୫ ମାସରେ ସରିବ କୁଆଁସ ସେତୁ ନିର୍ମାଣ

ଭଦ୍ରକ ଅଫିସ,୩୦।୧୧: ଭଦ୍ରକ ସହରକୁ ସଂଯୋଗ କରୁଥିବା କୁଆଁସସ୍ଥିତ ଅର୍ଜୁନ ସେତୁକୁ ଭାଙ୍ଗି ନୂତନ ସେତୁ ପାଇଁ ଶିଳାନ୍ୟାସକୁ ପ୍ରାୟ ୧ ବର୍ଷ ବିତିଯାଇଥିବା ବେଳେ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ରହିଛି। ଏହାକୁ ନେଇ ସହରଠାରୁ ବିଚ୍ଛିନ୍ନ ହୋଇ ଦୁର୍ଦ୍ଦଶା ଭୋଗୁଥିବା ଲକ୍ଷାଧିକ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ସେତୁ ନିର୍ମାଣ କାର୍ଯ୍ୟ ୫ ମାସ ମଧ୍ୟରେ ଶେଷ କରିବାକୁ ମଙ୍ଗଳବାର ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ପରିଦର୍ଶନରେ ଆସି ନିର୍ମାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳ ଭଦ୍ରକ ଟାଉନ ଥାନା ଛକ ନିକଟରେ ସାଳନ୍ଦୀ ନଦୀ ଉପରେ ଚାଲିଥିବା ସେତୁ ନିର୍ମାଣ କାର୍ଯ୍ୟ ବୁଲି ଦେଖିଛନ୍ତି। କାର୍ଯ୍ୟ ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ତଦାରଖ କରିବା ସହ ଆସନ୍ତା ୫ ମାସ ଭିତରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରକାଶଯୋଗ୍ୟ, ବିଶ୍ୱବ୍ୟାଙ୍କ ଅନୁଦାନ ୬କୋଟି ୭୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୨୦୨୨ ମାର୍ଚ୍ଚରେ ଏହି ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ୨୦୨୩ ମାର୍ଚ୍ଚ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ରହିଥିଲା। କିନ୍ତୁ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବାରୁ ଅବଧି ମଧ୍ୟରେ ଶେଷ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଜିଲାପାଳଙ୍କ ପରିଦର୍ଶନ ସମୟରେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ପରମାନନ୍ଦ ବେହେରାଙ୍କ ସମେତ ନିର୍ମାଣକାରୀ ସଂସ୍ଥାର ସୁପରଭାଇଜର ଓ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକକୁ ଆସିବେ ୩୨ ହଜାର ପ୍ରବାସୀ

ଭଦ୍ରକ ଅଫିସ, ୩୦ା୪: ଭଦ୍ରକ ଜିଲାକୁ ଫେରିବେ ୩୨ ହଜାର ପ୍ରବାସୀ। ଘରକୁ ଫେରିବା ପାଇଁ ଏମାନେ ନିଜ ନାମ ଅନ୍‌ଳାଇନ୍‌ରେ ପଞ୍ଜୀକରଣ କରିସାରିଛନ୍ତି। ପ୍ରବାସୀମାନଙ୍କର...

ଉଚ୍ଚଶିକ୍ଷାରେ ଅର୍ଥ ବାଧକ :ସହାୟତା ଅପେକ୍ଷାରେ ମେଧାବୀ ଆଦିବାସୀ ଛାତ୍ର କୃଷ୍ଣଚନ୍ଦ୍ର

କେନ୍ଦୁଝର, ୨୮ା୭ (ସ୍ବ.ପ୍ର.)- ପରିବାରର ଆର୍ଥିକ ଅନଟନ ଯୋଗୁ ନାନା ସମସ୍ୟା ମଧ୍ୟରେ ପାଠ ପଢୁଥିବା ମେଧାବୀ ତଥା ଭିନ୍ନକ୍ଷମ ଆଦିବାସୀ ଛାତ୍ର କୃଷ୍ଣଚନ୍ଦ୍ର ଦେହୁରି...

ରାତିଅଧରେ ଟ୍ରକ୍‌ରୁ ନେଇଗଲେ ଡିଜେଲ

ଗଞ୍ଜାମ,୧୫।୧(ଡି.ଏନ୍‌.ଏ.): ଗଞ୍ଜାମ ଥାନା ୧୬ ନଂ ଜାତୀୟ ରାଜପଥ ପୁଇଁତୋଳା ଛକରୁ ଦୁଇଟି ଟ୍ରକରୁ କେହି ଦୁର୍ବୃତ୍ତ ପ୍ରାୟ ୭୦୦ ଲିଟରରୁ ଊର୍ଦ୍ଧ୍ୱ ଡିଜେଲ ଲୁଟି...

ଅବକାରୀ ମନ୍ତ୍ରୀଙ୍କ ଯାଜପୁର ଗସ୍ତ, ବିଭାଗୀୟ କାର୍ଯ୍ୟର ସମୀକ୍ଷା: ଚୋରା, ବିଷାକ୍ତ ମଦ ବିକ୍ରି ରୋକିବାକୁ ନିର୍ଦ୍ଦେଶ

ଯାଜପୁର ଟାଉନ,୪ା୧(ଡିଏନଏ): ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଶୁକ୍ରବାର ଯାଜପୁର ଜିଲା ଗସ୍ତରେ ଆସି ବିଭାଗୀୟ କାର୍ଯ୍ୟଗୁଡିକର ସମୀକ୍ଷା କରିଛନ୍ତି। ଜିଲାପାଳଙ୍କ...

ସ୍ବାମୀଙ୍କ ଚିକିତ୍ସା ପାଇଁ ସ୍ତ୍ରୀ, ଝିଅଙ୍କ ଗୁହାରି

ବରଗଡ଼ ଅଫିସ୍‌,୧୬।୭ ବରଗଡ଼ ସହର ଉପକଣ୍ଠ ଖଲିଆପାଲି ଗ୍ରାମରୁ ଅସୁସ୍ଥ ତଥା ଶଯ୍ୟାଶାୟୀ ସ୍ବାମୀ ବଲ୍ଲଭ ମେହେରଙ୍କୁ ଏକ ଅଟୋରେ ଧରି ଚିକିତ୍ସା ସହାୟତା ପାଇଁ...

ପାଟଣାଗଡ ଗଣହତ୍ୟା ମାମଲାର ପର୍ଦ୍ଦାଫାସ୍‌

ବଲାଙ୍ଗୀର ଅଫିସ,୧୮।୧୧-ବହୁ ଚର୍ଚ୍ଚିତ ବଲାଙ୍ଗୀର ପାଟଣାଗଡ ଗଣହତ୍ୟା ମାମଲାର ବୁଧବାର ପର୍ଦ୍ଦାଫାସ୍‌ ହୋଇଛି। ଏହି ମାମଲାରେ ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ...

ଚଞ୍ଚକତା କରି ବ୍ୟାଙ୍କ ଜମା ଖାତାରୁ ଟଙ୍କା ଲୁଟ୍‌

ବାଲୁଗାଁ,୧୫।୧୦(ଡି.ଏନ.ଏ.)-ଏକ ଆନ୍ତଃରାଜ୍ୟ ବ୍ୟାଙ୍କ ଠକେଇ ଦଳ ଚଞ୍ଚକତା ପୂର୍ବକ ଫୋନ୍‌ କରି ଜଣେ ଜମାକାରୀଙ୍କଠାରୁ ସମସ୍ତ ତଥ୍ୟ ହାସଲ କରିବା ପରେ ତାଙ୍କ ବ୍ୟାଙ୍କ ଖାତାରୁ...

ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଗଜପତି,୧୫।୧୨(ଡି.ଏନ୍‌.ଏ.): ଗଜପତି ଜିଲା ଗୋଷାଣି ବ୍ଲକ ଲାବନ୍ୟଗଡ଼ ପଞ୍ଚାୟତର ଏସ୍‌ .ରାଉତପୁର ସ୍କୁଲ ସହାୟକ ଶିକ୍ଷକ ଦୁସମନ୍ତ ନାୟକଙ୍କ ଘରେ ମଙ୍ଗଳବାର ସକାଳୁ ଭିଜିଲାନ୍ସ ପକ୍ଷରୁ...

Advertisement
Archives

Model This Week