କଲେଜ ନିର୍ବାଚନ ପାଇଁ ରାଜନୀତି କରୁଛି ଛାତ୍ର ବିଜେଡି: ଅରିନ୍ଦମ
କଟକ,୫ା୯(ଶିଳ୍ପା ପ୍ରିୟଦର୍ଶିନୀ): କଟକରେ ଆୟୋଜିତ ସ୍ବାୟତ୍ତଶାସନ ଦିବସ କାର୍ଯ୍ୟକ୍ରମ ପରେ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ଶା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ସମ୍ପର୍କରେ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ବିଭିନ୍ନ ସ୍ଥାନରେ ପ୍ରତିବାଦର ସ୍ବର ଉଠିବା ସହ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ…
ରେଭେନ୍ସାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ: ନାମ ପରିବର୍ତ୍ତନକୁ ନେଇ ବିବାଦ
କଟକ,୪ା୯: ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମ ପରିବର୍ତନ ଚର୍ଚ୍ଚା ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ବୁଧବାର କ୍ୟାମ୍ପସରେ ଉତ୍ତେଜନା ସୃଷ୍ଟି ହୋଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମ ପରିବର୍ତ୍ତନ ନ କରିବା ଦାବିରେ ବୁଧବାର ଏକ ଛାତ୍ର ଗୋଷ୍ଠୀ ମଶାଲ ଶୋଭାଯାତ୍ରା କରିଥିଲେ। ତେବେ…
ଲୋକମାନେ ନିର୍ବାଚିତ କରିଛନ୍ତି ତାଙ୍କ କଥା ବୁଝିବା ପାଇଁ, ଅଭିଯୋଗ ଆସିଲେ…
କଟକ,୪ା୯: କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଷ ବୁଧବାର ବିଧାନସଭା ଅଧିବେଶନ ସରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସାମ୍ନାରେ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ସାଧାରଣ ଲୋକଙ୍କ ଅଭିଯୋଗ ଆସିଲେ, ଲୋକେ ହଇରାଣ ହେଲେ ମୁଁ ସବୁ ଅଫିସରେ…
ଗ୍ରେସ୍ ମାର୍କ ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ଓଟିଇଟି ପରୀକ୍ଷାର୍ଥୀ
କଟକ,୪ା୯ (କାର୍ତ୍ତିକ ସାହୁ):ଗ୍ରେସ୍ମାର୍କ ପ୍ରଦାନ ଦାବିରେ ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ(ଓଟିଇଟି) ପରୀକ୍ଷାର୍ଥୀମାନେ କଟକସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଧାରଣା ଦେଇଛନ୍ତି। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ପରୀକ୍ଷାର୍ଥୀମାନେ ପୂର୍ବାହ୍ନ ୧୧ଟାରୁ ଧାରଣାରେ ବସିଥିଲେ। ତେବେ…
ବିଜେଡିରୁ ଇସ୍ତଫା ଦେଲେ ବିଷ୍ଣୁ ଚରଣ ପରିଡ଼ା
ମଙ୍ଗୁଳି-ଜଗତପୁର/ଚୌଦ୍ୱାର,୪ା୯ (ମାନସ ସାମଲ/ଆଶୁତୋଷ ଦାସ):ଚୌଦ୍ୱାର-କଟକ ବିଧାୟକଙ୍କ ପୂର୍ବତନ ପ୍ରତିନିଧି ତଥା ଚୌଦ୍ୱାର ନଗର ବିଜେଡିର ପୂର୍ବତନ ସଭାପତି ବିଷ୍ଣୁ ଚରଣ ପରିଡ଼ା ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ତାଙ୍କ ଇସ୍ତଫାପତ୍ରକୁ ବିଜେଡି କଟକ ଜିଲା…
ଅଚାନକ ଅବକାରୀ କାର୍ଯ୍ୟାଳୟରେ ପହଞ୍ଚିଲେ ବିଧାୟିକା ସୋଫିଆ ଫିର୍ଦୋସ: ଫାଇଲ୍ ଘାଣ୍ଟିବା ପରେ…
କଟକ,୩।୯(ଶିଳ୍ପା ପ୍ରିୟଦର୍ଶିନୀ): ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦୋସ ଅଚାନକ ଅବକାରୀ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ କଟକ ପରିଦର୍ଶନ କରିଛନ୍ତି। ଏହି କାର୍ଯ୍ୟାଳୟକୁ ଭୁବନେଶ୍ବରକୁ ଉଠାଇ ନେବାର ଖବର ପାଇବା ପରେ ବିଧାୟିକା ସେଠାରେ ପହଞ୍ଚିଥିଲେ। କାର୍ଯ୍ୟାଳୟ ବୁଲି ଦେଖିବା ସହିତ କାଗଜପତ୍ର ଗୁଡିକ…
ରେଭେନ୍ସା ନାଁ ବଦଳିବା ଦରକାର, କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର,୩୧ା୮: ରେଭେନ୍ସା ନାଁ ବଦଳିବା ଦରକାର ବୋଲି ଶନିବାର ସ୍ବାୟତ୍ତ ଶାସନ ଦିବସ ପାଳନ ଉତ୍ସବରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେ କହିଛନ୍ତି, ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନର ଆବଶ୍ୟକତା ରହିଛି। ଯେଉଁ ରେଭେନ୍ସାଙ୍କ ନାଁରେ ଏହା…
ବନ୍ୟାସ୍ରୋତରେ ମହାନଦୀପଠାରୁ ଅତଡ଼ା ଧସୁଛି
ରଘୁନାଥପୁର, ୩୦।୮(ରାଜେନ୍ଦ୍ର ନାରାୟଣ ସିଂହ): ମହାନଦୀ ସାଉଥ୍ ଜଳସମ୍ପଦ ବିଭାଗ ତଥା ମଣିଜଙ୍ଗା ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଅଧୀନରେ ଥିବା ରଘୁନାଥପୁର ତହସିଲ ଅନ୍ତର୍ଗତ ତାରପୁର, ଗୋକୁଳପୁର ଓ ହରିଶପୁରଠାରେ ମହାନଦୀ ପଠା ବନ୍ୟାସ୍ରୋତରେ ନଦୀଗର୍ଭରେ ଲୀନ ହେବାକୁ ଲାଗିଛି। ଧୀରେ…
ଦଶମ ପାସ୍ ନକଲି ଡାକ୍ତର ଗିରଫ
ଭୁବନେଶ୍ୱର,୨୯ା୮(ସତ୍ୟଜିତ୍ ରାଉତ): ଶିକ୍ଷାଗତ ଯୋଗ୍ୟତା ଦଶମ, ହେଲେ କାମ ଥିଲା ଅତି ଚତୁର। ନିଜକୁ ଡାକ୍ତର ପରିଚୟ ଦେଇ ଘର ଘର ବୁଲି ସ୍ବାସ୍ଥ୍ୟ ସମସ୍ୟା ପଚାରି ବୁଝୁଥିଲେ। କର୍କଟଠୁ ଆରମ୍ଭ କରି କିଡ୍ନୀ, ଡାଇବେଟିସ୍, ଗ୍ୟାସ୍ ଭଳି ବହୁ ରୋଗ…
ଭାଜପା ଏମ୍ପିଙ୍କୁ ହାଇକୋର୍ଟଙ୍କ ନୋଟିସ୍
କଟକ,୨୮ା୮ (କାର୍ତ୍ତିକ ସାହୁ):ଯାଜପୁର ଏମ୍ପି ରବୀନ୍ଦ୍ର ନାରାୟଣ ବେହେରାଙ୍କୁ ହାଇକୋର୍ଟ ମଙ୍ଗଳବାର ନୋଟିସ ଜାରି କରିଛନ୍ତି। ତାଙ୍କ ବିରୋଧରେ ଆଗତ ନିର୍ବାଚନୀ ଅନିୟମିତତା ମାମଲାକୁ ବିଚାର ପାଇଁ ଗ୍ରହଣ କରି ହାଇକୋର୍ଟ ଜବାବ ଦାଖଲ ନିମନ୍ତେ ଆଦେଶ ଦେଇଛନ୍ତି। ଆସନ୍ତା ସେପ୍ଟେମ୍ବର…
ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ: ଏଥର ପାସ୍ ହାର ରହିଛି…
କଟକ,୨୩।୮: ୨୦୨୪ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥର ମୋଟ ୭୯୬ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪୪୧ ଛାତ୍ରୀଛାତ୍ର ପାସ କରିଛନ୍ତି। ପାସ୍ ହାର ୫୫.୪% ରହିଛି। ସେହିପରି ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ…
୨ ସପ୍ତାହ ସମୟ ନେଲେ ରାଜ୍ୟ ସରକାର
କଟକ,୨୨ା୮ (କାର୍ତ୍ତିକ ସାହୁ):ଯାଜପୁର ଜିଲାର ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ଶିକ୍ଷୟିତ୍ରୀ ଉଠ୍ବସ୍ କରାଇବା ହେତୁ ତାଙ୍କର ମୃତ୍ୟୁ ଘଟିବା ନେଇ ରୁଜୁ ମାମଲାର ଶୁଣାଣି ବୁଧବାର ହାଇକୋର୍ଟରେ ହୋଇଛି। ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ଶାରୀରିକ ଦଣ୍ଡ ଦିଆ ନ ଯିବା ଉପରେ…
Archives


