ଦେଢ଼ ଲକ୍ଷ ଲୋକ ପ୍ରଭାବିତ

ଧାମନଗର,୪ା୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗରଠାରେ ବୈତରଣୀ ଓ ତାର ଶାଖା କୋଚିଳା, ଗେଙ୍ଗୁଟି  ନଦୀରେ ଚଳିତ ବର୍ଷ ପ୍ରଥମ ବନ୍ୟା ଆସି ୨୬ ପଞ୍ଚାୟତ  ଅନ୍ତର୍ଗତ ୧୦୮ ରାଜସ୍ବ ଗ୍ରାମର ପାଖାପାଖି ଦେଢ଼ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବୁଧବାର ସାରେ ବୈତରଣୀ ନଦୀର ଗୌରାଙ୍ଗପୁର ଏବଂ ମଲ୍ଲିମାହାରା  ଏସକେପ, ଗେଙ୍ଗୁଟି ନଦୀର କନକେଇ,ଗାଇଛନ୍ଦା ଏବଂ ମଠ ମାହାରା ଏସ୍‌କେପରୁ ବନ୍ୟାଜଳ ପ୍ରବାହିତ ହୋଇ ବହୁ ଗ୍ରାମ,ରାସ୍ତା ଘାଟ,ଚାଷ ଜମି ଜଳାର୍ଣ୍ଣବ ହୋଇଛି।
ମିଳିଥିବା ସୂଚନା ଅନୁସାରେ ବୈତରଣୀ ନଦୀର ବନ୍ୟାଜଳ ଆଖୁଆପଦାଠାରେ ବିପଦ ସଙ୍କେତ ୧୭ .୮୩ ମିଟର ରହିଥିବା ବେଳେ ଏହା ବୁଧବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ବଢ଼ି ୧୯.୮୯ ମିଟରରେ ପହଞ୍ଚିଥିଲା । ଗୁରୁବାର ସକାଳେ ବୈତରଣୀ ନଦୀରେ ବନ୍ୟାଜଳ ହ୍ରାସ ପାଇ ଅପରାହ୍ନ ୬ଟା ସୁଦ୍ଧା ୧୯. ୩୮ ମିଟର ଅର୍ଥାତ୍ ବିପଦ ସଂକେତର ବହୁ ଊର୍ଦ୍ଧ୍ୱରେ ପ୍ରବାହିତ ହେଉଛି। ଧାମନଗର ବ୍ଲକର ଆନନ୍ଦପୁର ପଞ୍ଚାୟତ ସମେତ ଖଡ଼ିପଦା,କରଦା, ସୋହଡା, ପଧାନି,ଅର୍ଜୁନପୁର,  ଭଟସାହି, ଦଳାଙ୍ଗ, ହସନାବାଦ, ଦୋବଲ, ମୁସ୍ତଫାପୁର, ଧୁଷୁରୀ,ବମକୁରା,ସାହାସପୁର, କୋଠାର, ନଦୀଗଁା, ବୟାଙ୍ଗଡିହ, ଅସୁରାଳି ଏବଂଗଢିଆଳି ପଞ୍ଚାୟତର ବିଭିନ୍ନ ଗ୍ରାମଗୁଡିକ ବନ୍ୟା ଘେରରେ ରହିଛ। ପଧାନି ପଞ୍ଚାୟତର କଇଥାଡିହ ,ଖଡିପଦା ପଞ୍ଚାୟତର କାଞ୍ଜିଆ ପାଳ,ହସନାବାଦ ପଞ୍ଚାୟତର ହସନାବାଦ ଗ୍ରାମ ବନ୍ୟାରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଏ ସମସ୍ତ ଗ୍ରାମର ପ୍ରାୟ ୪୫୦ରୁ ଅଧିକ ପରିବାର ଦୁଇଦିନ ହେବ ଜଳବନ୍ଦୀ ହୋଇ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ବନ୍ୟାରେ ଭଦ୍ରକ ଆରଡି ମୁଖ୍ୟରାସ୍ତାର ଅସୁରାଳି, କୋଠାର, ପାୟାସାହି, ସୂର୍ଯ୍ୟପୁର, ଧୁଷୁରୀ ସ୍ଥାନ ମାନଙ୍କରେ ରାସ୍ତା ବୁଡି ପ୍ରାୟ ୪ଫୁଟ ଉଚ୍ଚରେ ବନ୍ୟା ସ୍ରୋତ ଚାଲୁଥିବାରୁ ଯାତାୟାତ ବିଚ୍ଛିନ୍ନ ହୋଇଛି। ବନ୍ୟାରେ ଧାମନଗର -ଦୋବଲ, ଦୋବଲ-ଷେଣ୍ଢପୁର, ଖଡ଼ିପଦା-ଆନନ୍ଦପୁର, ସୋହଡା-ପଧାନି, ସୁଜାଣସିଂପୁର-କରଦା,ହାସନାବାଦ-ଧୁଷୁରୀ, ଅନଳଡିହ-ଅସ୍ତକ, ଧାମନଗର-ଫଳପୁର, ଫଳପୁର-ରତ୍ନା ଫଳପୁର, ଅର୍ଜୁନପୁର-ବାଲିପାଟଣା, ଭଗତପୁର-ପଧାନି, ପତ୍ରିସାହି-ଶ୍ରୀରାମପୁର, ଅନ୍ନପୂର୍ଣ୍ଣା -ଦିନାଜପୁର, ପଛାଲୋ-ଖୋପସାହି, ଧୁଷୁରୀ -ନଦୀଗାଁ, ଧୁଷୁରୀ-ଖଡିମାହାରା, ଧୁଷୁରୀ ବମକୁରା ରାସ୍ତା ସମେତ ସମସ୍ତ ଗ୍ରାମ୍ୟ ରାସ୍ତା ଗୁଡିକ ବୁଡି ବନ୍ୟା ସ୍ରୋତ ଚାଲୁଛି। ଦୋବଲ ବଜାର ନିକଟରେ ଥିବା ଗେଙ୍ଗୁଟି ନଦୀର ପକା ପୋଲ ଉପରେ ଅଢ଼େଇ ଫୁଟ ଉଚ୍ଚରେ  ବନ୍ୟା ପାଣି ଚାଲୁଛି। ଅନ୍ୟପକ୍ଷରେ ରେବ ଏବଂ କପାଳି ନଦୀରେ ଆସିଥିବା ବନ୍ୟାରେ କଟ ସାହି, ଖପରପଦା,କାଶିମପୁର, ଫତେପୁର ପଞ୍ଚାୟତର ଚାଷ ଜମି ବୁଡି ଜଳମଗ୍ନ ହୋଇଛି।

Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?