କେନାଲରେ ପାଣି ନାହିଁ,ଖୋଲୁନି ଜଳଛତ୍ର

ନିଶ୍ଚିନ୍ତକୋଇଲି,୧୭।୪(ସ୍ବ.ପ୍ର.): ଏପ୍ରିଲ ମାସରୁ ରାଜ୍ୟରେ ଅସହ୍ୟ ଗରମ ଅନୁଭୂତ ହେଉଛି। ଏପରିକି ଦିନେ ଦୁଇ ଦିନ ହେବ ସତେଯେପରି ଆକାଶରୁ ଅଗ୍ନି ବର୍ଷା ହେଉଛି। ଏଭଳିସ୍ଥିତିରେ ନିଶ୍ଚିନକୋଇଲିରେ ନଈ ପୋଖରୀ ଓ କେନାଲରେ ପାଣି ଶୁଖି ଜଳ ପତନ କମିଯାଇଛି। ଏପରିକି ନଳକୂପରୁ ମଧ୍ୟ ପାଣି ବାହାରୁ ନାହିଁ। ପାଣି ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସରକାର ବିଭିନ୍ନ ସ୍ଥାନରେ ଜଳଛତ୍ର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ ମଧ୍ୟ ଅଦ୍ୟାବଧି କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକର ୪୧ ପଞ୍ଚାୟତରେ କେଉଁଠି ଜଳଛତ୍ର ଖୋଲି ନାହିଁ। ଚଳିତ ବର୍ଷ ଏପ୍ରିଲରୁ ଗରମ ହେଉଥିଲେ ହେଁ ଏପର୍ଯ୍ୟନ୍ତ କେନାଲରେ ପାଣି ଆସିନାହିଁ। ନଈ ପୋଖରୀ ଓ କେନାଲରେ ପାଣି ଶୁଖିଯିବାରୁ ପଶୁ ପକ୍ଷୀମାନେ ତୃଷା ମେଣ୍ଟାଇବାକୁ ପାଣି ମୁନ୍ଦେ ପାଉନାହାନ୍ତି। ସରକାର ସେମାନଙ୍କ ପାଇଁ ତୁରନ୍ତ ପାନୀୟଜଳ ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ହୋଇଛି।
ପ୍ରତ୍ୟେକ ବର୍ଷ ଏପ୍ରିଲ ଶେଷାର୍ଦ୍ଧ ଓ ମାର୍ଚ୍ଚ ମାସରେ ରୌଦ୍ର ତାପ ବୃଦ୍ଧି ପାଇଥାଏ। ମାତ୍ର ଚଳିତ ବର୍ଷ ହଠାତ୍‌ ତାପ ମାତ୍ରା ୪୦ ଡିଗ୍ରୀରୁ ଊର୍ଦ୍ଧ୍ୱ ହୋଇଯାଇଛି ଏପରିସ୍ଥଳେ ୧୦ଟା ପରେ ପଦାକୁ ବାହାରିବା କାଠିକରପାଠ ହେଉଛି। ପ୍ରତିବର୍ଷ ସରକାରଙ୍କ ପକ୍ଷରୁ ପଞ୍ଚାୟତିରାଜ ବିଭାଗ ପ୍ରତି ପଞ୍ଚାୟତ ସହାୟତାରେ ଜଳଛତ୍ର କେନ୍ଦ୍ରମାନ ଖୋଲାଯାଏ। ସରପଞ୍ଚମାନେ ପଞ୍ଚାୟତ ପାଣ୍ଠିରୁ ଏଭଳି ଜନ କଲ୍ୟାଣ କାର୍ଯ୍ୟକ୍ରମ କରିଥାନ୍ତି। ବିଗତ ବର୍ଷ କୋଭିଡ ସମୟରେ ଜଳଛତ୍ର ବ୍ୟବସ୍ଥା ହୋଇ ନ ଥିଲା। ତେଣୁ ଚଳିତବର୍ଷ ପଞ୍ଚାୟତରେ ଜଳଛତ୍ର ପାଇଁ କୌଣସି ଆର୍ଥତ୍କ ମଞ୍ଜୁରି ହୋଇ ନ ଥିବା ଜିପିଓ ଜନ୍ମେଜୟ ରାଉତ ସୂଚନା ଦେଇଛନ୍ତି। ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶ ମିଳୁ ନ ଥିବାରୁ ସରପଞ୍ଚମାନେ ଜଳଛତ୍ର ପାଇଁ ଅର୍ଥ ବରାଦ କରିପାରୁନାହାନ୍ତି। ଅପରପକ୍ଷରେ ରୌଦ୍ରତାପକୁ ଆଖି ଆଗରେ ରଖି ଜଳ ସେଚନ ବିଭାଗ କେନାଲରେ ପାଣି ଛାଡିବାର ବ୍ୟବସ୍ଥା ଥିଲେ ହେଁ ଏଯାବତ କେନାଲରେ ପାଣି ଛଡା ହୋଇନାହିଁ। ମୂଖ୍ୟ କେନାଲରେ ପାଣି ନ ଆସିବାରୁ ଶାଖା କେନାଲଗୁଡ଼ିକ ମଧ୍ୟ ଶୁଖିଲା ପଡ଼ିଛି। ମେ ମାସରେ ପାଣି ଛଡାଯିବା ପାଇଁ ପୂର୍ବରୁ ସମୟ ଧାର୍ଯ୍ୟ ହୋଇଥିଲା। ମାତ୍ର ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ଜଳ ସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଅକ୍ଷୟ କୁମାର ମଲିକ କୁହନ୍ତି, ବିଭାଗୀୟ ଆଲୋଚନା ହୋଇଛି। କିନ୍ତୁ ସ୍ପଷ୍ଟ ନିର୍ଦ୍ଦେଶନାମା ଆସି ନ ଥିବାରୁ କେନାଲରେ ପାଣି ଛଡ଼ାଯାଇପାରୁନାହିଁ। ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଜିଲାପାଳ ସ୍ବତନ୍ତ୍ର ପାନୀୟଜଳ ସାଙ୍ଗକୁ ବିଭିନ୍ନ ସ୍ଥାନରେ ଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ପଦକ୍ଷେପ ନେବା ସହ ତୁରନ୍ତ ପଞ୍ଚାୟତରେ ଜଳଛତ୍ର ଖୋଲିବା ପାଇଁ ନିର୍ଦ୍ଦେଶ ଦେବାକୁ ସାମାଜିକ କର୍ମୀ ରଞ୍ଜନ ଦାସ ଦାବି କରିଛନ୍ତି। ଏସମ୍ପର୍କରେ ବିଡିଓ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ କୁହନ୍ତି, ଜଳଛତ୍ର ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କିଛି ପଞ୍ଚାୟତରେ ଖୋଲାଯାଇଛି। ଖୁବ୍‌ଶୀଘ୍ର ଏହାର ସମୀକ୍ଷା କରାଯାଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri