କଟକ

ଅଭିଯୋଗ ପରେ ଲାଗିଲା ଫଳକ

ବାଙ୍କୀ,୨ା୬(ସ୍ବ.ପ୍ର.): ବାଙ୍କୀ ଡମପଡ଼ା ବ୍ଲକ ଅନ୍ତର୍ଗତ ରଗଡ଼ି ପଞ୍ଚାୟତର ସିଟି ସ୍କୁଲଠାରୁ ମହିଳା କଲେଜ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଇଛି। ଏଥିରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହେବାପରେ ସୂଚନା ଫଳକ ଲଗାଯାଇଥିଲା। ମାତ୍ର ୨୪ ଘଣ୍ଟା ନ ପୂରୁଣୁ...

ମହିଳା ବେଶରେ ଏସ୍‌ସିବିରୁ କଏଦୀ ଚମ୍ପଟ

କଟକ ଅଫିସ,୨ା୬: କଟକ ଏସ୍‌ସିବି ମେଡିକାଲରୁ ଗୁରୁବାର ଜଣେ ବିଚାରାଧୀନ କଏଦୀ ଚମ୍ପଟ ମାରିଛନ୍ତି। ସେ ହେଲେ ଜଗତ୍‌ସିଂହପୁର ଜିଲା ନାଉଗାଁ ଅଞ୍ଚଳର ସାଜନ ଦାସ। ଏ ନେଇ ଚୌଦ୍ୱାର ଜେଲ୍‌ କର୍ତ୍ତୃପକ୍ଷ ମଙ୍ଗଳାବାଗ ଥାନାରେ ଏତଲା ଦେବା ପରେ...

ଅନ୍‌ଲାଇନ୍‌ ଜୋତାକିଣାରେ ଠକେଇ ମାମଲା: କମ୍ପାନୀକୁ ୬୦ ହଜାର ଜରିମାନା ନିର୍ଦ୍ଦେଶ

କଟକ ଅଫିସ,୨ା୬: ଅନ୍‌ଲାଇନ୍‌ ମାଧ୍ୟମରେ କିଣା ଯାଇଥିବା ୧୩୧୯ ଟଙ୍କାର ଏକ ଜୋତା ପାଇଁ କମ୍ପାନୀକୁ ୬୦ ହଜାର ଟଙ୍କା ଜରିମାନା ଦେବାକୁ କଟକ ଖାଉଟି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଜୋତାର କିଣାମୂଲ୍ୟ ୧୩୧୯ ଟଙ୍କା ମିଶି ମୋଟ...

ପ୍ରଶାସନ ପକ୍ଷରୁ ୩୨ ଜବରଦଖଲକାରୀଙ୍କୁ ଉଚ୍ଛେଦ

ବଡ଼ମ୍ବା,୧।୬(ଡି.ଏନ.ଏ.): ଦୀର୍ଘଦିନ ଧରି ସରକାରୀ ଜାଗାକୁ ଜବରଦଖଲ କରି ଆସୁଥିବା ୩୨ ବ୍ୟକ୍ତିଙ୍କୁ ବଡମ୍ବା ବ୍ଲକ ପ୍ରଶାସନ ପକ୍ଷରୁ ବୁଧବାର ଉଚ୍ଛେଦ କରାଯାଇଛି। ଜବରଦଖଲ ଉଚ୍ଛେଦ ପାଇଁ ବହୁଦିନ ଧରି ଗମେଇ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଆସୁଥିଲା। ହେଲେ କୌଣସି...

ଓଏଚ୍‌ଆର୍‌ସିରେ ୨ ଜନସ୍ବାର୍ଥ ମାମଲା

କଟକ ଅଫିସ,୧।୬: କଟକ ସହରରେ ଚାଲିଥିବା ବକ୍ସଡ୍ରେନ୍‌ ନିର୍ମାଣ ଓ ତାଳଦଣ୍ଡା କେନାଲର ଉନ୍ନତୀକରଣରେ ବେପରୁଆ କାର୍ଯ୍ୟ ଯୋଗୁ ଅକାଳରେ ଦୁଇଟି ଜୀବନ ଚାଲିଗଲା। ଆଉ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଦୁଇ ଦିନରେ ଦୁଇଟି ସ୍ଥାନରେ ଏଭଳି...

ସିଏମ୍‌ସି ମେୟର, କମିଶନରଙ୍କୁ ଘେରାଉ

କଟକ ଅଫିସ,୧।୬: କଟକ ମହାନଗର ନିଗମ(ସିଏମ୍‌ସି) ଅଧୀନ ଗମାଣ୍ଡିଆ ଅଞ୍ଚଳରେ ହ୍ୟୁମ୍‌ ପାଇପ୍‌ ତଳେ ଚାପି ହୋଇ ଛାତ୍ରୀ ଏନ୍‌. ମୋହିନିଙ୍କ ମୃତ୍ୟୁକୁ ନେଇ ବୁଧବାର ଉତ୍ତେଜନା ପ୍ରକାଶ ପାଇଥିଲା। ମୃତା ଛାତ୍ରୀଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ପାଇଁ ସିଏମ୍‌ସି...

ତହସିଲ କାର୍ଯ୍ୟାଳୟରୁ ଆର୍‌ଆଇଙ୍କ ଝୁଲନ୍ତା ମୃତଦେହ ଜବତ

ନିଶ୍ଚିନ୍ତକୋଇଲି, ୩୧।୫(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ତହସିଲ କାର୍ଯ୍ୟାଳୟର ୨ୟ ମହଲାରେ ଲାଗିଥିବା ଏକ ପଙ୍ଖାରୁ ମଙ୍ଗଳବାର ଅପରାହ୍ନରେ ତରତ ରାଜସ୍ବ ନିରୀକ୍ଷକ (ଆର୍‌ଆଇ) ସଞ୍ଜୟ କୁମାର ଦାସ(୪୮)ଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଛି। ଖବରପାଇ ନିଶ୍ଚିନ୍ତକୋଇଲି ଥାନା ପୋଲିସ...

ପାଇପ୍‌ଲାଇନ ତଳେ ଚାପିହୋଇ ଛାତ୍ରୀ ମୃତ

କଟକ ଅଫିସ,୩୧ା୫: କଟକରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ଯୋଗୁ ଯାତାୟାତ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ନ ଥିବାରୁ ସୋମବାର ତାଳଦଣ୍ଡା କେନାଲରେ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଏହାର ୨୪ଘଣ୍ଟା ନ...

ପୋଲ ଭୁଶୁଡ଼ି ନାବାଳିକା ଗୁରୁତର

କଟକ ଅଫିସ, କଟକ କେଶରପୁରରେ ବକ୍ସ ଡ୍ରେନ କାମ ଚାଲୁଥିବା ବେଳେ ଅଘଟଣ ଘଟିଛି । ଏକ ଅସ୍ଥାୟୀ ଲୁହା ପୋଲ ଦେଇ ପାର ହେଉଥିବାବେଳେ ଜଣେ ନାବାଳିକା ଖସି ପଡିବା ପରେ ଦୁଇ ଲୁହା ପାଇପ ମଧ୍ୟରେ ଚାପି...

ପୋଖରୀରେ ବିଷ ପକାଇ ମାଛ ମାରିଦେଲେ

ନିଶ୍ଚିନ୍ତକୋଇଲି,୩୦।୫(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ନତକାଇ ପଞ୍ଚାୟତରେ ଏକ ପୋଖରୀରେ କୌଣସି ଦୁର୍ବୃତ୍ତ ବିଷ ପକାଇ ଲକ୍ଷାଧିକ ଟଙ୍କାର ମାଛ ମାରିଦେଇଥିବା ଅଭିଯୋଗ ହୋଇଛି। ଏହାକୁ ଭିତ୍ତି କରି ପୋଲିସ ଥାନାରେ ମାମଲା (ନଂ. ୯୬/୨୩) ରୁଜୁ କରି...

କେନାଲକୁ ଖସିଲା କାର୍‌, ଜଣେ ମୃତ

କଟକ ଅଫିସ,୨୯ା୫: କଟକ ତାଳଦଣ୍ଡା କେନାଲକୁ ସୋମବାର ଏକ କାର୍‌ ଭାରସାମ୍ୟ ହରାଇ ଖସିପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି। କଲ୍ୟାଣନଗର ପାର୍ଶ୍ୱସ୍ଥ ତାଳଦଣ୍ଡା କେନାଲ ଭିତରକୁ କାର୍‌ଟି ଖସିପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ...

ମଦ୍ରାସାରେ ନିର୍ଯାତନା ଅଭିଯୋଗ: ଚାଲିକି ଯାଉଥିଲେ ଘର

ନିଶ୍ଚିନ୍ତକୋଇଲି,୨୮।୫(ସ୍ବ.ପ୍ର.): କଟକ ଜିଲା ସୁକରପଡ଼ାରେ ଥିବା ଏକ ମଦ୍ରାସାରେ ପିଲାଙ୍କୁ ମାଡ଼ ମାରିବା ସହ ଘର ଲୋକଙ୍କ ସହ କଥାକରାଇ ନ ଦେବା ଏହିପରି ବିଭିନ୍ନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ଫଳରେ ଶନିବାର ବିଳମ୍ବିତ ରାତିରେ ମାଡ୍ରାଶାରୁ ୬ଜଣ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri