ବଦଳିଲା ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା ତାରିଖ

କଟକ ଅଫିସ,୧୧ା୨: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍‌)-୨୦୨୧ର ମୁଖ୍ୟ ଲିଖିତ ପରୀକ୍ଷା ସୂଚୀରେ ପରିବର୍ତ୍ତନ କରାଯାଇଛି। ଏ ନେଇ ଶୁକ୍ରବାର ଓପିଏସ୍‌ସି ପକ୍ଷରୁ ସଂଶୋଧିତ ପରୀକ୍ଷା ସୂଚୀର ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୧୯ରେ ଓଡ଼ିଆ ଏବଂ ଇଂଲିଶ ବିଷୟରେ ହେବାକୁ ଥିବା ପରୀକ୍ଷା ୨୧ ତାରିଖରେ ଅନୁଷ୍ଠିତ ହେବ। ସେହିପରି ଆସନ୍ତା ୨୧ରେ ହେବାକୁ ଥିବା ଜେନେରାଲ ଷ୍ଟଡିଜ୍‌ର ପେପର-୧ ଏବଂ ୨ର ପରୀକ୍ଷା ମାର୍ଚ୍ଚ ୧୨ରେ ହେବ। ମାର୍ଚ୍ଚ ୧୨ରେ ହେବାକୁ ଥିବା ଫିଲୋସୋଫି ଏବଂ ସାଇକୋଲୋଜି ବିଷୟର ପେପର-୨ ପରୀକ୍ଷା ୧୩ ତାରିଖରେ ହେବ। ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସ୍‌ସି)ର ସିଭିଲ ସର୍ଭିସ୍‌ ସାକ୍ଷାତ୍‌କାର ଥିବାରୁ ଓପିଏସ୍‌ସି ଉକ୍ତ ପରୀକ୍ଷା ସୂଚୀରେ ପରିବର୍ତ୍ତନ କରିଛି। କେବେଳ ଏହି ୩ ଦିନ ପରୀକ୍ଷାକୁ ବାଦ୍‌ ଦେଲେ ଅନ୍ୟ କୌଣସି ତାରିଖରେ ପରିବର୍ତ୍ତନ କରାଯାଇନାହିଁ।
ସୂଚନାଥାଉ କି, ଗତ ଅକ୍ଟୋବର ୧୬ରେ ଓସିଏସ୍‌-୨୦୨୧ ପ୍ରିଲିମିନାରୀ ପରୀକ୍ଷା ହୋଇଥିଲା। ଏଥିରେ ୫,୨୯୬ ଜଣ କୃତକାର୍ଯ୍ୟ ହୋଇଥିଲେ। ସେମାନେ ଆସନ୍ତା ଫେବୃୟାରୀ ୨୧ରୁ ମାର୍ଚ୍ଚ ୧୩ ତାରିଖ ପର୍ଯ୍ୟନ୍ତ ମୁଖ୍ୟ ପରୀକ୍ଷା ଦେବେ। ପ୍ରତିଦିନ ଦୁଇଟି ସିଟିଂରେ ପରୀକ୍ଷା କରାଯିବ। ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଏବଂ ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂରେ ପରୀକ୍ଷା ହେବ। ୩ଘଣ୍ଟା ଧରି ପରୀକ୍ଷା ହେବାକୁ ଥିବାବେଳେ କେବଳ ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କୁ ଅଧିକ ୧ ଘଣ୍ଟା ସମୟ ମିଳିବ। ପରୀକ୍ଷା ପାଇଁ ଆଡ୍‌ମିଟ୍‌ କାର୍ଡ ଖୁବଶୀଘ୍ର ଓପିଏସ୍‌ସି ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ। ପରୀକ୍ଷାର୍ଥୀମାନେ ପ୍ରକାଶିତ ବିଜ୍ଞପ୍ତିରେ ସବିଶେଷ ତଥ୍ୟ ଓପିଏସ୍‌ସି ୱେବ୍‌ସାଇଟରୁ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପାଗ ବିଗାଡ଼ିଦେଲା ବିଜ୍ଞାନ କେନ୍ଦ୍ରର ସବୁ ଆୟୋଜନ: ସୂର୍ଯ୍ୟୋପରାଗ ଦେଖିବାରୁ ଛାତ୍ରୀଛାତ୍ର ବଞ୍ଚିତ

ଢେଙ୍କାନାଳ ଅଫିସ,୨୭ା୧୨- ଢେଙ୍କାନାଳ ଜିଲା ବିଜ୍ଞାନକେନ୍ଦ୍ରରେ ସମସ୍ତ ବ୍ୟବସ୍ଥା ସତ୍ତ୍ୱେ ଗୁରୁବାର ମେଘୁଆପାଗ ଯୋଗୁ ଆସିଥିବା ସ୍କୁଲ, କଲେଜ ଛାତ୍ରୀଛାତ୍ର ଟେଲିସ୍କୋପ୍‌ ଯୋଗେ ସୂର୍ଯ୍ୟୋପରାଗ ଦେଖିବାରୁ...

ମରୁଡ଼ି ବୀମାରାଶି ପାଇଲେନି ୨୦୮ ଚାଷୀ, ବ୍ୟାଙ୍କ ସମ୍ମୁଖରେ ଧାରଣା

ପରଜଙ୍ଗ, ୨।୮(ଡି.ଏନ୍‌.ଏ.)- ଢେଙ୍କାନାଳ ଜିଲା ପରଜଙ୍ଗସ୍ଥିତ ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ପରଜଙ୍ଗ ଶାଖା ଅଧୀନରେ ଥିବା ୧୦ଟି ସୋସାଇଟିରୁ ଋଣ ନେଇଥିବା ସହ ସହ...

ପୋଖରୀ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ନିମ୍ନମାନର ଅଭିଯୋଗ

ଏମ୍‌ଭି ୭୯,୪ା୭(ଡି.ଏନ.ଏ.):  ଗ୍ରାମାଞ୍ଚଳର ପରିବେଶକୁ ସୁନ୍ଦର ସ୍ବଚ୍ଛ କରି ପରିବେଶ ସଂରକ୍ଷଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଅମୃତ ସରୋବର ଯୋଜନା ଆରମ୍ଭ ହୋଇଥିଲା। ଏହି ଯୋଜନାରେ...

ନିଶା ଛଡ଼ାଇବା ବଦଳରେ ଜୀବନ ନେଲେ

ଭୁବନେଶ୍ୱର,୩।୨(ବ୍ୟୁରୋ):ନିଶା ସେବନରୁ ପୁଅକୁ ଦୂରେଇବା ପାଇଁ ପରିବାର ଲୋକେ ନିଶା ନିବାରଣ କେନ୍ଦ୍ରରେ ଛାଡ଼ିଥିଲେ। ହେଲେ କେନ୍ଦ୍ରର ମାଲିକ ଓ କର୍ମଚାରୀ ନିଶା ଛଡ଼ାଇବା ବଦଳରେ...

ଜି.ଉଦୟଗିରି କଂଗ୍ରେସ ତରଫରୁ ଥାନାରେ ଏତଲା

ଜି.ଉଦୟଗିରି,୨୫ା୪(ଡି.ଏନ.ଏ.)- ଜି.ଉଦୟଗିରି କଂଗ୍ରେସ ଦଳ ତରଫରୁ ଶୁକ୍ରବାର ସୋନିଆ ଗାନ୍ଧୀଙ୍କ ବିରୋଧରେ ନିମ୍ନମାନର ଓ ମାନହାନି ହେବାଭଳି ଖବର ପରିବେଷଣ କରିଥିବା ଅଭିଯୋଗ କରି ରିପବ୍ଲିକ...

କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ପାରଳାଖେମୁଣ୍ଡି,୨।୩(ଡି.ଏନ.ଏ)-ଗଜପତି ଜିଲା ରାୟଗଡ଼ା ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ କେ.ନାଗେଶ୍ବର ସେନାପତିଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢାଉ ହୋଇଛି। ଆୟବର୍ହିଭୁତ ସମ୍ପର୍ଭ ଠୁଳ ଅଭିଯୋଗରେ ଆଜି...

ମାସ୍କ ବାଣ୍ଟି ସଚେତନ କଲେ ପୋଲିସ

ପିପିଲି,୨୮।୪(ଡି.ଏନ୍‌.ଏ.): ରାଜ୍ୟରେ କରୋନା ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାରଙ୍କ ବିଭିନ୍ନ ପଦକ୍ଷେପମାନ ଜାରି କରାଯାଇଛି। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଘରେ ରୁହ ସୁରକ୍ଷିତ ରୁହ,...

ଉଦ୍‌ଘାଟିତ ସବ୍‌ଷ୍ଟେଶନରେ ତାଲା, ୨ ବର୍ଷ ହେବ କାର୍ଯ୍ୟକ୍ଷମ ହେଉନି

ବଇଣ୍ଡା,୯ା୭(ଡି.ଏନ.ଏ.)  ଅନୁଗୋଳ ଜିଲା କିଶୋରନଗର ବ୍ଲକ ନାକିଚି ପଞ୍ଚାୟତ ଛେଳିଆଢିପଠାରେ ଥିବା ୩୩ କେଭି ବିଦ୍ୟୁତ୍‌ ସବ୍‌ଷ୍ଟେଶନ ଉଦ୍‌ଘାଟନର ୨ ବର୍ଷ ପରେ ବି କାର୍ଯ୍ୟକ୍ଷମ...

Advertisement
Archives

Model This Week