୫୮.୧୪ କୋଟିର ଜିଏସ୍‌ଟି ଠକେଇ ଧରାପଡ଼ିଲା: ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସମେତ ୨ ଗିରଫ

କଟକ ଅଫିସ,୩।୯: ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ୱିଙ୍ଗ ୧୮୧୯ କୋଟିର ଜାଲ ବିଲ୍‌ ର଼୍ୟାକେଟକୁ ଧରିଛି। ଏଥିସହ ସମ୍ପୃକ୍ତ ୨ଜଣ ମାଷ୍ଟରମାଇଣ୍ଡ୍‌ଙ୍କୁ ଗୁରୁବାର ଗିରଫ କରିଛି। ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅମିତ କୁମାର ଅଗ୍ରୱାଲଙ୍କୁ ଝାରସୁଗୁଡାରୁ ଓ ସତୀନ୍ଦ୍ର କୁମାର ଯାଦବଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଛି। ଏହି ଜାଲ ବିଲ୍‌ ବଳରେ ସେମାନେ ୩୨୩ କୋଟିର ଇନ୍‌ପୁଟ ଟାକ୍ସ କ୍ରେଡିଟ(ଆଇଟିସି) ହାତେଇବା ସହ ମୋଟ ୫୮.୧୪ କୋଟି ଟଙ୍କାର ଜିଏସ୍‌ଟି ଠକେଇ କରିଛନ୍ତି। କଟକସ୍ଥିତ ବାଣିଜ୍ୟ କର ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସିଟି ଆଣ୍ଡ୍‌ ଜିଏସ୍‌ଟି କମିଶନର ସୁଶିଲ କୁମାର ଲୋହାନୀ ଏନେଇ ସୂଚନା ଦେଇଛନ୍ତି। ସମ୍ପୃକ୍ତ ୨ ଅଭିଯୁକ୍ତ ଅନ୍ୟମାନଙ୍କ ସହ ଦେଶର ବିଭିନ୍ନ ରାଜ୍ୟରେ ୧୩ଟି ଜାଲ୍‌ ବ୍ୟାବସାୟିକ ସଂସ୍ଥା ଖୋଲିଥିଲେ। ଏହା ମାଧ୍ୟମରେ ଜାଲ କ୍ରୟ ବିକ୍ରୟ ବିଲ୍‌ ପ୍ରସ୍ତୁତ କରି ଉକ୍ତ ଆଇଟିସି ହାତେଇଥିବାବେଳେ ତାହାକୁ ରାଜ୍ୟ ତଥା ରାଜ୍ୟ ବାହାରର ବ୍ୟବସାୟୀଙ୍କୁ ହସ୍ତାନ୍ତର କରି ରାଜ୍ୟ ସରକାରଙ୍କ ବିପୁଳ ରାଜସ୍ବ କ୍ଷତି କରିଛନ୍ତି। ଅଳ୍ପ ଦିନର ବ୍ୟବଧାନ ମଧ୍ୟରେ ସେମାନେ ଏହି ଜାଲ୍‌ କିଣା ବିଲ ଯୋଗାଡ କରିଥିବା ଜଣାପଡିଛି।

ଜାଲ୍‌ ବିଲ୍‌ ସମ୍ପର୍କରେ ସୂଚନା ମିଳିବା ପରେ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଓ୍ବିଙ୍ଗ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଯାଞ୍ଚବେଳେ ଜାଲ୍‌ କାଗଜପତ୍ର ଓ କାରବାର ଧରାପଡିଥିଲା। ଅଭିଯୁକ୍ତମାନେ ଚାକିରି ଲୋଭ ଦେଖାଇ କୋଲକାତାରେ ରହୁଥିବା ଝୋଟକଳ ଶ୍ରମିକ, ଝାଡୁଦାର ଆଦି ଲୋକଙ୍କ ଫଟୋ ସହ ପରିଚୟ ପତ୍ର, ବ୍ୟାଙ୍କ ପାସବୁକ ଆଦି ହାସଲ କରିଥିଲେ। ସେଗୁଡିକୁ ବ୍ୟବହାର କରି ଜିଏସ୍‌ଟି ପଞ୍ଜୀକରଣ କରିବା ସହ ବିଭିନ୍ନ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ଜାଲ୍‌ କମ୍ପାନୀ ପ୍ରସ୍ତୁତ କରିଥିଲେ। କୌଣସି ଦ୍ରବ୍ୟର କିଣାବିକା ବିନା ଜାଲ ବିଲ୍‌ ବ୍ୟବସାୟରେ ଲିପ୍ତ ରହିଥିଲେ। ୧୩ଟି ଜାଲ କମ୍ପାନୀ ମଧ୍ୟରୁ ୩ଟିର ପ୍ରୋପ୍ରାଇଟର ପଶ୍ଚିମବଙ୍ଗ ଡେଲହାଉସୀ ଝୋଟ କଳ ଶ୍ରମିକ ଓ ଝାଡୁଦାର ହୋଇଥିବା ଜିଏସ୍‌ଟି କମିଶନର ଲୋହାନୀ ସୂଚନା ଦେଇଛନ୍ତି। ଏପରିକି ଝାରସୁଗୁଡ଼ାର ଏକ ପଡ଼ିଆକୁ ମଧ୍ୟ କମ୍ପାନୀର ଠିକଣା ଭାବେ ଉଲ୍ଲେଖ କରାଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଉପନିର୍ବାଚନ: ଆଜିଠୁ ପ୍ରଚାର ମଇଦାନକୁ ଓହ୍ଲାଇବେ ୩ ପ୍ରମୁଖ ଦଳ

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ। ଏହାକୁ ନେଇ ରାଜନୀତି ସରଗରମ ରହିଛି। ୩ ପ୍ରମୁଖ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହେବା ପରେ ଆଜିଠୁ...

ସୌନ୍ଦର୍ଯ୍ୟ ହରାଉଛି ଡୁଲୁରୀ ପାଇନ୍‌ ବଣ, ବିଗୁଡୁଛି ପରିବେଶ

ଦାରିଙ୍ଗବାଡ଼ି,୨୮ା୧୧(ଡି.ଏନ୍‌.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ପାଇଛି। ଶୀତ ହେଉ କି ଗ୍ରୀଷ୍ମ, ଏହାର ଜଳବାୟୁ...

ଆବାସ ଯୋଜନାରୁ ବଞ୍ଚିତ: ଭଙ୍ଗା କୁଡ଼ିଆ ତଳେ ବିତୁଛି ଜୀବନ

ଗଣିଆ,୧୫।୯(ଡି.ଏନ.ଏ.)-ସମସ୍ତଙ୍କ ପାଇଁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ମୌଳିକ ଆବଶ୍ୟକତା ଅଟେ । ଏହାକୁ ବାଦ୍‌ ଦେଇ ମଣିଷ ଚଳିବା କଷ୍ଟସାଧ୍ୟ। ଏହି ପ୍ରରିପ୍ରେକ୍ଷୀରେ ଆର୍ଥିକ...

ପୂର୍ବତନ କର୍ପୋରେଟରଙ୍କ ଘରେ ପଶି ହତ୍ୟା ଧମକ

ବ୍ରହ୍ମପୁର ଅଫିସ,୨୭।୩: ଗଞ୍ଜାମ ଜିଲାରେ ପୌର ନିର୍ବାଚନ ଶେଷ ହୋଇଛି। ହେଲେ ନିର୍ବାଚନୀ ହିଂସା ଥମିବାର ନାଁ ନେଉ ନାହିଁ। ଶନିବାର ବିଳମ୍ବିତ ରାତିରେ ଗୋଷାଣୀ...

୫ଜଣ ଆନ୍ତଃ ଜିଲା ଡକାୟତ ଗିରଫ ଟଙ୍କା, ୬ ମୋବାଇଲ, ୩ ମୋଟରସାଇକେଲ ଜବତ

ଖଡିଆଳ,୩୦।୯(ଡି.ଏନ.ଏ.) ନୂଆପଡା ଜିଲା ଖଡିଆଳ ପୋଲିସ ୫ଜଣ ଆନ୍ତଃଜିଲା ଡକାୟତଙ୍କୁ ଗିରଫ କରିଛି । ଏଥିସହ ସେମାନଙ୍କଠାରୁ ୪୨୧୧ ଟଙ୍କା ସମେତ ୬ଟି ମୋବାଇଲ ଫୋନ...

ବେଆଇନ ପାର୍କିଂ ବିରୋଧରେ ଅଣ୍ଟା ଭିଡ଼ିଲା କମିଶନରେଟ୍‌ ପୋଲିସ: ଗାଡ଼ିରେ ତାଲା ପକାଇ ଜରିମାନା ଆଦାୟ

ଭୁବନେଶ୍ୱର, ୨୯।୮(ବ୍ୟୁରୋ): ରାଜଧାନୀରେ ଟ୍ରାଫିକ ସମସ୍ୟାକୁ ଦ୍ୱିଗୁଣିତ କରୁଛି ବେଆଇନ୍‌ ପାର୍କିଂ। ତେଣୁ ବେଆଇନ ପାର୍କିଂ ବିରୋଧରେ ଅଣ୍ଟା ଭିଡ଼ିଛି କମିଶନରେଟ୍‌ ପୋଲିସ। ଏଣିକି ଏଣେତେଣେ...

ଭାରତବାସୀ ସଂଗଠନର ଧାରଣା

ବାରିପଦା ଅଫିସ,୧ା୨- କେନ୍ଦ୍ର ସରକାରଙ୍କ ଲକ୍ଷ୍ୟହୀନ ଶାସନ ବ୍ୟବସ୍ଥା ଯୋଗୁ ଦେଶରେ ସୃଷ୍ଟି ହୋଇଥିବା ଆର୍ଥିକ ସଙ୍କଟ, ମାନ୍ଦାବାସ୍ଥା, ବେରୋଜଗାରି ସମେତ ଅନ୍ୟାନ୍ୟ ବିଭାଜନକାରୀ ନୀତି...

ଅଟୋକୁ ପଛରୁ ଧକ୍କାଦେଲା ଟ୍ରେଲର: ୩ ଶିଶୁ ସମେତ ୮ ଆହତ

ଛତ୍ରପୁର,୩୦ା୧୨(ଡି.ଏନ୍‌.ଏ.): ଚମାଖଣ୍ଡି ଥାନା ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥରେ ଏକ ଅଟୋ ରିକ୍ସାକୁ ଟ୍ରେଲର ଧକ୍କା ଦେବା ଫଳରେ ୩ ଶିଶୁଙ୍କ ସମେତ ୮...

Advertisement
Archives

Model This Week