କୃଷି ଶିକ୍ଷାର ହବ୍‌ ହେବ ଏନ୍‌ଆର୍‌ଆର୍‌ଆଇ

କଟକ ଅଫିସ,୨୦ା୪: କଟକ ଉପକଣ୍ଠ ବିଦ୍ୟାଧରପୁରଠାରେ ଥିବା ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ (ଏନ୍‌ଆର୍‌ଆର୍‌ଆଇ) କୃଷି ଶିକ୍ଷାର ହବ୍‌ ପାଲଟିବ। ଏହି ଐତିହାସିକ ପ୍ରତିଷ୍ଠାନ କୃଷି ଗବେଷଣା ସହ ଶିକ୍ଷାଦାନର ଏକ ପ୍ରମୁଖ ପ୍ରତିଷ୍ଠାନ ହେବ। କୃଷିଶିକ୍ଷା ନିମନ୍ତେ ଚୟନ ହୋଇଥିବା ଦେଶର ପ୍ରମୁଖ ୧୫ଟି ସହର ମଧ୍ୟରେ କଟକ ସାମିଲ ହୋଇ ଗୌରବ ବୃଦ୍ଧି କରିଛି। ଚଳିତବର୍ଷ ପ୍ରଥମଥର ପାଇଁ ଛାତ୍ରୀଛାତ୍ରମାନେ ୩ ପ୍ରକାର ପାଠ୍ୟକ୍ରମ (ବିଏସ୍‌.ସି. ଏଜି, ଏମ୍‌ଏସ୍‌.ସି. ଏଜି. ଓ ପିଏଚ୍‌.ଡି.)ରେ ନାମ ଲେଖାଇବାର ସୁଯୋଗ ପାଇବେ ବୋଲି ପ୍ରତିଷ୍ଠାନ ପକ୍ଷରୁ ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ, ଦେଶରେ ନୂତନ ଶିକ୍ଷାନୀତି ପ୍ରଣୟନ ହେବା ପରେ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆନ୍‌ ଏଗ୍ରିକଲଚରାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ଅଧୀନରେ ଦେଶର ୧୫ଟି ସହରରେ କୃଷିଶିକ୍ଷାର ହବ୍‌ ପ୍ରତିଷ୍ଠା କରାଯାଇଛି। ହାଇଦ୍ରାବାଦ, କୋଲକାତା, ପୁଣେ, ପାଟ୍‌ନା, ଲକ୍ଷ୍ମୌ, ରାୟପୁର ଭଳି କଟକ ଏଥିରେ ସ୍ଥାନ ପାଇଛି। କଟକସ୍ଥିତ ଏନ୍‌ଆର୍‌ଆର୍‌ଆଇରେ ୩ଟି ପାଠ୍ୟକ୍ରମରେ ୬୦ଟି ସିଟ୍‌କୁ ଅନୁମୋଦନ ମିଳିଛି। ସେଥିମଧ୍ୟରେ ବିଏସ୍‌ସି ଏଜି ପାଠ୍ୟକ୍ରମରେ ୩୦, ଏମ୍‌ଏସ୍‌ସି ଏଜି ପାଠ୍ୟକ୍ରମରେ ୨୦ ଓ ପିଏଚ୍‌ଡି ପାଠ୍ୟକ୍ରମରେ ୧୦ଟି ସିଟ୍‌ ରହିଛି। ଚଳିତବର୍ଷଠାରୁ ପାଠପଢ଼ା ଆରମ୍ଭ ହେବା ନିମନ୍ତେ ଜାତୀୟ ସ୍ତରରେ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ପ୍ରବେଶିକା ପରୀକ୍ଷା ପାଇଁ ଛାତ୍ରୀଛାତ୍ରମାନେ ଆବେଦନ କରିଛନ୍ତି। ଜୁଲାଇରେ ନାମଲେଖା ହେବା ପରେ ଅଗଷ୍ଟରୁ ପାଠପଢ଼ା ଆରମ୍ଭ ହେବ। ଦୀର୍ଘବର୍ଷ ଧରି ଏହି ପ୍ରତିଷ୍ଠାନ ବିଶ୍ୱକୁ ନୂଆ ନୂଆ କିସମର ଧାନ ଉତ୍ପାଦନ କରି ଭେଟି ଦେଇଥିବାବେଳେ ଏବେ ପୁଣି ଶିକ୍ଷାକ୍ଷେତ୍ରରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିବାକୁ ଯାଉଛି, ଯାହାକୁ ନେଇ ଓଡ଼ିଶା ସମେତ ରାଜ୍ୟ ବାହାରର ମେଧାବୀ ଛାତ୍ରୀଛାତ୍ରମାନେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି।
ଏନ୍‌ଆର୍‌ଆର୍‌ଆଇ ନିର୍ଦ୍ଦେଶକ ଡ. ଅମରେଶ କୁମାର ନାୟକ କହିଛନ୍ତି, ପ୍ରତିଷ୍ଠାନ ଭିତ୍ତିଭୂମି ଅନୁସାରେ ୬୦ଟି ସିଟ୍‌ରେ ପାଠପଢ଼ା ନିମନ୍ତେ ଅନୁମୋଦନ ମିଳିଛି। ଆଗାମୀ ଦିନରେ ଭିତ୍ତିଭୂମିକୁ ସୁଦୃଢ଼ କରାଯିବା ସହ ସିଟ୍‌ ସଂଖ୍ୟା ବଢ଼ିବା ନେଇ ଆଶାବାଦୀ ରହିଛୁ। ଚଳିତବର୍ଷ ପାଠପଢ଼ା ନିମନ୍ତେ ସ୍ମାର୍ଟ କ୍ଲାସ୍‌ ରୁମ୍‌ ସାଙ୍ଗକୁ ଅନ୍ୟାନ୍ୟ ବ୍ୟବସ୍ଥା, ଉପକରଣ ରହିଛି। ଶିକ୍ଷାଦାନ ନିମନ୍ତେ ଏଠାରେ ୧୦୦ ଜଣ କୃଷି ବୈଜ୍ଞାନିକ ଅଛନ୍ତି। ଛାତ୍ରୀଛାତ୍ରଙ୍କ ରହିବା ନିମନ୍ତେ ହଷ୍ଟେଲ ରହିଛି। ନୂଆ ଶିକ୍ଷାନୀତି ଅନୁଯାୟୀ କୃଷିଶିକ୍ଷା ନିମନ୍ତେ ସବୁପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା ପ୍ରସ୍ତୁତ ରହିଛି। ପୂର୍ବରୁ ରାୟପୁର ଇନ୍ଦିରା ଗାନ୍ଧୀ ବିଶ୍ୱବିଦ୍ୟାଳୟ ସମେତ ଓୟୁଏଟି, ଉତ୍କଳ ବିଶ୍ୱବିଦ୍ୟାଳୟ, ରେଭେନ୍‌ଶା ବିଶ୍ୱବିଦ୍ୟାଳୟ, ସୋଆ, ଶାନ୍ତି ନିକେତନକୁ ଛାତ୍ରୀଛାତ୍ରମାନେ ସେମାନଙ୍କର ଥେସିସ୍‌ ପ୍ରସ୍ତୁତ କରିବା ନିମନ୍ତେ ଆସୁଥିଲେ। ହେଲେ ଏବେ ଏଠାରେ ଅନୁମୋଦିତ ୩ଟି ପାଠ୍ୟକ୍ରମରେ ପାଠପଢ଼ା ହେବ, ଯାହା ଜାତୀୟ ସ୍ତରରେ ଓଡ଼ିଶାର ନାମକୁ ଉଜ୍ଜ୍ୱଳ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

ସାନଖେମୁଣ୍ଡିରେ ବ୍ୟାପିଲା ଝାଡ଼ାବାନ୍ତି, ଜଣଙ୍କ ମୃତ୍ୟୁ, ୪ ଗୁରୁତର; ବ୍ରହ୍ମପୁର MKCGରେ…

ଦିଗପହଣ୍ଡି,୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର ଗାଁରେ ଗତ ୪ ଦିନ ହେଲା ଝାଡ଼ାବାନ୍ତି କାୟା ବିସ୍ତାର କରିବାରେ ଲାଗିଛି।…

ଅନଲାଇନ୍ ଗେମିଂ-ବେଟିଂ ନାଁରେ କୋଟି କୋଟି ଟଙ୍କାର ସାଇବର ଠକେଇ! ଗଞ୍ଜାମରେ ଗିରଫ ହେଲେ ଆଉ ଜଣେ ଅଭିଯୁକ୍ତ

ଛତ୍ରପୁର,୩୦।୯(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : ଅନଲାଇନ୍ ଗେମିଂ, ବେଟିଂ ଓ ଇନଭେଷ୍ଟମେଣ୍ଟ ଆପ୍ ମାଧ୍ୟମରେ ଅଧିକ ଲାଭର ପ୍ରଲୋଭନ ଦେଖାଇ ଠକେଇ କରୁଥିବା ଏକ ସାଇବର ନେଟୱର୍କକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?