ପଲ୍ଲୀକ୍ଲିନିକ ପ୍ରତିଷ୍ଠା ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର

ଭଦ୍ରକ(ସନାତନ ରାଉତ)/(ରବିନାରାୟଣ ଖିଲାର ),୧୨ା୮: ଅବସରପ୍ରାପ୍ତ ସୈନିକଙ୍କ ପରିବାରକୁ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ଭଦ୍ରକରେ ପଲ୍ଲୀକ୍ଲିନିକ ପ୍ରତିଷ୍ଠା ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳ ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲାର ପ୍ରାୟ ୪ଶହ ଅବସରପ୍ରାପ୍ତ ସୈନିକମାନଙ୍କ ପରିବାର ସଦସ୍ୟଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ନିମିତ ପ୍ରତିରକ୍ଷା ବିଭାଗର ଇସିଏଚଏସ ଯୋଜନାରେ ଏକ ପଲ୍ଲୀକ୍ଲିନିକ ପ୍ରତିଷ୍ଠା ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ସଂସଦ ଭବନ କାର୍ଯ୍ୟାଳୟଠାରେ ସାକ୍ଷାତ କରି ଦାବି ଜଣାଇଛନ୍ତି। ଜିଲାରେ ଇସିଏଚ୍‌ଏସ ଯୋଜନାରେ କୌଣସି ସୁବିଧା ସୁଯୋଗ ନ ଥିବାରୁ ସ୍ବାସ୍ଥ୍ୟସେବା ପାଇଁ ଶହେ କି.ମି. ଦୂର ବାଲେଶ୍ୱର ଜିଲାରେ ଥିବା ପ୍ରତିରକ୍ଷା ବିଭାଗର ବହୁ ପୁରାତନ ପଲ୍ଲୀକ୍ଲିନିକକୁ ଯିବାକୁ ପଡ଼ୁଛି। ଏହା ବ୍ୟୟବହୁଳ ହୋଇଥିବା ବେଳେ ଅନେକ ସମୟରେ ଔଷଧ ଓ ଉପଯୁକ୍ତ ଚିକିତ୍ସା ନ ପାଇ ଫେରିବାକୁ ପଡ଼ିଥାଏ। ୨୦୧୫ରେ ଆଇଏନ୍‌ଏସ ଚିଲିକା ଓ ଇସିଏଚଏସ୍‌ କେନ୍ଦ୍ରୀୟ ସଂଗଠନ ପକ୍ଷରୁ ଓଡ଼ିଶାରେ ୫ଟି ପଲ୍ଲୀକ୍ଲିନିକ ପ୍ରତିଷ୍ଠା ପାଇଁ ସୁପାରିଶ କରିଥିଲେ। ଯେଉଁଥିରେ ଭଦ୍ରକ ନାମ ମଧ୍ୟ ଉଲ୍ଲେଖ ଥିଲା। ଖୁବ୍‌ଶୀଘ୍ର ଭଦ୍ରକରେ ପଲିକ୍ଲିନିକ ପ୍ରତିଷ୍ଠା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଆଲୋଚନା ବେଳେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଉପସ୍ଥିତ ଥିଲେ। ପ୍ରଚେଷ୍ଟା ପାଇଁ ଭଦ୍ରକର ଅବସରପ୍ରାପ୍ତ ସୈନିକ ସଂଘ ଏବଂ ସେମାନଙ୍କ ପରିବାର ପକ୍ଷରୁ ଏମ୍‌ପିଙ୍କୁ କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

ଗ୍ରାମାଞ୍ଚଳରେ ତୈଳ ସଙ୍କଟ ଉଗ୍ର: ଥୁଆମୂଳ ରାମପୁର ବ୍ଲକର ୩ଟି ପେଟ୍ରୋଲ ପମ୍ପ ଶୂନ୍ୟ, ଯାତାୟାତ ବିପର୍ଯ୍ୟସ୍ତ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ରାଜନୈତିକ ହଲଚଲର ପ୍ରଭାବ ଏବେ ସୁଦୂର ମଫସଲରେ ଅନୁଭୂତ ହେଲାଣି। କଳାହାଣ୍ଡି…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri