ଜାନୁୟାରୀରୁ ଚାଲିବ ଭଦ୍ରକ-ପୁରୀ ପାସେଞ୍ଜର

ଭଦ୍ରକ ଅଫିସ, ୮ା୧୨: ଭଦ୍ରକ ସଂସଦୀୟ କ୍ଷେତ୍ର ଅଧୀନ ବିଭିନ୍ନ ଷ୍ଟେଶନ କାର୍ଯ୍ୟର ଅଗ୍ରଗତି ବାବଦରେ ଭୁବନେଶ୍ୱର ପୂର୍ବତଟ ରେଳବାଇ ମୁଖ୍ୟାଳୟଠାରେ ଜେନେରାଲ ମ୍ୟାନେଜର ଏବଂ ଉଚ୍ଚ ପଦାଧିକାରୀମାନଙ୍କ ସହ ବୁଧବାର ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳ ଆଲୋଚନା କରିଛନ୍ତି। ଜାନୁଆରୀ ମାସର ଏକ ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ ପରେ ଭଦ୍ରକରୁ ପୁରୀ ପାସେଞ୍ଜର ଟ୍ରେନ୍‌ ଚାଲୁ ହେବ। ସମସ୍ତ କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ କରାଯିବ ବୋଲି ପୂର୍ବତଟ ରେଳବାଇ ଜେନେରାଲ ମ୍ୟାନେଜର ପ୍ରତିଶ୍ରୁତି ଦେଇଥିଲେ।

ସମୀକ୍ଷା ବୈଠକରେ ଭଦ୍ରକ, ବାଉଦପୁର, କେନ୍ଦୁଆପଦା, ମଞ୍ଜୁରୀରୋଡ଼, କପାଳି ରୋଡ଼ ରେଳଷ୍ଟେଶନର ଉନ୍ନତିକରଣ, ଭଦ୍ରକ ରେଳଷ୍ଟେଶନକୁ ଅତ୍ୟାଧୁନିକମାନରେ ନିର୍ମାଣ, ଭଦ୍ରକ-ପୁରୀ ନୂତନ ପାସେଞ୍ଜର ଟ୍ରେନ ଚଳାଚଳର ଶୁଭାରମ୍ଭ, ଅନୁମୋଦନ ଲାଭ କରିଥିବା ଭଦ୍ରକ ଏଲ୍‌ସି ଗେଟ ନଂ. ୧୧୯ର ଅଗ୍ରଗତି ଓ ଏଲ୍‌ସି ଗେଟ ନଂ. ୧୧୮, କେନ୍ଦୁଆପଦା ଏଲ୍‌ସି ଗେଟ ନଂ. ୧୨୪ ଓ ୧୨୫, ମଞ୍ଜୁରୀରୋଡ଼ ଏଲସି ଗେଟ ନଂ. ୧୨୯ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ବିସ୍ତୁତ ଆଲୋଚନା କରାଯାଇଥିଲା। ସେହିପରି ବିଭିନ୍ନ ଷ୍ଟେଶନରେ ଦ୍ରୁତଗାମୀ ରେଳ ରହଣି, ଧାମରାକୁ ପାସେଞ୍ଜର ଟ୍ରେନ ଏବଂ ଯାଜପୁର ରୋଡ୍‌ଠାରୁ ଧାମରା ବନ୍ଦର ଭାୟା ବିରଜାପୀଠ ଓ ଆଖଣ୍ଡଳମଣି ପୀଠ ଦେଇ ନୂଆ ରେଳ ଲାଇନ୍‌ ନିର୍ମାଣ ବାବଦରେ ବିସ୍ତୃତ ଆଲୋଚନା କରିଥିଲେ। ବୈଠକରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଓ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଏବଂ ଖୋର୍ଦ୍ଧା ରୋଡ଼ ଡିଭିଜନ ଉପଭୋକ୍ତା କମିଟିର ସଦସ୍ୟ ଶିଶିର ମିଶ୍ର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁ ଓ ମହିଳାଙ୍କ ସୁରକ୍ଷା ଦାବିରେ ବିକ୍ଷୋଭ

ବାରିପଦା ଅଫିସ,୨୫।୭- ରାଜ୍ୟରେ କ୍ରମାଗତ ଭାବେ ଶିଶୁ, ନାବାଳିକା ଓ ନାରୀ ନିର୍ଯାତନା, ବଳାତ୍କାର, ଅପହରଣ ଓ ନିଖୋଜ ଘଟଣା ବଢ଼ି ଚାଲିିଛି। ଏହାର ପ୍ରତିବାଦରେ...

ଗ୍ୟାସ୍‌ କର୍ମଚାରୀଙ୍କୁ ଆକ୍ରମଣ କରି ଲୁଟି ନେଲେ ୧. ୩୧ ଲକ୍ଷ ଟଙ୍କା

ସୋର, ୧ା୧(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ସୋର ବ୍ଲକ ଅଧୀନ ମୁଳିସିଂ ରାସ୍ତା ଲେଭଲକ୍ରସିଂ ନିକଟରେ ଗୁରୁବାର ରାତିରେ ୩ଜଣ ଗ୍ୟାସ୍‌ କର୍ମଚାରୀ ଗୋଦାମରେ ଗାଡ଼ି ରଖି...

କରୋନାକୁ ହରାଇ କାର୍ଯ୍ୟରେ ଯୋଗଦେଲେ ହାବିଲଦାର: ପ୍ରଶଂସା କଲେ ଏସ୍‌ପି

ବାରିପଦା ଅଫିସ,୨୦ା୭: ମୟୂଭର ଜିଲା ଉଦଳା ଥାନାର ହାବିଲଦାର କାରୁହରୀ ମାଝୀ କରୋନାକୁ ହରାଇ ସୋମବାର ପୁଣିଥରେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏ ନେଇ ଏସ୍‌୍‌ପି...

ମୃତକଙ୍କ ପରିବାରକୁ ଠିକାସଂସ୍ଥା ଦେବ ଦେଢ଼ ଲକ୍ଷ ଲେଖାଏ ଟଙ୍କା: ହଟିଲା ଆନ୍ଦୋଳନ

ବାଲିଗୁଡ଼ା,୧୯ା୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସୁରୁବାଲି ବୁଲାଣି ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣାରେ ବଡ଼ଗାଁ ଅଞ୍ଚଳର ଦୁଇ ଯୁବକ ରାକେଶ ମଲ୍ଲିକ(ଲିଚୁ) ଓ ଅଚ୍ୟୁତାନନ୍ଦ ନାୟକଙ୍କ...

ସଁକଟ୍‌ରେ ହସ୍ତତନ୍ତ ଶିଳ୍ପ, କାରିଗର: ପୋରଛାହନ୍‌, ସୂତା ଅଭାବ ମୁଖିଆ ସମସିଆ

ଭବାନୀପାଟଣା,୨୦।୩ (ଡି.ଏନ୍‌.ଏ.)- ସରକାରୀ ପୋରଛାହନ୍‌ ଆର ସୂତା ଅଭାବ ଲାଗି ହସ୍ତତନ୍ତ ଶିଳ୍ପ ସଁକଟରେ ରହିଛେ। ଇଥ୍‌ରେ ଖାଲି ଶିଳ୍ପ ନୁହେ କାରିଗରମାନକର ଜିବ୍‌କା ବି...

ଚିଲିକାରେ ମାଛ ଧରୁଥିବା ବେଳେ ମତ୍ସ୍ୟଜୀବୀଙ୍କ ଜୀବନ ଗଲା

କୃଷ୍ଣପ୍ରସାଦ,୨୭ା୫(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ନଳବଣ ନିକଟ ଚିଲିକାରେ ମାଛ ଧରୁଥିବା ବେଳେ ଜଣେ ମତ୍ସ୍ୟଜୀବୀଙ୍କ ବୁଧବାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ଶ୍ୟାମସୁନ୍ଦର...

ବାଲେଶ୍ୱର ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଲା

ବାଲେଶ୍ୱର ଅଫିସ,୧୫ା୫: ବାଲେଶ୍ୱର ଜିଲାରେ ଶୁକ୍ରବାର ଆଉ ୧୨ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦୨ରେ ପହଞ୍ଚିଛି। ଆଜି ଚିହ୍ନଟ...

ଚଳଚଞ୍ଚଳ ହେଲାଣି ପକ୍ଷୀଙ୍କ ଭୂସ୍ବର୍ଗ

ଖୋର୍ଦ୍ଧା ଅଫିସ,୨୫ା୧୦: ଏସିଆ ମହାଦେଶର ସର୍ବବୃହତ ଲୁଣା ହ୍ରଦ ମରାଳ ମାଳିନୀ ନୀଳାମ୍ବୁ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହେଲାଣି। ଚଳିତ ବର୍ଷ ଅକ୍ଟୋବର ୨ୟ...

Advertisement
Archives

Model This Week