ବାତ୍ୟା ପ୍ରଭାବ, ଉଜୁଡ଼ିଲା ଧାନ ଫସଲ: ଚାଷୀଙ୍କ ଚିନ୍ତା ବଢିଲା

ବରଗଡ଼,୨୯୧୦(ପ୍ରେମାନନ୍ଦ ଖମାରୀ):ରାଜ୍ୟରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷୀଙ୍କୁ ସମସ୍ୟା ପିଛା ଛାଡୁନାହିଁ। କେତେବେଳେ ସ୍ବଳ୍ପ ବୃଷ୍ଟିପାତ ତ ଆଉ କେବେ ରୋଗପୋକ ଉପଦ୍ରବ ଯୋଗୁ ଫସଲ ଧୂଳିସାତ୍‌ ହୋଇଯାଉଛି। ବର୍ତ୍ତମାନ ଖରିଫ ଧାନଫସଲ ଅମଳ ପାଖେଇ ଆସିଥିବାବେଳେ ବାତ୍ୟା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ମଙ୍ଗଳବାର ରାତିରୁ ଜିଲାରେ ବାତ୍ୟାର ପ୍ରଭାବ ଅନୁଭୂତ ହୋଇଛି। ଏହାର ପ୍ରଭାବରେ ଝଡ଼ ବତାସ ସହିତ ବର୍ଷା ହେଉଥିବା ଯୋଗୁ ଏଥିରେ ସିଧାସଳଖ ଧାନ ଫସଲ ପ୍ରଭାବିତ ହୋଇଛି । ଅମଳକ୍ଷମ ଅବସ୍ଥାକୁ ଧାନ ଆସି ତାହା କେଣ୍ଡାରେ ଝୁଲୁଥିବାବେଳେ ବାତ୍ୟା ପ୍ରଭାବରେ ଧାନଗଛଗୁଡିକ ଜମିରେ ଶୋଇପଡ଼ିଛି ଏବଂ ବର୍ଷାରେ ଭିଜୁଛି। ସେହିପରି ଧାନକେଣ୍ଡାରୁ ଧାନ ମଧ୍ୟ ଝଡ଼ିଯାଇ ଜମିରେ ପଡ଼ିଛି। ଫଳରେ ତାହା ନଷ୍ଟହେବା ସ୍ବାଭାବିକ ହୋଇପଡ଼ିଛି। ସେହିପରି ବର୍ଷାପାଗ ଲାଗି ରହିଥିବା ଯୋଗୁ ରୋଗପୋକ ଉପଦ୍ରବ ଆହୁରି ବଢ଼ିବାର ଆଶଙ୍କା ରହିଛି। ଏହାକୁ ନେଇ ଜିଲାରେ ଚାଷୀମାନଙ୍କ ମାନସିକ ସ୍ଥିତି ଦୋହଲି ପଡ଼ିଛି।
ଏଠାରେ ଉଲ୍ଲେଖଯୋଗ୍ୟ, ରବିଚାଷ ତୁଳନାରେ ଜିଲାରେ ଖରିଫ ସମୟରେ ଅଧିକ ଧାନଚାଷ ହୋଇଥାଏ। ଜିଲାର ଉଭୟ ଜଳସେଚିତ ଓ ଅଣଜଳସେଚିତ ଅଞ୍ଚଳର ଚାଷୀମାନେ ଖରିଫରେ ଧାନଚାଷ କରିଥାନ୍ତି। ଏଥର ଖରିଫ ଫସଲ ଆରମ୍ଭରୁ ଅନୁକୂଳ ପାଗ ଯୋଗୁ ଜିଲାରେ ଧାନଫସଲ ଭଲ ହୋଇଥିଲା। ଚାଷୀମାନେ ମଧ୍ୟ ଭଲ ଅମଳ କରିବେ ବୋଲି ମନରେ ଆଶା ବାନ୍ଧିଥିଲେ। କିନ୍ତୁ ଅମଳ ସମୟ ଯେତିକି ପାଖେଇ ଆସୁଛି, ଚାଷୀଙ୍କ ସମସ୍ୟା ସେତେ ବେଶି ବଢ଼ିଚାଲିଛି। ପ୍ରଥମେ ଚକଡ଼ା଼ ଓ ପତ୍ରପୋଡ଼ା ରୋଗ ବ୍ୟାପିଥିଲା। ବିଭିନ୍ନ କୀଟନାଶକ ପ୍ରୟୋଗକରି ଚାଷୀମାନେ ଧାନ ଫସଲକୁ ରକ୍ଷା କରିବା ପାଇଁ ଚେଷ୍ଟା କରିଥିଲେ। ତେବେ ଫସଲରେ ରୋଗପୋକ ଦମନ ହୋଇପାରି ନ ଥିବାବେଳେ ଏବେ ବାତ୍ୟାର ପ୍ରଭାବରେ ଧାନଫସଲ କ୍ଷତିଗ୍ରସ୍ତ ହୋଇଛି। ଫଳରେ ଅମଳ ପୂର୍ବରୁ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିବାବେଳେ ମନରୁ ଅମଳ ଆଶା ଉଜୁଡ଼ି ଯାଇଛି।
ବରଗଡ଼ ବ୍ଲକ ଅନ୍ତର୍ଗତ କଲାପାଣି ଗ୍ରାମର ଚାଷୀନେତା ସୁରେଶ ନିକାଣ୍ଟି କହିଛନ୍ତି, ଏଥର ଧାନଫସଲ ଭଲ ହୋଇଥିଲା। କିନ୍ତୁ ବାତ୍ୟା ପ୍ରଭାବରେ ପବନ ବହିବାରୁ କେଣ୍ଡା ସହ ଧାନଗଛଗୁଡ଼ିକ ଜମିରେ ପଡ଼ି ନଷ୍ଟ ହୋଇଯାଇଛି। ଫଳରେ ଜିଲା ପ୍ରଶାସନ ତୁରନ୍ତ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ବ୍ୟବସ୍ଥା କରିବା ପାଇଁ ସେ ଦାବି କରିଛନ୍ତି।
ସେହିପରି ଗାଇସୀମା ଗ୍ରାମର ଚାଷୀ ନିରଞ୍ଜନ ପ୍ରଧାନ କହିଛନ୍ତି, ଫସଲରେ ରୋଗପୋକ ଚିନ୍ତା ବଢ଼ାଇଥିଲା। କୀଟନାଶକ ପ୍ରୟୋଗ ପରେ କିଛି ଫସଲ ରୋଗପୋକରୁ ରକ୍ଷା ପାଇଥିଲା। ଏବେ ବାତ୍ୟା ପ୍ରଭାବରେ ତାହା ବି ଉଜୁଡ଼ିଗଲା ବୋଲି ସେ ପ୍ରକାଶ କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ରାଇକିଆରେ ଅର୍ଣ୍ଣବ ପ୍ରଭାବ: ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି

ରାଇକିଆ,୨୯ା୧୦(ପ୍ରଦୀପ ବେହେରା): ବାତ୍ୟା ଅର୍ଣ୍ଣବର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛି କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌। ଦୁଇ ଦିନର ଅବିଶ୍ରାନ୍ତ ବର୍ଷା ଏବଂ ଗତ ୨୪…

ସିମନବାଡ଼ି ପଞ୍ଚାୟତର ୩ ଗାଁ ଜଳବନ୍ଦୀ, ବ୍ରିଜ୍‌ ଉପରେ ୫ ଫୁଟ ଉଚ୍ଚର ପାଣି, ରୋଗୀଙ୍କୁ ପିଠିରେ ବୋହି…

ଦାରିଙ୍ଗବାଡ଼ି,୨୯ା୧୦(ଅରୁଣ ସାହୁ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ପ୍ରଭାବିତ ହୋଇଛି। ଉକ୍ତ ବ୍ଲକ ସିମନବାଡ଼ି ପଞ୍ଚାୟତର ୩ ଗାଁ ଏବେ ଜଳବନ୍ଦୀରେ ଦିନ…

ମାତ୍ର ୧୭ ରନ୍‌ରେ ୮ ଉଇକେଟ ନେଇ ଇତିହାସ ରଚିଲେ ଏହି କ୍ରିକେଟର୍‌: ସ୍ବତନ୍ତ୍ର କ୍ଲବ୍‌ରେ ହେଲେ ସାମିଲ

ନୂଆଦିଲ୍ଲୀ,୨୯।୧୦: ରଣଜୀ ଟ୍ରଫିରେ ସୌରାଷ୍ଟ୍ରର ବାମହାତୀ ସ୍ପିନର ପାର୍ଥ ଭୁଟ ନିଜର ଘାତକ ବୋଲିଂରେ ଆସାମର ବ୍ୟାଟିଂ ଲାଇନଅପକୁ ଧ୍ୱସ୍ତ କରିଦେଇଛନ୍ତି। ମାତ୍ର ୧୭ ରନ ଦେଇ…

ସରକାରଙ୍କ କଡ଼ା ନିୟମ, ପ୍ରଦର୍ଶନରେ ସାମିଲ ହେଲେ ମିଳିବନି ସରକାରୀ ଚାକିରି

ଲକ୍ଷ୍ନୌ,୨୯।୧୦: ଉତ୍ତରପ୍ରଦେଶରେ ସରକାରୀ ଚାକିରି ପାଇଁ ଆବେଦନକାରୀଙ୍କ ଚରିତ୍ର ଯାଞ୍ଚ ନିୟମକୁ ଅଧିକ କଡ଼ାକଡ଼ି କରାଯାଇଛି । ନୂଆ ନିର୍ଦ୍ଦେଶ ଅନୁସାରେ, କେବଳ ରାଜନୈତିକ ବିଚାରଧାରା ଆଧାରରେ…

ଛେଚୁଛି ବର୍ଷା: ପାଣିରେ ବୁଡ଼ିଲା ଚାଷଜମି, ଚିନ୍ତାରେ ଚାଷୀ

ଗଞ୍ଜାମ,୨୯ା୧୦(ବିଦ୍ୟାଧର ସାହୁ): ସାମୁଦ୍ରିକ ଝଡ଼ ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ ସହର ଏବଂ ଆଖପାଖ ଅଞ୍ଚଳରେ ତିନିଦିନ ଧରି ଲଗାଣ ବର୍ଷା ଜାରିରହିଛି l ଏହି ବର୍ଷା ଯୋଗୁୁ…

ହାଟଡିହୀ ତହସିଲରେ ପଲିଥିନ୍‌ ଚୋରି ନାଟକ, ୨ ଦିନ ପରେ ତହସିଲଦାରଙ୍କୁ କର୍ମଚାରୀ ଜଣାଇବା ପରେ…

ହାଟଡିହୀ/ଛେନାପଦୀ,୨୯ା୧୦(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ତହସିଲ କାର୍ଯ୍ୟାଳୟରୁ ୧୫୦ଟି ପଲଥିନ୍‌ ଚୋରି ଘଟଣାର ଦୁଇ ଦିନ ପରେ ଥାନାରେ ଅଭିଯୋଗ ହେବାକୁ ନେଇ ସନ୍ଦେହ…

ଧସିଲା ରାସ୍ତା: ଗାଡ଼ି ଚଳାଚଳ ବନ୍ଦ, ବଢ଼ିଲା ଲୋକଙ୍କ ଦୁଃଖ

ମୋହନା,୨୯ା୧୦(ମନ୍ମଥ ମିଶ୍ର): ଅର୍ଣ୍ଣବଶର ପ୍ରକୋପରେ ଗତ ଦୁଇଦିନ ତୁହାକୁ ତୁହା ଲଗାଣ ବର୍ଷାଦ୍ୱାରା ମୋହନା ଅଞ୍ଚଳରେ ଜଳମଗ୍ନ ଦେଖିବାକୁ ମିଳିଛି। ବୁଧବାର ମଧ୍ୟରାତ୍ରିଠାରୁ ବର୍ଷା କମିବା ଦ୍ବାରା…

ଧୋଇଲା ଭୂତପଙ୍କାଳ ବ୍ରିଜ୍‌: ଦାରିଙ୍ଗବାଡ଼ିରୁ ବ୍ରହ୍ମପୁର ଯାତାୟାତ ଠପ୍‌, ଅନିର୍ଦ୍ଦିଷ୍ଟ କାଳ…

ଦାରିଙ୍ଗବାଡ଼ି,୨୯।୧୦(ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଓ ବନ୍ୟାଜନିତ ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି। ଗଞ୍ଜାମ ଜିଲାର ଗାଜଲବାଡ଼ି ନିକଟରେ ଥିବା ଭୂତପଙ୍କାଳ ବ୍ରିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?