‘ପ୍ରତିଟି ମୁହୂର୍ତ୍ତ ଥିଲା ଚ୍ୟାଲେଞ୍ଜିଂ’

ସିମୁଳିଆ,୧୪।୧୧: ୧୯୬୫ ଓ ୧୯୭୧ ମସିହାରେ ଦୁଇଟି ଯୁଦ୍ଧର ସାମ୍ନା କରିଥିବା ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଚାଲୁଣିଗାଁ ଅଞ୍ଚଳର ଖଗେନ୍ଦ୍ର ପ୍ରସାଦ ରଥ (୭୭)ଙ୍କୁ ବୀରତ୍ୱ ପାଇଁ ମିଳିଛି ସ୍ବତନ୍ତ୍ର ସମ୍ମାନ। ଭୁବନେଶ୍ୱରରେ ରାଜ୍ୟପାଳ ଓ ବାଲେଶ୍ୱର ଚାନ୍ଦିପୁର ପ୍ରତିରକ୍ଷା ବିଭାଗ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି ା
ସ୍କୁଲ ଶିକ୍ଷା ଶେଷ ପରେ ୧୯୬୫ରେ ଖଗେନ୍ଦ୍ର ଭାରତୀୟ ସ୍ଥଳସେନାରେ ସୈନିକ ରୂପେ ଯୋଗଦେଇଥିଲେ ା ଜମ୍ମୁକଶ୍ମୀରକୁ କେନ୍ଦ୍ର କରି ଉଭୟ ଭାରତ ଓ ପାକିସ୍ତାନ ମଧ୍ୟରେ ସେହିବର୍ଷ ଯୁଦ୍ଧ ଆରମ୍ଭ ହୋଇଥିଲା ା କିଛି ଦିନ ପ୍ରଶିକ୍ଷଣ ନେବା ପରେ ଖଗେନ୍ଦ୍ର ଯୁଦ୍ଧରେ ସାମିଲ ହୋଇଥିଲେ। ପରେ ମଧ୍ୟପ୍ରଦେଶ, ଲଦାଖ, ହିମାଞ୍ଚଳ, ଗ୍ବାଲିୟର ଆଦି ସ୍ଥାନକୁ ତାଙ୍କର ବଦଳି ହୋଇଥିଲା। ପ୍ରତିରକ୍ଷା ବିଭାଗର ଆଗରେ ରହି ଲଢୁଥିବା ଇନ୍‌ଫେଣ୍ଟ୍ରି ବିଭାଗରେ ଖଗେନ୍ଦ୍ରଙ୍କ ନିଯୁକ୍ତି ହୋଇଥିବାରୁ ସେ ସର୍ବଦା ସତର୍କ ଓ ଚ୍ୟାଲେଞ୍ଜ ମୁଡ୍‌ରେ ଥିଲେ। ଏ ସମ୍ପର୍କରେ ସେ କହନ୍ତି ଇନ୍‌ଫେଣ୍ଟ୍ରି ସମସ୍ତ ପ୍ରକାର ତଥ୍ୟ ପ୍ରତିରକ୍ଷା ରକ୍ଷା ବିଭାଗକୁ ପ୍ରଦାନ କରିଥାଏ ା ଫଳରେ ଆର୍ମି ଓ ଏୟାରଫୋର୍ସ ସେହି ଅନୁସାରେ କାର୍ଯ୍ୟ କରିଥାଆନ୍ତି ା
ପୁନଶ୍ଚ ୧୯୭୧ରେ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସଙ୍ଗଠିତ ହୋଇଥିଲା। ଭାରତ ପାକିସ୍ତାନର ୧୦୯୪୪ନଂ. ପୋଷ୍ଟ ନିଜ ଅକ୍ତିଆରକୁ ନେଇଥିଲା। ଏହି ଯୁଦ୍ଧରେ ସହିଦ ହୋଇଥିବା ପଞ୍ଜାବର ରାମଜିତ ସିଂ ଓ ମହାରାଷ୍ଟ୍ରର ଆନନ୍ଦ କୁଣ୍ଡେଙ୍କ ଶରୀରକୁ ବୀରତ୍ୱର ସହିତ ପାକିସ୍ତାନ ସେନା ନିକଟରୁ ଛଡ଼ାଇ ଆଣିଥିବା ଫୋର୍ସରେ ଖଗେନ୍ଦ୍ର ସାମିଲ ଥିଲେ। ନିଜର ବୀରତ୍ୱ ପାଇଁ ଖଗେନ୍ଦ୍ରଙ୍କୁ ମିଳିଛି ବିଭିନ୍ନ ୭ଟି ମେଡ଼ାଲ। ଦୁଇଟି ଯୁଦ୍ଧରେ ଅଂଶଗ୍ରହଣ ପାଇଁ ଗତ ୩୦ା୧୦ା୨୧ରେ ରାଜ୍ୟପାଳ ସ୍ବତନ୍ତ୍ର ସମ୍ମାନ ପ୍ରଦାନ କରିଛନ୍ତି। ସେହିପରି ପ୍ରତିରକ୍ଷା ବିଭାଗରେ ୨୨ବର୍ଷ ସେବାପାଇଁ ତାଙ୍କୁ ଚାନ୍ଦିପୁର ପ୍ରତିରକ୍ଷା ବିଭାଗ ପକ୍ଷରୁ ଗତ ୬ା୧୧ା୨୧ରେ ମଧ୍ୟ ସମ୍ମାନିତ କରାଯାଇଛି ା ସେହିପରି ଗତ ୨୦୧୭ରେ ସ୍ଥାନୀୟ କ୍ଷୀରକୋଣା କାଳୀପୂଜା ଉତ୍ସବରେ ତାଙ୍କୁ ‘ପ୍ରତିଭା ପୂଜନ ସମ୍ବର୍ଦ୍ଧନା’ରେ ସମ୍ବର୍ଦ୍ଧିତ କରାଯାଇଥିଲା ା
ପୂର୍ବ ଓ ବର୍ତ୍ତମାନର ପ୍ରତିରକ୍ଷା ବିଭାଗର ସ୍ଥିତି ସମ୍ପର୍କରେ ସେ କୁହନ୍ତି ପୂର୍ବରୁ ସେନା ନିକଟରେ କେବଳ କାଠ ବନ୍ଧୁକ ଥିଲା ା ଗୋଟିଏ ଗୁଳିକୁ ପୂରାଇ ଫୁଟାଇବା ପାଇଁ ଦୁଇ ମିନିଟ୍‌ ସମୟ ଲାଗୁଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ୍‌ ବାହାଦୂର ଶାସ୍ତ୍ରୀ ସୈନିକମାନଙ୍କ ପରିସ୍ଥିତି ଦେଖି କାନ୍ଦି ପକାଇଥିଲେ ା ପରେ ଲୁହା ଓଜନରେ ସୁନା ଦିଆଯାଇ ଆମେରିକା ନିକଟରୁ ଅତ୍ୟାଧୁନିକ ବନ୍ଧୁକ କିଣାଯାଇଥିଲା। ତେବେ ବର୍ତ୍ତମାନ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ବହୁତ ଆଗରେ ବୋଲି ଖଗେନ୍ଦ୍ର କୁହନ୍ତି । ତାଙ୍କର ୩ ପୁଅ ଓ ଜଣେ ଝିଅଙ୍କ ମଧ୍ୟରୁ ସାନପୁଅ ସଞ୍ଜୟ ମଧ୍ୟ ଭାରତୀୟ ସେନାରେ ଯୋଗଦେଇ ଅବସର ନେଲେଣି ା ଖଗେନ୍ଦ୍ରଙ୍କ ଜନ୍ମର ମାସେ ପରେ ତାଙ୍କ ବାପା କୃଷ୍ଣଚନ୍ଦ୍ର ଆରପାରିକୁ ଚାଲିଯାଇଥିଲେ। ତାଙ୍କ ମା’ ସୁଭଦ୍ରା ଦେବୀଙ୍କର ୧୦୨ବର୍ଷ ବୟସରେ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଶାରଦାଙ୍କର ଗତ ୬ବର୍ଷ ପୂର୍ବେ ମୃତ୍ୟୁ ଘଟିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri