ଏସ୍‌ସିବିରେ ରକ୍ତ କର୍କଟ ରୋଗୀଙ୍କ ଜଟିଳ ପରୀକ୍ଷା ସୁବିଧା ନାହିଁ

କଟକ ଅଫିସ,୧୮ା୪: ଜଣେ ଗରିବ ରକ୍ତ କର୍କଟ ରୋଗୀଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ। ସରକାର ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇ ଦେଉଥିବାବେଳେ ବିଶ୍ୱସ୍ତରୀୟ ପଥରେ ଅଗ୍ରସର ହେଉଥିବା ଏସ୍‌ସିବି ମେଡିକାଲରୁ ଏଭଳି ରୋଗୀଟିଏ ଫେରିଯିବା ଅତ୍ୟନ୍ତ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି। ରୋଗୀ ଜଣକ ହେଲେ କେନ୍ଦୁଝର ଜିଲା ଆନନ୍ଦପୁର ସବ୍‌ଡିଭିଜନ ଅଞ୍ଚଳର ବାସିନ୍ଦା। ତାଙ୍କ ଚିକିତ୍ସା ନିମନ୍ତେ ଆବଶ୍ୟକ ହେଉଥିବା ଜଟିଳ ଉଚ୍ଚତର ରକ୍ତ ନମୁନା ପରୀକ୍ଷା ଏସ୍‌ସିବିରେ ହେଉନାହିଁ। ତାହା ମୁମ୍ବାଇରେ ହେଉଛି ବୋଲି ଡାକ୍ତର କହିଥିଲେ। ରକ୍ତ ପରୀକ୍ଷା ରିପୋର୍ଟ ଆଣିବା ପରେ ଚିକିତ୍ସା କରାଯିବ ବୋଲି କୁହାଯିବା ପରେ ସେ ସୋମବାର ତାଙ୍କ ଘରକୁ ଫେରିଯିବାକୁ ବାଧ୍ୟ ହୋଇଛନ୍ତି।
ସୂଚନା ଅନୁସାରେ, ମାସକ ତଳେ ମହିଳାଙ୍କ ଶରୀର ଅସୁସ୍ଥ ହେବା ଆରମ୍ଭ ହୋଇଥିଲା। ସେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଗତ ୪ ତାରିଖରେ ଭର୍ତ୍ତି ହୋଇଥିଲେ। ସେଠାରେ ଟିକେ ଭଲ ହେବା ପରେ ଘରକୁ ଫେରିଥିଲେ। ପୁଣି ଦେହ ଅସୁସ୍ଥ ହେବାରୁ ୭ ତାରିଖରେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେଠାରୁ ଡାକ୍ତର ସେହିଦିନ ୧୦୮ ଆମ୍ବୁଲାନ୍ସରେ କଟକ ଏସ୍‌ସିବି ମେଡିକାଲକୁ ପଠାଇଦେଲେ। ଫଳରେ ସେ ଏସ୍‌ସିବି ମେଡିକାଲର ମେଡିସିନ ଓ୍ବାର୍ଡରେ ଚିକିତ୍ସିତ ହେଉଥିଲେ। ତାଙ୍କର ବିଭିନ୍ନ ପରୀକ୍ଷାନିରୀକ୍ଷା କରାଯାଇଥିଲା। ତାଙ୍କ ଶରୀରରେ ରକ୍ତ ପରିମାଣ କମ୍‌ ଥିବାରୁ ତାଙ୍କୁ ୨ ୟୁନିଟ୍‌ ରକ୍ତ ଦିଆଯାଇଥିଲା। ଗତ ୧୧ ତାରିଖରେ ସମସ୍ତ ରିପୋର୍ଟକୁ ତର୍ଜମା କରିବା ପରେ ତାଙ୍କୁ ରକ୍ତ କର୍କଟ ରୋଗ ହୋଇଥିବା ଡାକ୍ତର କହିଥିଲେ। ମାତ୍ର ଏହି ରୋଗର ଚିକିତ୍ସା କରିବା ନିମନ୍ତେ ଯେଉଁସବୁ ଉଚ୍ଚତର ପରୀକ୍ଷା କରାଯିବା ଦରକାର ସେଗୁଡ଼ିକ ଏଠାରେ ହେଉନାହିଁ। ତୁମେ ମୁମ୍ବାଇ ଯାଇ ରକ୍ତ ପରୀକ୍ଷା କରି ରିପୋର୍ଟ ଆଣିବା ପରେ ଏଠାରେ ମାଗଣାରେ ଚିକିତ୍ସିତ ହୋଇପାରିବ ବୋଲି କୁହାଯିବା ସହ ରୋଗୀଙ୍କୁ ଡିସ୍‌ଚାର୍ଜ କରିଦିଆଗଲା। ତେବେ ମହିଳାଙ୍କ ପୁଅ ଡାକ୍ତରଙ୍କୁ ଅନୁରୋଧ କରିବା ପରେ କଟକର ଘରୋଇ ଅନୁଷ୍ଠାନ ଜରିଆରେ ରକ୍ତ ନମୁନା ପରୀକ୍ଷା ପାଇଁ ମୁମ୍ବାଇ ପଠାଗଲେ ୨୦ ହଜାର ଟଙ୍କା ଲାଗିବ ବୋଲି କହିଥିଲେ। ଡାକ୍ତରଙ୍କ ପାଖରୁ ଏଭଳି କଥା ଶୁଣିବା ପରେ ମାଗଣାରେ ମାଆଙ୍କୁ ଭଲ କରିବା ପାଇଁ ପୁଅର ଆଶା ମଉଳିଗଲା। ଘରେ ସମ୍ବଳ ବୋଲି କିଛି ନାହିଁ। କେଉଁଠୁ ୨୦ ହଜାର ଯୋଗାଡ଼ କରିବେ ସେନେଇ କୌଣସି ନିଷ୍ପତ୍ତି ସେ ନେଇପାରିଲେ ନାହିଁ। ଶେଷରେ ସୋମବାର ନିଜ ଘରକୁ ଫେରିଯିବାକୁ ବାଧ୍ୟ ହୋଇଛନ୍ତି। ଏଭଳି ବହୁ ସଂଖ୍ୟକ ରୋଗୀ ପ୍ରତିଦିନ ରକ୍ତନମୁନା ପରୀକ୍ଷା ପାଇଁ ଧାରକରଜ କରି ଅର୍ଥ ଯୋଗାଡ଼ କରୁଛନ୍ତି ତ ଆଉ କିଏ ଭାଗ୍ୟକୁ ଆଦରି ଘରକୁ ଯାଇ ନିରବରେ ରହିବାକୁ ବାଧ୍ୟ ହେଉଛନ୍ତି। ଏନେଇ ହେମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ରବୀନ୍ଦ୍ର କୁମାର ଜେନା କହିଛନ୍ତି, ରକ୍ତ କର୍କଟ ରୋଗୀଙ୍କ ସବୁ ପ୍ରକାର ପରୀକ୍ଷା ଏସ୍‌ସିବିରେ କରାଯିବାର ସୁବିଧା ନାହିଁ। ଅନ୍ୟ ଏକ ଘରୋଇ ସଂସ୍ଥା ସହାୟତାରେ ମୁମ୍ବାଇ ଯାଉଥିବା ନମୁନାଗୁଡ଼ିକର ପରୀକ୍ଷଣ ଭୁବନେଶ୍ୱରରେ କରାଯିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। ତାହା କାର୍ଯ୍ୟକାରୀ ହେଲେ ରୋଗୀମାନଙ୍କ ନମୁନା ଆଉ ମୁମ୍ବାଇ ପଠାଯିବ ନାହିଁ। ଭୁବନେଶ୍ୱରରେ ହିଁ ମାଗଣାରେ ସବୁ ପରୀକ୍ଷା କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri