୪ ମାସରେ ହସ୍ପିଟାଲ ରାସ୍ତାକାମ ସରିବ

କଟକ ଅଫିସ,୨୧ା୪: ମଙ୍ଗଳାବାଗ ଥାନା ପ୍ରାଣୀଧନ ନିର୍ଦ୍ଦେଶାଳୟ ପରିସରକୁ ସ୍ଥାନାନ୍ତର କରାଯିବ। ଓଏମ୍‌ପି ଛକ ନିକଟ ଅଧ ଏକର ଜମିରେ ବ୍ଲଡ୍‌ ବ୍ୟାଙ୍କ ଷ୍ଟାଫ କ୍ୱାର୍ଟର୍ସ ନିର୍ମାଣ ହେବ। ଏସ୍‌ସିବି ମେଡିକାଲକୁ ବିଶ୍ୱସ୍ତରୀୟ କରିବା ପାଇଁ ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଛି। ଏହାକୁ ଅଧିକ ତ୍ୱରାନ୍ବିତ କରିବା ପାଇଁ ପ୍ରଶାସନ ଗୁରୁତ୍ୱ ଦେଇଛି। ଏହି ପରିପ୍ରେକ୍ଷୀରେ ଗୁରୁବାର କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ଅଧ୍ୟକ୍ଷ ତଥା ପ୍ରକଳ୍ପ କାର୍ଯ୍ୟକାରୀ କମିଟି ଅଧ୍ୟକ୍ଷ ଅନିଲ କୁମାର ସାମଲ ଏସ୍‌ସିବି ମେଡିକାଲ ପରିଦର୍ଶନ କରିବା ସହ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ।
୨୦୨୩ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ଏଥିସହ ହସ୍ପିଟାଲର ୨ ପଟରେ ଆରମ୍ଭ ହୋଇଥିବା ୪ ଲେନ୍‌ କାର୍ଯ୍ୟ ଆସନ୍ତା ୪ ମାସ ମଧ୍ୟରେ ଶେଷ ହେବ ବୋଲି ସାମଲ ସୂଚନା ଦେଇଛନ୍ତି। ହସ୍ପିଟାଲର ୪ ପାଖରୁ ଗୋଟିଏ ପଟରେ ତାଳଦଣ୍ଡା କେନାଲ ରାସ୍ତା ରହିଥିବାବେଳେ ଅନ୍ୟ ପଟରେ ରିଂବନ୍ଧ ରାସ୍ତା ରହିଛି। ସେହିପରି ଅନ୍ୟ ଦୁଇ ପଟରୁ ଲେଫ୍ଟ ଆକ୍‌ସେସ୍‌ ରୋଡ୍‌ ଏବଂ ରାଇଟ୍‌ ଆକ୍‌ସେସ୍‌ ରୋଡ କାର୍ଯ୍ୟ ଆରମ୍ଭ ହୋଇଛି। ଲେଫ୍ଟ ଆକ୍‌ସେସ ଓ ରାଇଟ୍‌ ଆକ୍‌ସେସ୍‌ ରୋଡ ପାଇଁ ଜମି ଅଧିଗ୍ରହଣ ସରିଥିବାବେଳେ ବାକି ୨ଟି ଜମିର ଅଧିଗ୍ରହଣ କାର୍ଯ୍ୟ ଜାରି ରହିଛି। ସେହିପରି ନୂତନ ରେଡ୍‌କ୍ରସ୍‌ ବିଲ୍ଡିଂର ନିର୍ମାଣ କାର୍ଯ୍ୟ ୨ ମାସ ମଧ୍ୟରେ ଶେଷ ହେବା ପରେ ଉକ୍ତ ପୁରୁଣା ବିଲ୍ଡିଂକୁ ଭାଙ୍ଗି ଦିଆଯିବ ବୋଲି ସାମଲ କହିଛନ୍ତି। ଏସ୍‌ସିବି ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ୧୩ଟି କାର୍ଯ୍ୟ (ରେସିଡେନ୍ସିଆଲ) ନାଗାର୍ଜୁନ ନାମକ ସଂସ୍ଥାକୁ ଦିଆଯାଇଥିଲାବେଳେ କ୍ଲିନିକାଲ ବ୍ଲକର ୪ଟି ପ୍ରକଳ୍ପକୁ ଏଲ୍‌ଆଣ୍ଡ୍‌ଟିକୁ ଦିଆଯାଇଛି। ୨୮୮୦ କୋଟି ଟଙ୍କା ବ୍ୟୟରେ ଏସ୍‌ସିବିର କ୍ଲିନିକାଲ ବ୍ଲକ କାର୍ଯ୍ୟ ଜାରି ରହିଛି। ବ୍ଲଡବ୍ୟାଙ୍କ ବିଲ୍ଡିଂର ନିର୍ମାଣ କାର୍ଯ୍ୟ ପିଡବ୍ଲ୍ୟୁଡି ଦ୍ୱାରା କରାଯାଉଥିବା ସମ୍ପର୍କରେ ସାମଲ ସୂଚନା ଦେଇଛନ୍ତି। ଏହି ପରିଦର୍ଶନବେଳେ ଏଡିଏମ୍‌(ରେଭିନ୍ୟୁ) ପୂର୍ଣ୍ଣଚନ୍ଦ୍ର ମିଶ୍ର୍ର, କଟକ ସଦର ତହସିଲଦାରଙ୍କ ସମେତ ଏସ୍‌ସିବି ମେଡିକାଲ ରେଜିଷ୍ଟ୍ରାର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ବାଂଲାଦେଶରେ ପୁଣି ହିନ୍ଦୁମାନଙ୍କୁ କରାଯାଉଛି କି ଟାର୍ଗେଟ? ଛାତ ଉପରେ ବାପା, ସିଡ଼ିରେ ମାଆ-ଝିଅ, ଖଟ ତଳେ ମିଳିଲା ୧୨ ବର୍ଷ ପୁଅର ମୃତଦେହ

ଢାକା,୨୩।୮: ବାଂଲାଦେଶର ରଙ୍ଗପୁର ସହରରେ ଏକ ବନ୍ଦ ଘର ଭିତରେ ପରିବାରର ଚାରି ଜଣଙ୍କ ମୃତଦେହ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଙ୍କ ମଧ୍ୟରେ…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

ଚାଇନା ଯିବେ NSA ଅଜିତ ଡୋଭାଲ; ଜାଣନ୍ତୁ ଏହାର ପ୍ରମୁଖ କାରଣ

ନୂଆଦିଲ୍ଲୀ,୨୩।୮: ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ସମ୍ପର୍କରେ ପୁଣି ଥରେ କୂଟନୈତିକ ଆଲୋଚନା ଆଗକୁ ବଢ଼ିବାକୁ ଯାଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri