ସାପ କାମୁଡ଼ାରେ ଚାଲିଗଲା ସ୍ବାମୀ-ସ୍ତ୍ରୀଙ୍କ ଜୀବନ

ପାଇକମାଳ,୧୪।୭(ଡି.ଏନ୍‌.ଏ.): ବରଗଡ଼ ଜିଲା ପାଇକମାଲ ବ୍ଳକ ଝିଟିକି ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ବୁଧବାର ରାତିରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡ଼ାରେ ସ୍ବାମୀ-ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ହେଲେ ଦେଢ ବର୍ଷର ଶିଶୁ ଅଳ୍ପକେ ବର୍ତ୍ତିଯାଇଛି।

ଘଟଣାରୁ ପ୍ରକାଶ ଯେ, ଗତ ୩ ବର୍ଷ ତଳେ ବିବାହ କରିଥିବା ଝିଟିକି ଗ୍ରାମର ଅକ୍ଷୟ ପ୍ରଧାନଙ୍କ ପୁଅ ଶଙ୍କର ପ୍ରଧାନ(୨୬) ବୋହୂ ଶାନ୍ତି ପ୍ରଧାନ(୨୨) ଏବଂ ଦେଢ ବର୍ଷର ଶିଶୁ ବୁଧବାର ରାତିରେ ଘରେ ଶୋଇଥିଲେ । ବିଳମ୍ବିତ ରାତିରେ ଏକ ବିଷାକ୍ତ ଚିତି ସାପ ପ୍ରଥମେ ଶାନ୍ତିଙ୍କ ଗୋଡରେ କାମୁଡି ଦେଇଥିଲା। ସେ ପିମ୍ପୁଡ଼ି କାମୁଡି ଥିବା ଭାବି ନିଜ ଛୁଆଙ୍କୁ ସ୍ତନ୍ୟପାନ କରାଇ ଶୋଇପଡିଥିଲେ । ହେଲେ ସାପଟି ଶଙ୍କରଙ୍କ ପିଠିକୁ କାମୁଡିବାରୁ ସେ ଏହା ଦେଖି ଘରେ ଲୋକଙ୍କୁ ଜଣାଇଥିଲେ। ଗୁରୁବାର ସକାଳେ ଉଭୟଙ୍କୁ ଉଦ୍ଧାର ପାଇକମାଳ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଶାନ୍ତିଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ। ହେଲେ ଦମ୍ପତିଙ୍କୁ ନୂଆପଡ଼ା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ସ୍ବାମୀ-ସ୍ତ୍ରୀଙ୍କୁ ମୃତ ଘୋଷଣା କରିଥିଲେ । ଶିଶୁ ପୁତ୍ରଙ୍କୁ ଚିକିତ୍ସା ପରେ ଘରକୁ ଫେରିଥିବା ଜଣାପଡିଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ କରାଇଛି। ଘଟଣାଟି ପ୍ରଚାର ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ଯୋଗ୍ୟ, ଶଙ୍କରଙ୍କ ମା’ ଗତ ବର୍ଷ ଆତ୍ମହତ୍ୟା କରିଥିବା ବେଳେ ଦେଢ ବର୍ଷର ଶିଶୁ ବର୍ତ୍ତମାନ ଜେଜେଙ୍କ ଅଖୟ ପ୍ରଧାନଙ୍କ ପାଖରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିଏମସିରେ ବଢିଲା ବିଦ୍ରୋହ, ମମତାଙ୍କ ହାତ ଛାଡିବେ ସାୟନି ଘୋଷ!

କୋଲକାତା, ୧୦।୬: ବଙ୍ଗଳାରେ କ୍ଷମତା ପରିବର୍ତ୍ତନ ପରେ, ଟିଏମସି ତାସର ଘର ପରି ଭାଙ୍ଗି ପଡୁଥିବା ପରି ମନେ ହେଉଛି। ସୂତ୍ର ଅନୁଯାୟୀ, ଏପରି ରିପୋର୍ଟ ଅଛି…

ଘର ବିବାଦକୁ ନେଇ ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣା; ଜାମିନ ଆବେଦନ ଖାରଜ ହେବାରୁ ୨ ଯାଆଙ୍କୁ…

ଦିଗପହଣ୍ଡି,୧୦।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଗୋକର୍ଣ୍ଣପୁର ଗ୍ରାମ ବଡ଼ ସାହିର ଝୁନୁ ସେଠୀ ଓ ବୁଧି ସେଠୀ ୨ ଯାଆଙ୍କୁ ବୁଧବାର…

ଅପରେଶନ ବୈତରଣୀ: ୪ ହାଇୱା, ଜେସିବି, ଖନନ ଯନ୍ତ୍ର, ୩୩ ଟ୍ରାକ୍ଟର ଜବତ: ୩୮ ମାମଲା ରୁଜୁ…

ହାଟଡିହୀ/ଆନନ୍ଦପୁର/ବଞ୍ଚୋ, ୧୦।୬ (ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ ପ୍ରଦୋଷ ବିଶ୍ୱାଳ):‘ଅପରେଶନ ବୈତରଣୀ’ର ଧାରାବାହିକତା ଏବଂ କେନ୍ଦୁଝର ଜିଲା ପୋଲିସ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆନନ୍ଦପୁର ଉପଖଣ୍ଡ ପୋଲିସ ପକ୍ଷରୁ…

ଆକ୍ସନ ମୋଡ୍‌ରେ ଧର୍ମଶାଳା ପୋଲିସ: ୪ ବାଇକ୍‌ ଜବତ, ଦୁଇ ଲୁଟେରାଙ୍କୁ ଗିରଫ କରି…

ଧର୍ମଶାଳାର,୧୦ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଦୁଇ ବାଇକ୍‌ ଲୁଟେରାଙ୍କୁ ଗିରଫ କରି ପଚରାଉଚରା କରିବା ପରେ ସେମାନଙ୍କ…

ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ନବମ ଗ୍ରାମସଭା: ଏକର ପିଛା ଏତେ କୋଟି ଦାବି କଲେ ଗ୍ରାମବାସୀ

ପାଟଣା,୧୦।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅର୍ନ୍ତଗତ ଚେମେଣା ଓ ଯମୁନା ପଶି ର ୧୨ଟି ମୌଜା ର ଜମି କୁ ନେଇ ପ୍ରସ୍ତାବିତ…

ସମୁଦ୍ରରୁ ମାଡ଼ି ଆସୁଛି ବଡ଼ ବାତ୍ୟା! ଏହିଦିନ କରିବ ଲ୍ୟାଣ୍ଡଫଲ୍‌…

ନୂଆଦିଲ୍ଲୀ,୧୦।୬: ଆସୁଛି ବଡ଼ ବାତ୍ୟା । ଯାହାକୁ ନେଇ ଛାନିଆ ହେଲେଣି ଉପକୂଳବାସୀ । ସାମୁଦ୍ରିକ ବାତ୍ୟା କ୍ରିଷ୍ଟିନାକୁ ନେଇ ଏବେ ସବୁଠି ଭୟର ମାହୋଲ ।…

୪ ଥାକିଆ ହେବ ପିପିଲି-କୋଣାର୍କ ରାସ୍ତା

ଗୋପ,୧୦ା୬(ଭାରତୀ ଭୂଷଣ ଉପାଧ୍ୟାୟ): ପର୍ଯ୍ୟଟନର ବିକାଶ ଲାଗି ଖୁବ୍‌ଶୀଘ୍ର ପିପିଲି-କୋଣାର୍କ ରାଜ୍ୟ ରାଜପଥକୁ ୪ ଥାକିଆ ରାସ୍ତା କରାଯିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ…

ଓଡ଼ିଶା ସୀମାନ୍ତରେ ଆନ୍ଧ୍ର ମହିଳା ଓ ଶିଶୁବିକାଶ ମନ୍ତ୍ରୀଙ୍କ ଅନୁପ୍ରବେଶ, ଓଡ଼ିଶା ପ୍ରଶାସନ ଉପରେ…

ପଟ୍ଟାଙ୍ଗି,୧୦ା୬(ଶରତ କୁମାର ଧଳ): ଓଡ଼ିଶାର ସୀମାନ୍ତ ଗ୍ରାମରେ ପଡ଼ୋଶୀ ଆନ୍ଧ୍ର ରାଜ୍ୟର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଏବଂ ସରକାରୀ ଅଧିକାରୀ ଅନୁପ୍ରବେଶ କରି ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri