ବନ୍ୟାସ୍ରୋତରେ ମହାନଦୀପଠାରୁ ଅତଡ଼ା ଧସୁଛି

ରଘୁନାଥପୁର, ୩୦।୮(ରାଜେନ୍ଦ୍ର ନାରାୟଣ ସିଂହ): ମହାନଦୀ ସାଉଥ୍‌ ଜଳସମ୍ପଦ ବିଭାଗ ତଥା ମଣିଜଙ୍ଗା ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଅଧୀନରେ ଥିବା ରଘୁନାଥପୁର ତହସିଲ ଅନ୍ତର୍ଗତ ତାରପୁର, ଗୋକୁଳପୁର ଓ ହରିଶପୁରଠାରେ ମହାନଦୀ ପଠା ବନ୍ୟାସ୍ରୋତରେ ନଦୀଗର୍ଭରେ ଲୀନ ହେବାକୁ ଲାଗିଛି। ଧୀରେ ଧୀରେ ପାଣି ବନ୍ଧମୁହାଁ ହେଉଛି। ଫଳରେ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି। ଗତ ୧୫ ବର୍ଷରେ ୨୫ ମିଟରରୁ ଊର୍ଦ୍ଧ୍ୱ ପଠା କ୍ଷୟ ହୋଇ ନଦୀଶଯ୍ୟାରେ ମିଶିଯାଇଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏହାକୁ ରୋକିବା ପାଇଁ ସମ୍ପୃକ୍ତ ବିଭାଗ ପକ୍ଷରୁ କେତୋଟି ସ୍ପର୍‌ ନିର୍ମାଣ କରାଯାଇଛି। ତେବେ ପୂର୍ବବତ ପଠାରୁ ଅତଡ଼ା ଧସିବାରେ ଲାଗିଛି। ଗୋକୁଳପୁର ସତୀବଣଠାରେ ବଡ଼ ଅତଡ଼ା ଧସିବାରେ ଲାଗିଛି। ଏପରିକି କେତେଜଣ ବ୍ୟକ୍ତିଙ୍କ ନିଜସ୍ବ ଜମି ମଧ୍ୟ ନଦୀରେ ମିଶିଯାଇଛି। ସେହିପରି ହରିଶ୍‌ପୁରଠାରେ ମଧ୍ୟ ଅନୁରୂପ ଅବସ୍ଥା ଦେଖାଯାଇଛି। ପଠାର ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଗଛ ଲଗାଯାଇ ଜଙ୍ଗଲ ସୃଷ୍ଟି ହୋଇଥିଲେ ସୁଦ୍ଧା ବନ୍ୟାପାଣି ସ୍ରୋତରେ ୩୦ ପ୍ରତିଶତ ଜଙ୍ଗଲ ନଷ୍ଟ ହୋଇଯାଇଥିବା ସ୍ଥାନୀୟ ଅଧିବାସୀ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ତାରପୁର ବେଲବଣଠାରୁ ଜଇପୁର ଦସୁଆଦଣ୍ଡା ପର୍ଯ୍ୟନ୍ତ ୬ କିମି ମହାନଦୀ ବନ୍ଧ ବାଲିରେ ନିର୍ମିତ। ତେଣୁ ଏହି ସ୍ଥାନ ଦୁର୍ବଳ ବୋଲି ୧୦ ବର୍ଷ ତଳେ ତାଳଦଣ୍ଡା କେନାଲ ପୁନଃଉଦ୍ଧାର କାର୍ଯ୍ୟ ସମୟରେ ତତ୍କାଳୀନ ବିଭାଗୀୟ ଅଧିକାରୀ କହିଥିଲେ। ଏଥିଯୋଗୁ ନଦୀରେ ବନ୍ୟାଜଳ ଅଧିକ ହେଲେ ନିକଟବର୍ତ୍ତୀ ଗ୍ରାମରେ ପାଣି ଝରି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ। ଯଦି ଏହିପରି ଭାବେ ପଠା କ୍ଷୟ ହୋଇ ପାଣି ବନ୍ଧମୁହଁା ହୁଏ ତାହାଲେ ବନ୍ଧକୁ ସୁରକ୍ଷା ଦେବା ଅସମ୍ଭବ ହୋଇପଡିବ। କୌଣସି ସ୍ଥାନରେ ଘାଇ ସୃଷ୍ଟି ହେଲେ ବନ୍ୟାପାଣି ଜଗତ୍‌ସିଂହପୁର ସଦର ମହକୁମା ସହ ଜିଲାର ଅର୍ଦ୍ଧାଧିକ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ରହିଛି। ଏହି ୬ କିମି ବ୍ୟାପୀ ନଦୀବନ୍ଧର ସୁରକ୍ଷା ନିମନ୍ତେ ତିନୋଟି ଗ୍ରାମର ପଠା ଖାଉଥିବା ସ୍ଥାନକୁ ଦୀର୍ଘମିୟାଦୀ ସ୍ଥାୟୀ ପ୍ରତିକାର କରାଯିବା ନିମନ୍ତେ ଅଞ୍ଚଳବାସୀଙ୍କ ପକ୍ଷରୁ ଜିଲାପାଳ, ସ୍ଥାନୀୟ ବିଧାୟକ, ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ,ବିଭାଗୀୟ ସଚିବ ଓ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସ୍ବଳ୍ପ ପଠାର ସୁରକ୍ଷା ପାଇଁ ଟେଣ୍ଡର ହୋଇଥିବା ଏବଂ ବର୍ଷା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଇପୁର ସେକ୍ସନ ଯନ୍ତ୍ରୀ ତପନ କୁମାର ସ୍ବାଇଁ ପ୍ରକାଶ କରିଛନ୍ତି। ସେହିପରି ନିଜେ ଯାଇ ବାସ୍ତବ ସ୍ଥିତି ସମ୍ପର୍କରେ ଅବଗତ ହେବେ ବୋଲି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରତ୍ୟୁଷ କୁମାର ତରେଇ ପ୍ରକାଶ କରିଛନ୍ତି। ବେଳ ଥାଉ ଥାଉ ସାବଧାନ ନ ହେଲେ ଏଥିପାଇଁ ସରକାର ଦାୟୀ ରହିବେ ବୋଲି ବୁଦ୍ଧିଜୀବୀଙ୍କ ପକ୍ଷରୁ ସତର୍କ କରାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟି ଚାଳକଙ୍କୁ ଚାପିଦେଲା ମୋରମ ବୋଝେଇ ହାଇଓ୍ବା, ଲୋକେ ଚକାତଳୁ ମୃତଦେହ କାଢ଼ି…

ପୁରୁଷୋତ୍ତମପୁର,୧ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କାଦେଇଥିଲା। ଫଳରେ…

ଭାରତ-ଜାପାନ ମଧ୍ୟରେ ବଡ଼ ଡିଲ୍, ପ୍ରତିରକ୍ଷା ଓ AI କ୍ଷେତ୍ରକୁ ନେଇ ଏହି ଘୋଷଣା….

ନୂଆଦିଲ୍ଲୀ,୨।୭: ପ୍ରତିରକ୍ଷା, ଶକ୍ତି ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ସମେତ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଭାରତ ଏବଂ ଜାପାନ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର…

କଂଗ୍ରେସ ସହ ବିଲୟ ହେବ କି NCP-SP: ଶରଦ ପାଓ୍ବାର ଦେଲେ ବଡ଼ ବୟାନ

ପୁଣେ,୨।୭: ମହାରାଷ୍ଟ୍ର ରାଜନୀତି ସମ୍ପର୍କରେ ଏକ ବଡ଼ ଖବର ଆସିଛି। ଶରଦ ପାୱାର କଂଗ୍ରେସ ସହିତ NCP-SP ର ମିଶ୍ରଣ ସମ୍ପର୍କରେ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି।…

ମା-ମାମୁ ମୋବାଇଲ ଛଡ଼ାଇ ନେବାରୁ ବିଷ ପିଇଦେଲେ ନାବାଳିକା

ଉଦଳା,୧ା୭(ସନ୍ତୋଷ କୁମାର ବାଛିନି): ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଲେ ବୋଲି ବିଷ ପିଇଦେଇଛନ୍ତି ଜଣେ ନାବାଳିକା। ଏଭଳି ଘଟଣା ଘଟିଛି ରାଜ ବରହମପୁର ଥାନା ଗଗପାଳ…

ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ଅନିୟମିତତା ଅଭିଯୋଗ, ବିଧାୟକଙ୍କ ଅନୁରୋଧ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

କଟକ ସଦର,୨।୭(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଷ୍ଟାଫ କ୍ୱାର୍ଟର ନିର୍ମାଣରେ ବ୍ୟାପକ ଅନିୟମିତା ନେଇ ଅଭିଯୋଗ ହୋଇ ଆସୁଥିଲା ।…

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା, ଏସବୁ ସ୍ଥାନରେ ଅଧିକ

ଭୁବନେଶ୍ୱର,୧ା୭: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ବିଶେଷକରି ୫ଟି ସ୍ଥାନରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୦୦ ମି.ମି ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ୱରସ୍ଥିତ…

କଲେଜ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଛାତରୁ ଡେଇଁ ଆତ୍ମହତ୍ୟା କଲେ ମା’! କାରଣ ଜାଣିଲେ…

ବଲାଙ୍ଗୀର,୨।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀ ନଗର ପଡାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଭଡା ଘରେ ରହୁଥିବା ଜଣେ ମହିଳା…

ଆଦାନୀ ସହ ବଡ଼ ଚୁକ୍ତି ସ୍ବାକ୍ଷର କଲେ ଓଡ଼ିଶା ସରକାର: ସୃଷ୍ଟି ହେବ ୫୩,୫୦୦ ନୂଆ ନିଯୁକ୍ତି

ଭୁବନେଶ୍ୱର,୨।୭: ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ବଡ଼ ଚୁକ୍ତି ସ୍ବାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଲୋକସେବା ଭବନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri