କଟକ

ମହିଳା ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା

ନରସିଂହପୁର,୨୦ା୧୨(ସ୍ବ.ପ୍ର.):କଟକ ଜିଲା ନରସିଂହପୁର ବ୍ଲକ ବାଲିପୁଟସ୍ଥିତ ମହାନଦୀ କୂଳରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଖୋଲାଯାଇଥିବା ସାତକୋଶିଆ ଇକୋ ରିଟ୍ରିଟ କେନ୍ଦ୍ରରେ ନିୟୋଜିତ ଜଣେ ମହିଳା ସିକ୍ୟୁରିଟି ଗାର୍ଡଙ୍କୁ ଶୁକ୍ରବାର ପୂର୍ବାହ୍ନରେ ହତ୍ୟା କରାଯାଇଛି। ସେ ହେଲେ ନିକଟସ୍ଥ କାନପୁର ଥାନା ଅଧୀନ…

ପ୍ରତିପକ୍ଷ ଓକିଲଙ୍କ ପ୍ରଶ୍ନକୁ ନେଇ ଆପତ୍ତି ଉଠାଇଲେ ବର୍ଷା

କଟକ ଅଫିସ, ୨୦ା୧୨:ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ସ୍ବାମୀ ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ମାମଲାର ଶୁଣାଣି ସୋମବାର ପରିବାର ଅଦାଲତରେ ହୋଇଥିଲା। ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ବର୍ଷା କୋର୍ଟରେ ହାଜର ହେବା ପରେ ତାଙ୍କର…

ଭାରିଯାନରେ ଲଘୁଖଣିଜ ପଦାର୍ଥ ପରିବହନ ମନା

କଟକ ଅଫିସ, ୨୦।୧୨:ବାରବାଟୀ ଷ୍ଟାଡିୟମରେ ଆସନ୍ତା ଜାନୁୟାରୀ ୧୧ରେ ପୁରୁଷ ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହେବ। ଏହି ସମାରୋହରେ ଦର୍ଶକ, ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ପ୍ରଖ୍ୟାତ ବ୍ୟକ୍ତିତ୍ୱ, କଳାକାର ଓ ସଙ୍ଗଠକମାନେ ଯୋଗଦେବେ। ସେମାନଙ୍କ ସୁରକ୍ଷା ଓ ଯାତାୟାତ ସୁବିଧାକୁ…

ରେଳଷ୍ଟେଶନର ନବୀକରଣ ନକ୍ସା: ମତ ଲୋଡ଼ିଲେ ରେଳମନ୍ତ୍ରୀ

କଟକ ଅଫିସ,୧୮ା୧୨: କଟକ ରେଳଷ୍ଟେଶନକୁ ଅତ୍ୟାଧୁନିକ କରିବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଟକ ରେଳଷ୍ଟେଶନର ପ୍ରସ୍ତାବିତ ନକ୍ସାର ୪ଟି ଫଟୋ ତାଙ୍କ ଟୁଇଟର ଆକାଉଣ୍ଟରେ ଶନିବାର ପୋଷ୍ଟ କରିବା ସହ ମତ…

୪ ଫୁଟ୍‌ ଉପରକୁ ଉଠିଲା ସର୍ପେଶ୍ୱର ମନ୍ଦିର

କଟକ ଅଫିସ,୧୮ା୧୨: କଟକ ଫ୍ରେଣ୍ଡସ୍‌ କଲୋନୀରେ ଥିବା ପ୍ରାୟ ୫୦ ବର୍ଷର ପ୍ରାଚୀନ ସର୍ପେଶ୍ୱର ଶିବ ମନ୍ଦିରକୁ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଯୋଗରେ ଭୂମିଠାରୁ ୪ ଫୁଟ୍‌ ଉପରକୁ ଉଠାଯାଇଛି। ଏହି ମନ୍ଦିର ଉଠାଇବା କାର୍ଯ୍ୟ ଓଡ଼ିଶାରେ ପ୍ରଥମ ଥର ପାଇଁ ହୋଇଛି…

‘୨୦୨୨ ହାତୀଙ୍କ ପାଇଁ ଖରାପ ବର୍ଷ’

ଭୁବନେଶ୍ୱର,(ବ୍ୟୁରୋ)/କଟକ ଅଫିସ୍‌,୧୪ା୧୨: ଶିମିଳିପାଳରେ ଦନ୍ତା ହାତୀକୁ ହତ୍ୟା କରି ଦାନ୍ତ କାଟି ମୃତଦେହକୁ ପୋଡ଼ି ପ୍ରମାଣ ନଷ୍ଟ କରିବା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାରେ ବନ ବିଭାଗର ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ବନ୍ୟପ୍ରାଣୀ…

୧୦ ଜିଲା କୋର୍ଟ ଡିଜିଟାଇଜେଶନ ହବ୍‌ ଆରମ୍ଭ

କଟକ ଅଫିସ,୧୩ା୧୨:ସମଗ୍ର ରାଜ୍ୟରେ ଜିଲାକୋର୍ଟଗୁଡ଼ିକର ରେକର୍ଡ ଡିଜିଟାଇଜେଶନ ନିମନ୍ତେ ୧୦ଟି ଜିଲା କୋର୍ଟ ଡିଜିଟାଇଜେଶନ ହବ୍‌ କାର୍ଯ୍ୟାରମ୍ଭ କରିଛି। ହବ୍‌ଗୁଡ଼ିକ ଅନୁଗୋଳ, ଭଦ୍ରକ, ଝାରସୁଗୁଡ଼ା, କଳାହାଣ୍ଡି, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନୟାଗଡ଼ ଓ ସୁବର୍ଣ୍ଣପୁର ଜିଲାରେ ସ୍ଥାପିତ ହୋଇଛି। ଏହି…

ପରିବହନ ନୀତି ପରିବର୍ତ୍ତନ ନ ହେଲେ ଧର୍ମଘଟ

କଟକ ଅଫିସ,୧୨ା୧୨: ରାଜ୍ୟ ସରକାର ପରିବହନର ନୀତିରେ ପରିବର୍ତ୍ତନ ନ ଆଣିଲେ ଆସନ୍ତା ଜାନୁୟାରୀ ୧୧ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଟ୍ରକ ଧର୍ମଘଟ ହେବ। ଓଡ଼ିଶା ରାଜ୍ୟ ଟ୍ରକ୍‌ ମାଲିକ ମହାସଂଘ ପକ୍ଷରୁ କଟକ ଗଣ୍ଡରପୁରସ୍ଥିତ ମହାସଂଘ କାର୍ଯ୍ୟାଳୟରେ ରବିବାର…

କଟକରୁ ଅପହରଣ, ନୟାଗଡ଼ରେ ହତ୍ୟା

ନୂଆଗାଁ,୧୨।୧୨ (ଡି.ଏନ.ଏ.): କଟକ ସହର ଲାଲବାଗ ଥାନା ଅଧୀନ ମହାନ୍ତିପଡ଼ା ଅଞ୍ଚଳର ଶୈଳେନ୍ଦ୍ରନାଥ ଜେନା ନାମକ ଜଣେ ଯୁବକଙ୍କୁ ଅପହରଣ କରି ନେଇ ନୟାଗଡ଼ ଜିଲା ନୂଆଗାଁ ଥାନା ଅନ୍ତର୍ଗତ ମହୀପୁର ଅଞ୍ଚଳରେ ହତ୍ୟା କରାଯାଇଥିବା ଗୁରୁବାର ଥାନାରେ ଅଭିଯୋଗ ହୋଇଛି।…

ସନ୍ତରଣ ଶିଖିବା ବେଳେ ମହାନଦୀରେ ବୁଡ଼ି ଯୁବକଙ୍କ ଜୀବନ ଗଲା

କଟକ ଅଫିସ,୧୧ା୧୨: ସନ୍ତରଣ ଶିଖୁଥିବା ବେଳେ ରବିବାର ମହାନଦୀରେ ବୁଡ଼ି ଜଣେ ଯୁବକଙ୍କ ଜୀବନ ଯାଇଛି। ମୃତକ ଜଣକ ହେଲେ ସୋହେଲ ଖାନ୍‌। ତାଙ୍କ ଘର କଟକର ପୀରବଜାର ଅଞ୍ଚଳରେ। ସୋହେଲ ଆଜି ସକାଳେ ସନ୍ତରଣ ଶିଖିବା ପାଇଁ ୨୦/୨୫ ଜଣଙ୍କ…

କ୍ରୀଡ଼ା ହବ୍‌ ହେବ ରେଭେନ୍‌ଶା

କଟକ ଅଫିସ,୧୧ା୧୨: ରେଭେନ୍‌ଶା ବିଶ୍ୱବିଦ୍ୟାଳୟ କ୍ରୀଡା ହବ୍‌ ହେବ। ଆସନ୍ତା ଫେବୃୟାରୀରେ ଏହି ବିଶ୍ୱବିଦ୍ୟାଳୟରେ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରାୟ ୧୦୦୦ ପ୍ରତିଯୋଗୀ ଏଥିରେ ଭାଗ ନେବେ। ପ୍ରଥମ ଥର ପାଇଁ ଭିନ୍ନକ୍ଷମ ଛାତ୍ରୀଛାତ୍ରଙ୍କ ନିମନ୍ତେ ସ୍ବତନ୍ତ୍ର…

ଟଙ୍କା, ସୁନା ଲୋଭରେ ବୃଦ୍ଧଙ୍କୁ ହତ୍ୟାକଲେ ନାତି

ନିଶ୍ଚିନ୍ତକୋଇଲି/ସାଲେପୁର, ୧୧ା୧୨(ସ୍ବ.ପ୍ର./ଡି.ଏନ୍‌.ଏ.): କଟକ ଜିଲା ନେମାଳ ଥାନା ଅଧୀନ କଳମିଶ୍ରି ପଞ୍ଚାୟତ ଲେଣ୍ଡୁରା ଭଗବାନପୁର ଗ୍ରାମରେ ଗଳାକାଟି ବୃଦ୍ଧଙ୍କୁ ହତ୍ୟା ଘଟଣାର ଶନିବାର ପୋଲିସ ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ସମ୍ପର୍କୀୟ ନାତି ଓମ୍‌ପ୍ରକାଶ ମୁଦୁଲି(୧୮)ଙ୍କୁ ପୋଲିସ ଗିରଫ କରି କୋର୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri