ସରପଞ୍ଚଙ୍କ ଘରୁ ମିଳିଲା ଚୋରି ସାମଗ୍ରୀ
ବରପାଲି,୧୭।୭(ଡି.ଏନ୍.ଏ.) ବରଗଡ଼ ଜିଲା ବରପାଲି ବ୍ଲକ କୁମ୍ଭାରୀ ପଞ୍ଚାୟତ ଅଫିସ୍ରୁ ଗୋଟିଏ ପୁରୁଣା ଟ୍ରେଜେରି ଓ ଡିଜେଲ ରାଇସ ହଲର ଚୋରି ହୋଇଥିବା ନେଇ ଗତ ୧୪ ତାରିଖରେ ବରପାଲି ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଏହି ଘଟଣାରେ ଏକ ମାମଲା…
ଅଧାରୁ ଅଟକିଲା ବୈଠକ, ଦରମା ବନ୍ଦ ନିର୍ଦ୍ଦେଶ
ବରଗଡ଼ ଅଫିସ୍,୧୫।୭: ବରଗଡ଼ ଜିଲାପାଳ ଅଫିସ ସମ୍ମିଳନୀ କକ୍ଷରେ ଶୁକ୍ରବାର ସନ୍ଧ୍ୟା ୫ଟାରେ ଖରିଫ୍-୨୦୨୨ ପାଇଁ ଜିଲା କୃଷି ନିର୍ଦ୍ଧାରଣ ବୈଠକରେ ଜିଲାପାଳ ମୋନିଷା ବାନାର୍ଜୀ ଉପସ୍ଥିତ ଅଧିକାରୀଙ୍କୁ ତାଗିଦ୍ କରିବା ଏବଂ ବୈଠକ ଅଧାରୁ ଅଟକିଯିବା ଘଟଣା ଚର୍ଚ୍ଚାର ବିଷୟ…
ସାପ କାମୁଡ଼ାରେ ଚାଲିଗଲା ସ୍ବାମୀ-ସ୍ତ୍ରୀଙ୍କ ଜୀବନ
ପାଇକମାଳ,୧୪।୭(ଡି.ଏନ୍.ଏ.): ବରଗଡ଼ ଜିଲା ପାଇକମାଲ ବ୍ଳକ ଝିଟିକି ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ବୁଧବାର ରାତିରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡ଼ାରେ ସ୍ବାମୀ-ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ହେଲେ ଦେଢ ବର୍ଷର ଶିଶୁ ଅଳ୍ପକେ ବର୍ତ୍ତିଯାଇଛି। ଘଟଣାରୁ ପ୍ରକାଶ…
୧୪ ଲକ୍ଷ ୨୯ ହଜାର ଜାଲନୋଟ୍ ଜବତ
ବରପାଲି,୭।୭(ଡି.ଏନ.ଏ.): ସ୍ବତନ୍ତ୍ର ଟାସ୍କ ଫୋର୍ସ(ଏସ୍ଟିଏଫ) ବରଗଡ଼ ଜିଲା ପୋଲିସ ସହାୟତାରେ ଗୁରୁବାର ଅନ୍ତଃରାଜ୍ୟ ଜାଲନୋଟ୍ କାରବାର ର଼୍ୟାକେଟ୍ର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ, ଉତ୍ତରପ୍ରଦେଶ ରାଜ୍ୟ ଗୋରଖପୁର ଜିଲା…
ମଧ୍ୟାହ୍ନ ଭୋଜନ ଖାଇ ୨୦ଛାତ୍ରୀଛାତ୍ର ଅସୁସ୍ଥ
ବରଗଡ଼ ଅଫିସ,୨୮।୬: ବରଗଡ଼ ବ୍ଲକ ଅନ୍ତର୍ଗତ ଖଲିଆପାଲି ସେବାଶ୍ରମ ସ୍କୁଲର ଛାତ୍ରୀଛାତ୍ର ଅସୁସ୍ଥ ହୋଇ ପଡିଛନ୍ତି। ମଧ୍ୟାହ୍ନ ଭୋଜନ ପରେ ଛାତ୍ରୀଛାତ୍ରଙ୍କ ପେଟବ୍ୟଥା ହୋଇଥିଲା। ଉକ୍ତ ସ୍କୁଲର ୨୦ରୁ ଊଦ୍ଧର୍ବ ଛାତ୍ରୀଛାତ୍ର ଏଭଳି ଅସୁସ୍ଥ ହୋଇ ପଡିଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ…
ସମଲପୁରୀ ଦିନ୍ରେ ୨ଶହ କବି, କଳାକାରଙ୍କୁ କରାଯିବ ସମ୍ମାନିତ
ପାଇକମାଳ,୨୭।୬(ଡି.ଏନ୍.ଏ): ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ପାଇକମାଳ ନୃସିଂହନାଥ ପୀଠରେ ଆଖଣ୍ତଳ ଦାଶଙ୍କ ସଭାପତିତ୍ୱରେ ସମଲପୁରୀ ଦିନ୍ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସିରଜିନା ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତି ସମଲପୁରୀ ଦିନ୍ କିପରି ଆଡମ୍ବର…
ରଥଯାତ୍ରା ପୂର୍ବରୁ ରାସ୍ତା ମରାମତି କରାଯାଉ
ପଦ୍ମପୁର,୨୫।୬(ଡି.ଏନ୍.ଏ.): ବରଗଡ଼ ଜିଲା ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନ ୱାର୍ଡ ନଂ-୨ ଶାନ୍ତିନଗରଠାରୁ ଲୁହାରପାଲି ଯାଏ ରାସ୍ତା ଅତ୍ୟନ୍ତ ଶୋଚନୀୟ। ଏହି ରାସ୍ତା ଉପରେ ୨୦ରୁ ୨୫ଗ୍ରାମର ଲୋକେ ନିର୍ଭର କରୁଛନ୍ତି। ହେଲେ ରାସ୍ତା ଏବେ ଖାଲଖମାରେ ଭରି ରହିଛି।…
ଧରାପଡ଼ିଲେ ଆନ୍ତଃଜିଲା ଡକାୟତ ଗ୍ୟାଙ୍ଗ
ବରପାଲି,୨୪।୬(ଡି.ଏନ.ଏ): ବରଗଡ଼ ଜିଲା ବରପାଲି ଥାନା ପୋଲିସ ଏକ ଆନ୍ତଃଜିଲା ଡକାୟତ ଗ୍ୟାଙ୍ଗକୁ ଧରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବରପାଲି ଥାନା ବନ୍ଧପାଲି ଗ୍ରାମର ଅକ୍ଷୟ ମହାନନ୍ଦ(୨୨), ଗୁପେ ଓରଫ ପୂର୍ଣ୍ଣଚନ୍ଦ୍ର ସାହୁ(୨୨) ଏବଂ ବିଶ୍ୱନାଥ ମହାନନ୍ଦ(୧୯)। ସେମାନଙ୍କ ବିରୋଧରେ ବରପାଲି…
ବସ୍-ଟ୍ରକ୍ ମୁହାଁମୁହିଁ, ୩ ଗୁରୁତର
ବରଗଡ଼ ଅଫିସ,୧୯ା୬: ବରଗଡ଼ ଜିଲା ବରପାଲି ମେହେରପଡ଼ା ନିକଟରେ ରବିବାର ଭୋର୍ ସମୟରେ ସରକାରୀ ବସ୍ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇନାହିଁ। ୩ ଡ୍ରାଇଭର ଗୁରୁତର ଥିବା ବେଳେ ୧୮ଜଣ ଯାତ୍ରୀ ଆହତ ହୋଇଛନ୍ତି।…
ସମବାୟ ନିର୍ବାଚନ: ୪ ପ୍ରାର୍ଥୀଙ୍କୁ ଜଣେ ଭୋଟର
ପଦ୍ମପୁର, ୧୬ା୬(ଡି.ଏନ୍.ଏ.): ବରଗଡ଼ ଜିଲା ପଦ୍ମପୁର ବ୍ଲକରେ ଏବେ ସମବାୟ ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଛି। ବ୍ଲକର ଦହିଗାଁ ପ୍ରାଥମିକ ସେବା ସମବାୟ ସମିତିରେ ଚଳିତ ଥର ଏକ ରୋଚକ ସ୍ଥିତି ସୃଷ୍ଟି ହୋଇଛି । ଆଗାମୀ ୨୬ ତାରିଖରେ…
କେନାଲ ଶୁଖିଲା, ବର୍ଷା ନାହିଁ: ଆଗେଇ ପାରୁନି ଖରିଫ ଚାଷ
ବରଗଡ଼ ଅଫିସ୍,୧୬।୬ – ବରଗଡ଼ ଜିଲାରେ ସାଧାରଣତଃ ଜୁନ ମାସରୁ ଖରିଫ ଚାଷ ଆରମ୍ଭ ହୋଇଥାଏ। ଜିଲାର ଉଭୟ ଜଳସେଚିତ ଏବଂ ଅଣଜଳସେଚିତ ଅଞ୍ଚଳରେ ଏହି ଚାଷକାର୍ଯ୍ୟ ହୋଇଥାଏ। ଜଳସେଚିତ ଅଞ୍ଚଳର ଚାଷୀମାନେ କେନାଲ ପାଣି ଏବଂ ଅଣଜଳସେଚିତ ଅଞ୍ଚଳର ଚାଷୀମାନେ…
ଅସୁରଗଡ଼ରେ ୨ ହଜାର ବର୍ଷ ସଭ୍ୟତାର ସନ୍ଧାନ
ବରଗଡ଼ ଅଫିସ୍/ବରପାଲି,୧୩ା୬: ବରଗଡ଼ ଜିଲା ବରପାଲି ବ୍ଲକ ଅସୁରଗଡ଼ ଅଞ୍ଚଳରେ ୨ହଜାର ବର୍ଷ ତଳେ ମାନବ ସଭ୍ୟତା ଗଢ଼ି ଉଠିଥିଲା। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ମାଟି ଖନନ, ପ୍ରାଚୀନ ସାମଗ୍ରୀର ସନ୍ଧାନ ଏବଂ…

