୧୦ ଜିଲାରେ ଆରମ୍ଭ ହେଲା ଭର୍ଚୁଆଲ ହାଇକୋର୍ଟ

କଟକ ଅଫିସ,୪ା୨: ରାଜ୍ୟର ୧୦ ଜିଲାରେ ଶୁକ୍ରବାରଠାରୁ ଭର୍ଚୁଆଲ ହାଇକୋର୍ଟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ବାଲେଶ୍ୱର, ସମ୍ବଲପୁର, ଗଞ୍ଜାମର ବ୍ରହ୍ମପୁର, ଭଦ୍ରକ, କଳାହାଣ୍ଡିର ଭବାନୀପାଟଣା, ଖୋର୍ଦ୍ଧାର ଭୁବନେଶ୍ୱର, ବଲାଙ୍ଗୀର, କୋରାପୁଟର ଜୟପୁର, ପୁରୀ ଓ ସୁନ୍ଦରଗଡ଼ର ରାଉରକେଲାଠାରେ ହାଇକୋର୍ଟର ଭର୍ଚୁଆଲ କ୍ୟାବିନ କାର୍ଯ୍ୟକ୍ଷମ ହୋଇଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି. ଓ୍ବାଇ. ଚନ୍ଦ୍ରଚୂଡ ନୂଆଦିଲ୍ଲୀରୁ ଭର୍ଚୁଆଲରେ ଥାଇ ଭର୍ଚୁଆଲ ହାଇକୋର୍ଟ ବ୍ୟବସ୍ଥାକୁ ଶୁକ୍ରବାର ଉଦ୍‌ଘାଟନ କରିଛନ୍ତି।
କଟକସ୍ଥିତ ଜୁଡିସିଆଲ ଏକାଡେମୀ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଭର୍ଚୁଆଲରେ ଥାଇ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ଓଡ଼ିଶା ହାଇକୋର୍ଟର ଏହି ଉଦ୍ୟମକୁ ପ୍ରଶଂସା କରି କହିଥିଲେ, ନ୍ୟାୟିକ କ୍ଷେତ୍ରରେ ଇ-ବ୍ୟବସ୍ଥା ଏକ ଜାତୀୟ ଆନ୍ଦୋଳନରେ ପରିଣତ ହେବା ସହ ଦେଶର ଅନ୍ୟ ହାଇକୋର୍ଟଗୁଡ଼ିକ ଏହାକୁ ଅନୁସରଣ କରିବେ। ଅଧିକାଂଶ ହାଇକୋର୍ଟରେ କେବଳ ଗୋଟିଏ ବେଞ୍ଚ କାର୍ଯ୍ୟ କରୁଥିବାବେଳେ କିଛି ହାଇକୋର୍ଟରେ ଦୁଇଟି ବେଞ୍ଚ ରହିଛି। ହେଲେ ଓଡ଼ିଶା ହାଇକୋର୍ଟ ରାଜ୍ୟର ସବୁ ଜିଲାରୁ କାର୍ଯ୍ୟକ୍ଷମ ହେଉଛି ଯାହା ଦେଶରେ ପ୍ରଥମ। ଏହାଦ୍ୱାରା ବହୁଦୂରରେ ଥିବା ଆଇନଜୀବୀମାନେ ନିଜ ଅଞ୍ଚଳରେ ରହି ହାଇକୋର୍ଟର ମାମଲା ପରିଚାଳନା କରିପାରିବାର ସୁଯୋଗ ପାଇବେ। କ୍ଷୁଦ୍ର ସହରରେ ରହି ବି ମେଧାବୀ ଆଇନଜୀବୀମାନେ ମାମଲା ପରିଚାଳନା ପାଇଁ ନିଜ ଦକ୍ଷତାକୁ ଉପଯୋଗ କରିପାରିବେ। ଏହି ଅବସରରେ ପ୍ରଧାନ ବିଚାରପତି ଏକ ଘୋଷଣା କରିଥିଲେ, ସୁପ୍ରିମକୋର୍ଟ ପକ୍ଷରୁ ମାଡ୍ରାସ ଆଇଆଇଟି ସହଯୋଗରେ ବିଚାରପତିଙ୍କ ରାୟକୁ ଆଞ୍ଚଳିକ ଭାଷାରେ ଅନୁବାଦ କରିବାର ଏକ ନୂଆ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଓଡ଼ିଶା ହାଇକୋର୍ଟ ବି ରାୟଗୁଡ଼ିକୁ ଓଡ଼ିଆରେ ଅନୁବାଦ କରିବା ନେଇ ଆଶାବ୍ୟକ୍ତ କରିଥିଲେ। ଆଇନଜୀବୀ, ବିଚାରପତି ଓ ପକ୍ଷମାନଙ୍କ ନିମନ୍ତେ ସୁପ୍ରିମକୋର୍ଟଙ୍କ ୩୫୦୦୦ ରାୟ ଅଦ୍ୟାବଧି ପୋର୍ଟାଲରେ ବିନା ଦେୟରେ ଉପଲବ୍ଧ କରାଯାଇଛି ବୋଲି ସେ କହିଥିଲେ।
ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର କହିଥିଲେ, ଜିଲାସ୍ତରରେ ଭର୍ଚୁଆଲ ହାଇକୋର୍ଟ ସ୍ଥାପନ ଭବିଷ୍ୟତ ପାଇଁ ଏକ ବଡ଼ ପଦକ୍ଷେପ। ଏହା ସଫଳ ହେଲେ ନ୍ୟାୟିକ ବ୍ୟବସ୍ଥାର ଚେହେରା ପରିବର୍ତ୍ତନ କରିଦେବ। ଲୋକମାନେ ପ୍ରତି ଜିଲାରେ ହାଇକୋର୍ଟର ଉପସ୍ଥିତିକୁ ଅନୁଭବ କରିପାରିବେ ଓ ଦ୍ୱାରଦେଶରେ ନ୍ୟାୟିକ ସେବା ପାଇବେ। ଏହାଦ୍ୱାରା ହାଇକୋର୍ଟଠାରୁ ବହୁ ଦୂରରେ ଥାଇ ଲୋକମାନେ ହାଇକୋର୍ଟରେ ମାମଲା ଦାୟର କରିପାରିବେ। ଏଥିସହ ଶୁଣାଣିରେ ଉପସ୍ଥିତ ରହିବା ସହ ସାର୍ଟିଫାଏଡ୍‌ କପି ମଧ୍ୟ ପାଇପାରିବେ। ପ୍ରଥମ ପର୍ଯ୍ୟାୟରେ ୧୦ ଜିଲାରେ ହୋଇଥିବା ଭର୍ଚୁଆଲ ହାଇକୋର୍ଟ ଦ୍ୱାରା ନିକଟବର୍ତ୍ତୀ ଜିଲାର ଲୋକମାନେ ମଧ୍ୟ ଉପକୃତ ହୋଇପାରିବେ ବୋଲି ସେ କହିଥିଲେ। ହାଇକୋର୍ଟର ଆଇଟି ଆଣ୍ଡ୍‌ ଏଆଇ କମିଟି ଅଧ୍ୟକ୍ଷ ତଥା ବିଚାରପତି ଶୁଭାଶିଷ ତାଳପତ୍ର ସ୍ବାଗତ ଭାଷଣ ଓ ବିଚାରପତି ଡ. ସଞ୍ଜୀବ କୁମାର ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଭର୍ଚୁଆଲ ହାଇକୋର୍ଟ ଉପରେ ଏକ ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା। ହାଇକୋର୍ଟ ବିଚାରପତି, ପୂର୍ବତନ ବିଚାରପତିମାନଙ୍କ ସମେତ ଆଡ୍‌ଭୋକେଟ ଜେନେରାଲ, ଡେପୁଟି ସଲିସିଟର ଜେନେରାଲ ଅଫ ଇଣ୍ଡିଆ ଫର ଓଡ଼ିଶା ହାଇକୋର୍ଟ, ବିଚାର ବିଭାଗୀୟ ଅଧିକାରୀ, ସରକାରୀ ଅଧିକାରୀ, ହାଇକୋର୍ଟ ବାର୍‌ ଆସୋସିଏଶନର ସଦସ୍ୟ ଓ ୧୦ ଜିଲାର ଆଇନଜୀବୀ ଉପସ୍ଥିତ ଥିଲେ।
୧୦ ଜିଲାରେ ସର୍ବାଧିକ ମାମଲା
ପ୍ରଥମ ପର୍ଯ୍ୟାୟରେ ଯେଉଁ ୧୦ଟି ଜିଲାରେ ଭର୍ଚୁଆଲ ହାଇକୋର୍ଟ ସ୍ଥାପନ ହୋଇଛି, ତାହା ଭୌଗୋଳିକ ସ୍ଥିତି ଓ ମାମଲାର ପରିମାଣକୁ ଆଧାର କରି ସ୍ଥିର କରାଯାଇଛି। ବର୍ତ୍ତମାନ ସୁଦ୍ଧା ହାଇକୋର୍ଟରେ ୧.୭ ଲକ୍ଷ ମାମଲା ବିଚାର ପାଇଁ ପଡ଼ିରହିଛି। ତନ୍ମଧ୍ୟରୁ ଉପରୋକ୍ତ ୧୦ଟି ଜିଲାରେ ପ୍ରାୟ ୭୨,୭୬୦ ମାମଲା ରହିଛି। ପୁଣି ଖୋର୍ଦ୍ଧା ଜିଲାରେ ସର୍ବାଧିକ ପ୍ରାୟ ୨୭,୧୬୦ ମାମଲା ରହିଥିବା ଜଣାପଡିଛି। ଏଥିସହ ସମ୍ବଲପୁରରେ ୪୦୦୦, ଗଞ୍ଜାମରେ ୧୦୫୦୦, ଭଦ୍ରକରେ ୫୩୦୦, କଳାହାଣ୍ଡିରେ ୩୪୦୦, ବଲାଙ୍ଗୀରରେ ୩୮୦୦, କୋରାପୁଟରେ ୩୨୦୦, ପୁରୀରେ ୮୨୦୦ ଓ ସୁନ୍ଦରଗଡ଼ରେ ପାଖାପାଖି ୩୨୭୮ଟି ମାମଲା ପଡ଼ିରହିଛି।
ଭର୍ଚୁଆଲ ହାଇକୋର୍ଟର ସୁବିଧା
ଭର୍ଚୁଆଲ ହାଇକୋର୍ଟରେ ଭିଡିଓ କନ୍‌ଫରେନ୍ସ ସୁବିଧା ସହ ଏକ କାର୍ଯ୍ୟାଳୟ ରହିଛି। ହାଜରା ପାଇଁ ୫୫ ଇଞ୍ଚ ଟିଭି, କ୍ୟାମେରା, ମାଇକ୍ରୋଫୋନ, ସ୍ପିକର, ଡକ୍ୟୁମେଣ୍ଟ ଭିଜୁଆଲାଇଜର, କମ୍ପ୍ୟୁଟର, ପ୍ରିଣ୍ଟର, ସ୍କାନର ଆଦି ବ୍ୟବସ୍ଥା ଅଛି। ସେଠାରେ ଆଇନଜୀବୀମାନେ ମାମଲା ଇ-ଫାଇଲ କରିପାରିବେ। କୌଣସି ଆଇନଜୀବୀ ବା ପକ୍ଷ ଚାହିଁଲେ ଲିଖିତ କାଗଜାତ ମାଧ୍ୟମରେ ବି ମାମଲା ଦାୟର କରିପାରିବେ। ସେଠାରେ ଥିବା କମ୍ପ୍ୟୁଟର ସିଷ୍ଟମ ଜରିଆରେ ସେଗୁଡ଼ିକ ସ୍କାନ୍‌ ହୋଇ ଅପ୍‌ଲୋଡ୍‌ ହେବ। ଏହି କାର୍ଯ୍ୟ ପାଇଁ ଜଣେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଓ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ପ୍ରତି ଜିଲା କ୍ୟାବିନରେ ନିଯୁକ୍ତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri