ଭାବରେ କମ୍ପିଲା ବାଲିଯାତ୍ରା ପଡ଼ିଆ

କଟକ ଅଫିସ,୧୯।୪: ଆମେ ଓଡ଼ିଆ ଅନୁଷ୍ଠାନ ପକ୍ଷରୁ କଟକ ବାଲିଯାତ୍ରା ଉପର ପଡ଼ିଆରେ ୫ ଦିନ ବ୍ୟାପୀ ଚାଲିଥିବା ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହାସମ୍ମିଳନୀ ମଙ୍ଗଳବାର ଉଦ୍‌ଯାପିତ ହୋଇଛି। ଉଦ୍‌ଯାପନୀ ସନ୍ଧ୍ୟାରେ ଶ୍ରୀଜଗନ୍ନାଥଙ୍କ ଭାବରେ ବାଲିଯାତ୍ରା ପଡ଼ିଆ କମ୍ପି ଉଠିଥିଲା। ସକାଳେ ସାଧୁସନ୍ଥମାନେ ଭଜନ ପରିବେଷଣ କରିବା ସହ ଯୋବ୍ରାସ୍ଥିତ ତତ୍ତ୍ୱବଟଠାରୁ ସଂକୀର୍ତ୍ତନ ମାଧ୍ୟମରେ ରଥ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ପରେ ସମ୍ମିଳନୀ ସ୍ଥଳରେ ପହଞ୍ଚତ୍ଥିଲା। ପରେ ଆମେ ଓଡ଼ିଆର ରାଷ୍ଟ୍ରୀୟ ସଭାପତି ସରୋଜ ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଯାପନୀ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ସିଏମ୍‌ସି ମେୟର ସୁବାସ ସିଂ, ମୁଖ୍ୟବକ୍ତା ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ସମ୍ମାନିତ ଅତିଥି ଭାବେ ଜିଲାପାଳ ଭବାନୀ ଶଙ୍କର ଚୟନୀ ଯୋଗଦେଇଥିଲେ। ଏଥିରେ ମହେନ୍ଦ୍ରଗିରିରୁ ବାବା ବଂଶୀଧର ଦାସ, ସ୍ବାମୀ ବିଷ୍ଣୁଗିରି ମହାରାଜ, ବାବା ଆର୍ତ୍ତତ୍ରାଣ ମହାରାଜ, ବାବା ବିଭୂତି ଦାସ ମହାରାଜ, ହରିଓଁ ବାବା, ଆମେ ଓଡ଼ିଆ ସଙ୍ଗଠନର ରାଜ୍ୟ ସଭାପତି ଗୋଲକ ବିହାରୀ ଦାସ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିରଞ୍ଚତ୍ ନାରାୟଣ ପଣ୍ଡା, ଡ. ବସନ୍ତ ଜେନା, ମହାସମ୍ମିଳନୀର ଆବାହକ ପନ୍ନଗ ଭୂଷଣ ଦାସ, ରାଷ୍ଟ୍ରୀୟ ସମ୍ପାଦିକା ସସ୍ମିତା ମଲ୍ଲିକ, ଉପସଭାପତି ମନୋରଞ୍ଜନ ଦାସ, ରାଜ୍ୟ ମହାସଚିବ ପ୍ରତାପ ରାଉତରାୟ, ଉପସଭାପତି ଲିଙ୍ଗରାଜ ଦାସ, ମାଗୁଣି ଚରଣ ରାଉତ, ସମ୍ପାଦକ ପ୍ରଦୀପ ମହାନ୍ତି, ସାଧାରଣ ସମ୍ପାଦକ ଅଜୟ ମୁଦୁଲି ପ୍ରମୁଖ ମଞ୍ଚାସୀନ ଥିଲେ। କଟକ ମହାନଗର ସଭାପତି ବିନୟ କୁମାର ମହାନ୍ତି ଅତିଥିଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ। ପଶ୍ଚିମାଞ୍ଚଳ କଟକର ସଭାପତି ପ୍ରଦୀପ କୁମାର ସାମଲ ଅତିଥି ପରିଚୟ, କଟକ-ବାରବାଟୀ ସଭାପତି କ୍ଷୀରୋଦ କୁମାର ସାହୁ ସ୍ବାଗତ ଭାଷଣ ଓ କଟକ କେନ୍ଦ୍ରୀୟ ସଭାପତି ପୂର୍ଣ୍ଣଚନ୍ଦ୍ର ସିଂହ ଧନ୍ୟବାଦ ଦେଇଥିଲେ। ଗଣେଶ୍ୱର ପରିଡ଼ା, ନରେଶ ଭାରାଲାଓ୍ବାଲା, ରଞ୍ଜନ ପ୍ରଧାନ, ଜ୍ଞାନରଞ୍ଜନ ନନ୍ଦ, ଜିତେନ୍ଦ୍ର ପାଣି, ସୁଶାନ୍ତ ଦାସ, ମନୋରଞ୍ଜନ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜଗନ୍ନାଥ ସଂସ୍କୃତିର ପ୍ରଚାର, ପ୍ରସାର ପାଇଁ ପ୍ରତ୍ୟେକ ଜିଲା ଓ ରାଜ୍ୟରେ ଏଭଳି କାର୍ଯ୍ୟକ୍ରମ କରାଯିବ ବୋଲି ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri