ବନ୍ୟାପାଣିରେ ଭାସିଗଲେ ଯୁବକ

ଭଦ୍ରକ,୫ା୮(ସନାତନ ରାଉତ): ବୈତରଣୀ ବନ୍ୟା ଜଳରେ ଏପର୍ଯ୍ୟନ୍ତ ଭାସିଯାଇ ୨ ନାବାଳକ ଓ ଜଣେ ବୃଦ୍ଧାଙ୍କୁ ମିଶାଇ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶନିବାର ଆଉ ଜଣେ ଯୁବକ ବନ୍ୟାପାଣିରେ ଭାସି ଯାଇଛନ୍ତି। ଧୂଷୁରୀ – ହସନବାଦ ରାସ୍ତାରେ ବନ୍ୟାପାଣି ସୁଅ ଚାଲିଥିବା ବେଳେ ଜଣେ ଯୁବକ ସେହି ପାଣିରେ ରାସ୍ତା ପାରି ହେଉଥିବା ବେଳେ ପ୍ରଖର ସୁଅରେ ଭାସି ଯାଇଛନ୍ତି। ଖବର ପାଇ ଧୂଷୁରୀ ସରପଞ୍ଚ ଅନ୍ତର୍ଯ୍ୟାମୀ ପତି ତୁରନ୍ତ ଓଡ୍ରାଫ ଟିମ୍‌କୁ ଡକାଇ ଘଟଣାସ୍ଥଳରେ ପହଞ୍ଚି ବନ୍ୟାପାଣି ଭିତରେ ସେହି ଯୁବକଙ୍କୁ ଖୋଜାଖୋଜି କରିଛନ୍ତି। ଯୁବକଙ୍କ ବ୍ୟାଗ୍‌ ପାଣି ଭିତରୁ ମିଳିଥିବା ବେଳେ ତାଙ୍କର ପତ୍ତା ମିଳିନାହିଁ। ଯୁବକଙ୍କ ବାପା ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ ମିଳିଥିବା ସୂଚନା ଅନୁଯାୟୀ, ଭାସିଯାଇଥିବା ଯୁବକ ଯାଜପୁର ଜିଲା ମଙ୍ଗଳପୁର ଅଞ୍ଚଳର ବୋଲି ଜଣାପଡିଛି। ପ୍ରତିଦିନ ସେ ଭଦ୍ରକ କାମ କରିବାକୁ ଆସନ୍ତି ବୋଲି ତାଙ୍କ ବାପା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଅବସର ନେଲେ ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍ସ

ୱେଲିଂଟନ,୨୮।୬: ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ତୃତୀୟ ଟେଷ୍ଟରେ କ୍ରିକେଟକୁ ବିଦାୟ ଦେଇ ଅଲ୍‌ରାଉଣ୍ଡର ତଥା ଇଂଲଣ୍ଡ ଟେଷ୍ଟ ଅଧିନାୟକ ବେନ୍‌ ଷ୍ଟୋକ୍ସ ଆଶ୍ଚର୍ଯ୍ୟଜନକ ଭାବେ ଅବସର ନେଇଛନ୍ତି।…

ବ୍ରାଉନସୁଗାର ଜବତ ଘଟଣା: ୪ ଜଣଙ୍କ ମଧ୍ୟରୁ ଜେଲ ହାଜତକୁ ଗଲେ ୩, ଜଣେ ଖଲାସ

ହାଟଡିହୀ/କେନ୍ଦୁଝର,୨୮।୬(ଶୁଭକାନ୍ତ ନାୟକ/ନରେଶ ଚନ୍ଦ୍ର ପଟ୍ଟନାୟକ): ବ୍ରାଉନସୁଗାର ଜବତ ଘଟଣାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ଜେଲ ହାଜତକୁ…

ଚେନ୍ନାଇରୁ ଘରକୁ ଫେରିବା ବାଟରେ ଶ୍ରମିକ ନିଖୋଜ, ଖୋଜିବା ପାଇଁ ସ୍ତ୍ରୀଙ୍କ ନିବେଦନ

ଦେବଗଡ,୨୮ା୬(ଶଶାଙ୍କ ଶେଖର ଝାଙ୍କର): ଚେନ୍ନାଇରୁ ଘରକୁ ଫେରୁଥିବା ସମୟରେ ଦେବଗଡ ଜିଲା ରିଆମାଳ ଥାନା ଅଞ୍ଚଳର ପୁରମୁଣ୍ଡା ଗ୍ରାମର ଜଣେ ଶ୍ରମିକ ନିଖୋଜ ହୋଇଯାଇଥିବା ଜଣାପଡିଛି ।…

ମହାନଦୀରେ ବୁଡ଼ିଗଲେ ୩ କଲେଜ ଛାତ୍ର

କଟକ,୨୮।୬(ପ୍ରଭୁକଲ୍ୟାଣ ପାଲ୍‌): ଜଗତପୁର ଖଇରା ବ୍ରିଜ ସାତବାଟିଆ ନିକଟ ମହାନଦୀରେ ଏକ ଅଘଟଣ ଘଟିଛି। ମହାନଦୀର ବୁଡ଼ି ୩ଜଣ କଲେଜ ଛାତ୍ର ନିଖୋଜ ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରୁ…

ଗୋପାଳପୁର ଭାୟା ଦିଗପହଣ୍ଡି – ରାୟଗଡ଼ା ରେଳ ଲାଇନ ପାଇଁ ଦାବି, ଜନ ଆନ୍ଦୋଳନ ପାଇଁ ନିଷ୍ପତ୍ତି 

ଦିଗପହଣ୍ଡି,୨୮।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ବାଲିପଡ଼ା ଗ୍ରାମ ସ୍ଥିତ କଲ୍ୟାଣ ମଣ୍ଡପରେ ରବିବାର ଦକ୍ଷିଣ ଓଡ଼ିଶା ବିକାଶ ସମିତି ଆନୁକୁଲ୍ୟରେ ପ୍ରସ୍ତାବିତ ଗୋପାଳପୁର…

ଧରିତ୍ରୀର ମହାପ୍ରଭାବ: ତୁମୋନିଖୋଲ ଗ୍ରାମରେ ପହଞ୍ଚିଲା ବ୍ଲକ ପ୍ରଶାସନ, ସମସ୍ୟାର ସମାଧାନ ପାଇଁ ବିଡିଓଙ୍କ ତ୍ବରିତ ପଦକ୍ଷେପ

ଥୁଆମୂଳ ରାମପୁର,୨୮।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନ ବିରିକୋଟ ଗ୍ରାମପଞ୍ଚାୟତର ଉପାନ୍ତ ତୁମୋନିଖୋଲ ଗ୍ରାମର ବିଭିନ୍ନ ମୌଳିକ ସମସ୍ୟାକୁ ନେଇ ‘ଧରିତ୍ରୀ’ ଖବରକାଗଜରେ…

ପାଣି ନିଷ୍କାସନକୁ ନେଇ ପଡ଼ୋଶୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ୧୫ ମାସ ପରେ ଅଭିଯୁକ୍ତ ୨ଭାଇଙ୍କୁ କୋର୍ଟ ଚାଲାଣ

ଦିଗପହଣ୍ଡି,୨୮।୬(ଅଶେଷ ନାଥ ମିଶ୍ର): ପଡ଼ୋଶୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ଗ୍ରାମର ଅଶୋକ…

ଭଲିରେ ଭାରତକୁ ମିଳିଲା ବ୍ରୋଞ୍ଜ ପଦକ

ଅହମ୍ମଦାବାଦରେ,୨୮।୬: AVC କପ୍‌ ପୁରୁଷ ଭଲିବଲରେ ଭାରତକୁ ବ୍ରୋଞ୍ଜ ପଦକ ମିଳିଛି। ଡିଫେଣ୍ଡିଂ ଚାମ୍ପିୟନ ବାହାରିନକୁ ୪ ସେଟ୍‌ ମୁକାବିଲାରେ ଭାରତ ହରାଇ ଏହି ପଦକ ହସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri