ଲୋକମାନେ ନିର୍ବାଚିତ କରିଛନ୍ତି ତାଙ୍କ କଥା ବୁଝିବା ପାଇଁ, ଅଭିଯୋଗ ଆସିଲେ…

କଟକ,୪ା୯: କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଷ ବୁଧବାର ବିଧାନସଭା ଅଧିବେଶନ ସରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସାମ୍ନାରେ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ସାଧାରଣ ଲୋକଙ୍କ ଅଭିଯୋଗ ଆସିଲେ, ଲୋକେ ହଇରାଣ ହେଲେ ମୁଁ ସବୁ ଅଫିସରେ ପଶିବି। ଲୋକମାନେ ଆମମାନଙ୍କୁ ନିର୍ବାଚିତ କରିଛନ୍ତି ତାଙ୍କ କଥା ବୁଝିବା ପାଇଁ। ଘରେ ବସିବା ପାଇଁ ନୁହେଁ। ଆମର ସବୁ ଅଫିସ ଭିତରକୁ ଯିବା ପାଇଁ ଅଧିକାର ଅଛି। ସେଇଟା ଆମର କର୍ତ୍ତବ୍ୟ।
ଅବକାରୀ ଅଫିସକୁ କଲ୍‌ ଆସିଲା ରାତି ଅଧିଆ ପ୍ୟାକିଂ ଚାଲିଛି। ଆମେ ସେଠାରେ ପହଞ୍ଚିଲୁ ଏବଂ ଚଢ଼ାଉ କଲୁ। ଆମେ ଆମ ପ୍ରୋଟେକଲ୍‌ ହିସାବରେ କାମ କରିଛୁ ଆଉ ଆଗକୁ ମଧ୍ୟ ଏମିତି କରିବୁ। ଆମେ ଜାଣିଛୁ କେଉଁ ଅଫିସରେ କେମିତି କାହାକୁ ବ୍ୟବହାର କରିବା କଥା। ତେଣୁ ଆମେ ଆମର କର୍ତ୍ତବ୍ୟ କରିବୁ। ଲୋକଙ୍କ ସୁଖଦୁଃଖରେ ଠିଆ ହେବୁ। ଯେମିତି ଲୋକେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ଜଣେ ନିର୍ବାଚିତ ପ୍ରତିନିଧି ହିସାବରେ ଏହା ଆମର କର୍ତ୍ତବ୍ୟ ବୋଲି ସୋଫିଆ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦ ଡ୍ୟାମ୍‌ର ପୁଣି ୨ ଗେଟ୍‌ ଖୋଲିଲା, ୧୧୦ ଫୁଟ ଟପିଲା ଜଳପତ୍ତନ

ସମ୍ବଲପୁର,୧୮ା୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି। କ୍ରମଶଃ ଜଳଭଣ୍ଡାର ମଧ୍ୟକୁ ବନ୍ୟାଜଳ ପ୍ରବେଶ ପରିମାଣ ବୃଦ୍ଧି ପାଉଥିବାରୁ ଶୁକ୍ରବାର ଅପରାହ୍ନରେ...

ନିମାପଡ଼ାରେ ବଢ଼ିଲା ବାର୍ଡ ଫ୍ଲୁ ଆଶଙ୍କା

ନିମାପଡ଼ା,୧୮ା୭(ବିଚିତ୍ରାନନ୍ଦ ସାହୁ): ନିମାପଡ଼ା ଅଞ୍ଚଳରେ ଏବେ କୁକୁଡ଼ା ମଡ଼କ ଯୋଗୁ ବାର୍ଡ ଫ୍ଲୁ ସଂକ୍ରମଣର ଆଶଙ୍କା କରାଯାଉଛି। ନିମାପଡ଼ା ବ୍ଲକ ଅନ୍ତର୍ଗତ ଡେଣୁଅଁ-ଖଣ୍ଡାସାହି ମାଇନର କେନାଲ୍‌...

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି! D ଏରିଆରେ ପ୍ରବେଶ କଲେ ୩ ସନ୍ଦିଗ୍ଧ

ମୋତିହାରୀ,୧୮।୭: ମୋତିହାରୀର ଗାନ୍ଧୀ ମଇଦାନରେ ଶୁକ୍ରବାର ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲି ସମୟରେ କଡ଼ା ସୁରକ୍ଷା ମଧ୍ୟରେ, ସନ୍ଦେହଜନକ ପରିସ୍ଥିତିରେ ତିନି ଜଣ ବ୍ୟକ୍ତି...

ଇନ୍‌କମ୍‌ ଟ୍ୟାକ୍ସ ଦେବା ଏବେ ଆହୁରି ହେଲା ସହଜ, ଅନ୍‌ଲାଇନ୍‌ରେ ଏମିତି ପୂରଣ କରିପାରିବେ ITR-2 ଫର୍ମ

ନୂଆଦିଲ୍ଲୀ,୧୮ା୭: ଆୟକର ବିଭାଗ ୧୮ ଜୁଲାଇ ୨୦୨୫ରୁ ଅନ୍‌ଲାଇନ୍‌ରେ ITR-୨ ଫର୍ମ ଦାଖଲ କରିବାର ସୁବିଧା ଆରମ୍ଭ କରିଛି। ଏବେ ଯେଉଁ ବେତନଭୋଗୀ କରଦାତାମାନଙ୍କର ପୁଞ୍ଜି...

ସୌମ୍ୟାଶୀଙ୍କ ମୃତ୍ୟୁ ଘଟଣା: ପୁଣି ବଡ଼ ଘୋଷଣା କରିଦେଲେ ଭକ୍ତ, ହେବ…

ଭୁବନେଶ୍ୱର,୧୮।୭: ଆସନ୍ତା ୨୧ ତାରିଖରେ ବିଜେଡି ଆରଡିସି ସ୍ତରୀୟ ବିକ୍ଷୋଭ ପାଇଁ ଘୋଷଣା କରିଥିବା ବେଳେ କଂଗ୍ରେସ ମଧ୍ୟ ଏକ ବଡ଼ ନିଷ୍ପତ୍ତି ନେଇଛି। ଏଫ୍‌ଏମ୍‌...

ଶ୍ରାବଣ ମାସରେ KFC ବନ୍ଦ, ହିନ୍ଦୁ ସଂଗଠନର କଡା ଚେତାବନୀ

ଗାଜିଆବାଦ,୧୮।୭: ଉତ୍ତରପ୍ରଦେଶର ଗାଜିଆବାଦର ବସୁନ୍ଧରା ଅଞ୍ଚଳରେ ଶୁକ୍ରବାର ହିନ୍ଦୁ ରକ୍ଷା ଦଳର ସଦସ୍ୟମାନେ ଶ୍ରାବଣ ମାସ ଓ କାଉଡିଆ ଯାତ୍ରା ଚାଲିଥିବା ବେଳେ ଦୁଇଟି ଲୋକପ୍ରିୟ...

କ୍ଲାସ୍‌ ଚାଲିଥିବାବେଳେ ଇଞ୍ଜିନିୟରିଂ କଲେଜରେ ଲାଗିଲା ନିଆଁ: ୬୦ରୁ ଅଧିକ ଛାତ୍ରୀଛାତ୍ର…

ଭୁବନେଶ୍ୱର,୧୮ା୭: ରାଜଧାନୀର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଶୁକ୍ରବାର ପୂର୍ବାହ୍ନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ତେବେ ଅଗ୍ନିକାଣ୍ଡ ପରେ ୬୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ସୁରକ୍ଷିତ ଭାବେ...

FM କଲେଜ ଛାତ୍ର ମୃତ୍ୟୁ ଘଟଣା: ପୁଣି ଆନ୍ଦୋଳନ କରିବ ବିଜେଡି

ଭୁବନେଶ୍ୱର,୧୮।୭: ଆସନ୍ତା ୨୧ ତାରିଖରେ ବିଜେଡିର ଆରଡିସି ସ୍ତରୀୟ ବିକ୍ଷୋଭ। କଟକ, ସମ୍ବଲପୁର, ବ୍ରହ୍ମପୁର ଆରଡିସି ଜୋନରେ ବିକ୍ଷୋପ କରିବ ବୋଲି ବିଜେଡି ନିଷ୍ପତ୍ତି ନେଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri