କଟକ

କାମ ନ ସରି ରାସ୍ତା ଫାଟିଲା

ନିଶ୍ଚିନ୍ତକୋଇଲି,୨୬। ୬(ଅଶୋକ କୁମାର ମହାପାତ୍ର): ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଖନ୍ଦଳ ଠାରୁ ଝାଡ଼େଶ୍ୱପୁର ଭାୟା ଉମର ରାସ୍ତା କାମ ଚାଲିଛି। ଏହି କାମ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ…

ପରୀକ୍ଷାର୍ଥୀଙ୍କ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରାଯାଉଛି: ବୋର୍ଡ

କଟକ,୨୬ା୬(ସୁପ୍ରିୟା ପ୍ରିୟଦର୍ଶିନୀ): ଆସନ୍ତା ଜୁଲାଇ ୧ରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି) ଅନୁଷ୍ଠିତ ହେବ। ଉକ୍ତ ଦିନ ପରୀକ୍ଷାର୍ଥୀମାନେ ଦୁଇଟି ପେପର ପରୀକ୍ଷା ଦେଇପାରିବେ। କେତେଜଣ ପରୀକ୍ଷାର୍ଥୀ ପେପର-୧ ଗୋଟିଏ ସ୍ଥାନରେ ଏବଂ ପେପର-୨ ଆଉ…

ଦିନକରେ ୨ ସ୍ଥାନରେ କେନ୍ଦ୍ରକୁ ନେଇ ଅସନ୍ତୋଷ

କଟକ,୨୫।୬( ସୁପ୍ରିୟା ପ୍ରିୟଦର୍ଶିନୀ)ଆସନ୍ତା ଜୁଲାଇ ୧ରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି) ଅନୁଷ୍ଠିତ ହେବ। ଉକ୍ତ ଦିନ ପରୀକ୍ଷାର୍ଥୀମାନେ ଦୁଇଟି ପେପର ପରୀକ୍ଷା ଦେଇପାରିବେ। କିଛି ପରୀକ୍ଷାର୍ଥୀ ପେପର-୧ ଗୋଟିଏ ସ୍ଥାନରେ ଏବଂ ପେପର-୨ ଆଉ…

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଡିଏଫଓଙ୍କୁ ମିଳିଲା ସାମାନ୍ୟ ଆଶ୍ୱସ୍ତି

କଟକ,୨୪।୬: ବହୁ ଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ହାଇକୋର୍ଟରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ କୋର୍ଟରେ ଚାଲିଥିବା ଏସିଏଫ ସୌମ୍ୟରଞ୍ଜନ ହତ୍ୟା ମାମଲାର ଶୁଣାଣି ଉପରେ ହାଇକୋର୍ଟ ସାମୟିକ ସ୍ଥଗିତାଦେଶ ଜାରି…

ଅନାଥ ଶିଶୁକନ୍ୟା ଲିଲିଆନାଙ୍କ ନୂଆ ଠିକଣା ଆମେରିକା

କଟକ,୨୪ା୬ (କାର୍ତ୍ତିକ ସାହୁ): ଅନାଥ ଶିଶୁକନ୍ୟା ଲିଲିଆନାଙ୍କୁ ମିଳିଗଲେ ମାଆବାପା। କଟକର ବସୁନ୍ଧରାରୁ ଯାଇ ଆମେରିକାର ଆଲାବାମା ରାଜ୍ୟସ୍ଥିତ ଓକ୍ଲାହୋମା ସହରରେ ନିଜର ନୂଆ ଠିକଣା ସେ ପାଇବ। ସେ ନିଜ ପରିଚୟ ସହ ପରିବାର, ଆବାସ, ମାତାପିତାଙ୍କ ଗହଣରେ ନୂଆ…

ଫୁଲ, ଫଳ ଚାଷ କରି ପାଲଟିଛନ୍ତି ପ୍ରେରଣା

ନିଶ୍ଚିନ୍ତକୋଇଲି, ୨୩।୬(ଅଶୋକ କୁମାର ମହାପାତ୍ର) : ସାମ୍ପ୍ରତିକ ସମାଜରେ ଉଚ୍ଚ ଶିକ୍ଷତ ଯୁବତୀ, ଯୁବକମାନେ ଚାକିରି ପଛରେ ଗୋଡ଼ାଉଛନ୍ତି। ଶେଷରେ ନ ପାଇ ବେକାର ହୋଇଯାଉଛନ୍ତି। ଏପରିସ୍ଥଳେ ନିଶ୍ଚିନ୍ତକୋଇଲି ବ୍ଲକ ନତକାଇ ପଞ୍ଚାୟତ ଅନ୍ତର୍ଗତ ଏକରୁଖି ଗ୍ରାମର ଜଣେ ଉଚ୍ଚ ଶିକ୍ଷିତ…

ବର୍ଷାରେ ସହରତଳି ଅଞ୍ଚଳ ଜଳମଗ୍ନ

କଟକ,୨୩ା୬(ସୁପ୍ରିୟା ପ୍ରିୟଦର୍ଶିନୀ): ମୌସୁମୀ ପ୍ରଭାବରେ ଲଗାଣ ବର୍ଷା ଯୋଗୁ  କଟକ ସହରର ଅଧିକାଂଶ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ବିଶେଷକରି ନୂଆ ରାଉସାପାଟଣା, ମକରବାଗ ସାହି, ସୂତାହାଟ, ଖ୍ରୀଷ୍ଟିଆନ୍‌ ଲେନ୍‌ ଆଦି ଅଞ୍ଚଳ ରାସ୍ତାରେ ବର୍ଷାପାଣି ଜମିଥିବା ଦେଖିବାକୁ ମିଳିଥିଲା। ପ୍ରତିବର୍ଷ…

ଦୁର୍ଘଟଣା ଆଶଙ୍କା ବଢ଼ାଉଛି ରାସ୍ତାରେ ଗର୍ତ୍ତ

କଟକ,୨୩ା୬(ସୁପ୍ରିୟା ପ୍ରିୟଦର୍ଶିନୀ): ଓଡ଼ିଶାରେ ମୌସୁମୀ ପ୍ରବେଶ କଲାଣି। ଗୁରୁବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। କଟକରେ ମଧ୍ୟ ବର୍ଷା ହୋଇଛି। ବର୍ଷା ଦିନରେ ସହରରେ ଜଳବନ୍ଦୀ ସମସ୍ୟା ବହୁ ପୁରୁଣା ହୋଇଥିବା ବେଳେ ଏବେ ରାସ୍ତାରେ ଗର୍ତ୍ତ ସୃଷ୍ଟି ହେବା…

ସ୍ମାର୍ଟ ସ୍କୁଲ ସିଲିଂରୁ ଖସିଲା ପ୍ଲାଷ୍ଟର

ଗୋପ,୨୩।୬(ଭାରତୀ ଭୂଷଣ ଉପାଧ୍ୟାୟ): ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷା ସହିତ ଅଧ୍ୟୟନରତ ଛାତ୍ରୀଛାତ୍ର କିପରି ଶୃଙ୍ଖଳିତ ଓ ଅତ୍ୟାଧୁନିକ ଜ୍ଞାନକୌଶଳରେ ଶିକ୍ଷା ଲାଭ କରିବେ, ସେଥିପାଇଁ ସ୍ମାର୍ଟ ସ୍କୁଲ ୫-ଟି ଯୋଜନାରେ ଅନ୍ତର୍ଭୁକ୍ତ କଲେ। ଏହି ଯୋଜନାରେ ଗୋପ ବ୍ଲକର ଅଧିକାଂଶ…

ବଲିଉଡ୍‌ ଗାୟକ ସୌରିନ୍‌ ଭଟ୍ଟଙ୍କ ନାଁରେ ଯୌନ ନିର୍ଯାତନା ମାମଲା

କଟକ,୨୩ା୬ (କାର୍ତ୍ତିକ ସାହୁ): ବଲିଉଡ୍‌ କଣ୍ଠଶିଳ୍ପୀ ସୌରିନ୍‌ ଭଟ୍ଟଙ୍କୁ ନ ପାଇ କୋଲକାତାସ୍ଥିତ ତାଙ୍କ ଘରୁ ଖାଲି ହାତରେ ଫେରିବାକୁ ବାଧ୍ୟ ହୋଇଛି କମିଶନରେଟ୍‌ ପୋଲିସ। ଜଣେ ଓଡ଼ିଆ ଗାୟିକାଙ୍କ ଅଭିଯୋଗ ଆଧାରରେ କଟକ ମହିଳା ଥାନା ପୋଲିସ ମାମଲା ରୁଜୁ…

ସରକାରଙ୍କ ସତ୍ୟପାଠ ଉପରେ ଆପତ୍ତି ଉଠାଇଲେ ଆବେଦନକାରୀ

କଟକ,୨୩ା୬(କାର୍ତ୍ତିକ ସାହୁ): ଭୁବନେଶ୍ୱର ଲୋକସେବା ଭବନ ନିକଟ ଜମିରେ ବହୁତଳ ପ୍ରାସାଦବିଶିଷ୍ଟ ବିଧାୟକ କଲୋନୀ ନିର୍ମାଣ ପାଇଁ ବେଆଇନ ଗଛକଟା ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ଗୁରୁବାର ପ୍ରତିଜବାବ ଦାଖଲ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠ ଉପରେ ଆବେଦନକାରୀ…

ପୋଲିସ ଅଧିକାରୀଙ୍କୁ କାଉନ୍‌ସେଲିଂ ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ

କଟକ,୨୨ା୬ (କାର୍ତ୍ତିକ ସାହୁ)ପୋଲିସ ଅଧିକାରୀମାନେ ଲୋକଙ୍କ ସହ ବ୍ୟବହାର କଲାବେଳେ ସେମାନଙ୍କ ମାନବିକ ଅଧିକାରର ସୁରକ୍ଷା ପ୍ରତି ସଚେତନ ରହିବେ। ଏନେଇ ପର୍ଯ୍ୟାୟକ୍ରମେ ପୋଲିସ ଅଧିକାରୀମାନଙ୍କୁ କାଉନ୍‌ସେଲିଂ କରିବା ପାଇଁ ପଦକ୍ଷେପ ନେବାକୁ ହାଇକୋର୍ଟ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯାଜପୁର ଟାଉନ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri