କଟକ

ଜଳାଶୟରୁ ବେଆଇନ ମୋରମ ଚାଲାଣ

ଖୁଣ୍ଟୁଣୀ,୧୧ା୨(ଡି.ଏନ୍‌.ଏ.): ଖୁଣ୍ଟୁଣୀ ବନାଞ୍ଚଳ ଅଧୀନ କୃଷ୍ଣଶ୍ୟାମପୁର ଗ୍ରାମପାର୍ଶ୍ୱ ଦେଉଳିଆ ସଂରକ୍ଷିତ ଜଙ୍ଗଲରେ ଥିବା କୁମାରୀବନ୍ଧ ଜଳାଶୟରୁ ବେଆଇନ ଭାବେ ମୋରମ ଚାଲାଣ ହେଉଥିଲା। ଖବରପାଇ ବନ ବିଭାଗ ଟିମ୍‌ ଉକ୍ତ ସ୍ଥାନରେ ଚଢ଼ାଉ କରି ମୋରମ ଚାଲାଣକୁ ବନ୍ଦ କରିଛି। ମିଳିଥିବା…

ବଦଳିଲା ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା ତାରିଖ

କଟକ ଅଫିସ,୧୧ା୨: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍‌)-୨୦୨୧ର ମୁଖ୍ୟ ଲିଖିତ ପରୀକ୍ଷା ସୂଚୀରେ ପରିବର୍ତ୍ତନ କରାଯାଇଛି। ଏ ନେଇ ଶୁକ୍ରବାର ଓପିଏସ୍‌ସି ପକ୍ଷରୁ ସଂଶୋଧିତ ପରୀକ୍ଷା ସୂଚୀର ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା…

ଏସ୍‌ଆଇ ନିଯୁକ୍ତି ବିଜ୍ଞପ୍ତି ଉପରେ ରହିତାଦେଶ

କଟକ ଅଫିସ,୧୧ା୨: ଓଡ଼ିଶା ପୋଲିସ ସବ୍‌ଇନ୍ସପେକ୍ଟର (ଏସ୍‌ଆଇ) ନିଯୁକ୍ତି ନେଇ ୨୦୨୧ ଜୁନ୍‌ ୨୨ତାରିଖରେ ପ୍ରକାଶିତ ବିଜ୍ଞପ୍ତି ଉପରେ ଓଡ଼ିଶା ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଦେଇଛନ୍ତି। ଅଦାଲତଙ୍କ ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ବିଜ୍ଞପ୍ତି ଉପରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇପାରିବ ନାହିଁ…

ବିଦ୍ୟାଳୟରେ ୫ ଶିକ୍ଷକ ପଦବୀ ଖାଲି

ସାଲେପୁର,୧୦।୨(ଡି.ଏନ୍‌.ଏ.): ସରକାର ଶିକ୍ଷା ଉନ୍ନତି ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ବିଦ୍ୟାଳୟଗୁଡ଼ିକୁ ଅନେକ ଉପକରଣ ଯୋଗାଇ ଦେଉଥିବା ନେଇ ଡିଣ୍ଡିମ ପିଟୁଛନ୍ତି। ମାତ୍ର ଶିକ୍ଷକ ପଦବୀ ପୂରଣ ଉପରେ ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ ହେଉଛି। ଶିକ୍ଷକ ଅଭାବ…

ଆଜି ରେଡିଓରେ ଶୁଭିବ ସିଏମ୍‌ସି ‘ସଂକଳ୍ପ’

କଟକ ଅଫିସ,୧୦ା୨: କଟକ ମହାନଗର ନିଗମ (ସିଏମ୍‌ସିି)ର ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ, ପ୍ରକଳ୍ପ ସମ୍ପର୍କରେ ଲୋକେ ସଚେତନ ହେବେ। ରେଡ଼ିଓ ଏଫ୍‌ଏମ୍‌ ଯୋଗେ ଅଧିକାରୀମାନେ ସଚେତନ କରାଇବେ। ଶୁକ୍ରବାରଠାରୁ ‘ସଂକଳ୍ପ’ ନାମରେ ଏକ କାର୍ଯ୍ୟକ୍ରମକୁ ସିଏମ୍‌ସି କମିଶନର ନିଖିଲ ପଓ୍ବନ କଲ୍ୟାଣ…

୨୫.୬୫ ଲକ୍ଷ ଉପଭୋକ୍ତା ଖାଇବେ ବଟିକା

କଟକ ଅଫିସ,୧୦ା୨: ସାର୍ବଜନୀନ ବାତଜ୍ୱର ଔଷଧ ସେବନ କାର୍ଯ୍ୟକ୍ରମ ନିମନ୍ତେ ଏକ ବୈଠକ ଜିଲା ସ୍ବାସ୍ଥ୍ୟ ବିଭାଗ ସଭାଗୃହରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା କୀଟବାହିତ ରୋଗ ପରାମର୍ଶଦାତ୍ରୀ ତୃପ୍ତିରାଣୀ ନାୟକ ଯୋଗଦେଇ କହିଥିଲେ, ଲୋକଙ୍କୁ ବୟସ ଅନୁପାତରେ ଡିଇସି,…

ହାଇକୋର୍ଟରେ ଚାର୍ଜସିଟ୍‌ ଦାଖଲ

କଟକ ଅଫିସ,୧୦ା୨:ବହୁ ଚର୍ଚ୍ଚିତ ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ଜାମିନ ଆବେଦନ ମାମଲାର ଶୁଣାଣି ଗୁରୁବାର ହାଇକୋର୍ଟରେ ହୋଇଛି। ଆବେଦନକାରୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଥିବା ଶୁଣାଣିବେଳେ ସ୍ପଷ୍ଟ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ତଦନ୍ତର ସାନି ସ୍ଥିତି ଅବଗତ କରାଯାଇଛି। ଚାର୍ଜସିଟ୍‌ରେ…

ନିୟମାବଳୀ ଯଥାର୍ଥ ଦର୍ଶାଇଲେ ଓପିଏସ୍‌ସି

କଟକ ଅଫିସ,୧୦ା୨:ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ଅନୁଷ୍ଠିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ) ପରୀକ୍ଷାର ନିୟମାବଳୀକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଆଗତ ମାମଲାର ଶୁଣାଣି ଗୁରୁବାର ହୋଇଛି। ଓପିଏସ୍‌ପି ଓ ଆଡ୍‌ଭୋକେଟ ଜେନେରାଲ ଜବାବ ଦାଖଲ କରି ପରୀକ୍ଷା ନିମନ୍ତେ…

ମାଟ୍ରିକ୍‌ ପରୀକ୍ଷା ନେଇ ବୋର୍ଡ ବିଜ୍ଞପ୍ତି

କଟକ ଅଫିସ, ୯ା୨: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତବର୍ଷର ଦଶମ ଶ୍ରେଣୀ ସମ୍ମେଟିଭ-୨ ପରୀକ୍ଷା ନିମନ୍ତେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁ ପରୀକ୍ଷାର୍ଥୀ ସମ୍ମେଟିଭ-୧ ପରୀକ୍ଷାରେ କପି କରି ଧରାପଡିଥିଲେ, ସେମାନେ ସମ୍ମେଟିଭ-୨ ପରୀକ୍ଷା ଦେବାରୁ ବଞ୍ଚିତ…

ଷଣ୍ଢ ପେଟରୁ ବାହାରିଲା ୬୦ କିଗ୍ରା ପଲିଥିନ୍‌

ବାଙ୍କୀ, ୯ା୨(ସ୍ବ.ପ୍ର.): ବାଙ୍କୀ ସହର ଅଞ୍ଚଳରେ ଏକ ବୁଲା ଷଣ୍ଢ ଅସୁସ୍ଥ ଅବସ୍ଥାରେ ପଡିଥିବାରୁ ତାର ପେଟକୁ ଅପରେଶନ କରାଯାଇ ୬୦କେଜିରୁ ଊର୍ଦ୍ଧ୍ୱ ପଲିଥିନ ବୁଧବାର ବାହାର କରାଯାଇଛି। ସୂଚନାଯୋଗ୍ୟ ବାଙ୍କୀ ସହରର ଗୋଟିଏ ବୁଲା ଷଣ୍ଢ ସପ୍ତାହେ ହେଲା ଖିଆପିଆ…

ମହିଳାଙ୍କୁ ବଳାତ୍କାର, ହତ୍ୟା

ମଙ୍ଗୁଳି/ଜଗତପୁର, ୯ା୨(ଡି.ଏନ୍‌.ଏ.):ଜଗତପୁର ଥାନା ଅଧୀନ ଟ୍ରକ୍‌ ଟର୍ମିନାଲ ନିକଟ ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କ ମୃତଦେହ ଉଲଗ୍ନ ଅବସ୍ଥାରେ ପୋଲିସ ଜବତ କରିଛି। ମୃତା ଜଗତପୁର ଷ୍ଟେଶନ ବଜ଼ାର ଅଞ୍ଚଳର ବୋଲି ଜଣାପଡ଼ିଛି। ବଳାତ୍କାର ପରେ…

ବନ ବିଭାଗ ହେପାଜତରେ ମୃତ୍ୟୁ ଘଟଣା: ରେଞ୍ଜର ସମେତ ୬ ବନ କର୍ମଚାରୀ କୋର୍ଟ ଚାଲାଣ

କଟକ ଅଫିସ, ୮।୨: ବନ ବିଭାଗ ହେପାଜତରେ ସାତଗୋଛିଆ ଗାଁ ଧନେଶ୍ୱର ବେହେରାଙ୍କ ମୃତ୍ୟୁ ମାମଲାରେ ବଡ଼ମ୍ବା ରେଞ୍ଜର ସୁବ୍ରତ ବେହେରାଙ୍କ ସମେତ ୬ ବନ କର୍ମଚାରୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଗିରଫ ଅନ୍ୟ କର୍ମଚାରୀମାନେ ହେଲେ ଫରେଷ୍ଟର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri