ବିଦ୍ୟୁତ କର୍ମଚାରୀଙ୍କ ଆକ୍ରମଣରେ ମହିଳା ଆହତ ଘଟଣା: ୪ ଦଫା ଦାବି ନେଇ ଧାରଣାରେ ବସିଲେ ସମିତିସଭ୍ୟ

ସିମୁଳିଆ,୨୧ା୯(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ପଙ୍ଗିଆ ଅଞ୍ଚଳର ସାବିତ୍ରୀ ମିଶ୍ର ନାମକ ଜଣେ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ କର୍ମଚାରୀ ଆକ୍ରମଣ କରିଥିଲେ। ଏହି ଘଟଣାରେ ୪ ଦଫା ଦାବି ନେଇ ଗୁରୁବାର ପୂର୍ବାହ୍ନ ୧୦.୩୦ରୁ ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ଏହି ପଞ୍ଚାୟତର ସମିତିସଭ୍ୟ ମୁକ୍ତିକାନ୍ତ ପାଣିଗ୍ରାହୀ ସିମୁଳିଆ ଉପଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ତାଙ୍କ ସହିତ ଆହତ ସାବିତ୍ରୀଙ୍କ ସ୍ବାମୀ ଭାଗିରଥୀ, ପଡ଼ୋଶୀ ପ୍ରଭାତ ମହାନ୍ତି ସାମିଲ ହୋଇଥିଲେ। ପରେ ବିଦ୍ୟୁତ୍‌ ବିଭାଗୀୟ ଏସ୍‌ଡିଓ ରାଜନ ସ ଧାରଣାକାରୀଙ୍କ ସହିତ ଆଲୋଚନାକରି କାର୍ଯ୍ୟାନୁଷ୍ଠାନର ପ୍ରତଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି।

ସୂଚନାଯୋଗ୍ୟ, ୨୦୧୯ରେ ସାବିତ୍ରୀ ମିଶ୍ରଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ଏକ ଇନ୍ଦିରା ଆବାସ ଗୃହ ମିଳିଥିଲା। ସେ ଏହାକୁ ନିର୍ମାଣ ପାଇଁ ବିଦ୍ୟୁତ ତାରରେ ହୁକ ପକାଇ ପାଣିମଟର ଚଳାଉଥିବା ବେଳେ ବିଭାଗୀୟ ବିଦ୍ୟୁତ କର୍ମଚାରୀମାନେ ତାଙ୍କ ପାଣିମଟର ଓ ତାରକୁ ସିଜ୍‌ କରି ନେବା ସହିତ ୭ ହଜାର ଟଙ୍କାର ଫାଇନ କରିଥିଲେ। ପରେ ଗତ ମାର୍ଚ୍ଚ ମାସରେ ବିଭାଗ ପକ୍ଷରୁ ଓଟିଏସ୍‌ ସ୍କିମ୍‌ରେ ୩ହଜାର ଟଙ୍କା ନେଇ ତାଙ୍କ ମାମଲାର ସମାଧାନ କରିଥିବାର ସାବିତ୍ରୀଙ୍କ ସ୍ବାମୀ ଭାଗିରଥୀ ସୂଚନା ଦେଇଥିଲେ। ଅପରପକ୍ଷେ ପୁଣି ଗତ ୧୩.୯.୨୩ରେ ବିଦ୍ୟୁତ୍‌ କର୍ମଚାରୀମାନେ ତାଙ୍କ ଘରେ ପହଞ୍ଚି ପୂର୍ବ ୭ ହଜାର ଟଙ୍କା ଫାଇନ ନ ଦେଲେ ବିଦ୍ୟୁତ ସଂଯୋଗ କାଟିଦିଆଯିବ ବୋଲି କହିଥିଲେ। ଏହାକୁ କେନ୍ଦ୍ର କରି ସାବିତ୍ରୀଙ୍କ ପୁଅ କୃତ୍ତିବାସଙ୍କ ସହିତ ବିଦ୍ୟୁତ୍‌ କର୍ମଚାରୀମାନଙ୍କ ବଚସା ଓ ପରେ ହାତାହାତି ହୋଇଥିଲା। ପୁଅକୁ ରକ୍ଷା କରିବା ପାଇଁ ଯାଇ ସାବିତ୍ରୀ ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ସିମୁଳିଆ ପରେ ଭଦ୍ରକ ଓ ସେଠାରୁ କଟକ ଡାକ୍ତରଖାନାକୁ ନିଆଯାଇଥିଲା। ଅଦ୍ୟାବଧି ସାବିତ୍ରୀ କଟକରେ ଚିକିତ୍ସିତ ହେଉଥିବାର ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହାକୁ କେନ୍ଦ୍ରକରି ସମିତିସଭ୍ୟ ମୁକ୍ତିକାନ୍ତ ସମ୍ପୃକ୍ତ ବିଦ୍ୟୁତ୍‌ କର୍ମଚାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହିତ କ୍ଷତିଗ୍ରସ୍ତ ପରିବାରକୁ ୧ଲକ୍ଷ ଟଙ୍କା କ୍ଷତିପୂରଣ, ବକେୟା ବିଦ୍ୟୁତ୍‌ ବିଲର ସମାଧାନ ଓ ସିଜ୍‌ କରାଯାଇଥିବା ତାର ଓ ପାଣି ମଟର ଫେରସ୍ତ ପାଇଁ ଦାବି କରିଛନ୍ତି। ତୁରନ୍ତ ଏହାର ସମାଧାନ କରା ନ ଗଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସମିତିସଭ୍ୟ ମୁକ୍ତିକାନ୍ତ ପାଣିଗ୍ରାହୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri