କଟକ

୪ ମାସରେ ହସ୍ପିଟାଲ ରାସ୍ତାକାମ ସରିବ

କଟକ ଅଫିସ,୨୧ା୪: ମଙ୍ଗଳାବାଗ ଥାନା ପ୍ରାଣୀଧନ ନିର୍ଦ୍ଦେଶାଳୟ ପରିସରକୁ ସ୍ଥାନାନ୍ତର କରାଯିବ। ଓଏମ୍‌ପି ଛକ ନିକଟ ଅଧ ଏକର ଜମିରେ ବ୍ଲଡ୍‌ ବ୍ୟାଙ୍କ ଷ୍ଟାଫ କ୍ୱାର୍ଟର୍ସ ନିର୍ମାଣ ହେବ। ଏସ୍‌ସିବି ମେଡିକାଲକୁ ବିଶ୍ୱସ୍ତରୀୟ କରିବା ପାଇଁ ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଛି।…

ବିକ୍ଷୋଭ ବେଳେ ପୋଲିସ ସହ ଧସ୍ତାଧସ୍ତି ମାମଲା: ୨୨ ଭାଜପା ଯୁବମୋର୍ଚ୍ଚା ନେତାଙ୍କୁ ହାଇକୋର୍ଟରୁ ଜାମିନ ମିଳିଲା

କଟକ ଅଫିସ,୨୧ା୪: ଦେଢ଼ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଜେଲ୍‌ରେ ଥିବା ୨୨ ଜଣ ଭାଜପା ଯୁବମୋର୍ଚ୍ଚା ନେତାଙ୍କୁ ହାଇକୋର୍ଟ ଗୁରୁବାର ଜାମିନ ପ୍ରଦାନ କରିଛନ୍ତି। ଭୁବନେଶ୍ୱରରେ ବିକ୍ଷୋଭ କରିବାବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇ ଯୁବମୋର୍ଚ୍ଚା ନେତାମାନେ ଗିରଫ ହୋଇଥିଲେ।…

କୃଷି ଶିକ୍ଷାର ହବ୍‌ ହେବ ଏନ୍‌ଆର୍‌ଆର୍‌ଆଇ

କଟକ ଅଫିସ,୨୦ା୪: କଟକ ଉପକଣ୍ଠ ବିଦ୍ୟାଧରପୁରଠାରେ ଥିବା ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ (ଏନ୍‌ଆର୍‌ଆର୍‌ଆଇ) କୃଷି ଶିକ୍ଷାର ହବ୍‌ ପାଲଟିବ। ଏହି ଐତିହାସିକ ପ୍ରତିଷ୍ଠାନ କୃଷି ଗବେଷଣା ସହ ଶିକ୍ଷାଦାନର ଏକ ପ୍ରମୁଖ ପ୍ରତିଷ୍ଠାନ ହେବ। କୃଷିଶିକ୍ଷା ନିମନ୍ତେ ଚୟନ ହୋଇଥିବା…

‘ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ସମ୍ମାନ’ରେ ସମ୍ମାନିତ ହେଲେ ଶ୍ରୀସନ୍ନ୍ୟାସୀ ଜୀ

କଟକ ଅଫିସ,୧୯ା୪: କଟକ ସଦର ସାମାଜିକ ଓ ସାଂସ୍କୃତିକ ସଂସଦ ଦ୍ୱାରା ଇଷାଣି ବ୍ରହ୍ମପୁର ପଞ୍ଚାୟତ ମଲ୍ଲୀପୁରର ମହାନଦୀପଠାରେ ‘ମହାନଦୀ ତଟୋତ୍ସବ’ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ବିଶିଷ୍ଟ ଆଧ୍ୟାତ୍ମିକ ସ୍ତମ୍ଭକାର, ଲୋକପ୍ରିୟ ଆଧ୍ୟାତ୍ମିକ ପତ୍ରିକା ‘ଦିବ୍ୟାଲୋକ ସନ୍ଧାନେ’ର…

ଭାବରେ କମ୍ପିଲା ବାଲିଯାତ୍ରା ପଡ଼ିଆ

କଟକ ଅଫିସ,୧୯।୪: ଆମେ ଓଡ଼ିଆ ଅନୁଷ୍ଠାନ ପକ୍ଷରୁ କଟକ ବାଲିଯାତ୍ରା ଉପର ପଡ଼ିଆରେ ୫ ଦିନ ବ୍ୟାପୀ ଚାଲିଥିବା ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହାସମ୍ମିଳନୀ ମଙ୍ଗଳବାର ଉଦ୍‌ଯାପିତ ହୋଇଛି। ଉଦ୍‌ଯାପନୀ ସନ୍ଧ୍ୟାରେ ଶ୍ରୀଜଗନ୍ନାଥଙ୍କ ଭାବରେ ବାଲିଯାତ୍ରା ପଡ଼ିଆ କମ୍ପି ଉଠିଥିଲା। ସକାଳେ ସାଧୁସନ୍ଥମାନେ…

ମେ’ ୨୧ରେ ଓଜେଏସ୍‌-୨୦୨୨ ପ୍ରିଲିମନାରି ପରୀକ୍ଷା

କଟକ ଅଫିସ,୧୯।୪: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ୍‌)-୨୦୨୨ର ପ୍ରିଲିମନାରି ପରୀକ୍ଷା ଆସନ୍ତା ମେ’ ୨୧ରେ ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୦ଟାରୁ ୧୧ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ। ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କୁ ଅଧିକ…

ପରୀକ୍ଷା ଚାଲୁଥିବା ବେଳେ ଖସିଗଲା ସିଲିଂ ଫ୍ୟାନ୍‌: ୨ ଛାତ୍ର ଆହତ

ଆଠଗଡ଼,୧୮।୪ (ଡି.ଏନ୍‌.ଏ): କଟକ ଆଠଗଡସ୍ଥିତ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ମଙ୍ଗଳବାର ଏକ ଅଭାବନୀୟ ଘଟଣାଘଟିଛି। ପରୀକ୍ଷା ଚାଲୁଥିବା ସମୟରେ ବୁଲୁଥିବା ସିଲିଂ ଫ୍ୟାନ ଖସି ପଡି ୨ ଛାତ୍ର ଆହତ ହୋଇଛନ୍ତି। ସେମାନେ ହେଲେ ସମୀର ସେଠୀ ଓ ତାପସ ଜେନା।…

ଏସ୍‌ସିବିରେ ରକ୍ତ କର୍କଟ ରୋଗୀଙ୍କ ଜଟିଳ ପରୀକ୍ଷା ସୁବିଧା ନାହିଁ

କଟକ ଅଫିସ,୧୮ା୪: ଜଣେ ଗରିବ ରକ୍ତ କର୍କଟ ରୋଗୀଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ। ସରକାର ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇ ଦେଉଥିବାବେଳେ ବିଶ୍ୱସ୍ତରୀୟ ପଥରେ ଅଗ୍ରସର ହେଉଥିବା ଏସ୍‌ସିବି ମେଡିକାଲରୁ ଏଭଳି ରୋଗୀଟିଏ ଫେରିଯିବା ଅତ୍ୟନ୍ତ ଦୁଃଖଦ ପରିସ୍ଥିତି ସୃଷ୍ଟି…

କେନାଲରେ ପାଣି ନାହିଁ,ଖୋଲୁନି ଜଳଛତ୍ର

ନିଶ୍ଚିନ୍ତକୋଇଲି,୧୭।୪(ସ୍ବ.ପ୍ର.): ଏପ୍ରିଲ ମାସରୁ ରାଜ୍ୟରେ ଅସହ୍ୟ ଗରମ ଅନୁଭୂତ ହେଉଛି। ଏପରିକି ଦିନେ ଦୁଇ ଦିନ ହେବ ସତେଯେପରି ଆକାଶରୁ ଅଗ୍ନି ବର୍ଷା ହେଉଛି। ଏଭଳିସ୍ଥିତିରେ ନିଶ୍ଚିନକୋଇଲିରେ ନଈ ପୋଖରୀ ଓ କେନାଲରେ ପାଣି ଶୁଖି ଜଳ ପତନ କମିଯାଇଛି। ଏପରିକି…

ଓଏଚ୍‌ଆର୍‌ସିରେ ଜନସ୍ବାର୍ଥ ମାମଲା

କଟକ ଅଫିସ,୧୮ା୪: ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାବେଳେ ଘଟିଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ରାଜ୍ୟ ମାନବାଧିକାର କମିଶନ୍‌(ଓଏଚ୍‌ଆର୍‌ସି)ଙ୍କ ନିକଟରେ ଏକ ଜନସ୍ବାର୍ଥ ମାମଲା ସୋମବାର ଦାଏର ହୋଇଛି। ଆବେଦନକାରୀ ଶିବଶଙ୍କର ମହାନ୍ତି ଏହି ମାମଲା ଦାଏର କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ,…

ଖାରଜ କଲେ ହାଇକୋର୍ଟ

କଟକ ଅଫିସ,୧୮ା୪: ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବିରୋଧରେ ନିର୍ବାଚନୀ ଅନିୟମିତତା ନେଇ ଆଗତ ମାମଲାକୁ ହାଇକୋର୍ଟ ସୋମବାର ଖାରଜ କରିଛନ୍ତି। ୩ଟି ଧାର୍ଯ୍ୟ ତାରିଖରେ ମାମଲାର ଶୁଣାଣିବେଳେ ଆବେଦନକାରୀ ଅନୁପସ୍ଥିତ ଥିବାରୁ ବିଚାରପତି ଦେବବ୍ରତ ଦାଶଙ୍କ ଖଣ୍ଡପୀଠ ମାମଲାକୁ…

ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା ବସ୍‌

କଟକ ଅଫିସ,୧୭।୪: ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା ବସ୍‌। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଲିଙ୍କରୋଡ଼ ଠାରେ। ଖବରପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଲାଗି ପଡ଼ିଛନ୍ତି। ଏଥିରେ କେହି ମୃତାହତ ହୋଇ ନ ଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri