ଭଙ୍ଗାଗଲା ପଞ୍ଚମୁଖୀ ହନୁମାନ ମନ୍ଦିର

କଟକ ସଦର,୩।୯ (ଡି.ଏନ.ଏ.): କିଶନନଗର ତହସିଲ ଅଧୀନ ରଟିଲୋସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିର ଗୁରୁବାର କଡା ସୁରକ୍ଷା ମଧ୍ୟରେ ଭଙ୍ଗାଯାଇଛି। ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ଅତିରିକ୍ତ ଜିଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଉପଜିଲାପାଳ ପ୍ରତାପ ଚନ୍ଦ୍ର ବେଉରା, ତହସିଲଦାର ସୁଚେତା ମହାପାତ୍ର, ଅତିରିକ୍ତ ଏସ୍‌ପି ପ୍ରଦ୍ୟୁମ୍ନ କୁମାର ଜେନା, ଅଲେଖ ଚନ୍ଦ୍ର ପହି, ୮ ଜଣ ମାଜିଷ୍ଟ୍ରେଟ୍‌, ଡିଏସ୍‌ପି, ବିଭିନ୍ନ ଥାନାର ଅଧିକାରୀଙ୍କ ସମେତ ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଥିଲା। ସୂଚନାଯୋଗ୍ୟ, ରଟିଲୋ ମୌଜାର ମହାନଦୀ ପାର୍ଶ୍ୱରେ ଏହି ମନ୍ଦିର ୧୦ ବର୍ଷ ତଳେ ସରକାର ଓ ଭକ୍ତମାନଙ୍କ ଆର୍ଥିକ ସହାୟତାରେ ନିର୍ମାଣ କରାଯାଇଥିଲା। ଏହି ସମୟରେ ଉକ୍ତ କାର୍ଯ୍ୟକୁ କୌଣସି ପ୍ରଶାସନିକ ଅଧିକାରୀ ବନ୍ଦ କରିବା ପାଇଁ ଉଦ୍ୟମ କରି ନ ଥିଲେ। ବେଆଇନ ଭାବେ ନିର୍ମାଣ ହୋଇଥିବା ଏହି ମନ୍ଦିର ଭାଙ୍ଗିବା ପାଇଁ ଦିଲୀପ କୁମାର ସାମନ୍ତରାୟ ନାମକ ଜଣେ ସ୍ବେଚ୍ଛାସେବୀ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ପିଟିଶନ ଦାଏର କରିଥିଲେ। ୧୫ା୧୨ା୨୦୨୦ରେ ଏନ୍‌ଜିଟି ଏହାର ଶୁଣାଣି କରି ମନ୍ଦିର ଭାଙ୍ଗିବା ପାଇଁ କଟକ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ବୁଧବାର ସକାଳେ ରଟିଲୋ ଓ କିଶୋର ନଗର ପଞ୍ଚାୟତ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିବାବେଳେ ସନ୍ଧ୍ୟାରେ ଜିଲା ପ୍ରଶାସନ ପକ୍ଷରୁ ମନ୍ଦିର ମଧ୍ୟରୁ ପଞ୍ଚମୁଖୀ ହନୁମାନ ମୂର୍ତ୍ତିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାରେ ପହଞ୍ଚିଲେ ୭ ପ୍ରବାସୀ ଓଡ଼ିଆ

ହାଟଡିହୀ,୫।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଢେଙ୍କା ପଞ୍ଚାୟତରେ ୭ ପ୍ରବାସୀ ଓଡ଼ିଆ ସୋମବାର ବିଳମ୍ବିତ ରାତିରେ ପହଞ୍ଚିଛନ୍ତ। ଏମାନେ ସୁରଟରୁ ନିଜ ଖର୍ଚ୍ଚରେ ବାଲେଶ୍ୱର...

ବିପଦସଙ୍କେତ ଉପରେ ଦୟା

କଣାସ,୨୧।୮(ସ୍ବ.ପ୍ର.): ୪ଦିନ ଧରି ଲଘୁଚାପ ବର୍ଷା ଲାଗିରହିବା ଏବଂ ବନ୍ୟାଜଳ ଆସିବା ଦ୍ୱାରା କଣାସ ବ୍ଲକରେ ପ୍ରବାହିତ ହେଉଥିବା ଦୟାନଦୀ ଏବଂ ଶାଖାନଦୀ ରାଜୁଆ, ମକରା,...

ଭିଜିଲାନ୍ସ ଜାଲରେ ସହକାରୀ ଅଗ୍ନିଶମ ଅଧିକାରୀ

ବରଗଡ଼ ଅଫିସ,୧୦ା୯: ଅଗ୍ନିଶମ ବିଭାଗରେ କାର୍ଯ୍ୟରତ ସହକାରୀ ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ କୁମାର ମହାପାତ୍ର ଗୁରୁବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଭେଡେନ ବ୍ଲକ ଅନ୍ତର୍ଗତ ପପଙ୍ଗା...

ନାବାଳିକା ବଳାତ୍କାରୀଙ୍କୁ ୧୦ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ,୩୦।୫: ବାଲେଶ୍ୱର ସ୍ବତନ୍ତ୍ର ପୋକ୍ସୋ କୋର୍ଟରେ ସୋମବାର ଏକ ନାବାଳିକା ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ଜଗଦୀଶ ପ୍ରସାଦ ମହାନ୍ତି ଏହାର...

ନିର୍ବାଚନ ପାଇଁ ରିକ୍ୟୁଜିଶନ ହେଲା ଦୁଇ ଚକିଆ ଯାନ: ଥାନାକୁ ବାଇକ୍‌ ଟାଣି ଆଣିଲା ପୋଲିସ

ଅନୁଗୋଳ ଅଫିସ, ୨୦।୪- ନିର୍ବାଚନ ପାଇଁ ଦୁଇ ଚକିଆ ଯାନ ରିକ୍ୟୁଜିଶନ ଯୋଗୁ ଅନୁଗୋଳ ପୋଲିସ ଲୋକଙ୍କଠାରୁ ବାଇକ୍‌ ସଂଗ୍ରହ କରିଛି। ତେବେ ପୋଲିସ ବିନା...

ଖୋଲାକୂଅରୁ ୫ ମୃତ ବାର୍‌ହା ଉଦ୍ଧାର

ବଇଣ୍ଡା,୧୫।୫(ଡି.ଏନ.ଏ.)- କିଶୋରନଗର ବ୍ଲକ ବାମୁର ରେଞ୍ଜ ଶାହାଜବାହାଳି ଗ୍ରାମର  ଅକ୍ଷୟ ସାହୁଙ୍କ ଖୋଲାକୂଅରୁ  ମଙ୍ଗଳବାର ବାମୁର ବନବିଭାଗ ୫ଟି ବାର୍‌ହାର ମୃତଦେହ ଉଦ୍ଧାର କରିଛି। ଘଟଣାରୁ...

ଜି.ଉଦୟଗିରିରେ ମୋଟରଯାନ ଯାଞ୍ଚ କଡ଼ାକଡ଼ି: ୨୨,୫୦୦ ଟଙ୍କା ଜରିମାନା ଆଦାୟ

ଜି.ଉଦୟଗିରି,୩ା୧୨(ଡି.ଏନ.ଏ.)-ଜି.ଉଦୟଗିରି ପୋଲିସ ପକ୍ଷରୁ ଆଇଆଇସି ଧୀରେନ ଲେଙ୍କାଙ୍କ ତତ୍ତ୍ବାବଧାନରେ ରବିବାରରୁ ମଟର ଯାନ ଯାଞ୍ଚ କଡ଼ାକଡ଼ି କରାଯାଉଛି। ସହରର ବନ୍ଧଛକ, ଶ୍ରୀରାମପଦା, ଗାନ୍ଧିଛକ, ବରାଳିନି ମାର୍କେଟ...

୯ ଦିନ ବନ୍ଦ ହେବ ହାଲ୍‌ ମିଗ୍‌ କାରଖାନା

କୋରାପୁଟ/ସୁନାବେଡ଼ା,୧୩।୫: କରୋନା ସଂକ୍ରମଣ ହାର କୋରାପୁଟ ଜିଲାରେ ବଢ଼ିଚାଲିଛି। ଏହାର ମୁକାବିଲା ନେଇ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି। ଏହା ସତ୍ତ୍ୱେ ସଂକ୍ରମଣ କମିବା...

Advertisement
Archives

Model This Week