ଜାମୁଝାଡ଼ି ସମବାୟ ସମିତି ଗୋଦାମ ସିଲ୍‌

ସିମୁଳିଆ,୨୨।୧୧(ଡି.ଏନ.ଏ.): ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତିଙ୍କ ନିର୍ଦ୍ଦେଶରେ ଜିଲା ଯୋଗାଣ ବିଭାଗ ଶନିବାର ରାତିରେ ସିମୁଳିଆ ବ୍ଲକ ଜାମୁଝାଡ଼ି ସେବା ସମବାୟ ସମତିର ଗୋଦାମ ଗୃହକୁ ସିଲ୍‌ କରିଛି।
ଗତ ୧୫ ତାରିଖରେ ଏହି ସେବା ସମବାୟ ସମିତି ଗୋଦାମ ଗୃହ ସମ୍ମୁଖରେ ଟ୍ରକ୍‌ ଲଗାଇ ଧାନ ଲୋଡ୍‌ କରାଯାଉଥିବା ବେଳେ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ। ପଞ୍ଚାୟତ ସମ୍ପାଦକ ଜଗବନ୍ଧୁ ପରିଡ଼ା ଏହା ଗତ ବଷଠାରୁ ରଖାଯାଇଥିବା ୟୁନିଦୀପ ମିଲର ଧାନ ବୋଲି ସୂଚନା ଦେଇଥିଲେ। ଏ ସମ୍ପର୍କରେ ମିଲ୍‌ ମାଲିକ ଦୀପକ ଦାସଙ୍କୁ ପଚାରିବାରୁ ଏହା କେତେ କୁଇଣ୍ଟାଲ ଅଛି ତାହା ତାଙ୍କର ମନେ ନାହିଁ ଓ ଗୋଦାମ ଗୃହ ଚାରିପଟେ ପାଣି ହୋଇଯାଇଥିବାରୁ ସେ ଗତବର୍ଷ ଆଣି ପାରି ନ ଥିଲେ ବୋଲି କହିଥିଲେ। ଅପରପକ୍ଷେ ଜଣେ ମିଲରଙ୍କୁ କେଉଁ ସ୍ବାର୍ଥରେ ସରକାରୀ ଗୋଦାମ ଗୃହ ଯୋଗାଇ ଦିଆଯାଇଛି ସେନେଇ ସିମୁଳିଆ-ଖଇରା କୃଷକ ସଙ୍ଗଠନ ପକ୍ଷରୁ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ପୂର୍ବରୁ ମଧ୍ୟ ଜାମୁଝାଡି ସେବା ସମବାୟ ସମିତିରେ ଧାନ କିଣାରେ ବ୍ୟାପକ ଦୁର୍ନୀତି ସମ୍ପର୍କରେ ଜିଲାପାଳ ଓ କମିଶନରଙ୍କ ନିକଟରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ସରକାରୀ ଗୋଦାମ ଗୃହରେ ମିଲରଙ୍କ ଧାନ ରଖାଯିବା ସମ୍ପର୍କରେ ଶନିବାର ଭାଜପା ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ, ପୂର୍ବତନ ଯୁବମୋର୍ଚ୍ଚା ଉପସଭାପତି ଚନ୍ଦ୍ରଶେଖର ନନ୍ଦ, ଜିଲା କାର୍ଯ୍ୟକାରିଣୀ ସଦସ୍ୟ ତଥା ସିମୁଳିଆ-ଖଇରା କୃଷକ ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପଣ୍ଡା, ଅଜୟ କୁମାର ବେହେରା, କୃଷକ ସଂଘ ଉପସଭାପତି ଦୟାନିଧି ଯେନା, ସମ୍ପାଦକ ଆଲୋକ ପଣ୍ଡା ପ୍ରମୁଖ ଜିଲାପାଳଙ୍କୁ ଭେଟି ଦାବିପତ୍ର ଦେବା ପରେ ରାତିରେ ଗୋଦାମ ଗୃହ ସିଲ୍‌ ହୋଇଥିଲା ା ତେବେ ପ୍ରଶାସନ ଏହି ସେବା ସମବାୟ ସମିତିର ଦୁଇଟି ଗୃହ ପରିବର୍ତ୍ତେ ଗୋଟାଏ ଗୃହକୁ ସିଲ୍‌ କରଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଗତ ୧୬ା୧୧ା୨୧ରେ ‘ଧରିତ୍ରୀ’ରେ ‘ମିଲରଙ୍କୁ ସରକାରୀ ଗୋଦାମ ଗୃହ ଯୋଗାଣ’ ଶିର୍ଷକରେ ଖବର ପ୍ରକାଶ ପାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜା ପାଇଁ କଡ଼ା ସୁରକ୍ଷା ବ୍ୟାଙ୍କ ଓ ସୁନା ଋଣ ପ୍ରତିଷ୍ଠାନ: ପରିଦର୍ଶନ କଲା ପୋଲିସ

ବଞ୍ଚୋ, ୩।୧୦ (ପ୍ରଦୋଷ ବିଶ୍ୱାଳ): ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଘଷିପୁରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଘଷିପୁରା…

ନଦୀରେ ଗାଧୋଇବାବେଳେ ବୁଡ଼ିଗଲେ ଦୁଇ ନାବାଳକ

ଜଳେଶ୍ୱର,୩ା୧୦(ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ବସ୍ତି ନିକଟସ୍ଥ ସାଜଲ ଘାଟରେ ଶନିବାର ପୂର୍ବାହ୍ନରେ ସୁବର୍ଣ୍ଣରେଖା ନଦୀରେ ଗାଧୋଉଥିବା ଅବସ୍ଥାରେ ପାଣି ସ୍ରୋତରେ ଭାସିଯାଇ ଦୁଇ…

ସୁବର୍ଣ୍ଣରେଖାରେ ଗାଧୋଇବାବେଳେ ବୁଡ଼ିଗଲେ ଅଣ ଓଡ଼ିଆ ପର୍ଯ୍ୟଟକ

ବାଲେଶ୍ୱର,୩ା୧୦(ବାଞ୍ଛାନିଥି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀରେ ଶନିବାର ଗାଧୋଇବା ବେଳେ ଜଣେ ଅଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

ଛୋଟ କଥାରୁ ବଡ଼ କାଣ୍ଡ: ବୋହୂ ଉପରକୁ ଗରମ ତେଲ ଫୋପାଡ଼ିଲେ ଶାଶୁ

ଖଇରା,୩ା୧୦(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ମଠ ନୂଆଗାଁ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାଡ଼ିରୁ ଏକ ମନ୍ଦାର ଗଛ ଡାଳ…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?