ମଧ୍ୟାହ୍ନଭୋଜନ ପାଇଁ ୧ କି.ମି. ଦୂରରୁ ଆସୁଛି ପାଣି

ଆରଡ଼ି,୨।୧୨(ଡି.ଏନ.ଏ.):ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ପାଳସାହି ପଞ୍ଚାୟତ ଗାନ୍ଧିଘାଟ ଶାସନ ଗଁାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ନଳକୂପଟି ୨୦୦୮ରୁ ଅଦରକାରୀ ହୋଇପଡ଼ିଛି। ଏଥିରୁ ଲୁଣିପାଣି ବାହାରୁଛି। ଏହି ନଳକୂପ ପାଣି ବ୍ୟବହାର ଅନୁପଯୋଗୀ ହୋଇଛି। ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ପାନୀୟ ଜଳ ଓ ମଧ୍ୟାହ୍ନଭୋଜନ ପ୍ରସ୍ତୁତ ପାଇଁ ପାଚିକା ହିଁ ସାହା ଭରସା ପାଲଟିଛନ୍ତି। ପାଚିକାଙ୍କୁ ବିଦ୍ୟାଳୟଠାରୁ ପ୍ରାୟ ୧ କି.ମି. ଦୂରରେ ଥିବା ନିଜ ଗଁା ନଳକୂପରୁ ମାଠିଆ ଓ ବାଲ୍‌ଟିରେ ପାଣି ବୋହି ଆଣିବାକୁ ପଡୁଛି।
ଏହି ସ୍କୁଲରେ ଏବେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୪୦ରୁ ଅଧିକ। ଜଣେ ପ୍ରଧାନଶିକ୍ଷୟିତ୍ରୀ ଓ ଜଣେ ଶିକ୍ଷକ ପଢ଼ାଇବା ପାଇଁ ନିଯୁକ୍ତ ଅଛନ୍ତି। ୧୪ବର୍ଷ ହେଲା ବିଦ୍ୟାଳୟ ପରିସରରେ ଥିବା ନଳକୂପରୁ ଲୁଣିପାଣି ବାହାରୁଛି। ଛାତ୍ରୀଛାତ୍ର ପାନୀୟ ଜଳ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାଣି ସୁବିଧା ନ ଥିବାରୁ ନିର୍ମିତ ଶୌଚାଳୟ ଅଚଳ ହୋଇପଡ଼ିଛି। ଶୌଚ ହେବା ଲାଗି ଛୋଟ ପିଲାମାନେ ନିକଟରେ ଥିବା ନଦୀକୁ ଯାଉଛନ୍ତି, ଯାହାକି ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି। ବିଦ୍ୟାଳୟ ପ୍ରାଚୀରକୁ ଲାଗି ରହିଛି ଜଳସମ୍ପଦ ବିଭାଗ କନିଷ୍ଠଯନ୍ତ୍ରୀଙ୍କ କାର୍ଯ୍ୟାଳୟ। ସେଠାରେ ପାନୀୟ ଜଳର ସମସ୍ତ ସୁବିଧା ଥିଲେ ବି ଅନୁରୋଧ ସତ୍ତ୍ୱେ ଅଧିକାରୀ ନାସ୍ତିବାଣୀ ଶୁଣାଇଛନ୍ତି। ବିଦ୍ୟାଳୟରେ ଜଳ ସମସ୍ୟା ନେଇ ସ୍ଥାନୀୟ ଲୋକପ୍ରତିନିଧି ଓ ଶିକ୍ଷା ବିଭାଗ ଅଧିକାରୀଙ୍କୁ ବାରମ୍ବାର ଅବଗତ କରିଥିଲେ ମଧ୍ୟ କୋଣସି ସୁଫଳ ମିଳିପାରି ନ ଥିବା ଗ୍ରାମବାସୀ କହିଛନ୍ତି।
ଏ ସମ୍ପର୍କରେ ପ୍ରଧାନଶିକ୍ଷୟିତ୍ରୀ ନମିତା ପତି କହନ୍ତି, ବିଦ୍ୟାଳୟରେ ରନ୍ଧନ କାର୍ଯ୍ୟ ପାଇଁ ପାଚିକାଙ୍କ ସହ ଜଣେ ସହାୟିକା ଆବଶ୍ୟକତା ଥିଲାବେଳେ ଏଠାରେ ଜଣେ ପାଚିକା ନିୟୋଜିତ ହୋଇଛନ୍ତି। ସେ ପିଲାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ସହ ପାଣି ବୋହି ଆଣୁଛନ୍ତି। ନୂତନ ନଳକୂପ ବସାଗଲେ ସମସ୍ୟାର ସମାଧାନ ହୋଇପାରନ୍ତା। ଧାମନଗର ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଭୀମସେନ ହୋ କହିଛନ୍ତି, ଉକ୍ତ ସ୍କୁଲ ନଳକୂପରୁ ଦୀର୍ଘବର୍ଷ ହେଲା ଲୁଣିପାଣି ବାହାରୁଛି। ସ୍ଥାନୀୟ ଲୋକପ୍ରତିନିଧି ଏଥିପ୍ରତି ଯତ୍ନଶୀଳ ହେଲେ ସମସ୍ୟାର ପ୍ରତିକାର ହୋଇପାରନ୍ତା। ତାଙ୍କ ସମୟରେ ନୂତନ ଭାବେ ଖୋଳାଯାଇଥିବା ନଳକୂପରୁ ଲୁଣିପାଣି ବାହାରିଲା। ତେବେ ନିକଟରେ ଥିବା ଇରିଗେଶନ ବିଭାଗ କାର୍ଯ୍ୟାଳୟରୁ ସପ୍ତାହେ ମଧ୍ୟରେ ସ୍କୁଲକୁ ପାଣି ଯୋଗାଇବାର ବ୍ୟବସ୍ଥା କରାଯିବ ବୋଲି ପାଳସାହି ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁଶାନ୍ତ କୁମାର ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri