ପରିଚାଳନାଗତ ତ୍ରୁଟିରୁ ରାଜସ୍ଵ କ୍ଷତି

କଟକ ଅଫିସ,୪।୯: ସହରର ବିକାଶ ଲକ୍ଷ୍ୟରେ ଦୀର୍ଘ ୪ଦଶନ୍ଧି ତଳେ କଟକ ଡେଭଲପମେଣ୍ଟ ଅଥରିଟି (ସିଡିଏ) ଗଠନ ହୋଇଥିଲା। ଗତ ୧ତାରିଖରେ ଏହା ୩୯ବର୍ଷ ପୂରଣ କରିଛି। ସିଡିଏର ବିଭିନ୍ନ ବିଭାଗ କାର୍ଯ୍ୟ ତଦାରଖ ଏବଂ ତ୍ୱରାନ୍ବିତ କରାଇବା ଲାଗି ଅଭିଜ୍ଞ ତଥା ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ହେଲେ ପରିଚାଳନାଗତ ତ୍ରୁଟି ଯୋଗୁ ସିଡିଏର ଉନ୍ନତି ହୋଇପାରୁନାହିଁ ବୋଲି ଅଭିଯୋଗ ହେଉଛି। ସମ୍ପ୍ରତି ସିଡିଏର ଭାଇସ୍‌ ଚେୟାରମ୍ୟାନ ଓ ସେକ୍ରେଟାରି ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦରେ ସ୍ଥାୟୀ ଅଧିକାରୀ ନାହାନ୍ତି। ଏଥିଯୋଗୁ ବିଭିନ୍ନ କାର୍ଯ୍ୟ ତ୍ୱରାନ୍ବିତ ମଧ୍ୟ ହୋଇପାରୁନାହିଁ। ଯାହାଫଳରେ ୨ଏକର ୨୬୦ ଡିସିମିଲ ପରିମିତ ଜାଗାରେ ଗଢିଉଠିଥିବା ଅରୁଣୋଦୟ ଶପିଂ ସେଣ୍ଟର ସମେତ ସିଡିଏ କାର୍ଯ୍ୟାଳୟ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଅରୁଣୋଦୟ ଶପିଂ ସେଣ୍ଟରର ଦୁଇଟି ବ୍ଲକ ଅଦାଲତ ମାମଲାରେ ଛନ୍ଦି ହୋଇପଡ଼ିିଥିବାରୁ ସିିଡିଏ ଏବେ ବର୍ଷକୁ ବିପୁଳ ପରିମାଣର ରାଜସ୍ବ ହରାଉଛି। ୨୦୦୭-୦୮ ଆର୍ଥିକ ବର୍ଷରେ ସିଡିଏ ଏହି ଶପିିଂ ସେଣ୍ଟରରୁ ୩୦ ଲକ୍ଷ ଟଙ୍କା ବାର୍ଷିକ ଭଡ଼ା ପାଉଥିଲା। ଏଠାରେ ବ୍ୟାଙ୍କ୍‌ ଟ୍ରେଜେରି, ଇନ୍‌କମ୍‌ ଟ୍ୟାକ୍ସ କାର୍ଯ୍ୟାଳୟ ପ୍ରଭୃତି ରହିଥିଲା। ମାତ୍ର ପରିଚାଳନାଗତ ତ୍ରୁଟି ଏବଂ ଶପିଂ କମ୍ପ୍ଲେକ୍ସର ଜରାଜୀର୍ଣ୍ଣ ଅବସ୍ଥାରୁ ଏସବୁ ଏଠାରୁ ସ୍ଥାନାନ୍ତର ହୋଇଯିବା କାରଣରୁ ୨୦୧୯-୨୦ ଆର୍ଥିକ ବର୍ଷରେ ମାତ୍ର ୪ଲକ୍ଷ ୮୦ହଜାର ଟଙ୍କା ମିଳିଛି।
ଓଡ଼ିିଶା ଡେଭ୍‌ଲପମେଣ୍ଟ ଆକ୍ଟ (ଓଡିଏ) ଅନୁଯାୟୀ ସିଡିଏ ୧୯୮୨ରେ ଗଠିତ ହୋଇଥିଲା। ଏହାର ପରିଚାଳନା ପାଇଁ ଇଞ୍ଜିନିୟରିଂ, ଫାଇନାନ୍ସ, ପ୍ଲାନିଂ, ଆର୍କିଟେକ ଓ ପ୍ରଶାସନିକ ବିଭାଗ ରହିଛି। ଏହି ବିଭାଗଗୁଡ଼ିକର କାମ ତଦାରଖ ପାଇଁ ଭାଇସ୍‌ ଚେୟାରମ୍ୟାନ ଓ ସେକ୍ରେଟାରି ନିଯୁକ୍ତ ହୋଇଛନ୍ତି। ହେଲେ ଗତ କିଛିବର୍ଷ ହେଲା ଭାଇସ୍‌ ଚେୟାରମ୍ୟାନ ଦାୟିତ୍ୱରେ ଜିଲାପାଳ ଭବାନୀ ଶଙ୍କର ଚୟନୀ ଓ ସେକ୍ରେଟାରି ପଦରେ କଟକ ମହାନଗର ନିଗମର କମିଶନର ଅନନ୍ୟା ଦାସ ରହିଛନ୍ତି। ସିଡିଏ ଅଧୀନରେ ସହରର ବିଭିନ୍ନ ପ୍ରମୁଖ ସ୍ଥାନରେ ଏକର ଏକର ଜାଗା ରହିଛି। ସିଡିଏ ଏହି ଜାଗାଗୁଡ଼ିକର ଉନ୍ନତୀକରଣ କରାଇ ସରକାରଙ୍କୁ ରାଜସ୍ବ ଦେବା କଥା। ମାତ୍ର ସିଡିଏ ନିଜ ଲକ୍ଷ୍ୟରୁ ବିଚ୍ୟୁତ ହେଉଥିବା ଅଭିଯୋଗ ହେଉଛି। ସିଡିଏ ଅଧୀନରେ ବାଦାମବାଡ଼ି, ଲିଙ୍କ୍‌ ରୋଡ୍‌ ପରି ବ୍ୟବସାୟିକ ପେଣ୍ଠସ୍ଥଳୀରେ ୨ ଏକର ୨୬୦ ଡିସିମିଲ ପରିମିତ ଜାଗାରେ ଅରୁଣୋଦୟ ଶପିଂ ସେଣ୍ଟର ରହିଛି। ୧୯୭୫ରେ ଏହି ଶପିଂ ସେଣ୍ଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା। ସେ ସମୟରେ ଏହି ଶପିଂ ସେଣ୍ଟର ଗ୍ରେଟର କଟକ ଇମ୍ପ୍ରୁଭମେଣ୍ଟ ଟ୍ରଷ୍ଟ (ଜିସିଆଇଟି) ଅଧୀନରେ ନିର୍ମିତ ହୋଇଥିଲା। ଏହି ଶପିଂ ସେଣ୍ଟର ତିନିମହଲା ବିଶିଷ୍ଟ ହୋଇଥିବାବେଳେ ଇଷ୍ଟର୍ନ, ୱେଷ୍ଟର୍ନ ଓ ସଦର୍ନ ବ୍ଲକରେ ବିଭକ୍ତ। ୱେଷ୍ଟର୍ନ ବ୍ଲକରେ ଥିବା ସିଡିଏ କାର୍ଯ୍ୟାଳୟ ସହ ଶପିଂ ସେଣ୍ଟର ଏବେ ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଯାଇଛି। ଶପିିଂ ସେଣ୍ଟର ମଧ୍ୟରେ ଜଳ ନିଷ୍କାସନ ବ୍ୟବସ୍ଥା ବନ୍ଦ ହୋଇଯାଇଥିବାବେଳେ ଅସରାଏ ବର୍ଷାରେ ଆଣ୍ଠୁଏ ପାଣି ଜମୁଛି। କୋଠାରେ ଶିଉଳି ଲାଗି ଗଛଲତା ଉଠିଲାଣି। କେତେକ ହାତଗଣତି ଦୋକାନ ଏବଂ ଗୋଟିଏ ନର୍ସିଂହୋମକୁ ଛାଡ଼ିଦେଲେ ଆଉ କେହି ସେଠାରେ ରହୁ ନାହାନ୍ତି। ଏପରି କି ପ୍ରଶାସନିକ ଅଧିକାରୀମାନଙ୍କ ଦୂରଦୃଷ୍ଟିର ଅଭାବ ଏବଂ ଅପାରଗତା କାରଣରୁ ସଦର୍ନ ଓ ଇଷ୍ଟର୍ନ ବ୍ଲକ କୋର୍ଟ ମାମଲାରେ ଛନ୍ଦି ହୋଇପଡ଼ିିଛି। ଫଳରେ ସିିଡିଏ ଏବେ ବର୍ଷକୁ ବିପୁଳ ପରିମାଣର ରାଜସ୍ବ ହରାଉଛି। ଏପରି କି ୨୦୧୮ରେ ଅରୁଣୋଦୟ ମାର୍କେଟର ବିକାଶ ନିମନ୍ତେ ସିଡିଏ ପକ୍ଷରୁ ସଦର୍ନ ଓ ଇଷ୍ଟର୍ନ ବ୍ଲକକୁ ଏକ ଘରୋଇ କମ୍ପାନୀକୁ ୯ବର୍ଷ ପାଇଁ ଲିଜ୍‌ ଦିଆଯାଇଥିଲା। ମାତ୍ର ତାହା ମଧ୍ୟ ଠିକ୍‌ଭାବେ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ସ୍ଥାନୀୟ ବାସିନ୍ଦା ଅଭୟ ସାହୁ କହିଛନ୍ତି, ମୁଖ୍ୟମନ୍ତ୍ରୀ କଟକକୁ ପ୍ରାଧାନ୍ୟ ଦେଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କରାଉଛନ୍ତି। ହେଲେ ସିଡିଏକୁ ବୁଡ଼ାଇବାକୁ ପ୍ରୟାସ ଚାଲିଛି। ଅସରାଏ ବର୍ଷା ହେଲେ ଯେମିତି ସିଡିଏ କାର୍ଯ୍ୟାଳୟ ପରିସର ବୁଡ଼ିଯାଏ, ସେହିପରି କଟକ ସହରକୁ ମଧ୍ୟ ବୁଡ଼ାଇବାକୁ ଉଦ୍ୟମ କରାଯାଉଛି। ଅନ୍ୟପକ୍ଷରେ ସିଡିଏ କାର୍ଯ୍ୟାଳୟର ପ୍ରଶାସନିକ ଅଧିକାରୀ ପ୍ରିୟଙ୍କା ମଲ୍ଲିକଙ୍କ ସୂଚନା ଅନୁଯାୟୀ, ୨୦୦୭-୦୮ ଆର୍ଥିକ ବର୍ଷରେ ସିଡିଏ ଏହି ଶପିିଂ ସେଣ୍ଟରରୁ ୩୦ ଲକ୍ଷ ଟଙ୍କା ବାର୍ଷିକ ଭଡ଼ା ବାବଦରେ ପାଇଥିଲା। ସେହିପରି ୨୦୧୯-୨୦ ଆର୍ଥିକ ବର୍ଷରେ ମୋଟ୍‌ ୪ ଲକ୍ଷ ୮୦ ହଜାର ଟଙ୍କା ପାଇଛି। ଆଗାମୀ ଦିନରେ ଏହାକୁ କିପରି ଠିକ୍‌ଭାବେ ପରିଚାଳନା କରାଯାଇପାରିବ ସେନେଇ ଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri