କେନାଲ ଶୁଖିଲା, ବର୍ଷା ନାହିଁ: ଆଗେଇ ପାରୁନି ଖରିଫ ଚାଷ

ବରଗଡ଼ ଅଫିସ୍‌,୧୬।୬ – ବରଗଡ଼ ଜିଲାରେ ସାଧାରଣତଃ ଜୁନ ମାସରୁ ଖରିଫ ଚାଷ ଆରମ୍ଭ ହୋଇଥାଏ। ଜିଲାର ଉଭୟ ଜଳସେଚିତ ଏବଂ ଅଣଜଳସେଚିତ ଅଞ୍ଚଳରେ ଏହି ଚାଷକାର୍ଯ୍ୟ ହୋଇଥାଏ। ଜଳସେଚିତ ଅଞ୍ଚଳର ଚାଷୀମାନେ କେନାଲ ପାଣି ଏବଂ ଅଣଜଳସେଚିତ ଅଞ୍ଚଳର ଚାଷୀମାନେ ବର୍ଷା ଉପରେ ନିର୍ଭର କରିଥାନ୍ତି। ଏହିକ୍ରମରେ ଜିଲାରେ ରହିଥିବା ୩ଲକ୍ଷ ୪୮ହଜାର ହେକ୍ଟର ଚାଷପୋଯୋଗୀ ଜମି ମଧ୍ୟରୁ କେବଳ ୨ଲକ୍ଷ ୪୮ହଜାର ୯୪୪ ହେକ୍ଟର ଜମିରେ ଧାନଚାଷ ହୁଏ। ସେଥିମଧ୍ୟରୁ ଜଳସେଚିତ ଅଞ୍ଚଳର ୧ଲକ୍ଷ ୫୧ହଜାର ୫୯୪ ହେକ୍ଟର ଜମିର ଧାନଚାଷ କେନାଲ ପାଣି ଏବଂ ଅଣଜଳସେଚିତ ଅଞ୍ଚଳର ୯୭ହଜାର ୪୫୦ ହେକ୍ଟର ଜମିର ଧାନଚାଷ ବର୍ଷା ଉପରେ ନିର୍ଭର କରିଥାଏ।
ଜୁନ ୧୫ତାରିଖ ସୁଦ୍ଧା କେନାଲ ଶୁଖିଲା ପଡ଼ିଥିବାବେଳେ ବର୍ଷାର ଦେଖାନାହିଁ। କାଁଭାଁ କେତେବେଳେ ବର୍ଷା ହେଉଥିଲେ ହେଁ ତାହା ଚାଷକାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ନୁହେଁ। ଫଳରେ ଅନ୍ୟବର୍ଷ ଭଳି ଏବର୍ଷ ଖରିଫ ଚାଷକାର୍ଯ୍ୟ ଆଗେଇ ପାରିନାହିଁ। ପାଣି ଅଭାବରୁ ଚାଷୀ ଚାଷଜମି ହଳ ସୁଦ୍ଧା କରି ପାରିନାହିଁ। ଜୁନ ମାସରେ ବରଗଡ଼ ଜିଲାର ସ୍ବାଭାବିକ ବୃଷ୍ଟିପାତ ପରିମାଣ ୨୦୫.୬ ମି.ମି ଅଟେ। ହେଲେ ଇତିମଧ୍ୟରେ ଏହି ମାସର ୧୫ଦିନ ବିତିଯାଇ ଥିବାବେଳେ ଜିଲାରେ ହାରାହାରି ୫.୫୫ ମି.ମି ବୃଷ୍ଟିପାତ ରେକର୍ଡ଼ କରାଯାଇଛି। ସେହିପରି ଜୁନ ୧୫ କେନାଲରେ ପାଣି ଆସିଥାଏ। କିନ୍ତୁ ଏପର୍ଯ୍ୟନ୍ତ କେନାଲ ପାଣି ମଧ୍ୟ ଆସିନାହିଁ। ଫଳରେ ଖରିଫ ଚାଷ ନେଇ ଜିଲାର ଚାଷୀମାନେ ଚିନ୍ତିତ ହୋଇପଡ଼ି ଥିବାବେଳେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଗତବର୍ଷ ଖରିଫରେ ଦେଖାଯାଇଥିବା ମରୁଡ଼ିର ପୁନରାବୃତ୍ତି ଆଶଙ୍କାରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?