ଭଦ୍ରକ

ଡିସେମ୍ବର ୨୮ରୁ ଖୋଲିବ ମଣ୍ଡି

ଭଦ୍ରକ ଅଫିସ, ୧୯।୧୧: ଆସନ୍ତା ଡିସେମ୍ବର ୨୮ରୁ ଭଦ୍ରକ ଜିଲାରେ ଧାନମଣ୍ଡି ଖୋଲିବ। ୯୬ ସୋସାଇଟି ଓ ୫୭ ମହିଳା ସ୍ବୟଂସହାୟିକା ଗୋଷ୍ଠୀ ସମୁଦାୟ ୧୫୩ ମଣ୍ଡିରେ ଧାନ କିଣାଯିବା ନେଇ ଜିଲା ପରିଷଦ ସମ୍ମିଳନୀ ଗୃହରେ ଶୁକ୍ରବାର ଅନୁଷ୍ଠିତ ଜିଲାସ୍ତରୀୟ…

ସରୁନି କୁଆଁସ ସେତୁ ନିର୍ମାଣ

ଭଦ୍ରକ ଅଫିସ,୧୬ା୧୧: ସେତୁ ପ୍ରଶସ୍ତୀକରଣ ପାଇଁ ଭଦ୍ରକ ସହରକୁ ସଂଯୋଗ କରୁଥିବା କୁଆଁସ ସ୍ଥିତ ଅର୍ଜୁନ ସେତୁକୁ ଭାଙ୍ଗି ଦିଆଗଲା। ନୂତନ ସେତୁ ନିର୍ମାଣ ପାଇଁ ଶିଳାନ୍ୟାସକୁ ପ୍ରାୟ ୧ ବର୍ଷ ବିତିଯାଇଥିଲେ ମଧ୍ୟ କାର୍ଯ୍ୟ ଅଧା ହୋଇନାହିଁ। ଏହାକୁ ନେଇ…

ବୋହୂ ମାନ୍ୟତା ଦାବିରେ ଶାଶୁଘର ଆଗରେ ଧାରଣା

ଭଦ୍ରକ ଅଫିସ, ୧୬।୧୧: ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ଭାଟପଡ଼ା ପଞ୍ଚାୟତର ଶଂଖିଡା ଗଁାରେ ବୋହୂ ମାନ୍ୟତା ପାଇବା ପାଇଁ ଜଣେ ମହିଳା ସୋମବାରଠାରୁ ଶାଶୁଘର ଆଗରେ ଧାରଣା ଦେଇଥିଲେ। ତାଙ୍କ ବାପଘର ଧୂଷୂରୀ ଥାନା ଅଧୀନ ଖଡ଼ିମାହାରା ଅଞ୍ଚଳରେ।…

ଜାଗାବାଡ଼ିକୁ କେନ୍ଦ୍ରକରି ଗଣ୍ଡଗୋଳ

ଭଣ୍ଡାରିପୋଖରୀ,୧୪।୧୧(ସ୍ବ.ପ୍ର.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ରାଜେନ୍ଦ୍ରପୁର ପଞ୍ଚାୟତ କୋଟସିରା ଗ୍ରାମରେ ସୋମବାର ଜାଗାବାଡ଼ିକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଛି। ଏଥିରେ ଉଭୟ ପକ୍ଷରୁ ୩ ଜଣ ଆହତ ହୋଇଛନ୍ତି। ଗ୍ରାମର ହରିନାରାୟଣ ନାୟକ ଥାନାରେ ଅଭିଯୋଗ କରିଛନ୍ତି…

ପୋଲିସ, ଗ୍ରାହକଙ୍କୁ ଦୁର୍ବ୍ୟବହାର: ଢାବା ମାଲିକ ଗିରଫ

ଭଦ୍ରକ ଅଫିସ, ୧୪।୧୧-ଭଦ୍ରକ ସହର ଉପକଣ୍ଠ ରାହାଞ୍ଜଠାରେ ୧୬ ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ଢାବାରେ ଗ୍ରାହକ ଓ ପୋଲିସକୁ ଦୁର୍ବ୍ୟବହାର ଅଭିଯୋଗ ହୋଇଛି। ଏହି ଘଟଣାରେ ଢାବା ମାଲିକ ରାହାଞ୍ଜ ଗ୍ରାମର ଡା. କୃଷ୍ଣଚନ୍ଦ୍ର ସାହୁଙ୍କୁ ପୋଲିସ…

ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ପକାଇଲେ ଦୁର୍ବୃତ୍ତ: ବାରଣ୍ଡାରେ ପାଠ ପଢ଼ିଲେ ଛାତ୍ରୀଛାତ୍ର

ପଦ୍ମପୁର, ୧୪।୧୧ (ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥପ୍ରସାଦ ପଞ୍ଚାୟତ ଦଧିବାମନପୁର ଅଙ୍ଗନୱାଡି କେନ୍ଦ୍ରରେ ଶନିବାର ରାତିରେ କେହି ଦୃର୍ବୃତ୍ତ ତାଲା ପକାଇ ଦେଇଥିଲେ। ଫଳରେ ସୋମବାର ଛାତ୍ରୀଛାତ୍ର ଅଙ୍ଗନୱାଡି କେନ୍ଦ୍ର ବାରଣ୍ଡାରେ ବସି ପାଠ ପଢ଼ିଥିଲେ। ସୂଚନା…

ଅସ୍ତିତ୍ୱ ହରାଇବାକୁ ବସିଛି ଦୋବଲ ହାଟ

ଧାମନଗର,୧୩।୧୧(ଡି.ଏନ.ଏ.): ଦିନକୁ ଦିନ ହାଟ ପରମ୍ପରା ଓ ସଂସ୍କୃତି ହଜିବାକୁ ବସିଲାଣି। ଯେଉଁଠି ଗୋଟେ ଗୋଟେ ହାଟ ରହିଛି, ତା’ର ରକ୍ଷଣାବେକ୍ଷଣ ପ୍ରତି ସରକାର ନଜର ଦେଉନାହାନ୍ତି। ଯାହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲା ଧାମନଗର ବ୍ଲକ ଅଞ୍ଚଳରେ।…

ନଦୀରେ ବନ୍ଧ ବାନ୍ଧି ଜମିକୁ ପାଣି ମଡ଼ାଇଲେ ଚାଷୀ

ପଦ୍ମପୁର, ୧୨।୧୧(ଡି.ଏନ.ଏ.): ଚଳିତବର୍ଷ ଧାନ ବିହନର ଅଭାବୀ ବିକ୍ରି, ବିହନ ଗଜା ନ ହେବା ସହ ବନ୍ୟାଜଳ ତଳିରେ ମାଡ଼ିଯିବା ଆଦି ସମସ୍ୟା ଯୋଗୁ ପ୍ରଭାବିତ ହୋଇଛନ୍ତି ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ଧାନଚାଷୀ। ବହୁ ଘାତ ପ୍ରତିଘାତକୁ ସାମ୍ନା କରି…

ପଞ୍ଚାୟତ ବୁଲି କୃତଜ୍ଞତା ଜଣାଇଲେ ସୂର୍ଯ୍ୟବଂଶୀ

ଧାମନଗର,୧୨ା୧୧(ଡି.ଏନ.ଏ.): ଧାମନଗର ନବନିର୍ବାଚିତ ବିଧାୟକ ସୂର୍ୟବଂଶୀ ସୂରଜ ବିଭିନ୍ନ ପଞ୍ଚାୟତ ବୁଲି ଜନସାଧାରଣଙ୍କୁ କୃତଜ୍ଞତା ଜଣାଉଛନ୍ତି। ଏହି କୃତଜ୍ଞତା ଯାତ୍ରାରେ ବିଧାୟକ ଶୁକ୍ରବାର ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗିର ଛକଠାରୁ ଶତାଧିକ କର୍ମୀଙ୍କ ସହ ବାହାରି ପଧାନୀ ପଞ୍ଚାୟତର କଣ୍ଟିଦୋଳ, କଣ୍ଟଦା, ଭଗତପୁର,…

ନିର୍ବାହୀ ଅଧିକାରୀଙ୍କୁ କୈଫିୟତ ତଲବ କଲେ ପୌରାଧ୍ୟକ୍ଷା

ଭଦ୍ରକ ଅଫିସ,୧୧।୧୧: ଭଦ୍ରକ ପୌରପାଳିକା ବିବାଦ ତୁଟୁନି। ଗତ ଜୁନ୍‌ରେ ପୌର ଉପାଧ୍ୟକ୍ଷା ଓ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିବା ବେଳେ ଏବେ ପୌରାଧ୍ୟକ୍ଷା ଏବଂ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ ନିର୍ବାହୀ…

ନଦୀକୁ ଡେଇଁ ଯୁବକ ନିଖୋଜ

ଆରଡ଼ି,୯ା୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ସାହୁସାହିଠାରେ ବୈତରଣୀ ନଦୀକୁ ବୁଧବାର ମଧ୍ୟାହ୍ନ୍‌ରେ ଜଣେ ଅଜଣା ଯୁବକ ଡେଇଁ ପଡ଼ି ନିଖୋଜ ଅଛନ୍ତି। ନଦୀକୂଳରେ ଥିବା ୨ ଜଣ ଯୁବକ ଗ୍ରାମବାସୀଙ୍କୁ ଡାକ ପକାଇଥିଲେ। ପ୍ରଥମେ ଏକ ଦେଶୀ ଡଙ୍ଗାରେ…

‘ଭ୍ରଷ୍ଟାଚାର ବିରୋଧରେ ଲୋକଙ୍କୁ ସଚେତନ କରାଇବା ଲକ୍ଷ୍ୟ’

ଭଦ୍ରକ ଅଫିସ,୯।୧୧: ଭଦ୍ରକରେ ମଙ୍ଗଳବାର କଂଗ୍ରେସ ପକ୍ଷରୁ ଭାରତ ଯୋଡ଼ୋ ଯାତ୍ରା କରାଯାଇଛି। ଜିଲା ସଭାପତି ସୁବ୍ରତ ଦାସ ଏହାର ନେତୃତ୍ୱ ନେଇଥିଲେ। ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ରାଜ୍ୟ ମହିଳା ସଭାନେତ୍ରୀ ବନ୍ଦିତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?