍ ଭ୍ୟାନ ଧକ୍କାରେ କଂଗ୍ରେସ ନେତାଙ୍କ ଦେହାନ୍ତ; ଅଞ୍ଚଳରେ ଶୋକ

ଭଞ୍ଜନଗର,୧୯।୧୧(ବାବୁଲା ପ୍ରଧାନ): ଭଞ୍ଜନଗରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ପିକ୍‌ଅପ୍ ଭ୍ୟାନ୍ ଧକ୍କାରେ କଂଗ୍ରେସ ନେତାଙ୍କ ଦେହାନ୍ତ ହୋଇଛି । ଜଣାଶୁଣା କଂଗ୍ରେସ ନେତା ତଥା…

ସଫେଇ ଦେଲେ ଟିମ ଇଣ୍ଡିଆର ବ୍ୟାଟିଂ କୋଚ୍‌: ସିରାଜଙ୍କୁ ଦଳରୁ ବାଦ ଦେବାକୁ ନେଇ କହିଦେଲେ ଭିତିରି କଥା

ୱେଲିଂଟନ,୧୯।୧୧: ୱେଲିଂଟନ ଟେଷ୍ଟରେ ଭାରତୀୟ ଦଳର ପ୍ରଦର୍ଶନ ଅପେକ୍ଷା ଚୂଡ଼ାନ୍ତ ଏକାଦଶ ଚୟନକୁ ନେଇ ଅଧିକ ଚର୍ଚ୍ଚା ହେଉଛି। ପ୍ରଥମ ଟେଷ୍ଟରେ ରବୀନ୍ଦ୍ର ଜାଡେଜା ଓ ମହମ୍ମଦ…

ମ୍ୟାଚର ମୋଡ଼ ବଦଳାଇଦେଲେ ନ୍ୟୁଜିଲାଣ୍ଡର ଏହି ଖେଳାଳି: ଶତକ ମାରି ହାସଲ କଲେ ବଡ଼ ଉପଲବ୍ଧି , ଦଳକୁ ଦେଲେ ନୂଆ ଜୀବନ

ନୂଆଦିଲ୍ଲୀ,୧୯।୧୧: ୱେଲିଂଟନର ବେସିନ ରିଜର୍ଭ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମୁକାବିଲା ଆରମ୍ଭ ହୋଇଛି। ଏହି ମ୍ୟାଚରେ ଟିମ ଇଣ୍ଡିଆ ଟସ…

ମହିଳା ଆଇଆଇସିଙ୍କ ମାନବିକତା, ବର୍ଷାରେ ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରି…

ଗଞ୍ଜାମ,୧୯ା୧୧(ବିଦ୍ୟାଧର ସାହୁ): ବାତ୍ୟା ‘ଅକ୍ୱାନ’ ପ୍ରଭାବରେ ବୁଧବାରଠାରୁ ଆରମ୍ଭ ହୋଇଛି ବର୍ଷା। ଲଗାଣ ବର୍ଷା ଯୋଗୁ ଘରୁ ବାହାରକୁ ବାହାରି ପାରୁନାହାନ୍ତି ଲୋକେ। ଏଭଳି ପରିସ୍ଥିତିରେ ଗଞ୍ଜାମ…

ଧନତେରସ୍ ପରଠାରୁ ୧୪ହଜାର ଶସ୍ତା ହେଲା ସୁନା, ୧ ଲକ୍ଷ ଟଙ୍କାକୁ ଖସିବ….

ନୂଆଦିଲ୍ଲୀ,୧୯।୧୧: ଦେଶର ଫ୍ୟୁଚର୍ସ ବଜାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ସୁନା ଦରରେ ଲଗାତାର ଚତୁର୍ଥ ଦିନ ପାଇଁ ହ୍ରାସ ଦେଖିବାକୁ ମିଳିଛି । ଧନତେରସ ପରଠାରୁ…

ଉପକୂଳମୁହାଁ ବାତ୍ୟା ‘ଅକ୍ୱାନ’: ମହାକାଳପଡ଼ାରେ ହାଇଆଲର୍ଟ, ଫେରିଘାଟ ବନ୍ଦ ସହ ଯୁଦ୍ଧକାଳୀନ ଭିତ୍ତିରେ…

ମହାକାଳପଡ଼ା,୧୯ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): ବଙ୍ଗୋପସାଗରରେ ଘନୀଭୂତ ବାତ୍ୟା ଅକ୍ୱାନ ଧିରେ ଧିରେ ବଳ ଗୋଟାଇ ସ୍ଥଳଭାଗ ମୁହାଁ ହୋଇ ଆଗକୁ ବଢୁଛି ବୋଲି ପାଣିପାଗ ବିଭାଗ ସତର୍କତା…

‘କ୍ରିକେଟ୍ ମରୁଛି’, ଶୋଏବ ଅଖତରଙ୍କ ବଡ଼ ବୟାନ; କହିଲେ ବୋତଲ ଢାଙ୍କୁଣିରେ…

ନୂଆଦିଲ୍ଲୀ,୧୯।୧୧: ପାକିସ୍ତାନର ପୂର୍ବତନ ଷ୍ଟାର୍ ଦ୍ରୁତ ବୋଲର ଶୋଏବ ଅଖତରଙ୍କ ଏକ ବୟାନକୁ ନେଇ କ୍ରିକେଟ୍ ଜଗତରେ ଚର୍ଚ୍ଚା ଆରମ୍ଭ ହୋଇଛି । କ୍ରିକେଟ୍ ଧୀରେ ଧୀରେ…

ଲାଞ୍ଚ ନେବାବେଳେ ଗୋଲାମୁଣ୍ଡା ତହସିଲଦାରଙ୍କୁ ମାଡ଼ି ବସିଲା ଭିଜିଲାନ୍ସ, ଏତିକି ଟଙ୍କା ନେଇ…

ଗୋଲାମୁଣ୍ଡା,୧୯ା୧୧(ବଟକୃଷ୍ଣ ପଣ୍ଡା): ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କଳାହାଣ୍ଡି ଜିଲା ଗୋଲାମୁଣ୍ଡା ତହସିଲଦାର ଚନ୍ଦନ କୁମାର ନାୟକ। ଗୁରୁବାର ଜଣେ ବ୍ୟକ୍ତିଙ୍କଠାରୁ ୧୦ ହଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?