ବାଲେଶ୍ୱର

ମହିଳାଙ୍କ ଫୋନ୍‌ ପେ’ରୁ ୩ଲକ୍ଷ ୫୦ହଜାର ଲୁଟ୍‌

ସୋର, ୩।୧୦(ଡି.ଏନ.ଏ.)-ଜଣେ ମହିଳାଙ୍କ ଫୋନ୍‌ ପେରୁ ୩ଲକ୍ଷ ୫୦ହଜାର ଟଙ୍କା ଲୁଟ୍‌ ହୋଇଥିବା ନେଇ ଶୁକ୍ରବାର ସୋର ଥାନାରେ ଅଭିଯୋଗ ହୋଇଛି। ବାହାନଗା ବ୍ଲକ ଅଧୀନ ଗଣ୍ଡସ୍ତପୁର ଗ୍ରାମର ଜୟନ୍ତୀ କୁଅଁର ନାମ୍ନୀ ମହିଳା ଭେଷ୍ଟିଜ ନାମକ ଏକ ପ୍ରଡକ୍ଟ କମ୍ପାନୀରେ…

୨୪ ଦିନ ପରେ ପାସେଞ୍ଜର ରେଳଭଡ଼ା ଦ୍ୱିଗୁଣିତ; ଜଳେଶ୍ୱରରେ ଉତ୍ତେଜନା

ଜଳେଶ୍ୱର, ୩।୧୦(ଡି.ଏନ.ଏ.):  ଖଡ଼ଗପୁର-ଭଦ୍ରକ ମଧ୍ୟରେ ସବୁ ପାସେଞ୍ଜର ଟ୍ରେନ ଚଳାଚଳ ଲାଗି ପ୍ରବଳ ଦାବି ହେଉଥିବା ବେଳେ ତାଲା ବନ୍ଦ ପରେ ଚଳାଚଳ ଆରମ୍ଭ ହୋଇଥିବା ପାସେଞ୍ଜର ଟ୍ରେନ୍‌ର ଭଡ଼ା ଶନିବାରଠାରୁ ଦ୍ୱିଗୁଣିତ ହୋଇଛି। ଫଳରେ ବାଲେଶ୍ୱର ଜିଲା ଜଳେଶ୍ୱରରେ ଉତ୍ତେଜନା ଦେଖାଦେଇଛି…

ପୁଣି ଫୁଲିଲାଣି ସୁବର୍ଣ୍ଣରେଖା

ବାଲିଆପାଳ, ୩।୧୦: ଚାଷ ଜମିରୁ ବନ୍ୟାଜଳ ଛାଡ଼ିବା ୩ଦିନ ନ ପୁରୁଣୁ ଶୁକ୍ରବାରଠାରୁ ପୁଣି ସୁବର୍ଣ୍ଣରେଖା ନଦୀର ଜଳସ୍ତର ଫୁଲିବାରେ ଲାଗିଛି। ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀର ବିପଦସଂକେତ ୧୦.୩୬ ମିଟର ଥିବା ବେଳେ ଶୁକ୍ରବାର ସକାଳ ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀର ଜଳପତ୍ତନ…

ମହିଳାଙ୍କ ସହ ସେଲ୍ଫି ନେଲେ, ତା ’ପରେ ଆକାଉଣ୍ଟ ଖୋଳ କରିଦେଲେ

ବାହନଗା,୨।୧୦(ଡି.ଏନ୍‌.ଏ.): ଜିନିଷ କିଣିବାକୁ ଆସି ମହିଳାଙ୍କ ସହିତ ସେଲ୍ଫି ଉଠାଇଲେ। ଆଉ ପରବର୍ତ୍ତୀ ସମୟରେ ତାଙ୍କ ମୋବାଇଲ ଚୋରି କରି ଆକାଉଣ୍ଟ ଖୋଳ କରିଦେଲେ। ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲା ସୋର ଥାନା ଅଞ୍ଚଳରୁ। ଏନେଇ ଲିଖିତ ଅଭିଯୋଗ ହେବା…

ଜବତ ହେଲା ୫୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର

ବାଲେଶ୍ୱର ଅଫିସ ୧।୧୦: ବାଲେଶ୍ୱର ଜିଲା ଜଳେଶ୍ବର ରାଜପୁର ଗ୍ରାମରୁ ଗୁରୁବାର ରାତିରେ ଅବକାରୀ ବିଭାଗ ଚଢାଉ କରି ୨୪୦ ଗ୍ରାମ ଧଳା ଜହର(ବ୍ରାଉନ ସୁଗାର) ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ଅବକାରୀ ଧରିବାରେ ସଫଳ ହୋଇଛି।…

ବିବାହ ଭାଙ୍ଗିଯିବାରୁ ସଂସାରତ୍ୟାଗୀ ହୋଇଥିଲେ ମହନ୍ତ ନରେନ୍ଦ୍ର ଗିରି

ଭୋଗରାଇ,୩୦ା୯(ଡି.ଏନ.ଏ.): ଉତ୍ତର ପ୍ରଦେଶର ପ୍ରୟାଗରାଜସ୍ଥିତ ବାଗାମ୍ବରୀ ମଠ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ପରେ ତାଙ୍କ ପ୍ରକୃତ ପରିଚୟକୁ ନେଇ ସସ୍‌ପେନ୍ସ ବଢ଼ିବାରେ ଲାଗିଛି। ସେ କେଉଁ ରାଜ୍ୟର ବୋଲି ଠୋସ୍‌ ପ୍ରମାଣ ମିଳି ନ ଥିବା ବେଳେ ତାଙ୍କ ଘର…

ସୁବର୍ଣ୍ଣରେଖା ନଦୀବନ୍ଧ ବିପଦସଙ୍କୁଳ

ଜଳେଶ୍ୱର, ୨୮।୯(ଡି.ଏନ.ଏ.)-ଚଳିତବର୍ଷ ସୁବର୍ଣ୍ଣରେଖା ନଦୀରେ ୩ଥର ବନ୍ୟାପାଣି ଆସି ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରଭୂତ କ୍ଷତି ଘଟିଛି। ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ଥିବା ସୁବର୍ଣ୍ଣରେଖା ନଦୀବନ୍ଧର ୩ଟି ସ୍ଥାନରେ ଅତଡ଼ା ଖସୁଥିବା ନଜରକୁ ଆସିଛି। ନଦୀବନ୍ଧ ଏବେ ବିପଦସଙ୍କୁଳ ଅବସ୍ଥାରେ ଥିବା…

ଭାରତ ବନ୍ଦର ପ୍ରଭାବ: ଯାନବାହନ ଚଳାଚଳ ବନ୍ଦ

ବାଲେଶ୍ୱର ଅଫିସ,୨୭।୯: ବାଲେଶ୍ୱର ଜିଲାର ବିଭିନ୍ନ ସ୍ଥାନରେ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ସୋମବାର ୧୦ ଘଣ୍ଟିଆ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସରକାରୀ ଓ ବେସରକାରୀ ଅଫିସ ସମେତ ଯାନବାହନ ଚଳାଚଳ ବନ୍ଦ ରହିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା…

ଆସୁଛି ବାତ୍ୟା: କୂଳମୁହାଁ ଟ୍ରଲର, ସତର୍କ କଲା ପ୍ରଶାସନ

ଭୋଗରାଇ, ୨୬।୯ (ଡି.ଏନ.ଏ.)-ପୂର୍ବ-ମଧ୍ୟୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେବା ପରେ ଗାଙ୍ଗେୟ ସମତଳ ଅଞ୍ଚଳରେ ଶନିବାର ମଧ୍ୟାହ୍ନରୁ ପାଗର ଅବନତି ହୋଇଛି। ବାଲେଶ୍ୱର ଜିଲାର ଭୋଗରାଇ ବ୍ଲକ ଓ ଏହାର ଆଖପାଖ ଅଞ୍ଚଳରେ ବିକ୍ଷିପ୍ତ ବର୍ଷା…

ରେଳଧାରଣା ପାର୍‌ ହୋଇ ଗାଁରେ ପଶିଲା ହାତୀ: ଦେଢ଼ ଘଣ୍ଟା ଟ୍ରେନ୍‌ ଚଳାଚଳ ବନ୍ଦ

ରୂପସା, ୨୬।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପସା ଥାନା ଅଧୀନ ଗଡ଼ପଦା ପଞ୍ଚାୟତକୁ ଶୁକ୍ରବାର ରାତିରେ ଏକ ଦନ୍ତା ହାତୀ ପଶି ଆସି ତାଣ୍ଡବ ରଚିଛି। ହାତୀଟି ବାରମ୍ବାର ରେଳଧାରଣା ପାର୍‌ ହେଉଥିବାରୁ ବନବିଭାଗ ପକ୍ଷରୁ ଷ୍ଟେଶନ ମ୍ୟାନେଜରଙ୍କୁ ଅବଗତ କରାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ…

ସୁବର୍ଣ୍ଣରେଖାରେ ପୁଣି ବନ୍ୟା -୨୫ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୋଗରାଇ, ୨୪।୯(ଡି.ଏନ.ଏ.)-ସୁବର୍ଣ୍ଣରେଖା ଉପରମୁଣ୍ଡ ରାଞ୍ଚତ୍ ମାଳଭୂମି ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହୁଥିବାରୁ ପ୍ରବଳ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଚାନ୍ଦିଲି ଡ୍ୟାମ୍‌ ସହିତ ଗାଲୁଡିହି, କରକାଇ, ବାଙ୍କବଲ ଆଦି ଜଳାଧାରରୁ ଉଦ୍‌ବୃତ୍ତ ବର୍ଷାଜଳ ପର୍ଯ୍ୟାୟକ୍ରମେ ସୁବର୍ଣ୍ଣରେଖାକୁ ନିଷ୍କାସିତ ହେଉଛି। ଆସନ୍ତା…

କମୁଛି ଜଳକା : ଦୁର୍ଦ୍ଦଶାରେ ୪୧ ଗାଁ ବାସିନ୍ଦା

ବସ୍ତା/ରୂପ୍‌ସା, ୨୪।୯(ଡି.ଏନ.ଏ.)-ବାଲେଶ୍ୱର ଜିଲାରେ ଲଗାଣ ବର୍ଷା ଯୋଗୁ ଜଳକା ନଦୀରେ ବୁଧବାର ଭୟଙ୍କର ବନ୍ୟା ପରିସ୍ଥିତି ଦେଖାଦେଇଥିଲା। ଗୁରୁବାର ଜଳସ୍ତର ବିପଦସଂକେତ ଉପରେ ପ୍ରବାହିତ ହେଉଥିଲେ ହେଁ ବୁଧବାର ଅପେକ୍ଷାକୃତ ହ୍ରାସ ପାଇଥିବାରୁ ବନ୍ୟା ଆଶଙ୍କା ନାହିଁ। ବସ୍ତା ବ୍ଲକର ମଥାନୀଠାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri