ଆଗକୁ ଧାନ ଅମଳ, ଚାଷୀଙ୍କୁ ବିକ୍ରି ଚିନ୍ତା: ବଢୁଛି ଆଶଙ୍କା

ବରଗଡ଼,୨୪।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ଅଧିକାଂଶ ଅଞ୍ଚଳରେ ଖରିଫ୍‌ ଧାନ ଫସଲ ଅମଳକ୍ଷମ ଅବସ୍ଥାକୁ ଆସିଗଲାଣି। କାଁ ଭାଁ କେଉଁଠି ଅମଳ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଆଉ ସପ୍ତାହକ ପରେ ଏହା ଜୋର୍‌ ଧରିବ। ଧାନ ଅମଳ ସମୟ ଯେତିକି ପାଖେଇ ଆସୁଛି, ଚାଷୀଙ୍କୁ ଧାନବିକ୍ରି ଚିନ୍ତା ସେତିକି ଘାରିଛି। ଏପର୍ଯ୍ୟନ୍ତ ଖରିଫ୍‌ ଧାନ ସଂଗ୍ରହ ପାଇଁ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ବସିନାହିଁ। ଫଳରେ ଏଥର ଧାନ କିଣାବିକା ରୂପରେଖ ନେଇ ଚାଷୀମାନେ ଏପର୍ଯ୍ୟନ୍ତ ଅନ୍ଧାରରେ ରହିଛନ୍ତି। ଅନ୍ୟପଟେ ଧାନ ସଂଗ୍ରହ ପ୍ରକ୍ରିୟାରେ ଏଗ୍ରିଷ୍ଟାକ୍‌, ଟୋକନ ଭଳି ଆଦି କଟକଣା ଆଶଙ୍କାରେ ଚାଷୀମାନେ ରହିଛନ୍ତି। ତେବେ ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ସର୍କିଟ୍‌ ହାଉସ୍‌ ପରିସରରେ ଜନ ପ୍ରତିନିଧି ଓ ସଂଯୁକ୍ତ କୃଷକ ସଙ୍ଗଠନ ମଧ୍ୟରେ ଅନୁଷ୍ଠିତ ବୈଠକରେ ଧାନବିକ୍ରିରେ ଏଗ୍ରିଷ୍ଟାକ୍‌ ବାଧ୍ୟତାମୂଳକ ନୁହେଁ ବୋଲି ଉପସ୍ଥିତ ଜନ ପ୍ରତିନିଧିମାନେ କହିବା ପରେ ଚାଷୀମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ତଥାପି ଅନ୍ୟବର୍ଷ ତୁଳନାରେ ଏଥର ଧାନ ବିକ୍ରିବଟା ଅଧିକ ଜଟିଳ ହେବା ନେଇ ଚାଷୀ ମହଲରେ ଆଶଙ୍କା ଉପୁଜିଛି।
ବରଗଡ଼ ଜିଲାରେ ସାଧାରଣତଃ ନଭେମ୍ବର ମାସ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଯାଏ। ଏହା ପୂର୍ବରୁ ଏଥିପାଇଁ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ବସିଥାଏ ଏବଂ ସେହି ବୈଠକରେ ଧାନ ସଂଗ୍ରହର ନୀତି ନିର୍ଦ୍ଧାରଣ କରାଯାଏ। ଏପର୍ଯ୍ୟନ୍ତ ସେହି ବୈଠକ ବସି ନ ଥିବାବେଳେ ଗୁରୁବାର ସନ୍ଧ୍ୟାରେ ସଂଯୁକ୍ତ କୃଷକ ସଙ୍ଗଠନ ଓ ଜନ ପ୍ରତିନିଧିଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଚାଷୀ ପ୍ରତିନିଧିମାନେ ଧାନ ସଂଗ୍ରହ ପ୍ରକ୍ରିୟାରେ ସମ୍ଭାବ୍ୟ ସମସ୍ୟା ଗୁଡ଼ିକର ଦୃଷ୍ଟି ଆକର୍ଷଣ ସହିତ ତାର ସମାଧାନ ପାଇଁ ଆଗୁଆ ପଦକ୍ଷେପ ନେବା ପାଇଁ ଉପସ୍ଥିତ ଜନ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିସାରିଛନ୍ତି। ଜନ ପ୍ରତିନିଧିମାନେ ମଧ୍ୟ ସମସ୍ୟାର ସମାଧାନ ପାଇଁ ସକାରାତ୍ମକ ମନ୍ତବ୍ୟ ରଖିଛନ୍ତି। ଏହାସତ୍ତ୍ୱେ ଚାଷୀମାନେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ନେଇ ଆଶା, ଆଶଙ୍କା ମଧ୍ୟରେ ରହିଛନ୍ତି।
ରବି ତୁଳନାରେ ଖରିଫ୍‌ରେ ଯଥେଷ୍ଟ ଅଧିକ ଧାନ ଉପତ୍ାଦନ ହୋଇଥାଏ। ଗତ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଥିବାବେଳେ ଧାନବିକ୍ରି ପାଇଁ ଚାଷୀମାନଙ୍କୁ ବହୁ ହଟହଟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଟୋକନ କଟକଣା ଏଥିରେ ପ୍ରମୁଖ ବାଧକ ସାଜିଥିଲା। ଅନେକ ଚାଷୀଙ୍କୁ ଦୀର୍ଘଦିନ ପର୍ଯ୍ୟନ୍ତ ଟୋକନ ମିଳି ନ ଥିବାବେଳେ ଚାଷୀଙ୍କୁ ମିଳିଥିବା ଟୋକନରେ ବିକ୍ରିଯୋଗ୍ୟ ଧାନ ପରିମାଣ ଯଥେଷ୍ଟ କମ୍‌ ଉଲ୍ଲେଖ ରହିଥିବା ଅଭିଯୋଗ ହୋଇଥିଲା। ଏଭଳି ଅଭିଯୋଗ ନେଇ ଚାଷୀମାନଙ୍କୁ ବାରମ୍ବାର ଆନ୍ଦୋଳନକୁ ଓହ୍ଲାଇବାକୁ ପଡ଼ିଥିଲା। ତେବେ ଖରିଫ୍‌ରେ ଅଧିକ ଧାନ ଉପତ୍ାଦନ ହେଉଥିବା ଯୋଗୁ ରବି ଧାନ କିଣାବିକାର ପ୍ରାରମ୍ଭିକ ପର୍ଯ୍ୟାୟରେ ଯେଭଳି ସମସ୍ୟା ଉପୁଜିଥିଲା, ସେଭଳି ସମସ୍ୟା ସୃଷ୍ଟି ହେଲେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ଚାଷୀମାନେ ଆନ୍ଦୋଳନ ମୁହାଁ ହେବା ଏବେଠାରୁ ସ୍ପଷ୍ଟ ହୋଇଯାଇଛି।
ସେହିପରି ଜିଲାରେ ରହିଥିବା ରାଇସ୍‌ ମିଲ୍‌ଗୁଡ଼ିକର ଗୋଦାମ ବିଗତବର୍ଷ ଗୁଡ଼ିକରେ ସଂଗୃହୀତ ଧାନରୁ ଉପତ୍ାଦିତ ଚାଉଳରେ ଭର୍ତ୍ତି ହୋଇଛି। ଫଳରେ ବିଗତବର୍ଷ ଭଳି ଏଥର ମଧ୍ୟ ମିଲର୍ସମାନେ ମଣ୍ଡିରୁ ଧାନ ଉଠାଣରେ ସେତେ ଆଗଭର ହେବା ନେଇ ଆଶଙ୍କା ଉପୁଜିଛି। ଗୋଦାମରୁ ଚାଉଳ ଉଠାଣ ନେଇ ମିଲର୍ସମାନେ ବାରମ୍ବାର ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଛନ୍ତି। ମାତ୍ର ଗୋଦାମଗୁଡ଼ିକରୁ ଆଶାନୁରୂପ ଚାଉଳ ଉଠାଣ ହେଉ ନ ଥିବା ଯୋଗୁ ଆଗାମୀ ଧାନ ସଂଗ୍ରହ ପ୍ରକ୍ରିୟା ସମୟରେ ଏହା ଏକ ବଡ଼ ସମସ୍ୟା ସୃଷ୍ଟି କରିବ ବୋଲି ଏବେଠାରୁ ଆଶଙ୍କା ପ୍ରକାଶ ପାଇଛି। କେବଳ ସେତିକି ନୁହେଁ, ଗତ ରବି ଧାନ ସଂଗ୍ରହ ପ୍ରକ୍ରିୟାର ପ୍ରାରମ୍ଭିକ ପର୍ଯ୍ୟାୟରେ ଦେବୋତ୍ତର ଜମିରୁ ଅମଳ ଧାନ କିଣା ନେଇ ସମସ୍ୟା ଉପୁଜିଥିଲା। ପରବର୍ତ୍ତୀ ସମୟରେ ସେହି ସମସ୍ୟା ସମାଧାନ ହୋଇଥିଲେ ମଧ୍ୟ ଆସନ୍ତା ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ଦେବୋତ୍ତର ଜମି ଚାଷ କରୁଥିବା ଚାଷୀଙ୍କୁ ସେହି ଚିନ୍ତା ଏବେ ମଧ୍ୟ ଘାରିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?