ଭଦ୍ରକ

ଡକାୟତି ଘଟଣାରେ ୩ ଗିରଫ

ଭଣ୍ଡାରିପୋଖରୀ,୨।୧୨(ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ପୋଲିସ ଏକ ଡକାୟତି ଘଟଣାରେ ୩ ଯୁବକଙ୍କୁ ଗୁରୁବାର ରାତିରେ ଧାମନଗର ଛକଠାରୁ ଗିରଫ କରିଛି। ସେମାନେ ହେଲେ ଧାମନଗର ମୁନସୀପାଟଣା ଅଞ୍ଚଳର ସେକ୍‌ ସର୍ପଉଦ୍ଦିନ, ସେକ୍‌ ନିଆମତୁଲା ଓ ହବିବନଗରର ସେକ୍‌ ସଲିମ…

ମଧ୍ୟାହ୍ନଭୋଜନ ପାଇଁ ୧ କି.ମି. ଦୂରରୁ ଆସୁଛି ପାଣି

ଆରଡ଼ି,୨।୧୨(ଡି.ଏନ.ଏ.):ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ପାଳସାହି ପଞ୍ଚାୟତ ଗାନ୍ଧିଘାଟ ଶାସନ ଗଁାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ନଳକୂପଟି ୨୦୦୮ରୁ ଅଦରକାରୀ ହୋଇପଡ଼ିଛି। ଏଥିରୁ ଲୁଣିପାଣି ବାହାରୁଛି। ଏହି ନଳକୂପ ପାଣି ବ୍ୟବହାର ଅନୁପଯୋଗୀ ହୋଇଛି। ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ପାନୀୟ…

୫ ମାସରେ ସରିବ କୁଆଁସ ସେତୁ ନିର୍ମାଣ

ଭଦ୍ରକ ଅଫିସ,୩୦।୧୧: ଭଦ୍ରକ ସହରକୁ ସଂଯୋଗ କରୁଥିବା କୁଆଁସସ୍ଥିତ ଅର୍ଜୁନ ସେତୁକୁ ଭାଙ୍ଗି ନୂତନ ସେତୁ ପାଇଁ ଶିଳାନ୍ୟାସକୁ ପ୍ରାୟ ୧ ବର୍ଷ ବିତିଯାଇଥିବା ବେଳେ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ରହିଛି। ଏହାକୁ ନେଇ ସହରଠାରୁ ବିଚ୍ଛିନ୍ନ ହୋଇ ଦୁର୍ଦ୍ଦଶା…

ବିସ୍ଫୋରଣରେ ଆହତ ବ୍ୟକ୍ତି ଆଖି ବୁଜିଲେ

ଚାନ୍ଦବାଲି,୨୮ା୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ଦକ୍ଷିଣ ସାହି ଗ୍ରାମରେ ବିସ୍ଫୋଣରେ ଆହତ ବିଷ୍ଣୁମୋହନ ସାହୁ (୪୫)ଙ୍କର ସୋମବାର କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମିଳିଥିବା ସୂଚନାନୁସାରେ, ରବିବାର ଅପରାହ୍ନରେ କୌଣସି କାରଣରୁ ନିଆଁ…

ବିସ୍ଫୋରଣରେ ଭୁଶୁଡ଼ିଲା ଛାତ: ନିଆଁ ଲାଗି ଜଣେ ଗୁରୁତର

ଚାନ୍ଦବାଲି,୨୭।୧୧(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ଦକ୍ଷିଣସାହି ଗ୍ରାମରେ ରବିବାର ଅପରାହ୍ନରେ ଏକ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ଏତେ ଶକ୍ତିଶାଳୀ ଥିଲା ଯେ, ଘର ଛାତ ଭୁଶୁଡି ପଡିଥିବା ଜଣାପଡିଛି। ଏଥିରେ ବିଷ୍ଣୁମୋହନ ସାହୁ(୪୫) ନାମକ ଜଣେ ବ୍ୟକ୍ତି ଗୁରୁତର…

ପୂର୍ବ ଶତ୍ରୁତାର ଛୁରାମାଡ଼

ଆରଡ଼ି,୨୭ା୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲାର ଶୈବପୀଠ ଆରଡ଼ିରେ ଜଣେ ସେବାୟତ ଅନ୍ୟଜଣେ ସେବାୟତଙ୍କୁ ଛୁରାମାଡ଼ କରି ଆହତ କରିଥିବା ଆରଡି ପୋଲିସ ଫାଣ୍ଡିରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ତପନ ପାଢ଼ୀ ଓ ମନୋରଞ୍ଜନ ପାଢ଼ୀଙ୍କ ମଧ୍ୟରେ ଟିପାମରା କାରଣକୁ ନେଇ ବଚସା…

ହୋଟେଲରୁ ଯୁବତୀଯୁବକଙ୍କୁ ଉଠାଇନେଲା ପୋଲିସ

ଭଦ୍ରକ ଅଫିସ, ୨୫।୧୧-ଭଦ୍ରକ ସହରର ୧୬ ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ହୋଟେଲରୁ ଶୁକ୍ରବାର ଅପରାହ୍ନରେ ଭିନ୍ନ ସମ୍ପ୍ରଦାୟର ଜଣେ ଯୁବତୀ ଓ ଯୁବକଙ୍କୁ ଟାଉନ ପୋଲିସ ଉଠାଇ ନେଇ ଥାନାରେ ଅଟକ ରଖିଛି। ଯାଜପୁର ଜିଲା ବିଞ୍ଝାରପୁର…

ଧାରଣାରେ ବସିଲେ ପୌରପାଳିକା କର୍ମଚାରୀ

ଭଦ୍ରକ ଅଫିସ,୨୫ା୧୧: ଭଦ୍ରକ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଶୁକ୍ରବାର ପୌରପାଳିକା କର୍ମଚାରୀମାନେ କାର୍ଯ୍ୟାଳୟ ଆଗରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି । ଗୁରୁବାର ଭତ୍ତା ପ୍ରଦାନକୁ କେନ୍ଦ୍ର କରି କେତେକ ଲୋକ ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତଙ୍କୁ ତାଙ୍କ…

ବାପାଙ୍କୁ ପିଟି ମାରିଦେଲେ ସ୍ତ୍ରୀ-ପିଲା

ଭଦ୍ରକ ଅଫିସ,୨୪ା୧୧: ସ୍ବାମୀ-ସ୍ତ୍ରୀ ମଧ୍ୟରେ ଲାଗି ରହିଥିବା ପାରିବାରିକ କଳହ ଶେଷରେ ଉଗ୍ରରୂପ ନେଇଛି। ଶେଷରେ ସ୍ବାମୀର ଜୀବନ ନେବାକୁ ପଛଘୁଞ୍ଚା ଦେଲା ନାହିଁ ସ୍ତ୍ରୀ। ପୁଅ, ଝିଅ ମଧ୍ୟ ମା’ଙ୍କ ସହ ମିଶି ବାପାକୁ ପିଟି ପିଟି ମାରିଦେଲେ। ଏଭଳି…

୧୦ ମିନିଟ୍‌ ପରେ ପରୀକ୍ଷା ଦେଲେ ପରୀକ୍ଷାର୍ଥୀ

ଆରଡ଼ି,୨୩ା୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ କିଷାନନଗର ପି.ସି. ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ରୀ ସ୍ମୃତିରେଖା ଜେନା ବୁଧବାର ନିକଟସ୍ଥ ବାପୁଜୀ ହାଇସ୍କୁଲକୁ ସମ୍ମେଟିଭ ଆସେସ୍‌ମେଣ୍ଟ-୧ ପରୀକ୍ଷା ଦେବାକୁ ଆସୁଥିବା ବେଳେ ରଇପୁର ନିକଟରେ ସାଇକେଲରୁ ପଡ଼ିଯାଇଥିଲେ। ସେଠାରେ ତାଙ୍କର…

ଖବରଦାତାଙ୍କ ପରଲୋକ

ଭଦ୍ରକ ଅଫିସ/ ପୁରୁଷୋତ୍ତମପୁର (ଡି.ଏନ.ଏ.), ୨୩।୧୧: ଖବରଦାତା ବିଭୁ ପ୍ରସାଦ ବେହେରା(୪୪)ଙ୍କ ମଙ୍ଗଳବାର ସକାଳେ ପରଲୋକ ହୋଇଛି। ସେ ଗତ ଦୁଇବର୍ଷ ଧରି କିଡ୍‌ନୀ ରୋଗରେ ପୀଡ଼ିତ ଥିଲେ। ରବିବାର ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ପାଇଁ…

ଉନ୍ନୟନ କାର୍ଯ୍ୟରେ ବାଧା ଦେଉଛନ୍ତି ବିଧାୟକ- ପୌରାଧ୍ୟକ୍ଷା

ଭଦ୍ରକ ଅଫିସ,୨୦।୧୧: ଭଦ୍ରକ ପୌରପାଳିକାରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବାଧା ଦେଉଛନ୍ତି ବିଧାୟକ। ବିଧାୟକଙ୍କ ସମର୍ଥନରେ ଥିବା କାଉନସିଲର ମାନେ ସହଯୋଗ କରୁନାହାନ୍ତି । ୱାର୍ଡକୁ ପରିଦର୍ଶନ ଓ ଲୋକଙ୍କ ସମସ୍ୟା ବୁଝିବାକୁ ଗଲେ କାଉନସିଲର ଦେଖା ଦେଉନାହାନ୍ତି । ବିଧାୟକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?