ଜିଏସ୍ଟି ଚଢ଼ାଉ, ୧୭.୮୧ ଲକ୍ଷ ଟଙ୍କା ଜବତ
କଟକ ଅଫିସ,୮ା୨: ସରକାରଙ୍କୁ ଦ୍ରବ୍ୟ ଓ ସେବା କର (ଜିଏସ୍ଟି) ଫାଙ୍କି ବ୍ୟବସାୟ କରିବା ଅଭିଯୋଗରେ ଜିଏସ୍ଟି ବିଭାଗ ପକ୍ଷରୁ ମଙ୍ଗଳବାର କଟକର ଜଣେ ବ୍ୟବସାୟୀଙ୍କ ବ୍ୟବସାୟ ପ୍ରତିଷ୍ଠାନ ସମେତ ୪ଟି ଜାଗାରେ ଚଢ଼ାଉ କରାଯାଇଛି। ଚଢ଼ାଉବେଳେ ୧୭ ଲକ୍ଷ ୮୧…
ଗୋତାରା ସରପଞ୍ଚଙ୍କ ପରଲୋକ
ନିଶ୍ଚିନ୍ତକୋଇଲି,୭।୮(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ବ୍ଲକ ଗୋତରା ପଞ୍ଚାୟତର ସରପଞ୍ଚ ରତ୍ନାକର ସାହୁଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ କଟକରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ଦେହାନ୍ତ…
ରାଷ୍ଟ୍ରପତିଙ୍କ କଟକ ଗସ୍ତ ପ୍ରସଙ୍ଗ: ଆବଶ୍ୟକ ଗାଡ଼ି ନ ଆସିବାରୁ ଗିରଫ ପରଓ୍ବାନା ଜାରି କଲେ ଜିଲାପାଳ
କଟକ ଅଫିସ,୭।୧: ଆସନ୍ତା ୧୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦ୍ୱିତୀୟ ଥର ଲାଗି ଓଡ଼ିଶା ଗସ୍ତରେ ଆସୁଛନ୍ତି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ବେଳେ ୧୧ ତାରିଖରେ…
ଶିଶୁକନ୍ୟା ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍ଦଣ୍ଡ
କଟକ ଅଫିସ,୭ା୨: ଦେଢ଼ବର୍ଷର ଶିଶୁକନ୍ୟା ବଳାତ୍କାର ମାମଲାରେ କଟକ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଜଣେ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍ଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅଭିଯୁକ୍ତଙ୍କୁ ଅଧିକ ୧ ବର୍ଷ ଜେଲ୍ଦଣ୍ଡ ଭୋଗିବାକୁ…
ପୂର୍ବତନ ଏମ୍ପି ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟ ଝଟ୍କା
କଟକ ଅଫିସ,୭ା୨:ବାଲେଶ୍ୱରର ପୂର୍ବତନ ଏମ୍ପି ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଝଟ୍କା ଲାଗିଛି। ସି-ସୋର ଚିଟ୍ଫଣ୍ଡ ଠକେଇ ମାମଲାରେ ରବୀନ୍ଦ୍ରଙ୍କ ଲିଙ୍କ୍ ସଂକ୍ରାନ୍ତୀୟ ଶୁଣାଣି ଜାରି ରହିବ ବୋଲି ବିଚାରପତି ବି.ପି. ରାଉତରାୟଙ୍କ ଖଣ୍ଡପୀଠ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସି-ସୋର ଚିଟ୍ଫଣ୍ଡ…
ହେପାଜତ ମୃତ୍ୟୁ ନେଇ ୨ ଏସିଏଫ୍ ଅଟକ
ବଡ଼ମ୍ବା,୬ା୨(ଡି.ଏନ୍.ଏ.): କଟକ ଜିଲା ଆଠଗଡ଼ ବନଖଣ୍ଡରେ ଏକ ଅଭାବନୀୟ ଘଟଣା ଘଟିଛି। ହାତୀକୁ ହତ୍ୟା କରିଥିବା ସନ୍ଦେହରେ ଅଟକ ରଖି ଜେରା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବାରୁ ଦୁଇ ଏସିଏଫ୍ ଘନଶ୍ୟାମ ମୁଦୁଲି ଏବଂ ହରେକୃଷ୍ଣ ମଲ୍ଲିକଙ୍କୁ ଅଟକ ରଖାଯାଇଛି।…
ମାଟ୍ରିକ୍ ପରୀକ୍ଷା ନେଇ ଛାତ୍ରୀଛାତ୍ର ତତ୍ପର
କଟକ ଅଫିସ,୬ା୨:ଆସନ୍ତା ମାର୍ଚ୍ଚ ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ସମ୍ମେଟିଭ-୨ ପରୀକ୍ଷା ଅନୁଷ୍ଠିତ ହେବ। ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ହାଇସ୍କୁଲ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ଏହାକୁ ନେଇ ଛାତ୍ରୀଛାତ୍ରମାନେ ତତ୍ପର…
ଆର୍ମସ୍ ଆଣ୍ଡ୍ ଆମ୍ୟୁନିସନ ଇସ୍ୟୁ ରେଜିଷ୍ଟର ଯାଞ୍ଚ
କଟକ ଅଫିସ,୬ା୨:ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଏଏସ୍ଆଇ ଗୋପାଳ ଦାସଙ୍କ ଦ୍ୱିତୀୟ ପର୍ଯ୍ୟାୟ ୪ ଦିନିଆ ରିମାଣ୍ଡ ରବିବାରଠାରୁ ଆରମ୍ଭ ହୋଇଛି। ପୂର୍ବଭଳି କ୍ରାଇମବ୍ରାଞ୍ଚ ପକ୍ଷରୁ ଝାରସୁଗୁଡ଼ାଠାରେ ଗୋପାଳଙ୍କୁ ମାରାଥନ ଜେରା କରାଯାଇ ମନ୍ତ୍ରୀଙ୍କ ହତ୍ୟା ରହସ୍ୟ…
ଟି-ସେତୁରେ ଯାନବାହନ ଚଳାଚଳ ବନ୍ଦ ରହିବ
କଟକ ଅଫିସ,୪ା୨: କଟକ ଜିଲା ବଡ଼ମ୍ବା ସିଂହନାଥ ପୀଠରେ ଜାଗର ଉପଲକ୍ଷେ ପ୍ରବଳ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶଙ୍କା ରହିଛି। ଏନେଇ କଟକ ଜିଲା ପ୍ରଶାସନ ପକ୍ଷରୁ ୧୮ ତାରିଖ ଭୋର୍ ୪ଟାରୁ ୧୯ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ଟି-ସେତୁ…
ରାତି ୨ଟାରେ ଉଠିବ ମହାଦୀପ
ଆଠଗଡ, ୪ା୨(ସ୍ବ.ପ୍ର) : ଆଠଗଡ଼ ବ୍ଲକ ଅନ୍ତର୍ଗତ ମଞ୍ଚେଶ୍ୱର ଗ୍ରାମ ମହାନଦୀ ଗର୍ଭସ୍ଥ ପ୍ରସିଦ୍ଧ ଶୈବପୀଠ ଶ୍ରୀଧବଳେଶ୍ୱରଙ୍କ ଜାଗରଯାତ୍ରା ପାଇଁ ପ୍ରଶାସନ ତରଫରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜାଗରଯାତ୍ରା…
ଶାଶୁଘର ଅଗଣାରେ କବର ଦେବାକୁ ଅଡିବସିଛନ୍ତି ଗ୍ରାମବାସୀ
ସାଲେପୁର,୪।୨(ଡି.ଏନ୍.ଏ.): ସାଲେପୁର ଥାନା ଅନ୍ତର୍ଗତ ଗୁଆଳିପୁର ଗ୍ରାମର ଜଣେ ନବବଧୂଙ୍କ ଗୁରୁବାର ମୃତ୍ୟୁ ଘଟିଥିଲା। ସେ ହେଲେ ସେଖ୍ ରିୟାଜଙ୍କ ଝିଅ ସୁମେୟା ପରୱିନ୍। ଶାଶୁଘରେ ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ପୋଲିସ ମାମଲା…
୧୦ ଜିଲାରେ ଆରମ୍ଭ ହେଲା ଭର୍ଚୁଆଲ ହାଇକୋର୍ଟ
କଟକ ଅଫିସ,୪ା୨: ରାଜ୍ୟର ୧୦ ଜିଲାରେ ଶୁକ୍ରବାରଠାରୁ ଭର୍ଚୁଆଲ ହାଇକୋର୍ଟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ବାଲେଶ୍ୱର, ସମ୍ବଲପୁର, ଗଞ୍ଜାମର ବ୍ରହ୍ମପୁର, ଭଦ୍ରକ, କଳାହାଣ୍ଡିର ଭବାନୀପାଟଣା, ଖୋର୍ଦ୍ଧାର ଭୁବନେଶ୍ୱର, ବଲାଙ୍ଗୀର, କୋରାପୁଟର ଜୟପୁର, ପୁରୀ ଓ ସୁନ୍ଦରଗଡ଼ର ରାଉରକେଲାଠାରେ ହାଇକୋର୍ଟର ଭର୍ଚୁଆଲ…
Archives


