ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ସାମାନ୍ୟ କଥା କଟାକଟିରୁ ଭୁଜାଲି-ଛୁରୀ ମାଡ଼; ୮ ଗୁରୁତର, ୨ ଜଣଙ୍କ ଅବସ୍ଥା…
ବରଗଡ଼,୧୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ପାତିକାରପଲ୍ଲୀ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭୟାବହ ଗୋଷ୍ଠୀ ସଂଘର୍ଷ ଘଟିଯାଇଛି। ସାମାନ୍ୟ କଥା କଟାକଟିକୁ କେନ୍ଦ୍ର କରି ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ…
ଜମିକୁ ଯାଇ ଗଛରେ ଝୁଲି ପଡ଼ିଲେ ଚାଷୀ
ଭେଡେନ,୧୭।୯(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅଧୀନ ରେଶମ ପ୍ରଧାନପାଲି ଗ୍ରାମରୁ ଗୁରୁବାର ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଉକ୍ତ ଗ୍ରାମର ପଦ୍ମଲୋଚନ କୁମ୍ଭାର(୫୦) ବୋଲି ଜଣାପଡିଛି। ପାରିପାର୍ଶ୍ୱିକ ସ୍ଥିତିରୁ ସେ ଆତ୍ମହତ୍ୟା କରିଥିବା ଅନୁମାନ…
ଧାନ କ୍ଷେତରେ ବଜ୍ରପାତ; ଚାଲିଗଲା ନଣନ୍ଦ-ଭାଉଜଙ୍କ ଜୀବନ, ସୋହେଲାରେ ଶୋକର ଛାୟା
ସୋହେଲା,୧୭।୯(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ କୁସୁର୍ଡା ଗ୍ରାମରେ ଗୁରୁବାର ଅଭାବନୀୟ ଘଟଣା ଘଟିଯାଇଛି । ବଜ୍ରପାତରେ ୨ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ, ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ କଟାପାଲି ଗ୍ରାମର ପ୍ରଭାସ ପ୍ରଧାନଙ୍କ…
ବରଗଡ଼ରେ ଚାଞ୍ଚଲ୍ୟ: ନୂଆଖାଇ ପୂର୍ବରୁ ସ୍ତ୍ରୀଙ୍କୁ ପିଟିପିଟି ମାରିଲେ ସ୍ବାମୀ
ଅତାବିରା,୧୪।୯(ଯୁଧିଷ୍ଠିର ମହାପାତ୍ର)- ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଅମ୍ଳିପାଲି ପଞ୍ଚାୟତ ଗଡତିଆଟିକ୍ରା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀଙ୍କୁ ପିଟିପିଟି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ସ୍ତ୍ରୀ ହେଲେ ଭାଗ୍ୟବତୀ ଖଡ଼ିଆ। ତାଙ୍କୁ ଅଭିଯୁକ୍ତ ସ୍ବାମୀ ରାଜକୁମାର…
ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ
ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି। ସେହିପରି ଧନେଶ୍ୱର ମେହେର ଉପ ସଭାପତି ଉମାକାନ୍ତ ସାହୁ ସାଧାରଣ ସମ୍ପାଦକ, ମନୋଜ…
ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ
ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ ପର୍ବ ଅବସରରେ ୨ଦିନ ପୂର୍ବରୁ ଭାଇଚାରା, ସମାନତା ଓ ସାମାଜିକ ଏକତାର ମହତ୍ତ୍ୱପୂର୍ଣ୍ଣ…
ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍ କରି ପରିବାର ଲୋକଙ୍କୁ ଜଣାଇବାରୁ…
ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ ଯୌନ ନିର୍ଯାତନା ଅଭିଯୋଗରେ ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଅଭିଯୁକ୍ତ…
ବଡ଼ଭାଇଙ୍କୁ ଲୁହା ପାଇପରେ ହତ୍ୟା: ସାନ ଭାଇ ଗିରଫ
ଭେଡେନ, ୧୨/୯ (ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନସ୍ଥ ଲୁଇସିରା-ଖଲିଆପାଲି କୁଚିଆ ମଦଭାଟି ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ଭାଇଙ୍କୁ ସାନ ଭାଇ ଲୁହା ପାଇପରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ…
ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର
ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା କରୁଛନ୍ତି। ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି। ରୋଗୀଙ୍କ…
ସୁଧୁରୁନି ରାସ୍ତାର ଅବସ୍ଥା, ଏନ୍ଏସିକୁ ଦାବିପତ୍ର ପ୍ରଦାନ କରି…
ପଦ୍ମପୁର,୧୦ା୯(ପ୍ରଦୀପ୍ତ ଦାଶ): ପଦ୍ମପୁର ଏନ୍ଏସି ଅନ୍ତର୍ଗତ ଥାନା ସମ୍ମୁଖରୁ ଡା. ବି.ଆର୍. ଆମ୍ବେଦକର ଛକ ପର୍ଯ୍ୟନ୍ତ ରାସ୍ତାର ଦୁରବସ୍ଥା ଦୂର କରି ତୁରନ୍ତ ରାସ୍ତା ନିର୍ମାଣ ଓ ଉନ୍ନତିକରଣ କରିବାକୁ ଦାବି ହୋଇଛି। ଏନେଇ ସ୍ଥାନୀୟ ବାସିନ୍ଦାମାନଙ୍କ ପକ୍ଷରୁ ଏନ୍ଏସି କାର୍ଯ୍ୟନିିର୍ବାହୀ…
ଟ୍ୟୁସନ ସାରି ଘରକୁ ଫେରୁଥିଲେ, ସ୍କୁଟି ଆଗକୁ ଚାଲିଆସିଲା କୁକୁର: ନାବାଳକ ଗୁରୁତର, ମାନବିକତା ଦେଖାଇଲେ…
ବରଗଡ଼, ୯।୯(ପ୍ରେମାନନ୍ଦ ଖମାରୀ): ବରଗଡ଼-ଭଟଲି ମୁଖ୍ୟ ରାସ୍ତାର ଡାଙ୍ଗ ପେଟ୍ରୋଲ ପମ୍ପ ସମ୍ମୁଖରେ ବୁଧବାର ଏକ ଶୋଚନୀୟ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ୧୫ ବର୍ଷୀୟ ନାବାଳକ ଗୁରୁତର ଆହତ ହୋଇଛନ୍ତି। ଆହତ ନାବାଳକ ଜଣକ ହେଲେ ପିପିଲିପାଲି…
ବରଗଡ଼ରେ ସ୍କ୍ରବ୍ ଟାଇଫସ୍ ଆତଙ୍କ! ବୃଦ୍ଧଙ୍କ ଜୀବନ ଗଲା, ବଢ଼ୁଛି ସଂକ୍ରମଣ ଭୟ
ବରଗଡ଼, ୯।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଏବେ ଏହା ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ସୋମବାର ବରଗଡ଼ର ଏକ ଘରୋଇ ନର୍ସିଂହୋମରେ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ହୋଇ…

