୪ ପିଲାଙ୍କ ହାତଗୋଡ଼ ବାନ୍ଧି ଅପହରଣ

ମଙ୍ଗୁଳି/ଜଗତପୁର,୧୧ା୧(ଡି.ଏନ୍‌.ଏ.): କଟକ ଜିଲା ଜଗତ୍‌ପୁର ଥାନା ଅଧୀନ ୪୮ନମ୍ବର ୱାର୍ଡ ଭୁବନପୁର ଅଞ୍ଚଳରୁ ମଙ୍ଗଳବାର ସକାଳେ ଏକ ଟାଟା ଏସିରେ ୪ଜଣ ଛୋଟ ପିଲାଙ୍କୁ ୩ଜଣ ଦୁର୍ବୃତ୍ତ ଅପହରଣ କରି ନେଉଥିବାବେଳେ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ ତିନି ଜଣ ପିଲାଙ୍କୁ ଦୁର୍ବୃତ୍ତମାନେ ଅପହରଣ କରି ନେଇଯାଇଥିବା ଉଦ୍ଧାର ହୋଇଥିବା ପଞ୍ଚମ ଶ୍ରେଣୀର ଛାତ୍ରୀ ପୋଲିସ ନିକଟରେ ବୟାନ ଦେଇଛନ୍ତି। ଏନେଇ ଛାତ୍ରୀଙ୍କ ଅଜା ପ୍ରବୀର ରଥ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା(ନଂ.୧୩/୨୨) ରୁଜୁ କରିଛି। ଅନ୍ୟ ୩ ଅପହୃତ୍ତାଙ୍କୁ ତୁରନ୍ତ ଉଦ୍ଧାର କରିବା ନିମନ୍ତେ ଅଞ୍ଚଳବାସୀ ଦାବି କରିଛନ୍ତି।
ଅଭିଯୋଗ ସୂଚନା ଅନୁଯାୟୀ, ଉଦ୍ଧାର ହୋଇଥିବା ଛାତ୍ରୀ ଜଣକ ପ୍ରତିଦିନ ପରି ସକାଳ ୭ଟାରେ ଘର ପଛପଟ ଗଳି ଦେଇ ଟ୍ୟୁଶନ ଯାଉଥିଲେ। ଏହି ସମୟରେ ହଠାତ୍‌ ୨ଜଣ ଅଜଣା ବ୍ୟକ୍ତି ତାଙ୍କ ପାଖକୁ ଆସି କିଛି ଶୁଙ୍ଘେଇ ଦେଇଥିଲେ। କିଛି ସମୟ ମଧ୍ୟରେ ଛାତ୍ରୀଙ୍କ ହାତ ଗୋଡ଼ ନିସ୍ତେଜ ହେବା ସହ ପାଟିରୁ କୌଣସି କଥା ବାହାରି ନ ଥିଲା। ପରେ ଦୁର୍ବୃତ୍ତମାନେ ଏକ ଟାଟା ଏସିଇ ଗାଡ଼ି ଡାଲା ଉପରକୁ ତାଙ୍କୁ ଟେକି ନେଇ ଏକ ଅଖା ମଧ୍ୟରେ ପୂରାଇ ନେଇ ଯାଇଥିଲେ। ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଦୁର୍ବୃତ୍ତମାନେ ଗାଡ଼ି ରଖି ଚା’ ପିଉଥିବାବେଳେ ଛାତ୍ରୀଜଣଙ୍କ ହୋସ୍‌ ଆସିଥିଲା। ସେତେବେଳକୁ ଉକ୍ତ ଗାଡ଼ିରେ ତାଙ୍କ ପରି ୧୦ରୁ ୧୨ ବର୍ଷର ଦୁଇ ଜଣ ପୁଅ ଓ ଜଣେ ଝିଅ ହାତଗୋଡ଼ ବନ୍ଧା ଅବସ୍ଥାରେ ପଡ଼ିଥିଲେ। ଏହା ଦେଖି ଛାତ୍ରୀ ଜଣକ ମନ୍ଦିରରୁ ପୂଜା ସାରି ସେହି ବାଟଦେଇ ଫେରୁଥିବା ତାଙ୍କ ସାଙ୍ଗଙ୍କ ବାପା ମୋହନ ପଟ୍ଟନାୟକଙ୍କୁ ହାତ ଠାରି ସାହାଯ୍ୟ ମାଗିଥିଲେ। ମୋହନ କୌଶଳକ୍ରମେ ତାଙ୍କୁ ଉଦ୍ଧାର କରିଥିଲେ। ଏହା ଜାଣି ଅପହରଣକାରୀମାନେ ଅନ୍ୟ ୩ଜଣଙ୍କୁ ନେଇ ଫେରାର ହୋଇଯାଇଥିଲେ। ଏହାପରେ ଛାତ୍ରୀଜଣଙ୍କ ଘରକୁ ଆସି ସବୁ ଘଟଣା ପରିବାର ଲୋକଙ୍କୁ ଜଣାଇଥିଲେ। ଏନେଇ ଜଗତପୁର ଥାନାକୁ ପରିବାର ଲୋକେ ଲିଖିତ ଅଭିଯୋଗ କରିଥିଲେ। ଜଗତପୁର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ପର୍ଯ୍ୟାୟ ତଦନ୍ତ ଆରମ୍ଭ କରିଛନ୍ତି। ଏ ସଂକ୍ରାନ୍ତରେ ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେର କହିଛନ୍ତି , ଉଦ୍ଧାର ହୋଇଥିବା ଛାତ୍ରୀଙ୍କ ଠାରୁ ସବୁ ଶୁଣିବା ପରେ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଜଗତପୁର ଅଞ୍ଚଳର ବିଭିନ୍ନ ଜାଗାରେ ଲାଗିଥିବା ସିସି ଟିଭି କ୍ୟାମେରା ଚେକ କରାଯାଇଛି। ହେଲେ ଅପହରଣ କରି ନିଆଯାଉଥିବାର ଦୃଶ୍ୟ କେଉଁଠି ଜଣାପଡ଼ୁ ନାହିଁ। ତେବେ ଘଟଣାର ୬ଘଣ୍ଟା ବିତିଯାଇଥିଲେ ସୁଦ୍ଧା ଅପହରଣର ଶିକାର ହୋଇଥିବା ଅନ୍ୟ ୩ଜଣଙ୍କ ପିଲାଙ୍କ ପରିବାର ପକ୍ଷରୁ କୌଣସି ଅଭିଯୋଗ ନ ହେବା ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ସତ୍ତ୍ୱେ ଅନ୍ୟ ୩ ପିଲାଙ୍କୁ ଖୋଜିବାକୁ ଚେଷ୍ଟା କରାଯାଉଛି। ଛାତ୍ରୀଙ୍କୁ ଉଦ୍ଧାର କରିଥିବା ମୋହନଙ୍କୁ ପଚରାଉଚରା କରିବା ପରେ ଘଟଣା ବିଷୟରେ ଅଧିକ ତଥ୍ୟ ମିଳିପାରିବ ବୋଲି ଥାନା ଅଧିକାରୀ ମେହେର କହିଛନ୍ତି। ଅପରପକ୍ଷରେ ପିଲାଙ୍କୁ ଚୋରି କରି ବାହାରକୁ ଚାଲାଣ କରାଯାଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟ ଖେଳି ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri