ଜିଏସ୍‌ଟି ଚଢ଼ାଉ, ୧୭.୮୧ ଲକ୍ଷ ଟଙ୍କା ଜବତ

କଟକ ଅଫିସ,୮ା୨: ସରକାରଙ୍କୁ ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ଫାଙ୍କି ବ୍ୟବସାୟ କରିବା ଅଭିଯୋଗରେ ଜିଏସ୍‌ଟି ବିଭାଗ ପକ୍ଷରୁ ମଙ୍ଗଳବାର କଟକର ଜଣେ ବ୍ୟବସାୟୀଙ୍କ ବ୍ୟବସାୟ ପ୍ରତିଷ୍ଠାନ ସମେତ ୪ଟି ଜାଗାରେ ଚଢ଼ାଉ କରାଯାଇଛି। ଚଢ଼ାଉବେଳେ ୧୭ ଲକ୍ଷ ୮୧ ହଜାର ୭୯୦ ଟଙ୍କା ସମେତ ବହୁ କାଗଜପତ୍ର ଜବତ କରାଯାଇଛି। ବ୍ୟବସାୟୀ ଜଣକ ହେଲେ କଟକ ଜିଲା ୪୨ ମୌଜା ଅଞ୍ଚଳର ରମେଶ ଚନ୍ଦ୍ର ଚୌଧୁରୀ।
ଜିଏସ୍‌ଟି ବିଭାଗ ପକ୍ଷରୁ ପୂର୍ବାହ୍ନ ପ୍ରାୟ ୧୧.୨୦ରୁ ରାତି ୧୦ଟା ପର୍ଯ୍ୟନ୍ତ ଚଢ଼ାଉ ଜାରି ରହିଥିଲା। ଏହି ଚଢ଼ାଉରେ ୪ଟି ଟିମ୍‌ରେ ୨୦ ଜଣ ଜିଏସ୍‌ଟି ଅଧିକାରୀ ସାମିଲ ହୋଇଥିଲେ। ରମେଶଙ୍କ ଓଏମ୍‌ପି ଛକସ୍ଥିତ ମୁଖ୍ୟ ବ୍ୟବସାୟ ପ୍ରତିଷ୍ଠାନ ପଞ୍ଚମୁଖୀ ସାନିଟାରି, ଓଏମ୍‌ପି ଓ ମଧୁପାଟଣାରେ ଥିବା ଗୋଦାମ ଓ ରାଜେନ୍ଦ୍ରନଗରସ୍ଥିତ ତାଙ୍କ ବାସଭବନରେ ଚଢ଼ାଉ ହୋଇଥିଲା। ବ୍ୟବସାୟୀଙ୍କ ଘରୁ ପାଖାପାଖି ୧୭ ଲକ୍ଷ ୫୦ ହଜାର ୭୯୦ ଟଙ୍କା ଓ ବ୍ୟବସାୟ ପ୍ରତିଷ୍ଠାନରୁ ୩୦,୫୦୦ ଟଙ୍କା ଜବତ କରାଯାଇଥିବା ଜଣାପଡିଛି। ଅପରପକ୍ଷରେ ଘରୁ ମିଳିଥିବା ଏତେ ପରିମାଣର ଟଙ୍କା ବ୍ୟାଙ୍କରେ ଜମା ହେବାକୁ ରଖାଯାଇଥିବା ରମେଶ ଜିଏସ୍‌ଟି ଅଧିକାରୀଙ୍କୁ କହିଛନ୍ତି। ତେବେ ଅଧିକ ତଦନ୍ତ ଓ ଯାଞ୍ଚ ପରେ ଏହାର ସତ୍ୟତା ଜଣାପଡ଼ିବ ବୋଲି ସିଟି ଜିଏସ୍‌ଟି ଅଧିକାରୀ ବିରଞ୍ଚି ମହାନନ୍ଦିଆ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଖିଳଙ୍କ ପ୍ରାର୍ଥିତ୍ୱକୁ ବିରୋଧ କଲା ଭାଜପାର ଆଉ ଏକ ଗୋଷ୍ଠୀ

ପାଟଣା,୨୦ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବୈତରଣୀ ନଦୀକୂଳ ଧାନବେଣୀ ପାର୍ଶ୍ୱରେ ଶନିବାର ପାଟଣା ଭାଜପା ନିର୍ବାଚନ ମଣ୍ଡଳୀସ୍ତରୀୟ ନିଷ୍ପତ୍ତି ସାମାବେଶ ଅନୁଷ୍ଠିତ ହୋଇଛି। ସୂଚନାଯୋଗ୍ୟ,...

ଏଣିକି ଟ୍ରାଫିକ୍‌ ପୋଲିସ ପିନ୍ଧିବେ AC ହେଲ୍‌ମେଟ୍‌

ଭୁବନେଶ୍ୱର,୨୦ା୪: ପ୍ରଚଣ୍ଡ ଖରାରୁ ରକ୍ଷା ପାଇବା ପାଇଁ କମିଶନରେଟ୍‌ ପୋଲିସରେ କାର୍ଯ୍ୟରତ ସମସ୍ତ ଟ୍ରାଫିକ୍‌ କର୍ମଚାରୀ ଏଣିକି ଏସି ବା ଏୟାର କଣ୍ଡିଶନ ହେଲ୍‌ମେଟ୍‌ ପିନ୍ଧିବେ।...

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

ବିଜେଡି ପ୍ରାର୍ଥୀ ଘୋଷଣା ପରେ ବଡ଼ ବୟାନ ଦେଲେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ଦଳ ଚିଲିକାରୁ ରଘୁନାଥ ସାହୁଙ୍କୁ ପ୍ରାର୍ଥୀ କରିଛି। ତେବେ ଚିଲିକା...

ବଡଚଣାରୁ ଲଢିବେ ବର୍ଷା, କେଉଁଠୁ ଲଢିବେ ଅନୁଭବ?

ଭୁବନେଶ୍ୱର,୨୦।୪: ବିଜେଡି ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସରପ୍ରାଇଜ କ୍ୟାଣ୍ଡିଡେଟ୍‌ ଭାବେ ବର୍ଷା ପ୍ରିୟଦର୍ଶିନୀଙ୍କୁ...

ଏହି ୨ ବିଧାୟକଙ୍କୁ ମିଳିଲାନି ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ପ୍ରାର୍ଥୀ ଘୋଷଣାରେ ଚମ୍ପୁଆ ବିଧାୟକ ମିନାକ୍ଷୀ ମହାନ୍ତ ଏବଂ ଆନନ୍ଦପୁର...

ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା: ୫ ବିଧାୟକଙ୍କ କଟିଲା ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଟିକେଟ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ତାଲିକାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri