ବାଲେଶ୍ୱର

ପାଠ ନ ଆସିବାରୁ ଛାତ୍ରଙ୍କୁ ପିଟିଲେ ଶିକ୍ଷକ

ନୀଳଗିରି, ୨୯।୮(ପ୍ରଶାନ୍ତ ବିଶ୍ୱାଳ): ଭୟମୁକ୍ତ ହୋଇ ଛାତ୍ରୀଛାତ୍ରଙ୍କ ମନରେ ପାଠ ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ସରକାର ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଘୋଷଣା କରିଛନ୍ତି। ହେଲେ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଛତ୍ରପୁର ପଞ୍ଚାୟତ ମଧୂପୁରିଆ ପ୍ରାଥମିକ ବିଦ୍ୟାଳୟରେ ଏଥିରେ ବ୍ୟତିକ୍ରମ ଦେଖିବାକୁ…

ଭାଙ୍ଗିଲେ ଘର, ଲୋକେ ଆତଙ୍କିତ

ନୀଳଗିରି, ୨୯।୮(ପ୍ରଶାନ୍ତ ବିଶ୍ୱାଳ): ଖାଦ୍ୟ ଅନ୍ବେଷଣରେ ଏବେ ଗାଁମୁହାଁ ଝାଡ଼ଖଣ୍ଡ ହାତୀ। ନୀଳଗିରି ଏନ୍‌ଏସିରେ ଦୁଇଟି ଦନ୍ତା ପଶି ଘର ଭାଙ୍ଗିବା ସହ ବ୍ୟାପକ ଉପଦ୍ରବ ଚଳାଇଛନ୍ତି। ୧୫ଦିନରୁ ଊର୍ଦ୍ଧ୍ୱ ହେବ ଝାଡ଼ଖଣ୍ଡରୁ ଆସିଥିବା ଦୁଇଟି ଦନ୍ତା ହାତୀ ତିନିକୋଶିଆ ସଂରକ୍ଷିତ…

କାଗଜ ପେଟିରୁ ମିଳିଲା ନବଜାତ ଶିଶୁର ମୃତଦେହ

ରୂପସା, ୨୮।୮(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ ବସ୍ତା-ବାଲିଆପାଳ ରାସ୍ତାର ପେଜଗଳା ପୋଲ ନିକଟରେ ସୋମବାର ଏକ କାଗଜ ପେଟି ଭିତରେ ନବଜାତ ଶିଶୁର ମୃତଦେହ ମିଳିଛି। କେଉଁ ପରିସ୍ଥିତିରେ ଏହି ନବଜାତକକୁ ଏଠାରେ କିଏ ପକାଇଛି ତାହା…

ନୀଳଗିରିରେ ମିଲେଟ୍‌ ମିଶନ ଫେଲ୍‌

ନୀଳଗିରି,୨୮।୮(ପ୍ରଶାନ୍ତ ବିଶ୍ୱାଳ): ରାଜ୍ୟରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆର୍ଥତ୍କ ଅବସ୍ଥାରେ ଉନ୍ନତି ଆଣିବା ଓ ଲୋକଙ୍କ ପୁଷ୍ଟିସାଧନକୁ ଦୃଷ୍ଟିରେ ରଖି ସରକାର ମିଲେଟ ମିଶନ ଯୋଜନା ଆରମ୍ଭ କରିଛନ୍ତି। ମାତ୍ର ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଏହି ମିଶନ ଫେଲ୍‌…

ଥମୁନି କୁମ୍ଭୀର ଆତଙ୍କ

ସୋର, ୨୬।୮: ସୋର ବ୍ଲକ ଚପରପଦା ଗ୍ରାମରେ ଯାଇଥିବା ପିତାକଳିଆ ନଦୀ ହୁଡ଼ାରେ ଏକ ବିରାଟ କୁମ୍ଭୀର ଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। କାଂଶବାଂଶ ନଦୀ ପରେ ପୁଣି ଏହା ପିତାକଳିଆ ନଦୀରେ ଦେଖାଦେଇଛି। ଗତ ୧୫ ଦିନ ତଳେ କାଂଶବାଂଶ…

୨ ଅଧିକାରୀଙ୍କୁ ୫ବର୍ଷ ଲେଖାଏ ଜେଲଦଣ୍ଡ

ବାଲେଶ୍ୱର, ୨୩।୮ (ମାନସ ବିଶ୍ୱାଳ): ଚିଟ୍‌ଫଣ୍ଡ ଠକେଇ ମାମଲାର ବିଚାର କରି ବାଲେଶ୍ୱର ସ୍ବତନ୍ତ୍ର ଓପିଆଇଡି (ଓଡ଼ିଶା ପ୍ରୋଟେକ୍ସନ୍‌ ଅଫ୍‌ ଇଣ୍ଟରେଷ୍ଟ ଅଫ୍‌ ଡିପୋଜିଟର) କୋର୍ଟ ଜଜ୍‌ ବିଶ୍ୱଜିତ ଦାସ ସାରଦା ଚିଟ୍‌ଫଣ୍ଡର ଷ୍ଟେଟ୍‌ କୋଅର୍ଡିନେଟର ବିଚିତ୍ରାନନ୍ଦ ଦାସ ଓ ବାଲେଶ୍ୱର…

ନିଲମ୍ବିତ ହେଲେ ତତ୍କାଳୀନ ପିଇଓ

ନୀଳଗିରି, ୨୨।୮(ପ୍ରଶାନ୍ତ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁଇଟି ଘରକୁ ଏକ ଦମ୍ପତି ହାତେଇବା ଘଟଣା ନେଇ ବାଲେଶ୍ୱର ଜିଲାପାଳଙ୍କଠାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ତଦନ୍ତ ହୋଇ ତତ୍କାଳୀନ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଣି(ପିଇଓ) ଶାନ୍ତିଲତା…

ନିଖୋଜ ମହିଳାଙ୍କ ସନ୍ଧାନ ମିଳୁନି

ରୂପସା, ୨୧।୮(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ରୂପସା ଥାନା ଅଧୀନ ଆଙ୍କୋ ଗ୍ରାମର ମହିଳା ଅନ୍ନପୂର୍ଣ୍ଣା ନାୟକ (୭୩) ଗତ ୭ତାରିଖରୁ ନିଖୋଜ ଅଛନ୍ତି। ବହୁ ଖୋଜାଖୋଜି ପରେ ନିରାଶ ହୋଇ ଗତ ୧୨ ତାରିଖରେ ତାଙ୍କ ପୁଅ ଗୋପାଳ ଚନ୍ଦ୍ର…

ଚାଲାଣ ବେଳେ ୨୦ରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର କଲେ ଗ୍ରାମବାସୀ

ବାଲିଆପାଳ, ୨୧।୮(ଗୋପାଳ ଚନ୍ଦ୍ର ସାହୁ): ବାଲେଶ୍ୱର ଜିଲା ବାଲିଆପାଳ-କର୍ମଦ୍ଦା ରାସ୍ତା ଛୁଟଖାନପୁର ଦେଇ ରବିବାର ରାତିରେ ୨ଟି ପିକଅପ୍‌ରେ ଗୋରୁ ଚାଲାଣ ହେଉଥିବା ବେଳେ ଗ୍ରାମବାସୀ ଅଟକାଇ ଗାଡ଼ି ଭଙ୍ଗାରୁଜା କରିବା ସହ ୨୦ରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର କରି ଥାନା…

କୁରାଡିହା ସରପଞ୍ଚଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ

ରୂପସା, ୨୧।୮(ବାଞ୍ଛାନିଧି ଦେ)-ବାଲେଶ୍ୱର ସଦର ବ୍ଲକ ଅଧୀନ କୁରାଡ଼ିହା ପଞ୍ଚାୟତ ସରପଞ୍ଚ ନିରଞ୍ଜନ ଧଳ (୪୮) ସୋମବାର ଘରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ବସ୍ତା ଥାନା ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।…

ଘାଗରା ନଦୀ ବଡ଼ ପୋଲ ଅଧାପନ୍ତରିଆ

ନୀଳଗିରି,୨୧ା୮(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ସେରଗଡ଼, ନୀଳଗିରି, ଝରଣଘାଟି ୧୯ନଂ. ରାଜ୍ୟ ରାଜପଥର ଘାଗରା ନଦୀ ଉପରେ ନିର୍ମାଣାଧୀନ ବଡ଼ ପୋଲ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ଶିଳାନ୍ୟାସକୁ ୪ ବର୍ଷ ବିତିଥିଲେ ମଧ୍ୟ ସଂଯୋଗୀକରଣ ରାସ୍ତା ହୋଇପାରୁନି। ଏଠାରେ ଥିବା ପୁୁରୁଣା ପୋଲଟି…

ସଞ୍ଜ ନଇଁଲେ ଖୋଲୁଛି ନିଶା ପସରା

ଖଇରା,୨୧ା୮(ଉତ୍କଳବନ୍ଧୁ ପଣ୍ଡା):ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ବିଭିନ୍ନ ଗଁାରେ ଅବାଧ ନିଶା କାରବାର ଚାଲିଥିବା ଅଭିଯୋଗ ହେଉଛି। ସଞ୍ଜ ନଇଁଲେ ଖୋଲୁଛି ନିଶା ପସରା। ପାନ, ତେଜରାତି ଦୋକାନରେ ଦେଶୀ ବିଦେଶୀ ମଦ ସାଙ୍ଗକୁ ଅନ୍ୟାନ୍ୟ ନିଶା ସାମଗ୍ରୀ ସହଜରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?