ଆବାସ ଦାବିରେ ଜିଲାପାଳଙ୍କ ଅଫିସ ଆଗରେ ଧାରଣା
ଭଦ୍ରକ,୧୪।୮(ସନାତନ ରାଉତ): ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ପଞ୍ଚାୟତ ଦେବତାଗଡ଼ିଆ ଗ୍ରାମର ଅକ୍ଷୟ ସେଠୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବା ଦାବିରେ ସୋମବାର ଜିଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଛନ୍ତି । ନିକଟରେ ପ୍ରକାଶ ପାଇଥିବା ଆବାସ…
ନାଲି ଚାଉଳ ବଣ୍ଟନକୁ ନେଇ ଉତ୍ତେଜନା
ତିହିଡ଼ି,୧୩ା୮(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ପାଳିଆବିନ୍ଧା ପଞ୍ଚାୟତରେ ରାଶନ କାର୍ଡ ହିତାଧିକାରୀମାନଙ୍କୁ ୩ ମାସ ପରିବର୍ତ୍ତେ ୨ମାସର ଏବଂ ନାଲି ଚାଉଳ ବଣ୍ଟନକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ରବିବାର ହିତାଧିକାରୀମାନେ ପଞ୍ଚାୟତ ଗୋଦାମକୁ ଘେରାଉ କରିଥିଲେ। ପ୍ରକାଶ…
ପଲ୍ଲୀକ୍ଲିନିକ ପ୍ରତିଷ୍ଠା ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର
ଭଦ୍ରକ(ସନାତନ ରାଉତ)/(ରବିନାରାୟଣ ଖିଲାର ),୧୨ା୮: ଅବସରପ୍ରାପ୍ତ ସୈନିକଙ୍କ ପରିବାରକୁ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ଭଦ୍ରକରେ ପଲ୍ଲୀକ୍ଲିନିକ ପ୍ରତିଷ୍ଠା ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭଦ୍ରକ ଏମ୍ପି ମଞ୍ଜୁଲତା ମଣ୍ଡଳ ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲାର ପ୍ରାୟ ୪ଶହ ଅବସରପ୍ରାପ୍ତ ସୈନିକମାନଙ୍କ…
ଭୁଲ ଚିକିତ୍ସାରୁ ରୋଗୀ ମୃତ୍ୟୁ ଅଭିଯୋଗ: ଘରୋଇ ଡାକ୍ତରଖାନାରେ ଉତ୍ତେଜନା
ଭଦ୍ରକ,୧୧ା୮(ସନାତନ ରାଉତ): ଭଦ୍ରକ ସହରର ଏକ ଘରୋଇ ହସ୍ପିଟାଲରେ ଅପରେଶନ ଟେବୁଲରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଭୁଲ ଚିକିତ୍ସାରୁ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା। ସୂଚନା ଅନୁଯାୟୀ, ମୁତାବକ…
କୁକୁରର ୨ ଘଣ୍ଟାର ସଫଳ ଅସ୍ତ୍ରୋପଚାର
ବାସୁଦେବପୁର, ୧୧।୮(ନାରାୟଣ ପ୍ରସାଦ ବାରିକ୍): ଭଦ୍ରକ ଜିଲା ବାସୁଦେବପୁର ପ୍ରାଣୀ ଚିକିତ୍ସାଳୟରେ ଗୁରୁବାର ଏକ କୁକୁର (ଟମି)ର ୨ ଘଣ୍ଟା ଧରି ସଫଳ ଅସ୍ତ୍ରୋପଚାର କରାଯାଇଛି। ଅସ୍ତ୍ରୋପଚାର ପରେ କୁକୁର ସୁସ୍ଥ ହୋଇଥିବା ଜଣାଯାଇଛି। କୁକୁରଟି କିଛିଦିନ ତଳେ ଇଅର ହେମାଟୋମା…
ଅପରେଶନ ଟେବୁଲରେ ଚାଲିଗଲା ରୋଗୀଙ୍କ ଜୀବନ, ହସ୍ପିଟାଲରେ ଉତ୍ତେଜନା
ଭଦ୍ରକ,୧୧ା୮(ସନାତନ ରାଉତ): ଭଦ୍ରକ ସାଳନ୍ଦୀ ହସ୍ପିଟାଲରେ ଅପରେଶନ ଟେବୁଲରେ ରୋଗୀଙ୍କ ମୃତ୍ୟୁ ହୋଇଥିବାରୁ ଉତ୍ତେଜନା ଦେଖାଦେଇଛି। ସୂଚନାନୁଯାୟୀ, ଭଦ୍ରକ ଜିଲା ଧୂଷୁରୀ ଥାନା ଅଧିନସ୍ଥ କଟସାହି ପଞ୍ଚାୟତର ଗୁହାଳିପାଳ ଗ୍ରାମର ବସନ୍ତ ପାତ୍ରଙ୍କ ସ୍ତ୍ରୀ ସଞ୍ଜୁଲତା ଟ୍ୟୁମର ଅପରେଶନ ପାଇଁ ଗତ…
ଘଣ୍ଟାଏ ଅଟକିଲା ମେମୁ ଟ୍ରେନ୍
ଭଦ୍ରକ,୧୦ା୮(ସନାତନ ରାଉତ): ଭଦ୍ରକ-ନୟାଗଡ଼ ମେମୁ ଟ୍ରେନ୍ ଶୌଚାଳୟରେ ନିୟମିତ ଭାବେ ପାଣି ରହୁ ନ ଥିବା ଅଭିଯୋଗରେ ଭଦ୍ରକ ଷ୍ଟେଶନରେ ୧ ଘଣ୍ଟା କାଳ ଟ୍ରେନ୍ ଅଟକ ରହିଥିଲା। ପାଣି ରହୁ ନ ଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର…
ଲାଞ୍ଚ ଦେଲେନି ବୋଲି ଆବାସ ମିଳିଲାନି
ଭଦ୍ରକ, ୭।୮ (ସନାତନ ରାଉତ): ପ୍ରଧାନମନ୍ତ୍ରୀ ଆବାସ ତାଲିକାରୁ ନାମ ବାଦ୍ ପଡ଼ିଥିବାରୁ ଭଦ୍ରକ ବ୍ଲକ ଅଧୀନ ଗୁଜିଦରଡ଼ା ପଞ୍ଚାୟତ ମୀରାମହଲା ଗ୍ରାମର ସେକ୍ ସାହିର ମହମ୍ମଦ ସୋମବାର ପରିବାର ସହ ଜିଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଥିଲେ। ସେ ଅଭିଯୋଗ…
ବନ୍ୟାପାଣିରେ ଭାସିଗଲେ ଯୁବକ
ଭଦ୍ରକ,୫ା୮(ସନାତନ ରାଉତ): ବୈତରଣୀ ବନ୍ୟା ଜଳରେ ଏପର୍ଯ୍ୟନ୍ତ ଭାସିଯାଇ ୨ ନାବାଳକ ଓ ଜଣେ ବୃଦ୍ଧାଙ୍କୁ ମିଶାଇ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶନିବାର ଆଉ ଜଣେ ଯୁବକ ବନ୍ୟାପାଣିରେ ଭାସି ଯାଇଛନ୍ତି। ଧୂଷୁରୀ – ହସନବାଦ ରାସ୍ତାରେ ବନ୍ୟାପାଣି…
ବଢୁଛି ଗମେଇ ନଦୀ ଜଳସ୍ତର
ବାସୁଦେବପୁର, ୫ା୮(ନାରାୟଣ ପ୍ରସାଦ ବାରିକ୍): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବାସୁଦେବପୁର ବ୍ଲକର ଗମେଈ, କାଂଶବାଂଶ, କଞ୍ଚୁଡ଼ି, ନୂଆନଦୀ ସମେତ ମନ୍ତେଇ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। କାଂଶବାଂଶ ନଦୀରେ ବନ୍ୟା ଆସିବା ଫଳରେ ବାସୁଦେବପୁର ବ୍ଲକର ଜଗନ୍ନାଥପୁର,…
ବନ୍ୟା ସ୍ଥିତି ସମୀକ୍ଷା କଲେ ଜିଲାପାଳ
ଭଦ୍ରକ,୪।୮(ସନାତନ ରାଉତ): ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଶୁକ୍ରବାର ଭଦ୍ରକ ଜିଲା ଧାମନଗର ବ୍ଲକର ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି। ସେ ଗୋବିନ୍ଦପୁର ଏବଂ ବାରସର ପଞ୍ଚାୟତ ଗସ୍ତ କରି ବନ୍ୟା ପ୍ରପୀଡ଼ିତଙ୍କୁ ଭେଟି ସମସ୍ୟା ପଚାରି ବୁଝିଛନ୍ତି। ଏପରିକି ପ୍ରଶାସନ…
ଦେଢ଼ ଲକ୍ଷ ଲୋକ ପ୍ରଭାବିତ
ଧାମନଗର,୪ା୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗରଠାରେ ବୈତରଣୀ ଓ ତାର ଶାଖା କୋଚିଳା, ଗେଙ୍ଗୁଟି ନଦୀରେ ଚଳିତ ବର୍ଷ ପ୍ରଥମ ବନ୍ୟା ଆସି ୨୬ ପଞ୍ଚାୟତ ଅନ୍ତର୍ଗତ ୧୦୮ ରାଜସ୍ବ ଗ୍ରାମର ପାଖାପାଖି ଦେଢ଼ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବୁଧବାର ସାରେ ବୈତରଣୀ…
Archives


