କେନାଲରେ ପାଣି ନାହିଁ,ଖୋଲୁନି ଜଳଛତ୍ର

ନିଶ୍ଚିନ୍ତକୋଇଲି,୧୭।୪(ସ୍ବ.ପ୍ର.): ଏପ୍ରିଲ ମାସରୁ ରାଜ୍ୟରେ ଅସହ୍ୟ ଗରମ ଅନୁଭୂତ ହେଉଛି। ଏପରିକି ଦିନେ ଦୁଇ ଦିନ ହେବ ସତେଯେପରି ଆକାଶରୁ ଅଗ୍ନି ବର୍ଷା ହେଉଛି। ଏଭଳିସ୍ଥିତିରେ ନିଶ୍ଚିନକୋଇଲିରେ ନଈ ପୋଖରୀ ଓ କେନାଲରେ ପାଣି ଶୁଖି ଜଳ ପତନ କମିଯାଇଛି। ଏପରିକି ନଳକୂପରୁ ମଧ୍ୟ ପାଣି ବାହାରୁ ନାହିଁ। ପାଣି ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସରକାର ବିଭିନ୍ନ ସ୍ଥାନରେ ଜଳଛତ୍ର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ ମଧ୍ୟ ଅଦ୍ୟାବଧି କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକର ୪୧ ପଞ୍ଚାୟତରେ କେଉଁଠି ଜଳଛତ୍ର ଖୋଲି ନାହିଁ। ଚଳିତ ବର୍ଷ ଏପ୍ରିଲରୁ ଗରମ ହେଉଥିଲେ ହେଁ ଏପର୍ଯ୍ୟନ୍ତ କେନାଲରେ ପାଣି ଆସିନାହିଁ। ନଈ ପୋଖରୀ ଓ କେନାଲରେ ପାଣି ଶୁଖିଯିବାରୁ ପଶୁ ପକ୍ଷୀମାନେ ତୃଷା ମେଣ୍ଟାଇବାକୁ ପାଣି ମୁନ୍ଦେ ପାଉନାହାନ୍ତି। ସରକାର ସେମାନଙ୍କ ପାଇଁ ତୁରନ୍ତ ପାନୀୟଜଳ ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ହୋଇଛି।
ପ୍ରତ୍ୟେକ ବର୍ଷ ଏପ୍ରିଲ ଶେଷାର୍ଦ୍ଧ ଓ ମାର୍ଚ୍ଚ ମାସରେ ରୌଦ୍ର ତାପ ବୃଦ୍ଧି ପାଇଥାଏ। ମାତ୍ର ଚଳିତ ବର୍ଷ ହଠାତ୍‌ ତାପ ମାତ୍ରା ୪୦ ଡିଗ୍ରୀରୁ ଊର୍ଦ୍ଧ୍ୱ ହୋଇଯାଇଛି ଏପରିସ୍ଥଳେ ୧୦ଟା ପରେ ପଦାକୁ ବାହାରିବା କାଠିକରପାଠ ହେଉଛି। ପ୍ରତିବର୍ଷ ସରକାରଙ୍କ ପକ୍ଷରୁ ପଞ୍ଚାୟତିରାଜ ବିଭାଗ ପ୍ରତି ପଞ୍ଚାୟତ ସହାୟତାରେ ଜଳଛତ୍ର କେନ୍ଦ୍ରମାନ ଖୋଲାଯାଏ। ସରପଞ୍ଚମାନେ ପଞ୍ଚାୟତ ପାଣ୍ଠିରୁ ଏଭଳି ଜନ କଲ୍ୟାଣ କାର୍ଯ୍ୟକ୍ରମ କରିଥାନ୍ତି। ବିଗତ ବର୍ଷ କୋଭିଡ ସମୟରେ ଜଳଛତ୍ର ବ୍ୟବସ୍ଥା ହୋଇ ନ ଥିଲା। ତେଣୁ ଚଳିତବର୍ଷ ପଞ୍ଚାୟତରେ ଜଳଛତ୍ର ପାଇଁ କୌଣସି ଆର୍ଥତ୍କ ମଞ୍ଜୁରି ହୋଇ ନ ଥିବା ଜିପିଓ ଜନ୍ମେଜୟ ରାଉତ ସୂଚନା ଦେଇଛନ୍ତି। ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶ ମିଳୁ ନ ଥିବାରୁ ସରପଞ୍ଚମାନେ ଜଳଛତ୍ର ପାଇଁ ଅର୍ଥ ବରାଦ କରିପାରୁନାହାନ୍ତି। ଅପରପକ୍ଷରେ ରୌଦ୍ରତାପକୁ ଆଖି ଆଗରେ ରଖି ଜଳ ସେଚନ ବିଭାଗ କେନାଲରେ ପାଣି ଛାଡିବାର ବ୍ୟବସ୍ଥା ଥିଲେ ହେଁ ଏଯାବତ କେନାଲରେ ପାଣି ଛଡା ହୋଇନାହିଁ। ମୂଖ୍ୟ କେନାଲରେ ପାଣି ନ ଆସିବାରୁ ଶାଖା କେନାଲଗୁଡ଼ିକ ମଧ୍ୟ ଶୁଖିଲା ପଡ଼ିଛି। ମେ ମାସରେ ପାଣି ଛଡାଯିବା ପାଇଁ ପୂର୍ବରୁ ସମୟ ଧାର୍ଯ୍ୟ ହୋଇଥିଲା। ମାତ୍ର ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ଜଳ ସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଅକ୍ଷୟ କୁମାର ମଲିକ କୁହନ୍ତି, ବିଭାଗୀୟ ଆଲୋଚନା ହୋଇଛି। କିନ୍ତୁ ସ୍ପଷ୍ଟ ନିର୍ଦ୍ଦେଶନାମା ଆସି ନ ଥିବାରୁ କେନାଲରେ ପାଣି ଛଡ଼ାଯାଇପାରୁନାହିଁ। ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଜିଲାପାଳ ସ୍ବତନ୍ତ୍ର ପାନୀୟଜଳ ସାଙ୍ଗକୁ ବିଭିନ୍ନ ସ୍ଥାନରେ ଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ପଦକ୍ଷେପ ନେବା ସହ ତୁରନ୍ତ ପଞ୍ଚାୟତରେ ଜଳଛତ୍ର ଖୋଲିବା ପାଇଁ ନିର୍ଦ୍ଦେଶ ଦେବାକୁ ସାମାଜିକ କର୍ମୀ ରଞ୍ଜନ ଦାସ ଦାବି କରିଛନ୍ତି। ଏସମ୍ପର୍କରେ ବିଡିଓ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ କୁହନ୍ତି, ଜଳଛତ୍ର ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କିଛି ପଞ୍ଚାୟତରେ ଖୋଲାଯାଇଛି। ଖୁବ୍‌ଶୀଘ୍ର ଏହାର ସମୀକ୍ଷା କରାଯାଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri