ଅଚାନକ ଅବକାରୀ କାର୍ଯ୍ୟାଳୟରେ ପହଞ୍ଚିଲେ ବିଧାୟିକା ସୋଫିଆ ଫିର୍ଦୋସ: ଫାଇଲ୍‌ ଘାଣ୍ଟିବା ପରେ…

କଟକ,୩।୯(ଶିଳ୍ପା ପ୍ରିୟଦର୍ଶିନୀ): ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦୋସ ଅଚାନକ ଅବକାରୀ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ କଟକ ପରିଦର୍ଶନ କରିଛନ୍ତି। ଏହି କାର୍ଯ୍ୟାଳୟକୁ ଭୁବନେଶ୍ବରକୁ ଉଠାଇ ନେବାର ଖବର ପାଇବା ପରେ ବିଧାୟିକା ସେଠାରେ ପହଞ୍ଚିଥିଲେ। କାର୍ଯ୍ୟାଳୟ ବୁଲି ଦେଖିବା ସହିତ କାଗଜପତ୍ର ଗୁଡିକ ତଳେ ପଡିଥିବା ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ। ରାତି ଅଧିଆ ତରବରିଆ ଭାବେ ଫାଇଲଗୁଡିକ ସ୍ଥାନାନ୍ତରିତ କରିବା ଘଟଣା ବିଷୟରେ ବିଧାୟିକା ଅବକାରୀ ଆୟୁକ୍ତଙ୍କ ସହ ଟେଲିଫୋନ ମାଧ୍ୟମରେ ଯୋଗାଯୋଗ କରି ଏଭଳି ଏକ ଖବର ବିଷୟରେ ପଚାରି ବୁଝିବା ସହିତ କଟକକୁ ଶ୍ରୀହୀନ କରିବା ପାଇଁ ଯେଉଁ ଚକ୍ରାନ୍ତ କରାଯାଉଛି ତାହା କେବେ କଟକବାସୀ ଗ୍ରହଣ କରିବେ ନାହିଁ ବୋଲି ବିଧାୟିକା କହିଥିଲେ।
ଏହି କାର୍ଯ୍ୟାଳୟକୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯିବାର କୌଣସି ଯୋଜନା କରାଯାଇ ନାହିଁ ବୋଲି ଆୟୁକ୍ତ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଟକ ନଗର କଂଗ୍ରେସ ପୂର୍ବତନ ସଭାପତି ଗିରିବାଳା ବେହେରା, ଶୈଳବାଳା ଜେନା, ବିକି ଚକ୍ରବର୍ତ୍ତୀ, ସନ୍ତୋଷ ପାତ୍ର, ସୁରଜିତ ସାହୁ, ହରେକୃଷ୍ଣ ବେହେରା, ସ୍ମୃତି ରଞ୍ଜନ ରାଉତ, ସେକ ଗୁଲାମଉଦ୍ଦୀନ ଅହମ୍ମଦ, ଦେବେନ୍ଦ୍ର ପ୍ରସାଦ ସେଠୀ, ସୋନୁ ସ୍ବାଇଁ, ପ୍ରମୁଖ ଉପସ୍ଥିତ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷା: ଏହି ଜିଲାରେ ବନ୍ଦ ରହିବ ସମସ୍ତ ସ୍କୁଲ

ସୁନ୍ଦରଗଡ଼, ୧୮ା୮(ଜୟ ନାରାୟଣ ମେଣ୍ଡୁଳି)- ଲଗାଣ ବର୍ଷା ସହ ପ୍ରତିକୂଳ ପାଗ ଜାରି ରହିଥିବାରୁ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ବୁଧବାର…

ପାଳିବନ୍ଧ ପଞ୍ଚାୟତ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ ଆଣିଲେ ପୂର୍ବତନ ସମିତି ସଭ୍ୟ, କେଉଁ ନିୟମରେ ସର୍ଭେ…

ଗଞ୍ଜାମ,୧୮।୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଆସୁଥିବା ବେଳେ ଏବେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି…

ଥୁଆମୂଳ ରାମପୁରରେ ବିପର୍ଯ୍ୟସ୍ତ ଆଲୋକୀକରଣ ବ୍ୟବସ୍ଥା: ୧୦ ଲକ୍ଷର ସୋଲାର ହାଇମାକ୍ସ ଲାଇଟ୍ ଅଚଳ, ତହସିଲରୁ ମାର୍କେଟ୍ ଯାଏ ଅନ୍ଧାର

ଥୁଆମୂଳ ରାମପୁର,୧୮।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ସଦର ମହକୁମାରେ ଆଲୋକୀକରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗୋଟିଏ ପଟେ ମାନ୍ୟବର ରାଜ୍ୟସଭା MP ସୁଜିତ…

ହାଟଡିହୀ: ଶ୍ରେଷ୍ଠ ବୁଥ୍ ସ୍ତରୀୟ ଅଧିକାରୀ ଭାବେ ଜିତେନ୍ଦ୍ର କୁମାର ସମ୍ବର୍ଦ୍ଧିତ, ଛୁଟିଛି ଶୁଭେଚ୍ଛାର…

ହାଟଡିହୀ/ଛେନାପଦୀ,୧୮।୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସଂଯୋଜନାରେ ସାରା ଓଡ଼ିଶାରେ ସ୍ୱତନ୍ତ୍ର ସଂଘନ ସଂଶୋଧନ…

କାର୍ଯ୍ୟବନ୍ଦ ଚେତାବନୀ ଦେଲେ ହସ୍ପିଟାଲ କର୍ମଚାରୀ

ନବରଙ୍ଗପୁର,୧୮।୮(ସଦାଶିବ ପ୍ରହରାଜ): ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ଅଲ୍‌ ଓଡ଼ିଶା ହସ୍ପିଟାଲ କର୍ମଚାରୀ ସଂଘ ନବରଙ୍ଗପୁର ଜିଲା ଶାଖା। ମଙ୍ଗଳବାର ଭାରତୀୟ…

ବଡ଼ରମ୍ପାସ ସେବା ସମବାୟ ସମିତି ପରିଚାଳନା କମିଟିକୁ ନିଲମ୍ବନ କଲେ ଡିଆରସିଏସ

ହାଟଡିହୀ/ଛେନାପଦୀ,୧୮।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅନ୍ତର୍ଗତ ବଡ଼ରମ୍ପାସ ସେବା ସମବାୟ ସମିତିର ପରିଚାଳନା କମିଟିକୁ ନିଲମ୍ବନ କରାଯାଇଛି। କେନ୍ଦୁଝର ଡିଆରସିଏସ (ଡେପୁଟି ରେଜିଷ୍ଟ୍ରାର…

ଡ୍ୟୁଟି ସାରି ବାଇକ୍‌ରେ ଫେରୁଥିଲେ, ଅଟୋ ସହ ହେଲା ମୁହାଁମୁହିଁ ଧକ୍କା: ଚାଲିଗଲା କନଷ୍ଟେବଳଙ୍କ ଜୀବନ

ଗୁଣପୁର,୧୮।୮(ସୁଜାତା ପାଢ଼ୀ)- ରାୟଗଡ଼ା ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ପୋଲିସ କନଷ୍ଟେବଳଙ୍କ ପ୍ରାଣହାନି ହୋଇଛି। କୁମ୍ଭିକୋଟା ଫାଣ୍ଡିରେ କାର୍ଯ୍ୟରତ କନଷ୍ଟେବଳ କିଶୋର ପତି (୫୦)…

ଦୁଇଗୁଣ ଲାଭର ପ୍ରଲୋଭନ ଦେଇ ୫୩ ଲକ୍ଷ ଧାର ନେଇଥିଲେ, ଫେରସ୍ତ ବେଳକୁ ଚେକ୍‌ ବାଉନ୍ସ: ଅଭିଯୁକ୍ତଙ୍କୁ ବର୍ଷେ ଜେଲଦଣ୍ଡ ସହ…

ଦିଗପହଣ୍ଡି,୧୮।୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (JMFC) କୋର୍ଟରେ ଏକ ଚେକ୍ ବାଉନ୍ସ ମାମଲାର ଚୂଡ଼ାନ୍ତ ଶୁଣାଣି ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri