ମାଟ୍ରିକ୍‌ ପରୀକ୍ଷା ନେଇ ଛାତ୍ରୀଛାତ୍ର ତତ୍ପର

କଟକ ଅଫିସ,୬ା୨:ଆସନ୍ତା ମାର୍ଚ୍ଚ ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍‌ ସମ୍ମେଟିଭ-୨ ପରୀକ୍ଷା ଅନୁଷ୍ଠିତ ହେବ। ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ହାଇସ୍କୁଲ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ଏହାକୁ ନେଇ ଛାତ୍ରୀଛାତ୍ରମାନେ ତତ୍ପର ହୋଇପଡିଛନ୍ତି। ପୂର୍ବ ଅପେକ୍ଷା ପାଠପଢାରେ ଏବେ ଅଧିକ ସମୟ ଦେଉଛନ୍ତି। ମନରେ କୌଣସି ଦ୍ୱନ୍ଦ୍ୱ ଥିଲେ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ପଚାରି ଦୂର କରୁଛନ୍ତି।
ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୦ଟାରେ ସରିବ। ହେଲେ ଗଣିତ ବିଷୟରେ ଛାତ୍ରୀଛାତ୍ରଙ୍କୁ ଅତିରିକ୍ତ ୧୫ ମିନିଟ୍‌ ସମୟ ମିଳିବ। ପରୀକ୍ଷା ସୂଚୀ ଅନୁଯାୟୀ, ମାର୍ଚ୍ଚ ୧୦ ତାରିଖରେ ପ୍ରଥମ ଭାଷା ଓଡ଼ିଆ, ହିନ୍ଦୀ, ବଙ୍ଗଳା, ଉର୍ଦ୍ଦୁ, ତେଲୁଗୁ, ଅଲ୍‌ଟର୍‌ନେଟିଭ ଇଂଲିଶ, ୧୩ ତାରିଖରେ ଦ୍ୱିତୀୟ ଭାଷା ଇଂଲିଶ, ହିନ୍ଦୀ, ମୂକ ଓ ବଧିରଙ୍କ ପାଇଁ ପରିବେଶ ଓ ଜନସଂଖ୍ୟା, ୧୪ରେ ତୃତୀୟ ଭାଷା ହିନ୍ଦୀ, ଓଡ଼ିଆ, ପାର୍ସୀ, ସଂସ୍କୃତ, ୧୬ରେ ସାଧାରଣ ବିଜ୍ଞାନ, ୧୮ରେ ସାମାଜିକ ବିଜ୍ଞାନ ଓ ୨୦ ତାରିଖରେ ଗଣିତ ପରୀକ୍ଷା ଅନୁଷ୍ଠିତ ହେବ। ଭୋକେଶନାଲ ଟ୍ରେଡ୍‌ ପ୍ରାକ୍ଟିକାଲ ପରୀକ୍ଷା ନିଜ ସ୍କୁଲରେ ଆସନ୍ତା ୧୫ରୁ ୧୮ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଭୋକେଶନାଲ୍‌ ଟ୍ରେଡ୍‌ ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ୮୦ ନମ୍ବର ପରୀକ୍ଷା କରାଯିବ। ଏଥିରେ ୫୦ ନମ୍ବର ସଂକ୍ଷିପ୍ତ ଉତ୍ତରମୂଳକ(ଏମ୍‌ସିକ୍ୟୁ) ପ୍ରଶ୍ନ ରହିବ। ଏହାର ଉତ୍ତରକୁ ଓଏମ୍‌ଆର୍‌ ସିଟ୍‌ରେ ପୂରଣ କରାଯିବ। ଅବଶିଷ୍ଟ ୩୦ ନମ୍ବର ସବ୍‌ଜେକ୍ଟିଭ୍‌ ପ୍ରଶ୍ନ ରହିବ ଓ ଏହାର ଉତ୍ତର ପ୍ରଶ୍ନପତ୍ର ବୁକ୍‌ଲେଟ୍‌ରେ ଲେଖିବାକୁ ପଡ଼ିବ।
ସେହିପରି ମଧ୍ୟମା ପରୀକ୍ଷା ସୂଚୀ ଅନୁସାରେ, ମାର୍ଚ୍ଚ ୧୦ ତାରିଖରେ ପେପର-୪ (ଓଡ଼ିଆ), ୧୩ରେ ପେପର-୮ (ଇଂଲିଶ), ୧୪ରେ ପେପର-୨ (ସଂସ୍କୃତ ସାହିତ୍ୟମ୍‌), ୧୫ରେ ପେପର-୧ (ସଂସ୍କୃତ ବ୍ୟାକରଣ ଓ ଦର୍ଶନ), ୧୬ରେ ପେପର-୬ (ସାଧାରଣ ବିଜ୍ଞାନ), ୧୭ରେ ପେପର-୩(ପ୍ରୟୋଗାତ୍ମକ ସଂସ୍କୃତ), ୧୮ରେ ପେପର-୭(ସାମାଜିକ ବିଜ୍ଞାନ) ଓ ୨୦ ତାରିଖରେ ପେପର-୫ (ଗଣିତ) ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ସୂଚୀ ଅନୁସାରେ ମାର୍ଚ୍ଚ ୧୦ ତାରିଖରେ ଓଡ଼ିଆ, ତେଲୁଗୁ, ଉର୍ଦ୍ଦୁ, ହିନ୍ଦୀ, ୧୧ରେ ହୋମ୍‌ ସାଇନ୍ସ,୧୩ରେ ଇଂଲିଶ ,୧୪ରେ ଭାରତୀୟ ସଂସ୍କୃତି ଓ ଐତିହ୍ୟ, ୧୫ରେ ହୋମ୍‌ ସାଇନ୍ସ ପ୍ରାକ୍ଟିକାଲ, ୧୬ରେ ବିଜ୍ଞାନ, ୧୭ରେ ଚିତ୍ରାଙ୍କନ ଥିଓରି, ୧୮ରେ ସାମାଜିକ ବିଜ୍ଞାନ, ୧୯ରେ ଚିତ୍ରାଙ୍କନ ପ୍ରାକ୍ଟିକାଲ ଓ ୨୦ରେ ଗଣିତ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ବୁଡ଼ାଇଲା କୌଳିକ ବୃତ୍ତି : ସଙ୍କଟରେ ବାଉଁଶ କାରିଗର

କେନ୍ଦୁଝର, ୨୮ା୫(ସ୍ବ.ପ୍ର.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ବର୍ତ୍ତମାନ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ ଚାଲିଛି। କଟକଣା ଯୋଗୁ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ସାଧାରଣ...

ଦୁର୍ନୀତି ବଡ଼ ଶତ୍ରୁ: ଜିଲା ସଭାପତି

ଗୋପାଳପୁର, ୨୬।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଶନିବାର ବିଜୁ ଜନତା ଦଳ (ବିଜେଡି)ର ୨୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଆୟୋଜିତ...

ନିଯୁକ୍ତି ଦାବିରେ ଏନ୍‌ଟିପିସି କ୍ଷତିଗ୍ରସ୍ତଙ୍କ ଆନ୍ଦୋଳନ

କଣିହାଁ,୩।୮(ଡି.ଏନ.ଏ.) କଣିହାଁ ବ୍ଲକସ୍ଥିତ ଏନ୍‌ଟିପିସି ବିଦ୍ୟୁତ୍‌ ପ୍ରକଳ୍ପରେ ୨୫ ବର୍ଷରୁ ଊର୍ଦ୍ଧ୍ୱ ହେବ ଜମି ହରାଇଥିବା ୧୨ଟି ପରିବାର ମୁଖିଆମାନେ ସ୍ଥାୟୀ ନିଯୁକ୍ତି ଦାବିରେ ଶୁକ୍ରବାର...

ବଜାରରେ ମହିଳାଙ୍କୁ ଅସଦାଚରଣ କରି ଜେଲ୍‌ ଗଲେ

ଦିଗପହଣ୍ଡି,୩୦ା୫(ଡି.ଏନ.ଏ.): ଜଣେ ବ୍ୟକ୍ତିଙ୍କୁ ଠେଙ୍ଗାରେ ଆକ୍ରମଣ କରିବା ସହ ତାଙ୍କ ସ୍ତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ଅଭିଯୁକ୍ତଙ୍କୁ ସୋମବାର ଗିରଫ କରି...

ପୁରୁଣା ବାରିପଦା କଲେଜରେ ଉତ୍ତେଜନା

କୁଆମରା ୪।୨(ଡିଏନଏ)- ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ପୁରୁଣା ବାରିପଦା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ମନୋଜ କୁମାର ସାହୁଙ୍କୁ ନେଇ କଲେଜର ସୋମବାର...

୧୨ କି.ମି. ଚାଲି ୬ ଗ୍ରାମର ସମସ୍ୟା ବୁଝିଲେ

ଚିତ୍ରକୋଣ୍ଡା,୧୧ା୨(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକର ଦୁର୍ଗମ ଅଞ୍ଚଳରେ ଲୋକଙ୍କ ସମସ୍ୟା ସମାଧାନ କରି ସେମାନଙ୍କୁ ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବାକୁ କପାତୁଟି...

ଜି.ଉଦୟଗିରିରେ ୧୦ ଡିଗ୍ରୀ ତାପମାତ୍ରା

ଜି.ଉଦୟଗିରି,୧୪ା୧୧(ଡି.ଏନ.ଏ.): କନ୍ଧମାଳ ଜିଲାରେ ଶୀତର ପ୍ରକୋପ ଆରମ୍ଭ ହୋଇଛି। ରବିବାର ଜି.ଉଦୟଗିରିଠାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲ୍‌ସିୟସକୁ ହ୍ରାସ ପାଇଛି। ସ୍ଥାନୀୟ କୃଷି ଗବେଷଣା...

ସିରିଜ୍‌ ଚୋରି, ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ

ବେଗୁନିଆପଡ଼ା,୮ା୧୨(ଡି.ଏନ.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ସିରିଜ୍‌ ଚୋରି ହୋଇଥିବା ଅଭିଯୋଗ ହୋଇଛି। ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଏସ.ଛଚିନା ଗ୍ରାମର ସୁଦାମ ଆର୍ଟ...

Advertisement
Archives

Model This Week