ପ୍ରେମିକାଙ୍କ ମାମୁଘର ଗାଁକୁ ଆସି ଛେଚା ଖାଇଲେ ପ୍ରେମିକ

ଜଳେଶ୍ୱର, ୧୧|୧୧(ଡି.ଏନ.ଏ.)-ପ୍ରେମିକାଙ୍କୁ ଦେଖା କରିବାକୁ ଆସି ପ୍ରେମିକ ମାଡ ଖାଇ ଡାକ୍ତରଖାନାରେ ଭର୍ତ୍ତି ହେବା ଘଟଣା ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଉକ୍ତ ଯୁବକ ଗାଁ ପାଖ ଜଣେ ନାବାଳିକାଙ୍କୁ ପ୍ରେମ କରୁଥିଲେ। ନାବାଳିକାଙ୍କ ଘର ଲୋକ ଏହା ଜାଣିବା ପରେ ତାଙ୍କ ମାମୁ ଘରେ ରଖି ସ୍ଥାନୀୟ କଲେଜରେ ନାମ ଲେଖାଇଥିଲେ। ଯୁବକଜଣକ ଜାଣିବା ପରେ ମଙ୍ଗଳବାର ଅପରାହ୍ନରେ ନାବାଳିକାଙ୍କ ମାମୁଘର ଗାଁକୁ ଦେଖା କରିବାକୁ ଆସିଥିଲେ। ନାବାଳିକାଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ଏହା ଜାଣିପାରି ତାଙ୍କୁ ଘେରିଯାଇଥିଲେ। ତାଙ୍କୁ ପଚରାଉଚୁରା କରିବା ପରେ ଯୁବକଙ୍କ ମା’ ବାପାଙ୍କୁ ଫୋନ କରିବା ସହ ମାର୍‌ପିଟ୍‌ କରିଥିଲେ। ମାଡରେ ତାଙ୍କର ହାତ ଭାଙ୍ଗିଯାଇଥିଲା। ଜଳେଶ୍ୱର ପୋଲିସ ଖବରପାଇ ଯୁବକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ପଠାଇଛି। ନାବାଳିକାଙ୍କ ସମ୍ପର୍କୀୟଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫକିର ମୋହନ ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ, ପରୀକ୍ଷା ବିଳମ୍ବକୁ ନେଇ…

ବାଲେଶ୍ୱର,୧୦।୭( ବାଞ୍ଛାନିଧି ଦେ): ବାଲେଶ୍ଵର ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଗୁରୁବାର ବିଳମ୍ବିତ ରାତିରେ ଉତ୍ତେଜନା ଦେଖାଦେଇଛି । ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି ଶତାଧିକ ନର୍ସିଂ…

ମିଳୁନି ୧୫ ମତ୍ସଜୀବୀଙ୍କ ପତ୍ତା, ବାଲେଶ୍ବରରୁ ରହିଛନ୍ତି ୩ ଭାଇ

ଭୋଗରାଇ,୯।୭(ପ୍ରଦୀପ ଦାସ): ଲଘୁଚାପ କାରଣରୁ ସମୁଦ୍ର ଅଶାନ୍ତ ରହିଛି । ଏଭକି ସ୍ଥିତିରେ ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ମା କାଳୀ ନାମକ…

ଜଗାଦର୍ଶନ ସାରି ଫେରୁଥିବାବେଳେ ଅଘଟଣ: କଣ୍ଟେନର ପଛପଟୁ ଧକ୍କା ଦେଲା ମିନିବସ୍‌

ବାଲେଶ୍ୱର/ବସ୍ତା, ୮।୭( ହରିଶଙ୍କର ପାଢ଼ୀ/ବାଞ୍ଛାନିଧି ଦେ) : ବସ୍ତା ଥାନା ଅର୍ନ୍ତଗତ ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ ନିକଟ କୁଣ୍ଡପୂର ଛକ ନିକଟରେ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri